ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 3
Oriya Bible: Easy-to-Read Version
3 “ଯଦି କୌଣସି ପୁରୁଷ ତା’ର ସ୍ତ୍ରୀକୁ ପରିତ୍ୟାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ୟାଗ କରି ଅନ୍ୟ ପୁରୁଷକୁ ବିବାହ କରେ
ତେବେ ତା’ର ସ୍ୱାମୀ କ’ଣ ପୁନର୍ବାର ତାହା ନିକଟକୁ ଆସିବ?
ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତେବେ ସେହି ଦେଶ ଅତ୍ୟନ୍ତ ‘ଅଶୁଚି’ ହେବ।
ହେ ଯିହୁଦା, ତୁମ୍ଭେ ଅନେକ ଉପପତି ସଙ୍ଗେ ବ୍ୟଭିଗ୍ଭର କରିଅଛ।
ଆଉ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସିବାକୁ ଗ୍ଭହୁଁଅଛ।”
ଏହା ସଦାପ୍ରଭୁ କହନ୍ତି।
2 “ନିଷ୍ଫଳ ପର୍ବତକୁ ଦେଖ।
କେଉଁଠାରେ ତୁମ୍ଭେ ବ୍ୟଭିଗ୍ଭର କରି ନାହଁ?
ଯେପରି ଜଣେ ଆରବୀୟ ଲୋକ ପ୍ରାନ୍ତରରେ ବସେ,
ସେହିପରି ତୁମ୍ଭେ ସେମାନଙ୍କ ନିମନ୍ତେ ରାଜପଥରେ ବସିଅଛ।
ଆଉ ତୁମ୍ଭେ ଆପଣା ଅବିଶ୍ୱାସନୀୟତା
ଓ ଦୁଷ୍କର୍ମ ଦ୍ୱାରା ଦେଶକୁ ‘ଅଶୁଚି’ କରିଅଛ।
3 ତୁମ୍ଭର ପାପକର୍ମ ଯୋଗୁଁ ବୃଷ୍ଟି ନିବୃତ୍ତ ହୋଇଅଛି।
ବସନ୍ତକାଳୀନ ବର୍ଷା ଆସି ନାହିଁ।
କିନ୍ତୁ ତୁମ୍ଭେ ଜଣେ ବେଶ୍ୟାର ଭଂଗୀ ଓ ଲଜ୍ଜାହୀନ ଗ୍ଭହାଣି ବଜାୟ ରଖିଛ
ଓ ଲଜ୍ଜିତ ହେବାକୁ ଅସ୍ୱୀକାର କରୁଛ।
4 କିନ୍ତୁ ତୁମ୍ଭେ ଆମ୍ଭକୁ ଏହି ସମୟଠାରୁ ପ୍ରାର୍ଥନା କରି କହିବ, ହେ ମୋର ‘ପିତା’,
‘ତୁମ୍ଭେ ମୋର ବାଲ୍ୟକାଳର ପଥପ୍ରଦର୍ଶକ।’
5 ତୁମ୍ଭେ ପୁଣି କୁହ, ‘ପରମେଶ୍ୱର କ’ଣ ସଦାକାଳ କୃଦ୍ଧ ହୋଇଥିବେ?
ତାଙ୍କର କ୍ରୋଧ ଚିରକାଳ ରହିବ ନାହିଁ।’
“ଆଉ ତୁମ୍ଭେ କଥା କହୁଅଛ ତଥାପି ଦୁଷ୍କର୍ମ କରିବାରେ ଲାଗିଛ
ଏବଂ ନିଜ ପଥରେ ଗ୍ଭଲିଛ।”
ଇସ୍ରାଏଲ ଓ ଯିହୁଦା ଦୁଇ ବିଶ୍ୱାସଘାତିନୀ ଭଉଣୀ
6 ଯିହୁଦାରେ ଯୋଶିୟ ରାଜାଙ୍କ ଶାସନ କାଳରେ, ସଦାପ୍ରଭୁ ମୋତେ କହିଲେ, “ବିପଥଗାମିନୀ ଇସ୍ରାଏଲ ଯାହା କରିଅଛ, ତାହା କ’ଣ ତୁମ୍ଭେ ଦେଖିଅଛ? ସେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସବୁଜ ବୃକ୍ଷ ତଳେ ଯାଇ ବ୍ୟଭିଗ୍ଭର କରିଅଛି। 7 ସେ ଏହିସବୁ ଅପକର୍ମ କଲାପରେ ମୁଁ ଇସ୍ରାଏଲକୁ କହିଲି, ‘ତୁମ୍ଭେ ମୋ’ ନିକଟକୁ ଫେରି ଆସିବା ଉଚିତ୍? ମାତ୍ର ସେ ଫେରି ଆସିଲା ନାହିଁ ଆଉ ତାହାର ବିଶ୍ୱାସଘାତିନୀ ଭଉଣୀ ଯିହୁଦା ଏହା ଦେଖିଲା। 8 ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇସ୍ରାଏଲ ବ୍ୟଭିଗ୍ଭର କରିବା ହେତୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ୱାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ୟ ଯାଇ ବ୍ୟଭିଗ୍ଭର କଲା। 9 ଯିହୁଦା ବେଖାତିରି କରି ବ୍ୟଭିଗ୍ଭର କଲା ଓ ଦେଶକୁ ‘ଅଶୁଚି’ କଲା। ଆଉ ସେ ମଧ୍ୟ କାଠ ଓ ପଥର ସଙ୍ଗେ ବ୍ୟଭିଗ୍ଭର କଲା। 10 ଏସବୁ ସତ୍ତ୍ୱେ ଇସ୍ରାଏଲର ବିଶ୍ୱାସଘାତିନୀ ଭଉଣୀ ଯିହୁଦା ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଆସିଲା ନାହିଁ। ମାତ୍ର ସେ ଆମ୍ଭ ନିକଟକୁ ଆସିଛି ବୋଲି କେବଳ ଛଳନା କଲା।” ଏହା ସଦାପ୍ରଭୁ କହନ୍ତି।
