Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 34:1-8

ଯେତେବେଳେ ଅବିମେଲକ୍ ସାକ୍ଷାତରେ ନିଜର ଚିନ୍ତାଧାରା ଦାଉଦ ପରିବର୍ତ୍ତନ କଲେ ଓ ତାହାଦ୍ୱାରା ତଡ଼ାଖାଇ ଗ୍ଭଲିଗଲେ। ସେହି ସମୟରେ ଦାଉଦଙ୍କ ଗୀତ।

34 ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି।
    ତାଙ୍କର ପ୍ରଶଂସା ମୋର ଓଠରେ ସବୁବେଳେ ଲାଗିରହିବ।
ନମ୍ର ଲୋକମାନେ ଶୁଣ ଓ ଆନନ୍ଦିତ ହୁଅ।
    ମୋର ଆତ୍ମା ସଦାପ୍ରଭୁଙ୍କ ଧ୍ୟାନରେ ବ୍ୟାକୁଳ ହେଉଅଛି।
ମୋ’ ସହିତ ପରମେଶ୍ୱରଙ୍କ ମାହାତ୍ମ୍ୟ ପ୍ରକାଶ କର।
    ତାଙ୍କ ନାମର ମହିମା କୀର୍ତ୍ତନ କର।
ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
    ସେ ମୋତେ ସମସ୍ତ ଭୟରୁ ମୁକ୍ତି ପ୍ରଦାନ କଲେ।
ପରମେଶ୍ୱରଙ୍କ ନିକଟରେ ସାହାଯ୍ୟ ପ୍ରାର୍ଥନା କର।
    ତୁମ୍ଭର ପ୍ରାର୍ଥନା ସ୍ୱୀକାର କରାଯିବ।
    ଏଥିରେ ଲଜ୍ଜିତ ହେବାର କିଛି ନାହିଁ।
ଏହି ଦୁଃଖୀ ଲୋକଟି ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କଲା
    ଓ ସଦାପ୍ରଭୁ ତାହା ଶୁଣିଲେ
    ସେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କଲେ।
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସେମାନଙ୍କ ପାଖରେ ଥା’ନ୍ତି,
    ସେ ସେମାନଙ୍କୁ ଉଦ୍ଧାର କରନ୍ତି।
ସଦାପ୍ରଭୁ ଯେ ମଙ୍ଗଳମୟ ଏହା ପରୀକ୍ଷା କରି ଦେଖ।
    ଯେଉଁ ବ୍ୟକ୍ତି ତାଙ୍କର ଶରଣାଗତ ସେ ତାଙ୍କୁ ସମସ୍ତ ସୁଖ ପ୍ରଦାନ କରନ୍ତି ଏବଂ ସେ ପ୍ରକୃତରେ ସୁଖୀ ହେବ।

ଗୀତସଂହିତା 34:19-22

19 ଧାର୍ମିକ ବ୍ୟକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ
    କିନ୍ତୁ ସଦାପ୍ରଭୁ ସେମାନଙ୍କୁ ସେମାନଙ୍କର ପ୍ରତ୍ୟେକ ବିପଦରୁ ଉଦ୍ଧାର କରିବେ।
20 ସଦାପ୍ରଭୁ ସେମାନଙ୍କ ଶରୀରର ଅସ୍ଥିକୁ ରକ୍ଷା କରିବେ
    ଯେପରିକି ଖଣ୍ଡିଏ ହାଡ଼କୁ ଭାଙ୍ଗିବାକୁ ଦେବେ ନାହିଁ।
21 କିନ୍ତୁ ବିପଦ ସେହି ଦୁଷ୍ଟ ଲୋକମାନଙ୍କୁ ନିଶ୍ଚୟ ବିନଷ୍ଟ କରିବ।
    ଉତ୍ତମ ବ୍ୟକ୍ତିମାନଙ୍କର ଶତ୍ରୁମାନେ ସମୂଳେ ବିନାଶ ପ୍ରାପ୍ତ ଦେବେ।
22 ସଦାପ୍ରଭୁ, ସେହି ଲୋକମାନଙ୍କର ପ୍ରାଣକୁ ଉଦ୍ଧାର କରିବେ, ଯେଉଁମାନେ ତାଙ୍କୁ ଆରାଧନା କରନ୍ତି।
    ଯେଉଁ ବ୍ୟକ୍ତିମାନେ ତାଙ୍କ ଉପରେ ନିର୍ଭରଶୀଳ, ସେ କେବେହେଲେ ସେମାନଙ୍କୁ ଧ୍ୱଂସ ହେବାକୁ ଦେବେ ନାହିଁ।

