Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 28

ଦାଉଦଙ୍କର ଗୀତ।

28 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ।
    ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି।
    ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ।
    ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ,
    ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ।
ହେ ସଦାପ୍ରଭୁ, ମୁଁ ମୋର ଦୁଇ ହାତ ଟେକି ତୁମ୍ଭର ମହାପବିତ୍ର ସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି।
    ମୁଁ ଯେତେବେଳେ ତୁମ୍ଭକୁ ଡାକୁଛି।
    ମୋ’ ନିବେଦନ ଟିକେ ଶୁଣ।
    ମୋ’ ପ୍ରତି କୃପା ପ୍ରଦର୍ଶନ କର।
ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କ ମଧ୍ୟରୁ
    ଜଣେ ବୋଲି ଗଣ ନାହିଁ।
ସେହି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ “ଶାନ୍ତିର ସନ୍ଦେଶ” ଶୁଣାନ୍ତି
    କିନ୍ତୁ ହୃଦୟ ମଧ୍ୟରେ ସେମାନେ ସେହି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥା’ନ୍ତି।
ସଦାପ୍ରଭୁ ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି।
    ତେଣୁ ସେମାନେ ସେମାନଙ୍କ କର୍ମାନୁରୂପ ଫଳ ପାଆନ୍ତୁ।
    ସେମାନଙ୍କୁ ଯଥାଯୋଗ୍ୟ ଫଳ ଦିଆଯାଉ।
ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ୟ ଉଦ୍ଦେଶ୍ୟ ବୁଝିପାରନ୍ତି ନାହିଁ।
    ସେମାନେ ପରମେଶ୍ୱରଙ୍କ ଉତ୍ତମ କାର୍ଯ୍ୟକୁ ଦେଖି ପାରନ୍ତି ନାହିଁ।
ନା, ସେମାନେ କିଛି ବୁଝନ୍ତି ନାହିଁ।
    ସେମାନେ କେବଳ ଧ୍ୱଂସ କରିବାକୁ ଗ୍ଭହାନ୍ତି।

ସଦାପ୍ରଭୁଙ୍କର ପ୍ରଶଂସା ହେଉ,
    କାରଣ ସେ ମୋର ପ୍ରାର୍ଥନା ଦୟାଳୁ ହୋଇ ଶୁଣିଛନ୍ତି।
ସଦାପ୍ରଭୁ ହିଁ ମୋର ବଳ।
ସେ ମୋର ଢାଲ ସଦୃଶ।
    ମୁଁ ତାଙ୍କଠାରେ ବିଶ୍ୱାସ କରେ କାରଣ ସେ ମୋତେ ରକ୍ଷା କଲେ।
ମୁଁ ଅତି ଖୁସୀ।
    ମୁଁ ଆଜି ପ୍ରଶଂସାର ଗୀତ ଗାଇବି।
ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
    ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି।
    ସଦାପ୍ରଭୁ ହିଁ ତା’ର ଏକମାତ୍ର ବଳ।

ହେ ପରମେଶ୍ୱର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର।
    ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସେମାନଙ୍କୁ ଆଶୀର୍ବାଦ କର।
    ସେମାନଙ୍କୁ ଅନନ୍ତକାଳ ପାଇଁ ପଥ ଦେଖାଅ ଓ ସମ୍ମାନୀୟ କର।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 18

True Justice

18 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ତୁମ୍ଭେମାନେ ଇସ୍ରାଏଲ ଦେଶ ବିଷୟରେ ଯେତେବେଳେ ଏହି ପ୍ରବାଦଟି ବ୍ୟବହାର କର ଏହାର ଅର୍ଥ କ’ଣ?