11 ଆଉ ସଦାପ୍ରଭୁ ମୋତେ କହିଲେ, “ବିପଥଗାମିନୀ ଇସ୍ରାଏଲ ବିଶ୍ୱାସଘାତିନୀ ଯିହୁଦା ଅପେକ୍ଷା ନିଜକୁ ଅଧିକ ଧାର୍ମିକା ଦେଖାଇଅଛି। 12 ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ଯାଇ ଏହି କଥା ପ୍ରଗ୍ଭର କର ଏବଂ କୁହ,
“‘ହେ ବିପଥଗାମିନୀ ଇସ୍ରାଏଲ,
ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଫେରି ଆସ,
ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ।
ଆମ୍ଭେ ଦୟାବାନ,’
କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।’
13 ସଦାପ୍ରଭୁ କହନ୍ତି, “ଯାହା ହେଉ ତୁମ୍ଭେ ଜାଣିବା ଉଚିତ୍ ଯେ,
ତୁମ୍ଭେ ଭୁଲ୍ କରିଛ,
ତୁମ୍ଭେ ବିଦେଶୀମାନଙ୍କ ପାଖକୁ ଯାଇ
ଏବଂ ସେମାନଙ୍କ ସହିତ
ପ୍ରତ୍ୟେକ ହରିତ୍ ବୃକ୍ଷତଳେ ବେଶ୍ୟାବୃତ୍ତି କରି
ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛ।”
ତୁମ୍ଭେ ମୋର କଥା ମାନିଲ ନାହିଁ।
14 ସଦାପ୍ରଭୁ କହନ୍ତି, “ହେ ବିପଥଗାମୀ ସନ୍ତାନଗଣ, ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ, କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ୱାମୀ। ଆମ୍ଭେ ପ୍ରତି ନଗରରୁ ଏକ ଜଣ ଓ ପ୍ରତି ଗୋଷ୍ଠୀ ମଧ୍ୟରୁ ଦୁଇଜଣ କରି ତୁମ୍ଭମାନଙ୍କୁ ସିୟୋନକୁ ଆଣିବା। 15 ତା’ପରେ ଆମ୍ଭେ ତୁମ୍ଭମାନଙ୍କ ପାଇଁ ନୂତନ ପାଳକଗଣ ଦେବା, ଯେଉଁମାନେ କି ଆମ୍ଭ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ହେବେ। ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚଳାଇବେ। 16 ଅନନ୍ତର ସଦାପ୍ରଭୁ କହନ୍ତି, ସେ ସମୟରେ ଯେତେବେଳେ ତୁମ୍ଭେମାନେ ବର୍ଦ୍ଧିଷ୍ଣୁ ଓ ବହୁବଂଶ ହେବ।”
“ସେତେବେଳେ ଲୋକମାନେ ‘ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବିଷୟରେ ଆଉ କହିବେ ନାହିଁ। କିଅବା ତାହା ମନରେ ପଡ଼ିବ ନାହିଁ।’ ଅଥବା ସେମାନେ ତାହା ସ୍ମରଣ କରିବେ ନାହିଁ। କି ତାହା ନିକଟକୁ ଯିବେ ନାହିଁ ଅଥବା ତାହା ଆଉ ନିର୍ମିତ ହେବ ନାହିଁ। 17 ଆଉ ସେ ସମୟରେ ଲୋକମାନେ ଯିରୁଶାଲମକୁ ‘ସଦାପ୍ରଭୁଙ୍କ ସିଂହାସନ’ ବୋଲି କହିବେ। ସମଗ୍ର ଦେଶୀୟମାନେ ସଦାପ୍ରଭୁଙ୍କ ନାମରେ ସମ୍ମାନ ଜଣାଇବାକୁ ଯିରୁଶାଲମରେ ଏକତ୍ରିତ ହେବେ। ପୁଣି ସେମାନେ ନିଜର ଅନ୍ତଃକରଣରେ ଦୁଷ୍ଟାଗ୍ଭର ଅବାଧ୍ୟତା ଆଉ ଅନୁସରଣ କରିବେ ନାହିଁ। 18 ସେ ସମୟରେ ଯିହୁଦା ବଂଶ ଇସ୍ରାଏଲ ବଂଶ ସହିତ ଏକତ୍ର ଗମନ କରିବେ। ଆଉ ସେମାନେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ।”