ନିହିମିୟାଙ୍କର ପୁସ୍ତକ 1

ନିହିମିୟାଙ୍କର ପ୍ରାର୍ଥନା

ଏଗୁଡ଼ିକ ନିହିମିୟାଙ୍କର ବାକ୍ୟ ଅଟେ। ନିହିମିୟା ହଖଲିୟର ପୁତ୍ର ଥିଲେ। ବିଂଶତିତମ ବର୍ଷର କି‌ଶ୍‌ଲେବ୍ ମାସରେ ମୁଁ ଶୂଶନର ରାଜଧାନୀରେ ଥିଲି। ମୁଁ ଯେତେବେଳେ ଶୂଶନରେ ଥିଲି, ମୋର ଭାଇମାନଙ୍କ ମଧ୍ୟରୁ ଜଣେ ତାଙ୍କର ନାମ ଥିଲା, ହନାନି ଓ ଯିହୁଦାରୁ କେତେ ଜଣ ଲୋକ ଆସିଥିଲେ। ତହୁଁ ମୁଁ ସେମାନଙ୍କୁ ବନ୍ଦୀତ୍ୱରୁ ଫେରି ଆସିଥିବା ଅବଶିଷ୍ଟ ଯିହୁଦୀୟମାନଙ୍କ ବିଷୟରେ ଓ ଯିରୁଶାଲମ ବିଷୟରେ ପଗ୍ଭରିଲି।

ସେତେବେଳେ ସେମାନେ ମୋତେ କହିଲେ, “ଯେଉଁମାନେ ବନ୍ଦୀତ୍ୱରୁ ଫେରି ଆସିଥିଲେ ସେହି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହା ଦୁଃଖ ଓ ଅପମାନରେ ଅଛନ୍ତି, କାରଣ ଯିରୁଶାଲମର ପ୍ରାଚୀର ଭାଙ୍ଗି ଅଛି ଏବଂ ଏହାର ଫାଟକକୁ ପୋଡ଼ି ଦିଆଯାଇଅଛି।”

ଯେତେବେଳେ ମୁଁ ସେମାନଙ୍କଠାରୁ ଏହି ସମ୍ବାଦ ଶୁଣିଲି, ମୁଁ ଦୁଃଖିତ ହେଲି। ମୁଁ ବସି କ୍ରନ୍ଦନ କଲି। ମୁଁ ଉପବାସରେ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ବହୁ ଦିନ ଧରି ପ୍ରାର୍ଥନା କଲି। ତା’ପରେ ମୁଁ ଏହିପରି ପ୍ରାର୍ଥନା କଲି:

“ହେ ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ତୁମ୍ଭେ ମହାନ ଓ ଶକ୍ତିଶାଳୀ ପରମେଶ୍ୱର ଅଟ। ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ସବୁ ପାଳନ କରନ୍ତି, ତୁମ୍ଭେ ତୁମ୍ଭର ଚୁକ୍ତି ରକ୍ଷା କର ଓ ସେମାନଙ୍କ ପ୍ରତି ଅନୁରକ୍ତ ରୁହ।