‘ପିତାଗଣ ଅଙ୍ଗୁର ଖାଇଲେ
    ଏବଂ ସେମାନଙ୍କର ପୁତ୍ରମାନଙ୍କର ଦାନ୍ତ ଯନ୍ତ୍ରଣା କରେ।’”

କିନ୍ତୁ ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ମୁଁ ଜୀବିତ ଥିବା ଯାଏ ତୁମ୍ଭେମାନେ ଇସ୍ରାଏଲ ମଧ୍ୟରେ ଏହି ପ୍ରବାଦକୁ ଆଉ ବ୍ୟବହାର କରିବ ନାହିଁ। ଆଉ ସମସ୍ତଙ୍କର ଜୀବନ ମୋର ଅଟେ। ପିତାର ପ୍ରାଣ ଯେପରି ପୁତ୍ରର ପ୍ରାଣ ମଧ୍ୟ ସେପରି। ଏବଂ ଯେଉଁ ବ୍ୟକ୍ତି ପାପ କରେ ସେ ମରିବ।

“ଯଦି ଜଣେ ମନୁଷ୍ୟ ଧାର୍ମିକ ହୁଏ, ତେବେ ନ୍ୟାୟ ଓ ଯଥାର୍ଥ କରେ। ଏବଂ ସେ ପର୍ବତଗୁଡ଼ିକ ଉପରେ ଦିଆଯାଇଥିବା ବଳି ଭୋଜନ କରେ ନାହିଁ ଏବଂ ଇସ୍ରାଏଲ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ ନାହିଁ। ଆପଣା ପ୍ରତିବାସୀର ସ୍ତ୍ରୀ ପ୍ରତି ପାପ କରି ନାହିଁ କିମ୍ବା ନିଜ ସ୍ତ୍ରୀର ରଜସ୍ୱଳା ସମୟରେ ତା’ ସହିତ ସହବାସ କରି ନାହିଁ। ସେ କାହାରି ପ୍ରତି ଅନ୍ୟାୟ କରି ନାହିଁ। ଆଉ ସେ ଋଣଗ୍ରହୀତାକୁ ତା’ର ବନ୍ଧକ ଫେରାଇ ଦେଇଛି। ସେ ତାହାର କିଛି ଗ୍ଭେରି କରି ନାହିଁ। ସେ ଆପଣାର ଭକ୍ଷ୍ୟ ଦ୍ରବ୍ୟକୁ କ୍ଷୁଧାର୍ତ୍ତକୁ ଦେଇଅଛି ଓ ଉଲଗ୍ନ ଲୋକକୁ ବସ୍ତ୍ର ଦେଇଅଛି। ସେ ଋଣ ଦେଇ ସୁଧ ନେଇ ନାହିଁ କିମ୍ବା ସୁଧ ଦାବି କରି ନାହିଁ। ସେ ମନ୍ଦରୁ ଦୂରରେ ରହେ ଏବଂ ସମସ୍ତଙ୍କୁ ଉତ୍ତମ ବ୍ୟବହାର କରେ। ସେ ମୋ’ ନିୟମାନୁସାରେ ଜୀବନ ଧାରଣ କରେ ଏବଂ ମୋ’ ନିୟମ ଅନୁସାରେ ଯାହା ଯଥାର୍ଥ ତାହା ଅନୁସରଣ କରେ।” ସଦାପ୍ରଭୁ, ମୋର ପ୍ରଭୁ କହନ୍ତି, “ସେହି ମନୁଷ୍ୟ ଧାର୍ମିକ ଅଟେ, ସେ ନିଶ୍ଚିତଭାବରେ ବଞ୍ଚିବ।”

10 “ଏବଂ ଯଦି ସେହି ଧାର୍ମିକ ବ୍ୟକ୍ତିର ପୁତ୍ର ଡକାୟତି ଓ ରକ୍ତପାତ ଓ ଏଥିମଧ୍ୟରୁ ଅନୁସରଣ କରେ। 11 ଯଦିଓ ତା’ର ବାପା ଏଗୁଡ଼ିକ ମଧ୍ୟରୁ କୌଣସିଟି କଲା ନାହିଁ। ପର୍ବତ ଉପରେ ମୂର୍ତ୍ତିଗୁଡ଼ିକୁ ଉତ୍ସର୍ଗ କରାଯାଇଥିବା ଜିନିଷ ଖାଆନ୍ତି ଏବଂ ଆପଣା ପ୍ରତିବାସୀର ସ୍ତ୍ରୀ ସହିତ ବ୍ୟଭିଗ୍ଭର କରେ, 12 ଏବଂ ସେ ଯଦି ଦରିଦ୍ର ଦୀନହୀନ ପ୍ରତି ଅନ୍ୟାୟ କରେ, ଗ୍ଭେରି କରେ ଓ ବନ୍ଧକ ଦ୍ରବ୍ୟ ଫେରାଏ ନାହିଁ ଓ ପ୍ରତିମାଗଣ ପ୍ରତି ଦୃଷ୍ଟିପାତ କରେ। 13 ଏବଂ ଘୃଣ୍ୟ କର୍ମ କରେ, ଋଣ ଦେଇ ସୁଧ ଆଦାୟ କରେ, ସେ ବଞ୍ଚିବ କି? ନିଶ୍ଚିତ ଭାବରେ ନୁହେଁ। ସେ ନିଶ୍ଚିତ ଭାବରେ ମରିବ କାରଣ ସେ ସବୁ ଘୃଣ୍ୟ କାର୍ଯ୍ୟ କରେ। ଏବଂ ସେ ତା’ର ନିଜର ମୃତ୍ୟୁ ପାଇଁ ଦାୟୀ ରହିବ।