19 ଆମ୍ଭେ ସଦାପ୍ରଭୁ କହୁଅଛୁ,
“ଆମ୍ଭେ ତୁମ୍ଭମାନଙ୍କୁ ନିଜ ସନ୍ତାନ ପରି ବ୍ୟବହାର କରିବା,
ନାନା ଦେଶୀୟମାନଙ୍କର ପରମ ରତ୍ନସ୍ୱରୂପ
ଏକ ମନୋରମ ଦେଶ ତୁମ୍ଭମାନଙ୍କୁ ଦାନ କରିବା।
ପୁଣି ଆମ୍ଭେ କହିଲୁ, ତୁମ୍ଭେମାନେ ଆମ୍ଭକୁ ‘ପିତା’ ବୋଲି ଡାକିବ
ଓ ଆମ୍ଭକୁ ସର୍ବଦା ଅନୁସରଣ କରିବ।
20 ସଦାପ୍ରଭୁ କହନ୍ତି, ଯେପରି କୌଣସି ସ୍ତ୍ରୀ ନିଜ ସ୍ୱାମୀ ପ୍ରତି ବିଶ୍ୱାସଘାତକତା କରି ପରିତ୍ୟାଗ କରେ,
ତୁମ୍ଭେ ଇସ୍ରାଏଲ ସେହିପରି ଆମ୍ଭ ପ୍ରତି ବିଶ୍ୱାସଘାତକତା କରିଅଛ।
21 ବୃକ୍ଷଶୂନ୍ୟ ପାହାଡ଼ ଉପରେ ଇସ୍ରାଏଲ ଲୋକମାନଙ୍କର ରୋଦନ ତୁମ୍ଭେମାନେ ଶୁଣିବ।
ସେମାନେ ଜୋର୍ରେ ଚିତ୍କାର କରୁଛନ୍ତି, ଏବଂ କରୁଣା ପାଇଁ ପ୍ରାର୍ଥନା କରୁଛନ୍ତି।
କାରଣ ସେମାନେ କୁଟିଳ ପଥଗାମୀ ହୋଇଛନ୍ତି
ଓ ସେମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ପାଶୋରି ଦେଇଛନ୍ତି।
22 ଆଉମଧ୍ୟ ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଆମ୍ଭ ପ୍ରତି ଅବିଶ୍ୱସ୍ତ ହୋଇଅଛ।
ମାତ୍ର ତୁମ୍ଭେମାନେ ଫେରି ଆସ, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପୀ ରୋଗକୁ ଆରୋଗ୍ୟ କରିବା।”
“ଆଉ ତୁମ୍ଭେମାନେ କହିବ, ‘ହଁ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ,
କାରଣ ତୁମ୍ଭେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଅଟ।”
23 ଉପପର୍ବତସମୂହରେ ପ୍ରତିମା ପୂଜା ନିର୍ବୋଧତା ଥିଲା।
ପର୍ବତମାନଙ୍କର ଉପରିସ୍ଥ କୋଳାହଳ ଜନିତ ସମାରୋହ ବ୍ୟର୍ଥ ଥିଲେ।
ମାତ୍ର ଏହା ନିଶ୍ଚିତ ଯେ ପରମେଶ୍ୱର ସଦାପ୍ରଭୁଙ୍କଠାରେ
ଇସ୍ରାଏଲର ପରିତ୍ରାଣ ଅଛି।
24 ମାତ୍ର ସେ ଲଜ୍ଜାସ୍ପଦ ବାଲ୍ଦେବତା
ଆମ୍ଭମାନଙ୍କର ବାଲ୍ୟକାଳରୁ
ଆମ୍ଭମାନଙ୍କ ପିତୃପୁରୁଷଗଣର ଶ୍ରମଫଳ, ସେମାନଙ୍କ ଗୋମେଷାଦି ପଲ,
ସେମାନଙ୍କର ପୁତ୍ର ଓ କନ୍ୟାଗଣକୁ ଭକ୍ଷ୍ୟଣ କରିଅଛି।
25 ଆମ୍ଭେମାନେ ନିଜ ଲଜ୍ଜାରେ ଅବନତ ହେଉ।
ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ।
କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ବାଲ୍ୟକାଳରୁ ଅଦ୍ୟାବଧି
ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।
ଆଉ ଆମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।
ଆଉ ଆମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟକୁ ଅବମାନନା କରିଅଛୁ।’”
2010 by Bible League International