Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଆୟୁବ ପୁସ୍ତକ 42:1-6

ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଲା

42 ତା’ପରେ ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା,

“ହେ ସଦାପ୍ରଭୁ ମୁଁ ଜାଣେ ଆପଣ ସବୁକିଛି କରି ପାରନ୍ତି।
    ତୁମ୍ଭେ ଯାହା କର ବା କରିବାକୁ ଗ୍ଭହଁ, କେହି ତୁମ୍ଭକୁ ସେ କାମରୁ ନିବୃତ୍ତ କରାଇ ପାରିବେ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ପଗ୍ଭରିଲ, ‘କିଏ ଏହି ଜ୍ଞାନହୀନ ମଣିଷ, ଯିଏ ନିର୍ବୋଧ ଭଳି କଥା କହୁଛି?’
    ହେ ସଦାପ୍ରଭୁ, ମୁଁ ସେହି ବିଷୟରେ କହିଥିଲି, ଯାହା ମୁଁ ବୁଝି ନ ଥିଲି।
    ମୁଁ ସେହିସବୁ କଥା କହିଥିଲି ଯାହା ଏତେ ଆଶ୍ଚର୍ଯ୍ୟଜନକ ଯେ ତାହା ମୋ’ ବୁଝିବା ଶକ୍ତିର ବାହାରେ।

“ହେ ସଦାପ୍ରଭୁ, ତୁମ୍ଭେ ମୋତେ କହିଲ, ‘ଶୁଣ ଆୟୁବ, ଆମ୍ଭେ ତୁମ୍ଭକୁ କହିବା।
    ଆମ୍ଭେ ତୁମ୍ଭକୁ ପ୍ରଶ୍ନ ପଗ୍ଭରିବା ଓ ତୁମ୍ଭେ ତା’ର ଉତ୍ତର ଦେବ।’
ହେ ସଦାପ୍ରଭୁ, ଅତୀତରେ ମୁଁ ତୁମ୍ଭ ବିଷୟରେ ଶୁଣିଥିଲି।
    କିନ୍ତୁ ଆଜି ମୁଁ ସ୍ୱଚକ୍ଷୁରେ ତୁମ୍ଭକୁ ଦେଖିଲି।
ହେ ସଦାପ୍ରଭୁ, ମୁଁ ଫେରେଇ ନେଉଛି ଯାହା ମୁଁ କହିଥିଲି।
    ହେ ସଦାପ୍ରଭୁ, ମୁଁ ବଡ଼ ଖେଦିତ
ଯେପରି ମୁଁ ଧୂଳି ଓ ପାଉଁଶ ଉପରେ ବସିଛି।
    ମୁଁ ମୋର ମନ ପରିବର୍ତ୍ତନ କରିଛି।”

ଆୟୁବ ପୁସ୍ତକ 42:10-17

10 ଆୟୁବ ତା’ର ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କଲା। ତା’ପରେ ସଦାପ୍ରଭୁ ଆୟୁବକୁ ପୁଣି ସୌଭାଗ୍ୟ ଆଣି ଦେଲେ। ଆୟୁବର ପୂର୍ବରୁ ଯାହା ଥିଲା ତା’ର ଦୁଇଗୁଣ ସେ ଦେଲେ। 11 ତା’ପରେ ଆୟୁବର ଭାଇମାନେ, ଭଉଣୀମାନେ, ଯେଉଁ ଲୋକମାନେ ଆୟୁବକୁ ଜାଣିଥିଲେ, ସମସ୍ତେ ତା’ ଘରକୁ ଆସିଲେ। ସେମାନେ ସମସ୍ତେ ଆୟୁବର ଘରେ ଏକ ବଡ଼ ଭୋଜିରେ ଯୋଗ ଦେଲେ। ସେମାନେ ଆୟୁବକୁ ସାନ୍ତ୍ୱନା ଦେଲେ। ସେମାନେ ଦୁଃଖ ପ୍ରକାଶ କଲେ, କାରଣ ପରମେଶ୍ୱର ଆୟୁବ ପାଇଁ ବହୁତ କଷ୍ଟ ଦେଲେ। ପ୍ରତ୍ୟେକ ବ୍ୟକ୍ତି ଆୟୁବକୁ ଖଣ୍ଡେ ରୂପା ଓ ଗୋଟିଏ ସୁନାମୁଦି ପ୍ରଦାନ କଲେ।

