Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ। “ନଷ୍ଟ କର ନାହିଁ” ସ୍ୱରରେ ଆସଫର ଗୀତ।
75 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ।
ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ କରୁଛୁ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ;
ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରନ୍ତି।
2 ପରମେଶ୍ୱର କହିଲେ, “ମୁଁ ବିଗ୍ଭର ଦିନ ନିରୂପିତ କଲେ,
ମୁଁ ନିରପେକ୍ଷଭାବେ ବିଗ୍ଭର କରିବି।
3 ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହୋଇ ପତନ ହେବାକୁ ଯାଉଛନ୍ତି,
କିନ୍ତୁ ମୁଁ ତାକୁ ସ୍ଥିର କରିବି।
4-5 “କିଛି ଲୋକ ବହୁତ ଗର୍ବୀ,
ସେମାନେ ଭାବନ୍ତି ସେମାନେ ବହୁତ ଶକ୍ତିଶାଳୀ।
ଏବଂ ନିଜକୁ ବହୁତ ମୁଖ୍ୟବ୍ୟକ୍ତି ବୋଲି ଭାବନ୍ତି।
କିନ୍ତୁ ମୁଁ ସେହି ଲୋକମାନଙ୍କୁ କହେ, ‘ଆତ୍ମଶ୍ଲାଘା ହୁଅ ନାହିଁ’ ‘ଗର୍ବ କର ନାହିଁ।”’
6 କୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ କରିବାରେ
ପୃଥିବୀର କୌଣସି ଶକ୍ତି ନାହିଁ।
7 ପରମେଶ୍ୱର ବିଗ୍ଭରକର୍ତ୍ତା ଅଟନ୍ତି
ଏବଂ ପରମେଶ୍ୱର ନିଷ୍ପତ୍ତି ନେବେ କିଏ ଯେ ମହାନ ହେବ।
ପରମେଶ୍ୱର ହିଁ ଯେକୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରି ପାରନ୍ତି।
8 ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି,
ଯାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ।
ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳିବେ
ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀୟ ନିଗାଡ଼ି ପିଇବେ।
9 ମୁଁ ଏହିସବୁ ବିଷୟରେ ସଦାକାଳ ପ୍ରଗ୍ଭର କରିବି।
ମୁଁ ଇସ୍ରାଏଲ ପରମେଶ୍ୱରଙ୍କର ପ୍ରଶଂସା କରିବି।
10 ପରମେଶ୍ୱର କହନ୍ତି, “ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦେବି
ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।”
40 ସଦାପ୍ରଭୁ ଆୟୁବକୁ ଉତ୍ତର ଦେଇ କହିଲେ,
2 “ଆୟୁବ, ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ସହିତ ଯୁକ୍ତି କରୁଛ।
ଆମ୍ଭେ ଭୁଲ୍ କରିଛୁ ବୋଲି ତୁମ୍ଭେ ବିଗ୍ଭର କରିଛ, କ’ଣ ସ୍ୱୀକାର କରିବ ଯେ ତୁମ୍ଭେ ଭୁଲ୍ କରିଛ ବୋଲି, ତୁମ୍ଭେ ମୋତେ ଉତ୍ତର ଦିଅ।”
3 ତା’ପରେ ଆୟୁବ ପରମେଶ୍ୱରଙ୍କୁ ଉତ୍ତର ଦେଇ କହିଲା,
4 “ମୁଁ ଅତି ନିକୃଷ୍ଟ କଥା କହିବାକୁ!
ମୁଁ ବା ତୁମ୍ଭକୁ କି ଉତ୍ତର ଦେବି?
ମୁଁ ତୁମ୍ଭକୁ ଉତ୍ତର ଦେଇ ପାରିବି ନାହିଁ।
ମୁଁ ମୋର ହାତଦ୍ୱାରା ମୋର ମୁହଁ ବନ୍ଦ କରିବି।
5 ମୁଁ କହିଛି କିନ୍ତୁ ଆଉ ଥରେ କହେ ନାହିଁ।
ମୁଁ ଦୁଇଥର କହିଛି କିନ୍ତୁ ତା’ଠାରୁ ଅଧିକ କିଛି କହି ପାରିବି ନାହିଁ।”
6 ତା’ପରେ ସଦାପ୍ରଭୁ ଆୟୁବକୁ ସେହି ଝଡ଼ ଭିତରୁ ଉତ୍ତର ଦେଲେ।
ସଦାପ୍ରଭୁ କହିଲେ,
7 “ଆୟୁବ, କଟିବନ୍ଧନ କରି ଜଣେ ମନୁଷ୍ୟ ପରି।
ଏବଂ ମୁଁ ଯାହା ପ୍ରଶ୍ନ କରିବି ତା’ର ଉତ୍ତର ଦେବାକୁ ପ୍ରସ୍ତୁତ ହୁଅ।
8 “ଆୟୁବ, ତୁମ୍ଭେ କ’ଣ ଭାବୁଛ ମୁଁ ନ୍ୟାୟୀ ନୁହେଁ?
