Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ। “ନଷ୍ଟ କର ନାହିଁ” ସ୍ୱରରେ ଆସଫର ଗୀତ।
75 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ।
ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ କରୁଛୁ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ;
ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରନ୍ତି।
2 ପରମେଶ୍ୱର କହିଲେ, “ମୁଁ ବିଗ୍ଭର ଦିନ ନିରୂପିତ କଲେ,
ମୁଁ ନିରପେକ୍ଷଭାବେ ବିଗ୍ଭର କରିବି।
3 ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହୋଇ ପତନ ହେବାକୁ ଯାଉଛନ୍ତି,
କିନ୍ତୁ ମୁଁ ତାକୁ ସ୍ଥିର କରିବି।
4-5 “କିଛି ଲୋକ ବହୁତ ଗର୍ବୀ,
ସେମାନେ ଭାବନ୍ତି ସେମାନେ ବହୁତ ଶକ୍ତିଶାଳୀ।
ଏବଂ ନିଜକୁ ବହୁତ ମୁଖ୍ୟବ୍ୟକ୍ତି ବୋଲି ଭାବନ୍ତି।
କିନ୍ତୁ ମୁଁ ସେହି ଲୋକମାନଙ୍କୁ କହେ, ‘ଆତ୍ମଶ୍ଲାଘା ହୁଅ ନାହିଁ’ ‘ଗର୍ବ କର ନାହିଁ।”’
6 କୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ କରିବାରେ
ପୃଥିବୀର କୌଣସି ଶକ୍ତି ନାହିଁ।
7 ପରମେଶ୍ୱର ବିଗ୍ଭରକର୍ତ୍ତା ଅଟନ୍ତି
ଏବଂ ପରମେଶ୍ୱର ନିଷ୍ପତ୍ତି ନେବେ କିଏ ଯେ ମହାନ ହେବ।
ପରମେଶ୍ୱର ହିଁ ଯେକୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରି ପାରନ୍ତି।
8 ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି,
ଯାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ।
ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳିବେ
ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀୟ ନିଗାଡ଼ି ପିଇବେ।
9 ମୁଁ ଏହିସବୁ ବିଷୟରେ ସଦାକାଳ ପ୍ରଗ୍ଭର କରିବି।
ମୁଁ ଇସ୍ରାଏଲ ପରମେଶ୍ୱରଙ୍କର ପ୍ରଶଂସା କରିବି।
10 ପରମେଶ୍ୱର କହନ୍ତି, “ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦେବି
ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।”
41 “ଆୟୁବ ତୁମ୍ଭେ ବନଶୀ କଣ୍ଟାରେ ଲିବିୟାଥନକୁ ଧରି ପାରିବ କି?
ତୁମ୍ଭେ ତା’ର ଜିଭକୁ ରସିରେ ବାନ୍ଧିପାରିବ କି?
2 ତୁମ୍ଭେ ତା’ ନାକରେ ରସି ପୁରାଇ ପାରିବ କି?
ତା’ର ଦାନ୍ତ ମାଢ଼ିରେ ଅଙ୍କୁଶ ପୁରାଇ ପାରିବ କି?
3 ଲିବିୟାଥନ ତୁମ୍ଭକୁ ଭିକ୍ଷା କରିବ କି ତାକୁ ମୁକୁଳାଇବା ପାଇଁ?
ସେ ତୁମ୍ଭକୁ କୋମଳ ଶବ୍ଦରେ କଥା କହିବ କି?
4 ଲିବିୟାଥନ ତୁମ୍ଭ ସହିତ ଚୁକ୍ତି କରିବ କି?
ଏବଂ ତୁମ୍ଭ ସହିତ ଚିରଦିନ ରହିବାକୁ ପ୍ରତିଜ୍ଞା କରିବ କି?
5 ତୁମ୍ଭେ ଲିବିୟାଥନ ସହିତ ଖେଳିପାରିବ କି? ତୁମ୍ଭେ ପକ୍ଷୀ ସହିତ ଖେଳିଲା ଭଳି ତା’ ସହିତ ଖେଳି ପାରିବ କି?
ତୁମ୍ଭେ ତାକୁ ଏକ ରସିରେ ବାନ୍ଧି ତୁମ୍ଭର ଦାସୀକୁ ତା’ ସହିତ ଖେଳାଇ ପାରିବ କି?
6 କୈବର୍ତ୍ତ ତୁମ୍ଭଠାରୁ ତାକୁ କିଣିବାକୁ ଚେଷ୍ଟା କରିବ କି?
ସେମାନେ ତାକୁ ଖଣ୍ଡ ଖଣ୍ଡ କରି କାଟି ତାକୁ ବ୍ୟବସାୟୀମାନଙ୍କୁ ବିକିବେ କି?
7 ତୁମ୍ଭେ ତା’ର ଚମଡ଼ା ଓ ମୁଣ୍ଡକୁ ବର୍ଚ୍ଛା ମାରିପାରିବ କି?
8 “ଆୟୁବ, ତୁମ୍ଭେ ଯଦି ଥରେ ମାତ୍ର ଲିବିୟାଥନ ଉପରେ ହାତ ରଖ,
ତୁମ୍ଭେ କେବେ ଆଉଥରେ କରିବ ନାହିଁ! ଭାବ ସେ କି ପ୍ରକାର ଯୁଦ୍ଧ ହେବ।
9 ତୁମ୍ଭେ କ’ଣ ଭାବୁଛ ତୁମ୍ଭେ ତାକୁ ପରାସ୍ତ କରି ପାରିବ?
