Revised Common Lectionary (Semicontinuous)
104 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମହାନ।
ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
2 ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର।
ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
3 ପରମେଶ୍ୱର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ।
ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଅଛ।
ତୁମ୍ଭେ ବାୟୁ ରୂପକ ପକ୍ଷ ଦ୍ୱାରା ଆକାଶରେ ଗମନାଗମନ କରୁଅଛ।
4 ହେ ପରମେଶ୍ୱର, ତୁମ୍ଭେ ଆପଣା ଦୂତମାନଙ୍କୁ ବାୟୁ ପରି କର
ଓ ତୁମ୍ଭର ସେବକମାନଙ୍କୁ ଅଗ୍ନି [a] ସଦୃଶ କର।
5 ହେ ପରମେଶ୍ୱର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଅଛ
ଯେ ତାହା ମୂଳରୁ କେବେ ଧକ୍କା ହେବ ନାହିଁ।
6 ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ୟ ଆଚ୍ଛାଦନ କଲ।
ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।
7 କିନ୍ତୁ ତୁମ୍ଭେ ଆଜ୍ଞା ଦେଲ ଓ ଜଳରାଶି ସେଠାରୁ ଛାଡ଼ି ପଳାଇଲା।
ହେ ପରମେଶ୍ୱର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।
8 ସେହି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା
ଏବଂ ତା’ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା।
9 ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ।
ଯେପରିକି ସେମାନେ ତାହା ଅତିକ୍ରମ କରି ପାରିବେ ନାହିଁ।
ଜଳରାଶି କେବେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରି ପାରିବ ନାହିଁ।
24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ପ୍ରଶଂସା କର।
39 “ଆୟୁବ ତୁମ୍ଭେ ଜାଣିଛ କି କେତେବେଳେ ପାହାଡ଼ୀ ଛେଳି ଜନ୍ମଗ୍ରହଣ କରେ?
ତୁମ୍ଭେ କେବେ ଦେଖିଛ କି ମା ହରିଣକୁ ତା’ର ଛୁଆ ଦେବାର?
2 ତୁମ୍ଭେ ଏ କଥା ଜାଣିଛ କି କେତେ ମାସ ପାହାଡ଼ୀ ଛେଳି ଓ ହରିଣ ଶାବକର ଗର୍ଭମାସ ଧାରଣର କ୍ଷମତା?
ତୁମ୍ଭେ ଜାଣ କି କେତେବେଳେ ସେମାନଙ୍କ ଜନ୍ମ ହେବାର ଉପଯୁକ୍ତ ସମୟ?
3 ସେହି ପଶୁମାନେ ପଡ଼ିରହି ଗର୍ଭ ଯନ୍ତ୍ରଣା ଭୋଗକରି
ତା’ର ପିଲାମାନଙ୍କୁ ଜନ୍ମ ଦିଅନ୍ତି।
4 ସେହି ପଶୁ ଛୁଆମାନେ କ୍ଷେତରେ ବଡ଼ ସବଳ ହୋଇଯା’ନ୍ତି।
ତା’ପରେ ସେମାନେ ମା’କୁ ଛାଡ଼ି ଗ୍ଭଲିଯାଆନ୍ତି, ଆଉ ଫେରନ୍ତି ନାହିଁ।
5 “ଆୟୁବ, କିଏ ବଣୁଆ ଗଧକୁ ଛାଡ଼ିଦିଅନ୍ତି?
