Add parallel Print Page Options

ମୀଖାର ପ୍ରତିମାଗୁଡ଼ିକ

17 ମୀଖା ନାମକ ଜଣେ ବ୍ୟକ୍ତି ଇଫ୍ରୟିମ ପର୍ବତମୟ ଦେଶରେ ବାସ କରୁଥିଲା। ମୀଖା ତା'ର ମା’କୁ କହିଲା, “ତୁମ୍ଭର ମନେ ଅଛି କି ଥରେ ତୁମ୍ଭର 1,100 ଖଣ୍ତ ରୂପା ଗ୍ଭେରି ହୋଇଥିଲା ଏବଂ ତୁମ୍ଭେ ଶାପ ଦେଉଥିବାର ମୁଁ ଶୁଣିଲି। ସେହି ରୂପା ମୋ’ ପାଖରେ ଅଛି, ମୁଁ ଏହା ଦେଖିଲି।”

ତା'ର ମା ତାକୁ କହିଲା, “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ ମୋର ପୁତ୍ର।”

ମୀଖା ସେହି 1,100 ଖଣ୍ତ ରୂପା ତା'ର ମା’କୁ ଫେରାଇ ଦେଲା। ଏହା ପରେ ତା'ର ମା ତାକୁ କହିଲେ, “ମୁଁ ସେହି ରୂପା ସଦାପ୍ରଭୁଙ୍କ ନିମନ୍ତେ ଏକ ବିଶେଷ ଉପହାର ରୂପେ ଅର୍ପଣ କରିବି। ମୁଁ ଏହା ମୋର ପୁତ୍ରକୁ ଦେବି, ଯାହାଫଳରେ ସେ ଏକ ମୂର୍ତ୍ତି କରି ତାକୁ ରୂପା ଆଚ୍ଛାଦନ କରି ପାରିବ। ଏଣୁ ଏବେ ମୁଁ ତାହା ତୁମ୍ଭକୁ ଫେରାଇ ଦେବି।”

କିନ୍ତୁ ମୀଖା ସେହି ରୂପା ଖଣ୍ଡକୁ ତା'ର ମାକୁ ଫେରାଇ ଦେଲା। ତା'ର ମା ଦୁଇଶହ ଖଣ୍ତ ରୂପା ସୁନାରିକୁ ଦିଅନ୍ତେ ସେ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହରେ ରହିଲା। ମୀଖାର ଏକ ମନ୍ଦିର ଥିଲା ଓ ସେ ଏକ ଏଫୋଦ ତିଆରି କଲା, ତାଙ୍କର ଅନେକ ମୂର୍ତ୍ତିଗୁଡ଼ିକ ଥିଲା। ସେ ଆପଣା ପୁତ୍ରମାନଙ୍କ ମଧ୍ୟରୁ ଜଣଙ୍କୁ ଯାଜକ ରୂପେ ନିଯୁକ୍ତ କଲା। ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲେ। ତେଣୁ ଯାହା ଦୃଷ୍ଟିରେ ଯାହା ଭଲ ଲାଗିଲା, ସେ ତାହା କଲା।

ସେଠାରେ ଜଣେ ଲେବୀୟ ଯୁବକ ଯିହୁଦାର ବୈ‌ଥ୍‌ଲେହମର ଥିଲା। ସେ ଯିହୁଦାର ପରିବାରବର୍ଗରେ ବାସ କରି ଆସୁଥିଲା। ସେ ଯେଉଁଠାରେ ସ୍ଥାନ ପାଇ ପାରେ, ସେଠାରେ ପ୍ରବାସ କରିବା ନିମନ୍ତେ ନଗରରୁ, ଅର୍ଥାତ୍ ବୈ‌ଥ୍‌ଲେହମ୍ ଯିହୁଦାରୁ ପ୍ରସ୍ଥାନ କଲା ଓ ସେ ଯାଉ ଯାଉ ଇଫ୍ରୟିମ ଦେଶସ୍ଥ ଏହି ମୀଖାର ଗୃହ ସରିକି ଆସିଲା। ତହିଁରେ ମୀଖା ତାହାକୁ ପଗ୍ଭରିଲା, “ତୁମ୍ଭେ କେଉଁଠାରୁ ଆସିଲ?”