“ତୁମ୍ଭର କର୍ଣ୍ଣ ଶୁଣୁ ଏବଂ ତୁମ୍ଭର ଆଖି ଖୋଲ ଏବଂ ମୋର ପ୍ରାର୍ଥନା ପ୍ରତି ଧ୍ୟାନ ଦିଅ, ଯାହା ମୁଁ ଦିନ ଓ ରାତ୍ରି ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭ ଦାସ ଇସ୍ରାଏଲୀୟମାନଙ୍କ ପାଇଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭ ବିରୁଦ୍ଧରେ କରିଥିବା ପାପ ଆମ୍ଭେ ସ୍ୱୀକାର କରିଅଛୁ। ଉଭୟ ମୁଁ ଓ ମୋର ପରିବାର ପାପ କରିଅଛୁ। ଆମ୍ଭେ ଇସ୍ରାଏଲୀୟମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଭାବରେ ପାପ କରିଅଛୁ। ଆମ୍ଭେମାନେ ତୁମ୍ଭର ଆଜ୍ଞା, ବ୍ୟବସ୍ଥାଗୁଡ଼ିକ ଓ ବିଗ୍ଭର ପାଳନ କରୁ ନାହୁଁ, ଯାହା ତୁମ୍ଭର ଦାସ ମୋଶାଙ୍କ ମାଧ୍ୟମରେ ଆମ୍ଭକୁ ଦେଇଥିଲ।

“ତୁମ୍ଭେ ଯାହାସବୁ କହିଅଛ ତାହା ମନେ ପକାଇବା ପାଇଁ ମୁଁ ତୁମ୍ଭକୁ ପଗ୍ଭରୁଅଛି, ତୁମ୍ଭେ ଆଦେଶ କରିଅଛ ଏବଂ ତୁମ୍ଭର ଦାସ ମୋଶାଙ୍କୁ କହିଥିଲ, ‘ଯଦି ତୁମ୍ଭେମାନେ ପାପ କର, ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା। କିନ୍ତୁ ଯଦି ତୁମ୍ଭେମାନେ ଆମ୍ଭ ପାଖକୁ ଫେରି ଆସିବ ଓ ଆମ୍ଭ ଆଜ୍ଞା ପାଳନ କରି ଓ ଅଭ୍ୟାସ କରି ବାସ କରିବ, ତେବେ ଯଦିଓ ତୁମ୍ଭେମାନେ ଆକାଶର ପ୍ରାନ୍ତ ସୀମାରେ ନିର୍ବାସିତ ଥିଲେ ହେଁ, ଆମ୍ଭେ ସେଠାରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନ କରିବା ପାଇଁ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା।’

10 “ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ, ତୁମ୍ଭେ ଏମାନଙ୍କୁ ଆପଣାର ମହା ପରାକ୍ରମ ଓ ଆପଣାର ବଳବାନ ହସ୍ତଦ୍ୱାରା ମୁକ୍ତ କରିଅଛ। 11 ହେ ସଦାପ୍ରଭୁ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ସମ୍ମାନ କରିବାରେ ଆନନ୍ଦ କରନ୍ତି, ଏମନ୍ତ ତୁମ୍ଭ ଦାସର ଓ ସମସ୍ତ ଦାସମାନଙ୍କର ପ୍ରାର୍ଥନା ପ୍ରତି ଟିକେ କର୍ଣ୍ଣପାତ କର। ଆଉ ପ୍ରାର୍ଥନା କରୁଅଛି ଆଜି ଆପଣା ଦାସକୁ ସଫଳ କରାଅ। ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ।”