14 “ଏବଂ କୁହ ତା’ର ମଧ୍ୟ ଗୋଟିଏ ପୁତ୍ର ଅଛି, ଯିଏ କି ତା’ର ପିତା କରିଥିବା ସମସ୍ତ ପାପ ଦେଖେ ଏବଂ ଯଦିଓ ସେ ସେଗୁଡ଼ିକୁ ଦେଖେ ସେ ଠିକ୍ ସେହିପରି କାର୍ଯ୍ୟ କରେ ନାହିଁ। 15 ସେ ପର୍ବତ ଉପରେ ମୂର୍ତ୍ତିଗୁଡ଼ିକ ପାଖରେ ଉତ୍ସର୍ଗ ହୋଇଥିବା ଦ୍ରବ୍ୟ ଖାଏ ନାହିଁ ଓ ଇସ୍ରାଏଲର ମୂର୍ତ୍ତିଗୁଡ଼ିକ ପ୍ରତି ଦୃଷ୍ଟିପାତ କରେ ନାହିଁ କିମ୍ବା ଆପଣା ପ୍ରତିବାସୀ ସ୍ତ୍ରୀ ସହିତ ବ୍ୟଭିଗ୍ଭର କରେ ନାହିଁ। 16 ସେ ଲୋକଙ୍କ ପ୍ରତି ଅନ୍ୟାୟ ଆଚରଣ କରେ ନାହିଁ, କୌଣସି ବନ୍ଧକ ଦ୍ରବ୍ୟ ଗ୍ରହଣ କରେ ନାହିଁ, ଗ୍ଭେରି କରେ ନାହିଁ କିନ୍ତୁ କ୍ଷୁଧାର୍ତ୍ତକୁ ନିଜର ଖାଦ୍ୟ ପ୍ରଦାନ କରେ ଓ ଉଲଗ୍ନକୁ ବସ୍ତ୍ର ଦିଏ। 17 ସେ ଦୀନଦରିଦ୍ରକୁ ସାହାଯ୍ୟ କରେ, ସୁଧ ନ ନେଇ ଲୋକଙ୍କୁ ସେ ଯଦି ଋଣ ଦିଏ, ଆଉ ଆମ୍ଭର ଶାସନ ସକଳ ବିଧି ଅନୁସରଣ କରେ ଓ ମୋର ନୀତି ନିୟମ ଅନୁସାରେ ଜୀବନ ଧାରଣ କରେ, ସେ ଆପଣା ପିତାର ପାପ ସକାଶେ ମରିବ ନାହିଁ, ସେ ନିଶ୍ଚୟ ବଞ୍ଚିବ। 18 ତା’ର ପିତା, କାରଣ ସେ ତାଙ୍କର ନିଜ ଲୋକମାନଙ୍କ ମଧ୍ୟରୁ ଜଣେ ଭାଇ ପ୍ରତି ଅତ୍ୟାଗ୍ଭର କଲା ଓ ତା’ଠାରୁ ଗ୍ଭେରି କରେ କାରଣ ସେ, ଯାହା ସମାଜରେ ଭଲ ତାହା କଲା ନାହିଁ। ତା’ର ଦୋଷ କାରଣରୁ ସେ ମୃତୁବରଣ କରିବ।