ସେ ଉତ୍ତର କରି କହିଲା, “ମୁଁ ବୈ‌ଥ୍‌ଲେହମ୍ ଯିହୁଦାର ଏକ ଲେବୀୟ ଲୋକ। ମୁଁ ବାସ କରିବାକୁ ଗୋଟିଏ ସ୍ଥାନ ଖୋଜୁଛି।”

10 ମୀଖା କହିଲା, “ମୋ’ ସଙ୍ଗେ ତୁମେ ବାସ କର। ମୋର ପିତା ଓ ଯାଜକ ହୁଅ। ତହିଁରେ ମୁଁ ତୁମ୍ଭକୁ ବାର୍ଷିକ ଦଶଖଣ୍ତ ରୂପା, ଖାଦ୍ୟ ଓ ବସ୍ତ୍ର ଦେବି।” ମୀଖା ଯାହା କହିଲା, ସେହି ଲେବୀୟ ତାହା କଲା।

ତହିଁରେ ସେ ଲେବୀୟ ଲୋକ ଗଲା। 11 ଏହା ପରେ ସେହି ଲେବୀୟ ଲୋକ ତାଙ୍କ ସହିତ ବାସ କରିବା ପାଇଁ ସମ୍ମତ ହେଲା। ଆଉ ସେ ଯୁବା ଲୋକ ତାହାର ଗୋଟିଏ ପୁତ୍ର ପରି ହେଲା। 12 ଏହା ପରେ ମୀଖା ଦ୍ୱାରା ଯାଜକ ଭାବରେ ନିଯୁକ୍ତ ହୋଇ ସେହି ଯୁବା ଲୋକ ମୀଖାର ଗୃହରେ ରହିଲା। 13 ତା'ପରେ ମୀଖା କହିଲା, “ବର୍ତ୍ତମାନ ମୁଁ ଜାଣେ ଏବେ ସଦାପ୍ରଭୁ ମୋହର ମଙ୍ଗଳ କରିବେ, କାରଣ ଜଣେ ଲେବୀୟ ପରିବାରବର୍ଗ ମୋର ଯାଜକ ହେଲା।”

17 וַֽיְהִי־אִ֥ישׁ מֵֽהַר־אֶפְרָ֖יִם וּשְׁמ֥וֹ מִיכָֽיְהוּ׃

וַיֹּ֣אמֶר לְאִמּ֡וֹ אֶלֶף֩ וּמֵאָ֨ה הַכֶּ֜סֶף אֲשֶׁ֣ר לֻֽקַּֽח־לָ֗ךְ ׳וְאַתִּי׳ ״וְאַ֤תְּ״ אָלִית֙ וְגַם֙ אָמַ֣רְתְּ בְּאָזְנַ֔י הִנֵּֽה־הַכֶּ֥סֶף אִתִּ֖י אֲנִ֣י לְקַחְתִּ֑יו וַתֹּ֣אמֶר אִמּ֔וֹ בָּר֥וּךְ בְּנִ֖י לַיהוָֽה׃

וַיָּ֛שֶׁב אֶת־אֶֽלֶף־וּמֵאָ֥ה הַכֶּ֖סֶף לְאִמּ֑וֹ וַתֹּ֣אמֶר אִמּ֡וֹ הַקְדֵּ֣שׁ הִקְדַּ֣שְׁתִּי אֶת־הַכֶּסֶף֩ לַיהוָ֨ה מִיָּדִ֜י לִבְנִ֗י לַֽעֲשׂוֹת֙ פֶּ֣סֶל וּמַסֵּכָ֔ה וְעַתָּ֖ה אֲשִׁיבֶ֥נּוּ לָֽךְ׃