ଭୁଲି ଯାଅ! କୌଣସି ଭରସା ନାହିଁ!
ତା’ ପ୍ରତି ଅନାଇଲେ ତୁମ୍ଭେ ଭୟଭୀତ ହେବ।
10 କୌଣସି ମନୁଷ୍ୟ ଏତେ ସାହସୀ ନୁହେଁ ଯେ
ତାକୁ ଉଠାଇବ ଓ ରଗାଇବ।
“ଏବଂ କେଉଁ ମନୁଷ୍ୟ ତା’ ବିରୁଦ୍ଧରେ ଠିଆ ମଧ୍ୟ ହୋଇ ପାରିବ ନାହିଁ।
11 କୌଣସି ଜିନିଷ ପାଇଁ ମୁଁ କାହାର ଋଣୀ ନୁହେଁ,
ସ୍ୱର୍ଗରେ ଯାହାକିଛି ଅଛି, ସେ ସବୁ ମୋର ଅଧୀନ ଅଟେ।
13 ପରମେଶ୍ୱର ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ। ପରମେଶ୍ୱରଙ୍କ ବ୍ୟତୀତ ମହାନ ଲୋକ ଆଉ କେହି ନାହାନ୍ତି। ଅତଏବ ପରମେଶ୍ୱର ନିଜ ନାମରେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ସାଧନା କରିବେ ବୋଲି କହିଛନ୍ତି। 14 ପରମେଶ୍ୱର କହିଲେ: “ମୁଁ ଅବଶ୍ୟ ତୁମ୍ଭକୁ ଆଶୀର୍ବାଦ କରିବି। ମୁଁ ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବି।” [a] 15 ଅବ୍ରହାମ ଧୈର୍ଯ୍ୟପୂର୍ବକ ଏହା ଘଟିବା ପାଇଁ ଅପେକ୍ଷା କଲେ। ଓ ପରେ ସେ ପରମେଶ୍ୱରଙ୍କ ପ୍ରତିଜ୍ଞାନୁସାରେ ଫଳପ୍ରାପ୍ତ ହେଲେ।
16 ମନୁଷ୍ୟମାନେ ନିଜ ଅପେକ୍ଷା ମହତ୍ ଲୋକର ନାମ ନେଇ ଶପଥ କରିଥା’ନ୍ତି। ଏହା ଦ୍ୱାରା ସେମାନଙ୍କର କଥାର ସତ୍ୟତା ପ୍ରମାଣିତ ହୁଏ ଓ ସେମାନଙ୍କ ବିବାଦର ନିଷ୍ପତ୍ତି ହୁଏ। 17 ପରମେଶ୍ୱର ନିଜ ପ୍ରତିଜ୍ଞାର ସତ୍ୟତା ପ୍ରମାଣିତ କରିବା ପାଇଁ ଇଚ୍ଛା କଲେ। ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ପ୍ରମାଣିତ କରିବାକୁ ଇଚ୍ଛା କଲେ। ସେ ସେମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇ ଦେବାକୁ ଗ୍ଭହିଁଲେ ଯେ ତାଙ୍କର ଯୋଜନାରେ କୌଣସି ପରିବର୍ତ୍ତନ ଘଟେ ନାହିଁ। କାରଣ ପରମେଶ୍ୱର ଯାହା କହନ୍ତି, ତାହା ନିଶ୍ଚିତ ହେବ ଏବଂ ଏହା ପ୍ରମାଣିତ କରିବାକୁ ସେ ପ୍ରତିଜ୍ଞା ସହ ଶପଥ ମଧ୍ୟ କରନ୍ତି। 18 ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତେବେଳେ ପରମେଶ୍ୱର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲାବେଳେ ମଧ୍ୟ ସେ ମିଛ କହି ପାରନ୍ତି ନାହିଁ।
ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ୱରଙ୍କ ପାଖକୁ ଆସିଛନ୍ତି, ସେମାନଙ୍କୁ ଉକ୍ତ କଥା ସାନ୍ତ୍ୱନା ପ୍ରଦାନକରେ ଓ ପରମେଶ୍ୱରଙ୍କ ଭରସାରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ। 19 ଆମ୍ଭର ସେହି ଭରସା ଗୋଟିଏ ଲଙ୍ଗର ଭଳି ନିଶ୍ଚିତ ଓ ସୁଦୃଢ଼। ଏହା ମନ୍ଦିରର ପରଦା ଆଢ଼ୁଆଳରେ ଥିବା ପବିତ୍ର ସ୍ଥାନରେ ପ୍ରବେଶ କରି ଆମ୍ଭର ଆତ୍ମାକୁ ସୁରକ୍ଷିତ ରଖେ। 20 ଯୀଶୁ ଆଗରୁ ସେଠାକୁ ଯାଇ ସାରିଛନ୍ତି, ଓ ଆମ୍ଭ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ମଲ୍କୀଷେଦକଙ୍କ ଭଳି ଯୀଶୁ ଅନନ୍ତକାଳୀନ ମହାଯାଜକ ଅଟନ୍ତି।
2010 by World Bible Translation Center