12 ସଦାପ୍ରଭୁ ଆୟୁବକୁ ଅଧିକ ଆଶୀର୍ବାଦ କଲେ, ତାହାଠାରୁ ମଧ୍ୟ ଅଧିକ ଯାହା ତା’ର ପ୍ରଥମ ଥିଲା। ଆୟୁବ 14,000 ମେଣ୍ଢା, 6000 ଓଟ, 1000 ହଳ ବଳଦ, 1000 ମାଈ ଗଧ ପାଇଲେ। 13 ଆୟୁବ ସାତୋଟି ପୁତ୍ର ଓ ତିନୋଟି ଝିଅ ଲାଭ କଲା। 14 ଆୟୁବ ତା’ର ପ୍ରଥମ ଝିଅର ନାମ ଯିନୀମା, ଦ୍ୱିତୀୟ ଝିଅର ନାମ କ‌‌‌ତ୍‌‌‌ସୀୟା ଓ ତୃତୀୟ ଝିଅର ନାମ କେରଣହା‌ପ୍‌ପୁକ୍ ରଖିଲା। 15 ଆୟୁବର ଝିଅମାନେ ସେ ଦେଶର ସବୁଠାରୁ ସୁନ୍ଦରୀ ଥିଲେ ଏବଂ ତାଙ୍କର ପିତା ସେମାନଙ୍କୁ ଅଂଶ ଦେଲେ ତାଙ୍କ ଭାଇମାନଙ୍କ ସହିତ।

16 ଏହା ପରେ ଆୟୁବ 140 ବର୍ଷ ଅଧିକା ବଞ୍ଚିଲା। ସେ ନିଜର ପିଲାମାନଙ୍କର, ନାତିନାତୁଣୀମାନଙ୍କର ଗ୍ଭରିପୁରୁଷ ପର୍ଯ୍ୟନ୍ତ ଦେଖିଲା। 17 ଏବଂ ଆୟୁବ ଦୀର୍ଘ ଓ ପୂର୍ଣ୍ଣ ଜୀବନ ବିତାଇବା ପରେ ବୃଦ୍ଧାବସ୍ଥାରେ ମୃତ୍ୟୁବରଣ କଲା।

ଗୀତସଂହିତା 34:1-8

ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ।

34 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି।
    ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।
ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ।
    ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି।
ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର।
    ତାଙ୍କ ନାମର ମହିମା କୀର୍ତ୍ତନ କର।
ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
    ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର।
    ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ।
    ଏଥିରେ ଲଜ୍ଜିତ ହେବାର କିଛି ନାହିଁ।
ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା
    ଓ ସଦାପ୍ରଭୁ ତାହା ଶୁଣିଲେ
    ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି,
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ।
    ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ।

ଗୀତସଂହିତା 34:19-22

19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
    କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
    ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
    ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
    ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।

ଏବ୍ରୀ 7:23-28

23 ଆହୁରି ମଧ୍ୟ ଯେତେବେଳେ ସେହି ଅନ୍ୟ ଯାଜକମାନେ ମରିଗଲେ, ସେମାନେ ଆଉ ଯାଜକ ହୋଇ ରହି ପାରିଲେ ନାହିଁ। ଏଥିପାଇଁ ସେହି ଯାଜକମାନଙ୍କ ଭିତରୁ ଅନେକ ସେଠାରେ ଥିଲେ। 24 କିନ୍ତୁ ଯୀଶୁ ଅମର। ସେ କେବେ ହେଲେ ଯାଜକ ସେବାରୁ ଅବ୍ୟାହିତ ହେବେ ନାହିଁ। 25 ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଖକୁ ଆସନ୍ତି, ସେମାନଙ୍କୁ ଯୀଶୁ ପରିତ୍ରାଣ ଦେଇ ପାରିବେ। ସେ ନିତ୍ୟ ଜୀବିତ ହେବାରୁ, ଲୋକେ ଯେତେବେଳେ ପରମେଶ୍ୱରଙ୍କ ପାଖକୁ ଆସିବେ, ଯୀଶୁ ସେମାନଙ୍କୁ ସର୍ବଦା ସାହାଯ୍ୟ କରି ପାରିବେ।