וַיָּ֥שֶׁב אֶת־הַכֶּ֖סֶף לְאִמּ֑וֹ וַתִּקַּ֣ח אִמּוֹ֩ מָאתַ֨יִם כֶּ֜סֶף וַתִּתְּנֵ֣הוּ לַצּוֹרֵ֗ף וַֽיַּעֲשֵׂ֙הוּ֙ פֶּ֣סֶל וּמַסֵּכָ֔ה וַיְהִ֖י בְּבֵ֥ית מִיכָֽיְהוּ׃

וְהָאִ֣ישׁ מִיכָ֔ה ל֖וֹ בֵּ֣ית אֱלֹהִ֑ים וַיַּ֤עַשׂ אֵפוֹד֙ וּתְרָפִ֔ים וַיְמַלֵּ֗א אֶת־יַ֤ד אַחַד֙ מִבָּנָ֔יו וַיְהִי־ל֖וֹ לְכֹהֵֽן׃

בַּיָּמִ֣ים הָהֵ֔ם אֵ֥ין מֶ֖לֶךְ בְּיִשְׂרָאֵ֑ל אִ֛ישׁ הַיָּשָׁ֥ר בְּעֵינָ֖יו יַעֲשֶֽׂה׃ פ

וַיְהִי־נַ֗עַר מִבֵּ֥ית לֶ֙חֶם֙ יְהוּדָ֔ה מִמִּשְׁפַּ֖חַת יְהוּדָ֑ה וְה֥וּא לֵוִ֖י וְה֥וּא גָֽר־שָֽׁם׃

וַיֵּ֨לֶךְ הָאִ֜ישׁ מֵהָעִ֗יר מִבֵּ֥ית לֶ֙חֶם֙ יְהוּדָ֔ה לָג֖וּר בַּאֲשֶׁ֣ר יִמְצָ֑א וַיָּבֹ֧א הַר־אֶפְרַ֛יִם עַד־בֵּ֥ית מִיכָ֖ה לַעֲשׂ֥וֹת דַּרְכּֽוֹ׃

וַיֹּאמֶר־ל֥וֹ מִיכָ֖ה מֵאַ֣יִן תָּב֑וֹא וַיֹּ֨אמֶר אֵלָ֜יו לֵוִ֣י אָנֹ֗כִי מִבֵּ֥ית לֶ֙חֶם֙ יְהוּדָ֔ה וְאָנֹכִ֣י הֹלֵ֔ךְ לָג֖וּר בַּאֲשֶׁ֥ר אֶמְצָֽא׃

10 וַיֹּאמֶר֩ ל֨וֹ מִיכָ֜ה שְׁבָ֣ה עִמָּדִ֗י וֶֽהְיֵה־לִי֮ לְאָ֣ב וּלְכֹהֵן֒ וְאָנֹכִ֨י אֶֽתֶּן־לְךָ֜ עֲשֶׂ֤רֶת כֶּ֙סֶף֙ לַיָּמִ֔ים וְעֵ֥רֶךְ בְּגָדִ֖ים וּמִחְיָתֶ֑ךָ וַיֵּ֖לֶךְ הַלֵּוִֽי׃

11 וַיּ֥וֹאֶל הַלֵּוִ֖י לָשֶׁ֣בֶת אֶת־הָאִ֑ישׁ וַיְהִ֤י הַנַּ֙עַר֙ ל֔וֹ כְּאַחַ֖ד מִבָּנָֽיו׃

12 וַיְמַלֵּ֤א מִיכָה֙ אֶת־יַ֣ד הַלֵּוִ֔י וַיְהִי־ל֥וֹ הַנַּ֖עַר לְכֹהֵ֑ן וַיְהִ֖י בְּבֵ֥ית מִיכָֽה׃

13 וַיֹּ֣אמֶר מִיכָ֔ה עַתָּ֣ה יָדַ֔עְתִּי כִּֽי־יֵיטִ֥יב יְהוָ֖ה לִ֑י כִּ֧י הָיָה־לִ֛י הַלֵּוִ֖י לְכֹהֵֽן׃

'שופטים 17 ' not found for the version: Habrit Hakhadasha/Haderekh.