19 “କିନ୍ତୁ ତୁମ୍ଭେ ପଗ୍ଭରୁଛ, ‘ପିତାର ପାପର ଦଣ୍ଡ ତା’ର ପୁତ୍ର କାହିଁକି ବହନ ନ କରିବ?’ କାରଣ ଯାହା ନ୍ୟାୟ ଓ ଯଥାର୍ଥ ସେ କରେ ଏବଂ ମୋ’ ନିୟମ ମାନେ ଓ ପ୍ରୟୋଗ କରେ। ସେ ନିଶ୍ଚୟ ଭାବରେ ବଞ୍ଚିବ। 20 କେବଳ ପାପୀମାନେ ମୃତ୍ୟୁବରଣ କରିବେ। ପୁତ୍ର ପିତାର ପାପର ଦଣ୍ଡସବୁ ବହନ କରିବ ନାହିଁ କିମ୍ବା ପିତା ପୁତ୍ରର ପାପର ଦଣ୍ଡସବୁ ବହନ କରିବ ନାହିଁ। ଜଣେ ଧାର୍ମିକ ବ୍ୟକ୍ତିର ଧାର୍ମିକତା ହିସାବ କରାଯିବ ଓ ଦୁଷ୍ଟର ଦୁଷ୍ଟତା ହିସାବ କରାଯିବ।

21 “ଏବଂ ଦୁଷ୍ଟ ଲୋକ ଯେବେ ପାପ ପଥରୁ ବିରତ ହୁଏ, ମୋର ବିଧି ସକଳ ପାଳନ କରେ ଓ ନ୍ୟାୟ ଏବଂ ଧର୍ମାଚରଣ କରେ ତେବେ ସେ ନିଶ୍ଚୟ ବଞ୍ଚିବ, ସେ ମରିବ ନାହିଁ। 22 ତା’ର କୌଣସି ପାପ ସ୍ମରଣ କରାଯିବ ନାହିଁ। ସେ ତା’ର ଧାର୍ମିକତା ଯୋଗୁଁ ବଞ୍ଚିବ।”

23 ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଦୁଷ୍ଟର ମରଣରେ ଆମ୍ଭର ସନ୍ତୋଷ ନ ଥାଏ। ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ ଆମ୍ଭର ସନ୍ତୋଷ ରହିଛି।

24 “କିନ୍ତୁ ଯଦି ଜଣେ ଧାର୍ମିକ ବ୍ୟକ୍ତି ତା’ର ଧାର୍ମିକତାରୁ ବିରତ ହୁଏ ଏବଂ ଦୁଷ୍ଟ ଲୋକର ସମସ୍ତ ଜଘନ୍ୟ କାର୍ଯ୍ୟ କରେ, ସେ ବଞ୍ଚିବ କି? ତା’ର (ଆଗରୁ କରିଥିବା) ଧାର୍ମିକତା କାର୍ଯ୍ୟସବୁ ହିସାବକୁ ନିଆଯିବ ନାହିଁ। ତା’ର ବର୍ତ୍ତମାନର ପାପ ଯୋଗୁଁ ସେ ନିଶ୍ଚିତ ଭାବରେ ମରିବ।

25 “କିନ୍ତୁ ତୁମ୍ଭେ କୁହ, ‘ସଦାପ୍ରଭୁ ନ୍ୟାୟପୂର୍ଣ୍ଣ ନୁହନ୍ତି।’ ହେ ଇସ୍ରାଏଲର ପୁତ୍ରଗଣ, ଶୁଣ, ମୁଁ ନ୍ୟାୟ ଅଟେ। କିନ୍ତୁ ତୁମ୍ଭେମାନେ ଯିଏ ନ୍ୟାୟ ନୁହଁ। 26 ଯଦି ଜଣେ ଧାର୍ମିକ ଲୋକ ତା’ର ଧର୍ମାଚରଣରୁ ବିରତ ହୁଏ ଏବଂ ଯାହା ମନ୍ଦ ତାହା କରେ, ସେ ଏହି କାରଣରୁ ମରିବ। 27 ଦୁଷ୍ଟଲୋକ ଯେତେବେଳେ ନିଜ ଦୁଷ୍ଟତାରୁ ବିରତ ହୋଇ ନ୍ୟାୟ ଓ ଧର୍ମାଚରଣ କରେ ସେତେବେଳେ ସେ ନିଜର ଜୀବନ ରକ୍ଷା କରିବ ଓ ବଞ୍ଚିବ। 28 ସେ ତା’ର ମନ୍ଦ ଆଚରଣକୁ ବିବେଚନା କରେ ଏବଂ ଦୋଷ କରିବା ବନ୍ଦ କରେ, ଯାହା କରିବାରେ ସେ ଅଭ୍ୟସ୍ତ ଥାଏ। ତେବେ ସେ ବଞ୍ଚିବ, ସେ ମୃତ୍ୟୁବରଣ କରିବ ନାହିଁ।”