26 ଅତଏବ, ଯୀଶୁ ଖ୍ରୀଷ୍ଟଙ୍କ ଭଳି ମହାଯାଜକ ଆମ୍ଭର ଆବଶ୍ୟକ ଥିଲା। ସେ ପବିତ୍ର, ତାହାଙ୍କଠାରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ୱାରା ପ୍ରଭାବିତ ନୁହନ୍ତି। ତାଙ୍କୁ ସ୍ୱର୍ଗଠାରୁ ମଧ୍ୟ ଉଚ୍ଚସ୍ଥାନକୁ ନିଆ ଯାଇଛି। 27 ସେ ଅନ୍ୟ ଯାଜକମାନଙ୍କ ଭଳି ନୁହନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ୟକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସେମାନଙ୍କୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ। 28 ବ୍ୟବସ୍ଥା ଦୁର୍ବଳତା ବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ। ପରମେଶ୍ୱର ଯେଉଁ ଶପଥ ବ୍ୟବସ୍ଥା ପରେ କରିଥିଲେ, ତଦ୍ଦ୍ୱାରା ପରମେଶ୍ୱରଙ୍କ ପୁତ୍ର ଅନନ୍ତକାଳ ପର୍ଯ୍ୟନ୍ତ ମହାଯାଜକ ପଦରେ ନିଯୁକ୍ତି ପାଇଲେ।

ମାର୍କ ଲିଖିତ ସୁସମାଗ୍ଭର 10:46-52

ଯୀଶୁ ଜଣେ ଅନ୍ଧକୁ ଚକ୍ଷୁଦାନ କଲେ(A)

46 ତା’ପରେ ସେମାନେ ଯିରୀହୋକୁ ଆସିଲେ। ଯୀଶୁ ତାହାଙ୍କ ଶିଷ୍ୟ ଓ ଅନେକ ଲୋକଙ୍କ ସହିତ ସେହି ସହର ଛାଡ଼ିଯିବା ସମୟରେ ଟୀମାୟର ପୁଅ ବାର୍ଟୀମୟ ନାମକ ଜଣେ ଅନ୍ଧ ଭିକାରୀ ରାସ୍ତା କଡ଼ରେ ବସିଥିଲା। ସେ ସଦାବାଳେ ଲୋକଙ୍କୁ ଭିକ ମାଗୁଥିଲା। 47 ସେ ଶୁଣିଲା ଯେ, ନାଜରିତୀୟ ଯୀଶୁ ସେହି ବାଟ ଦେଇ ଯାଉଛନ୍ତି। ସେ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ: ମୋ’ ଉପରେ କୃପାକର।”

48 ଅନେକ ଲୋକ ତାକୁ ତୁନି ହେବା ପାଇଁ ଧମକ ଦେଲେ। କିନ୍ତୁ ସେହି ଅନ୍ଧ ଭିକାରୀଟି ଅଧିକରୁ ଅଧିକ ଚିତ୍କାର କରି କହିଲା, “ହେ ଦାଉଦଙ୍କ ପୁତ୍ର ଯୀଶୁ, ମୋ’ ଉପରେ କୃପାକର।”

49 ଯୀଶୁ ଅଟକି ଗଲେ ଓ କହିଲେ, “ତାହାକୁ କୁହ ମୋ’ ପାଖକୁ ଆସୁ।”

ଲୋକମାନେ ଅନ୍ଧ ଲୋକଟିକୁ ଡାକି କହିଲେ, “ସାହସ ଧର, ଉଠ। ଯୀଶୁ ତୁମ୍ଭକୁ ଡାକୁଛନ୍ତି।” 50 ଅନ୍ଧ ଲୋକଟି ତ‌ତ୍‌କ୍ଷଣାତ୍ ତା’ର ଗ୍ଭଦରଟି ଫିଙ୍ଗିଦେଲା ଓ ଡେଇଁ ପଡ଼ିଲା। ସେ ଯୀଶୁଙ୍କ ନିକଟକୁ ଆସିଲା।

51 ଯୀଶୁ ଅନ୍ଧ ଲୋକଟିକୁ ପଗ୍ଭରିଲେ, “ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଗ୍ଭହୁଁଛ?”

ଅନ୍ଧଟି ଉତ୍ତର ଦେଲୋ, “ଗୁରୁ, ମୁଁ ଦେଖିବାକୁ ଗ୍ଭହୁଁଛି।”

52 ଯୀଶୁ କହିଲେ, “ଯାଅ, ତୁମ୍ଭେ ଭଲ ହୋଇଗଲ, କାରଣ ତୁମ୍ଭେ ବିଶ୍ୱାସ କଲ।” ତା’ପରେ ଲୋକଟି ସବୁକିଛି ଦେଖି ପାରିଲା ଓ ସେ ପଥରେ ଯୀଶୁଙ୍କୁ ଅନୁସରଣ କଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center