ଏ ସମୟରେ, ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।

ଏବ୍ରୀ 7:11-22

11 ଲେବୀ ପରିବାରବର୍ଗଙ୍କ [a] ଯାଜକମାନଙ୍କର ପଦ୍ଧତି ଅନୁଯାୟୀ ଲୋକଙ୍କୁ ବ୍ୟବସ୍ଥା ପ୍ରଦତ୍ତ ହୋଇଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ୱାରା ଲୋକମାନଙ୍କୁ ଆଧ୍ୟାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ୟକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ଭଳି ଆଉ ଜଣେ ଯାଜକର ଆବଶ୍ୟକ ଥିଲା। 12 ଯେତେବେଳେ ଯାଜକର ପରିବର୍ତ୍ତନ ହୁଏ ସେତେବେଳେ ବ୍ୟବସ୍ଥାର ମଧ୍ୟ ପରିବର୍ତ୍ତନ ଆବଶ୍ୟକ ହୋଇଥାଏ। 13 ଆମ୍ଭେ ଏହି କଥାଗୁଡ଼ିକ ଖ୍ରୀଷ୍ଟଙ୍କ ବିଷୟରେ କହୁଛୁ। ସେ ଅନ୍ୟ ଏକ ଗୋଷ୍ଠୀର ଲୋକ ଥିଲେ। ସେହି ଗୋଷ୍ଠୀର କେହି କେବେ ହେଲେ ଆଗରୁ ଯାଜକ ଭାବେ ବେଦୀ [b]ରେ ସେବା କରି ନ ଥିଲେ। 14 କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ଯିହୂଦାଙ୍କ ଗୋଷ୍ଠୀରେ ଜାତ। ମାତ୍ର ସେହି ଗୋଷ୍ଠୀର ଯାଜକମାନଙ୍କ ବିଷୟରେ ମୋଶା କହିନାହାନ୍ତି।

ଯୀଶୁ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ଭଳି ଜଣେ ଯାଜକ

15 ଏହି କଥା ଗୁଡ଼ିକ ଅଧିକ ସୁସ୍ପଷ୍ଟ ହୁଏ ଯେ, ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ଭଳି ଆଉ ଜଣେ ଯାଜକ ଅଛନ୍ତି। 16 ସେ କୌଣସି ଗୋଷ୍ଠୀର ବ୍ୟବସ୍ଥା ଦ୍ୱାରା ଯାଜକ ହୋଇ ନ ଥିଲେ। ବରଂ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ଯାଜକ ହେଲେ। 17 ଶାସ୍ତ୍ରରେ ତାଙ୍କ ବିଷୟରେ କୁହାଯାଇଛି: “ତୁମ୍ଭେ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ଭଳି ଜଣେ ଅନନ୍ତକାଳୀନ ଯାଜକ ଅଟ।” [c]

18 ପୂର୍ବ ବ୍ୟବସ୍ଥା ଦୁର୍ବଳ ଓ ବ୍ୟର୍ଥ ହୋଇଥିବାରୁ ଲୋପ କରି ଦିଆ ହେଲା। 19 ମୋଶାଙ୍କ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା। ଏବେ ଆମ୍ଭକୁ ମିଳିଥିବା ଶ୍ରେଷ୍ଠତର ଭରସାରେ ଆମ୍ଭେ ପରମେଶ୍ୱରଙ୍କ ପାଖକୁ ଆସି ପାରିବା।

20 ଯୀଶୁ ଖ୍ରୀଷ୍ଟଙ୍କୁ ମହାଯାଜକ କଲାବେଳେ, ପରମେଶ୍ୱର ଯେଉଁ ଶପଥ କରିଥିଲେ, ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ଯେତେବେଳେ ଅନ୍ୟମାନେ ଯାଜକ ହୋଇଥିଲେ, ସେତେବେଳେ କୌଣସି ଶପଥ ହୋଇ ନ ଥିଲା। 21 କିନ୍ତୁ ପରମେଶ୍ୱରଙ୍କ ଶପଥ କରିଥିବା ହେତୁରୁ ଯୀଶୁ ଯାଜକ ହୋଇଥିଲେ। ପରମେଶ୍ୱର କହିଥିଲେ:

“ପ୍ରଭୁ ଶପଥ କରିଛନ୍ତି
    ଓ ସେ ନିଜ ନିର୍ଣ୍ଣୟ ପରିବର୍ତ୍ତନ କରିବେ ନାହିଁ,
‘ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।’” (A)

22 ଏହାର ଅର୍ଥ ହେଲା ଯେ ସେହି ପ୍ରକାରେ ପରମେଶ୍ୱରଙ୍କ ନିଜ ଲୋକଙ୍କ ସହିତ କରିଥିବା ଶ୍ରେଷ୍ଠତର ନିୟମର ଯୀଶୁ ହେଉଛନ୍ତି ଜଣେ ଜାମି‌ନ୍‌ଦାର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center