ତୁମ୍ଭେ କହୁଛ ମୁଁ ଅପରାଧୀ ଭୁଲ୍ କାମ କରିଛି, ଯଦ୍ଦ୍ୱାରା ତୁମ୍ଭେ ନିରୀହ ପ୍ରମାଣିତ ହେବ।
9 ତୁମ୍ଭର ବାହୁ କ’ଣ ପରମେଶ୍ୱରଙ୍କ ବାହୁ ତୁଲ୍ୟ?
ତୁମ୍ଭର କ’ଣ ପରମେଶ୍ୱରଙ୍କ ଭଳି କଣ୍ଠସ୍ୱର ରହିଛି,
ଯାହାକି ଘଡ଼ଘଡ଼ି ପରି ଗର୍ଜନ କରିପାରେ?
10 ଯଦି ତୁମ୍ଭେ ପରମେଶ୍ୱରଙ୍କ ପରି, ତା’ହେଲେ ତୁମ୍ଭେ ଗର୍ବ କରିପାର।
ଯଦି ତୁମ୍ଭେ ପରମେଶ୍ୱରଙ୍କ ସହ ସମକକ୍ଷ, ତା’ହେଲେ ତୁମ୍ଭେ ପରମେଶ୍ୱରଙ୍କ ପରି ମହିମା ଓ ସମ୍ମାନର ବସ୍ତ୍ର ପରିଧାନ କରିପାର।
11 ଯଦି ତୁମ୍ଭେ ପରମେଶ୍ୱରଙ୍କ ତୁଲ୍ୟ, ତା’ହେଲେ ତୁମ୍ଭେ ତୁମ୍ଭର କ୍ରୋଧ ପ୍ରକାଶ କରିପାର ଓ ଉଦ୍ଧତ ଲୋକମାନଙ୍କୁ ଦଣ୍ଡ ଦେଇପାର।
ସେହି ଗର୍ବୀ ଲୋକମାନଙ୍କୁ ନମ୍ର କରାଅ।
12 ହଁ ଆୟୁବ, ସେହି ଗର୍ବୀ ଲୋକମାନଙ୍କୁ ଦେଖ ଏବଂ ସେମାନଙ୍କୁ ନମ୍ର କର।
ଦୁଷ୍ଟମାନଙ୍କୁ ସେମାନେ ଛିଡ଼ା ହୋଇଥିବା ସ୍ଥାନରେ ହିଁ ଦଳି ଦିଅ।
13 ସବୁ ଗର୍ବୀ ଲୋକମାନଙ୍କୁ ମାଟିରେ ପୋତିଦିଅ।
ସେମାନଙ୍କର ଶରୀର ଗୁଡ଼ାଇ ଦିଅ ଏବଂ ସମୟ ଭିତରେ ରଖିଦିଅ।
14 ଆୟୁବ, ଯଦି ତୁମ୍ଭେ ଏସବୁ କରି ପାରିବ ତା’ହେଲେ ମୁଁ ତୁମ୍ଭକୁ ପ୍ରଶଂସା କରିବି
ଏବଂ ମୁଁ ସ୍ୱୀକାର କରେ ଯେ, ନିଜର ଦକ୍ଷିଣ ହସ୍ତ ଯୋଗୁଁ ତୁମ୍ଭେ ନିଜକୁ ରକ୍ଷା କରିବାକୁ ସମର୍ଥ।
15 “ଆୟୁବ, ତୁମ୍ଭେ ବହେମୋତକୁ ଦେଖ।
ମୁଁ ପରମେଶ୍ୱର, ସେହି ବହେମୋତକୁ ସୃଷ୍ଟି କରିଛି ଓ ତୁମ୍ଭକୁ ମଧ୍ୟ ମୁଁ ସୃଷ୍ଟି କରିଛି।
ବହେମୋତ ଗାଈପରି ଘାସ ଖାଏ।
16 ବହେମୋତର ଶରୀରରେ ଅତ୍ୟଧିକ ଶକ୍ତି ଅଛି।
ତା’ର ପାକସ୍ଥଳୀର ମାଂସପେଶୀ ଅତି ବଳିଷ୍ଠ।
17 ବହେମୋତର ଲାଞ୍ଜ ଏରସବୃକ୍ଷ ପରି ଶକ୍ତ।
ତା’ର ଗୋଡ଼ର ମାଂସପେଶୀ ଅତି ଶକ୍ତ।
18 ବହେମୋତର ହାଡ଼ସବୁ ତମ୍ବା ପରି ଅତି ଶକ୍ତ।
ତା’ର ଗୋଡ଼ ଲୁହାଖମ୍ବ ଭଳି ଶକ୍ତ।
19 ବହେମୋତ ପରମେଶ୍ୱରଙ୍କ ସୃଷ୍ଟିରେ ସର୍ବୋତ୍ତମ।
ଅନ୍ୟ କେହି ଯଦି ତାକୁ ସୃଷ୍ଟି କରିଛି ବୋଲି ଦାବୀ କରେ, ତାକୁ ତା’ର ଖଡ଼୍ଗ ବାହାର କରି ଏହି ଦାବିକୁ ପ୍ରତିରକ୍ଷା କରିବାକୁ ଦିଅ।
20 ବହେମୋତ ପାହାଡ଼ ଉପରେ ଜନ୍ମିଥିବା ଘାସ ଖାଏ।
ଯେଉଁଠାରେ ଜଙ୍ଗଲୀ ପ୍ରାଣୀମାନେ ଖୋଜାବୁଲା କରନ୍ତି।
