ଶାମୁୟେଲଙ୍କ ପ୍ରଥମ ପୁସ୍ତକ 21:10-15
Odia Holy Bible: Easy-to-Read Version
ଦାଉଦ ଗାଥ୍ର ଶତ୍ରୁ ନିକଟକୁ ପଳାୟନ କଲେ
10 ସେହି ଦିନ ଦାଉଦ ଶାଉଲଙ୍କଠାରୁ ପଳାୟନ କଲେ। ଦାଉଦ ଗାଥ୍ର ରାଜା ଆଖୀଶ୍ଙ୍କ ନିକଟକୁ ପଳାଇଲେ। 11 ଆଖୀଶ୍ଙ୍କର ଦାସମାନେ ଏହାକୁ ପସନ୍ଦ କଲେ ନାହିଁ। ସେମାନେ କହିଲେ, “ଦାଉଦ ହେଉଛନ୍ତି ଇସ୍ରାଏଲ ଭୂଖଣ୍ତର ରାଜା। ଇସ୍ରାଏଲର ଲୋକମାନେ ତାଙ୍କ ବିଷୟରେ ନାଚି ନାଚି ଗୀତ ଗାଇ ଏହା କହିଲେ। ସେ ଲୋକମାନେ ଦାଉଦଙ୍କ ବିଷୟରେ ପରସ୍ପର ନାଚକରି କହିଥିଲେ,
“ଶାଉଲ ହତ୍ୟା କଲେ ସହସ୍ର ସହସ୍ର
ଦାଉଦ ହତ୍ୟା କଲେ ଅୟୁତ ଅୟୁତ”
12 ସେମାନେ ଯାହା କହୁଥିଲେ ସେସବୁକୁ ଦାଉଦ ବହୁତ ଧ୍ୟାନ ଦେଉଥିଲେ। ଗାଥ୍ର ରାଜା ଆଖୀଶ୍ଙ୍କୁ ଦାଉଦ ଭୟ କରିଗଲେ। 13 ତେଣୁ ଦାଉଦ ନିଜର ବ୍ୟବହାର ବଦଳାଇ ଦେଲେ ଓ ସେମାନଙ୍କ ନିକଟରେ ଅତି ବାତୁଳ ପରି ଦେଖାଇ କବାଟକୁ ଆଞ୍ଚୁଡ଼ିଲେ ଓ ତାଙ୍କର ଲାଳ ଦାଢ଼ି ବାଟେ ମଧ୍ୟ ବହିବାକୁ ଲାଗିଲା।
14 ଆଖୀଶ୍ ଦାସମାନଙ୍କୁ କହିଲେ, “ଏ ଲୋକଟିକୁ ଦେଖ, ସେ ଗୋଟିଏ ବାଗ୍ଭଳ; କାହିଁକି ତୁମ୍ଭେମାନେ ତାକୁ ମୋ’ ପାଖକୁ ଆଣିଲ? 15 ସେ କହିଲେ, ମୋର ବହୁତ ବାତୁଳ ଲୋକ ଏଠାରେ ଅଛନ୍ତି। ତୁମ୍ଭେ ତାଙ୍କୁ କାହିଁକି ଏଠାକୁ ପାଗଳାମି କରିବା ପାଇଁ ଆଣିଛ? ଏପରି ଲୋକକୁ ମୋ’ ଘରକୁ ଆଉ ଥରେ ଆଣିବ ନାହିଁ।”
Read full chapter2010 by Bible League International