29 କିନ୍ତୁ ଇସ୍ରାଏଲର ଲୋକମାନେ କହନ୍ତି, “ସଦାପ୍ରଭୁ ନ୍ୟାୟପୂର୍ଣ୍ଣ ନୁହନ୍ତି।”

ପରମେଶ୍ୱର କହନ୍ତି, “ମୁଁ ନ୍ୟାୟପୂର୍ଣ୍ଣ ଅଟେ! ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଯଥାର୍ଥ ନୁହଁ। 30 ତେଣୁ ହେ ଇସ୍ରାଏଲର ଲୋକମାନେ, ମୁଁ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକର ଆଗ୍ଭର ବ୍ୟବହାରାନୁସାରେ ବିଗ୍ଭର କରିବି।” ଏହା ସଦାପ୍ରଭୁ ମୋର ପ୍ରଭୁ କହନ୍ତି। ଆଉ “ତୁମ୍ଭେମାନେ ଆମ୍ଭ ନିକଟକୁ ଫେରି ଆସ ଓ ନିଜର ସମସ୍ତ ଅପରାଧରୁ ବିମୁଖ ହୁଅ। ତାହାହେଲେ ପାପ ତୁମ୍ଭମାନଙ୍କର ବିନାଶର କାରଣ ହେବ ନାହିଁ। 31 ତୁମ୍ଭେମାନେ ତୁମ୍ଭମାନଙ୍କର ସମସ୍ତ ପାପ ଦୂର କରିଦିଅ। ନିଜର ଅନ୍ତଃକରଣ ଓ ଆତ୍ମାକୁ ନୂତନ ଭାବରେ ପ୍ରସ୍ତୁତ କର। ଆଉ ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ନିଜେ ତୁମ୍ଭମାନଙ୍କର ମୃତ୍ୟୁର କାରଣ ହୁଅ ନାହିଁ। 32 ଆମ୍ଭେ ତୁମ୍ଭର ମୃତ୍ୟୁ ଗ୍ଭହୁଁ ନାହୁଁ, ଏଣୁ ଆମ୍ଭ ନିକଟକୁ ଫେରି ଆସ ଓ ବଞ୍ଚି ରୁହ।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 9:32-35

ଲୂଦ ଓ ଯାଫୋରେ ପିତର

32 ଇତି ମଧ୍ୟରେ ପିତର ବିଭିନ୍ନ ଅଞ୍ଚଳ ବୁଲିବୁଲି ଶେଷରେ ଲୂଦ ନଗରରେ ରହୁଥିବା ସାଧୁମାନଙ୍କ ପାଖରେ ଆସି ପହଞ୍ଚିଲେ। 33 ସେଠାରେ ସେ ଏନିୟ ନାମକ ଜଣେ ପକ୍ଷାଘାତ ରୋଗୀକୁ ଦେଖିଲେ। ସେ ଆଠ ବର୍ଷ ଯାଏ ଶଯ୍ୟାଶାୟୀ ଅବସ୍ଥାରେ ପଡ଼ିଥିଲା। 34 ପିତର ତାହାକୁ କହିଲେ, “ଏନିୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଛନ୍ତି, ଉଠ ଓ ତୁମ୍ଭ ବିଛଣା ନିଜେ ସଜାଡ଼। ଏହା କହିବା ମାତ୍ରେ ସେ ଉଠିଗଲା।” 35 ଏହା ଦେଖି ଲୂଦ ଓ ଶାରୋଣର ସମସ୍ତ ବାସିନ୍ଦାମାନେ ମନ ଫେରଣ କରି ପ୍ରଭୁଙ୍କଠାରେ ବିଶ୍ୱାସ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center