21 ବହେମୋତ ପଦ୍ମବନ ତଳେ ଶୟନ କରେ।
ବହେମୋତ ନଳବଣରେ ନିଜକୁ ଲୁଗ୍ଭଇ ରଖିପାରେ।
22 ପଦ୍ମପତ୍ର ସବୁ ତା’ର ଛାୟାରେ ବହେମୋତକୁ ଲୁଗ୍ଭଇ ରଖିପାରେ।
ସେ ନଦୀ କୂଳରେ ଜନ୍ମିଥିବା ବାଇଶ ବୃକ୍ଷ ତଳେ ବାସ କରେ।
23 ଯଦି ନଦୀରେ ବନ୍ୟା ଆସେ ବହେମୋତ ସେଠାରୁ ପଳାଇଯିବ ନାହିଁ।
ସେ ଭୟଭୀତ ହୁଏ ନାହିଁ।
ଯଦିଓ ଯର୍ଦ୍ଦନ ନଦୀର ପାଣି ତା’ ନାକ ପର୍ଯ୍ୟନ୍ତ ପହଞ୍ଚେ।
24 କେହି ବହେମୋତର ଆଖିକୁ ଅନ୍ଧ କରିପାରେ ନାହିଁ
ଏବଂ ଯନ୍ତାରେ ଧରିପାରେ ନାହିଁ।
6 ଅତଏବ ଖ୍ରୀଷ୍ଟଙ୍କ ବିଷୟରେ ପ୍ରାରମ୍ଭିକ ଶିକ୍ଷାର ସମାପ୍ତି ଘଟାଇବା ଦରକାର। ଆମ୍ଭେ ଯେଉଁସବୁ କାର୍ଯ୍ୟ କରିବା ଆରମ୍ଭ କରିଛୁ, ତହିଁରୁ ପଶ୍ଚାତ୍ପଦ ହେବା ନାହିଁ। ଯେତେବେଳେ ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆମ୍ଭ ଜୀବନ ଆରମ୍ଭ କରିଲୁ, ଆମ୍ଭେମାନେ ମନ୍ଦକର୍ମରୁ ବିମୁଖ ହୋଇ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲୁ। 2 ସେତେବେଳେ ଆମ୍ଭେ ବାପ୍ତିସ୍ମ ବିଷୟରେ ଲୋକଙ୍କୁ ହସ୍ତାର୍ପଣ କରିବା ବିଷୟରେ, ମୃତ୍ୟୁରୁ ପୁନରୁତ୍ଥିତ ହେବା ବିଷୟରେ ଓ ଶେଷ ବିଗ୍ଭର ବିଷୟରେ ଶିକ୍ଷା ପାଇଥିଲୁ। କିନ୍ତୁ ଏବେ ଆମ୍ଭେ ସିଦ୍ଧିଲାଭ କରିବାକୁ ଅଗ୍ରସର ହେବା ଉଚିତ୍। 3 ହଁ ଯଦି ପରମେଶ୍ୱର ଅନୁମତି ଦିଅନ୍ତି, ଆମ୍ଭେ ଏପରି କରିବା।
4-6 ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦେଲା ପରେ କ’ଣ ତୁମ୍ଭେମାନେ ସେମାନଙ୍କ ଜୀବନ କେବେ ପରିବର୍ତ୍ତନ କରି ପାରିବ? ଯେଉଁମାନେ ସତ୍ୟର ଶିକ୍ଷା ପାଇ ସାରିଛନ୍ତି ମୁଁ ସେମାନଙ୍କୁ ଏହା କହୁଛି। ସେମାନେ ପରମେଶ୍ୱରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ରଆତ୍ମାଙ୍କ ସହଭାଗୀ ହୋଇଛନ୍ତି। ସେମାନେ ପରମେଶ୍ୱରଙ୍କ କଥା ଶୁଣିଲେ ଓ ପରମେଶ୍ୱରଙ୍କ ଭାବୀଜଗତର ମହାନ୍ ଶକ୍ତି ଗୁଡ଼ିକୁ ଦେଖିଥିଲେ। ସେମାନେ ତହିଁର ଉତ୍ତମତା ଜୀବନରେ ଉପଲବ୍ଧି କରିଛନ୍ତି। କିନ୍ତୁ ତା’ପରେ ମଧ୍ୟ ସେମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ିଛନ୍ତି। ସେମାନେ ଯୀଶୁଙ୍କୁ ପୁନର୍ବାର କ୍ରୁଶରେ ଚଢ଼ାଇ କଣ୍ଟା ମାରୁଛନ୍ତି। ସେମାନେ ସମସ୍ତଙ୍କ ଆଗରେ ଯୀଶୁ ଖ୍ରୀଷ୍ଟଙ୍କୁ ଅପମାନିତ କରୁଛନ୍ତି।
7 ସେ ଲୋକମାନେ ହେଉଛନ୍ତି ପ୍ରଚୁର ବୃଷ୍ଟି ହେଉଥିବା କ୍ଷେତ୍ର ସଦୃଶ। କୃଷକ ଲୋକମାନଙ୍କ ପାଇଁ ଶସ୍ୟ ଉତ୍ପନ୍ନ କରିବା ନିମନ୍ତେ ସେହି କ୍ଷେତ୍ରର ରକ୍ଷଣ ବେକ୍ଷଣ କରେ। ଯଦି ସେହି କ୍ଷେତ୍ର ଲୋକମାନଙ୍କ ପାଇଁ ଉପଯୋଗୀ ଫସଲ ଉତ୍ପନ୍ନ କରେ, ତାହା, ପରମେଶ୍ୱରଙ୍କର ଆଶୀର୍ବାଦ ପାଏ। 8 କିନ୍ତୁ ଯଦି ସେହି କ୍ଷେତ୍ର କଣ୍ଟା ଓ ଅନାବନା ଘାସ ଉତ୍ପନ୍ନ କରେ, ତା’ହେଲେ ତାହା ଅକାମୀ ଅଟେ। ସେହି ଭୂମି ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ଅଭିଶପ୍ତ ହୁଏ, ଓ ଶେଷରେ ତାହା ଅଗ୍ନି ଦ୍ୱାରା ବିନଷ୍ଟ ହେବ।
9 ପ୍ରିୟ ମିତ୍ରଗଣ! ଆମ୍ଭେ ତୁମ୍ଭମାନଙ୍କୁ ଏହି କଥା କହୁଛୁ। କିନ୍ତୁ ପ୍ରକୃତରେ ଆମ୍ଭେ ତୁମ୍ଭମାନଙ୍କଠାରୁ ଅଧିକ ଉତ୍ତମ ବିଷୟ ଆଶା କରୁ। ଆମ୍ଭେ ନିଶ୍ଚିତ ଯେ ତୁମ୍ଭେମାନେ ପରିତ୍ରାଣର କଥା ଆମ୍ଭକୁ କହିବ। ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କୁ ସାହାଯ୍ୟ କରି ଯେଉଁ ପ୍ରେମଭାବ ପ୍ରଦର୍ଶିତ କରିଛ, ସେହି ଭଲ କାମକୁ ପରମେଶ୍ୱର ସଦାସର୍ବଦା ମନେ ରଖିବେ। 10 ପରମେଶ୍ୱର ହେଉଛନ୍ତି ନ୍ୟାୟୀ। ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କୁ ସାହାଯ୍ୟ କରି ଗ୍ଭଲିଛ, ଏ କଥା ସେ ମନେ ରଖିବେ। 11 ଆମ୍ଭେ ଗ୍ଭହୁଁ ଯେ ତୁମ୍ଭମାନଙ୍କ ଭିତରୁ ପ୍ରତ୍ୟେକ ଜୀବନସାରା ସେହିଭଳି କଠୋର ପରିଶ୍ରମ କରୁଥାଅ। ତେବେ ତୁମ୍ଭେମାନେ ତୁମ୍ଭର ପ୍ରତ୍ୟାଶିତ ମହତ୍ ବିଷୟ ଲାଭ କରିବ। 12 ତୁମ୍ଭେମାନେ ଆଳସ୍ୟପରାୟଣ ନ ହୋଇ ଯେପରି ପରମେଶ୍ୱରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତ ହୋଇଥିବା ଲୋକମାନଙ୍କ ପରି ହୁଅ, ଏ କଥା ଆମ୍ଭେ ଗ୍ଭହୁଁ। ସେମାନେ ତାହାଙ୍କର ବିଶ୍ୱାସ ଓ ଧୈର୍ଯ୍ୟ ହେତୁରୁ ପରମେଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ହେଉଛନ୍ତି।
2010 by World Bible Translation Center