ସେ ସେମାନଙ୍କର ଦଉଡ଼ିସବୁ ଫିଟାନ୍ତି ଏବଂ ସେମାନଙ୍କୁ ଛାଡ଼ିଦିଅନ୍ତି।
6 ମୁଁ ସେହି ବଣୁଆ ଗଧ ପାଇଁ ମରୁଭୂମିକୁ ତା’ର ବାସସ୍ଥାନ କରିଛି।
ମୁଁ ସେହି ଲୁଣିଆ ସ୍ଥାନକୁ ସେମାନଙ୍କ ବ୍ୟବହାର ପାଇଁ ଛାଡ଼ି ଦେଇଛି।
7 ବଣୁଆ ଗଧମାନେ ନଗରର କୋଳାହଳକୁ ତୁଚ୍ଛ କରନ୍ତି।
କେହି ସେମାନଙ୍କୁ ନିୟନ୍ତ୍ରଣ କରି ପାରିବେ ନାହିଁ।
8 ବଣୁଆ ଗଧମାନେ ପାହାଡ଼ରେ ବାସ କରନ୍ତି,
ତାହା ସେମାନଙ୍କ ଚରିବା ସ୍ଥାନ।
ସେହି ସ୍ଥାନରେ ସେମାନେ ତାଙ୍କର ଖାଦ୍ୟ ଅନୁସନ୍ଧାନ କରନ୍ତି।
9 “ଆୟୁବ, ଗୋଟିଏ ବଣୁଆ ଷଣ୍ଢ ତୁମ୍ଭ କଥାରେ ରାଜି ହୋଇ ତୁମ୍ଭ କାମ କରିବ କି?
ସେ ତୁମ୍ଭ ଗୁହାଳରେ ରହିବ କି?
10 ଗୋଟିଏ ବଣୁଆ ଷଣ୍ଢକୁ ଦଉଡ଼ିରେ ବାନ୍ଧି ଦେବ କି,
ଯଦ୍ଦ୍ୱାରା ତୁମ୍ଭେ ଆପଣା ଭୂମି ଗ୍ଭଷ କରିବ?
11 ବଣୁଆ ଷଣ୍ଢ ଅତି ବଳଶାଳୀ।
ତୁମ୍ଭେ କ’ଣ ତା’ ଉପରେ ନିର୍ଭର କରି ପାରିବ ତୁମ୍ଭ କାମ କରିବା ପାଇଁ?
12 ତୁମ୍ଭେ ତା’ ଉପରେ ନିର୍ଭର କରି ପାରିବ କି?
ତୁମ୍ଭର ଶସ୍ୟଅମଳ କରିବା ପାଇଁ ଶସ୍ୟସବୁ ଖଳାକୁ ଆଣିବାକୁ?
13 “ଓଟ ପକ୍ଷୀ ଉତ୍ତେଜନାରେ ଡେଣା ହଲାଏ କିନ୍ତୁ ଏହା ଉଡ଼ିପାରିବ ନାହିଁ।
ଏହାର ଡେଣା ବଗ ପରି ନୁହେଁ।
14 ଓଟ ପକ୍ଷୀ ଭୂମିରେ ଅଣ୍ଡା ଦିଏ
ଏବଂ ସେମାନେ ବାଲିରେ ଉଷ୍ଣ ହୁଅନ୍ତି।
15 ଓଟ ପକ୍ଷୀ ଭୁଲିଯାଏ ହୁଏତ ତା’ର ଅଣ୍ଡା ଉପରେ କିଏ ଚଢ଼ିଯିବ
କିମ୍ବା କୌଣସି ବଣୁଆ ଜନ୍ତୁ ତା’ର ଅଣ୍ଡାକୁ ଭାଙ୍ଗି ଦେବେ।
16 ଓଟପକ୍ଷୀ ତା’ର ଶାବକମାନଙ୍କୁ ଛାଡ଼ିକି ଯାଏ।
ସେ ତା’ର ଶାବକମାନଙ୍କୁ ନିଜର ଛୁଆ ପରି ବ୍ୟବହାର କରେ ନାହିଁ।
ତା’ର ଛୁଆ ମରିଗଲେ ସେ ଖାତିରି କରେ ନାହିଁ, ଯେପରି ସମସ୍ତ କାମ କିଛି ହେଲା ନାହିଁ।
17 କାରଣ ମୁଁ ସେହି ଓଟପକ୍ଷୀକୁ ଜ୍ଞାନ ଦେଇ ନାହିଁ।
ସେହି ଓଟ ପକ୍ଷୀ ନିର୍ବୋଧ।
ମୁଁ ମଧ୍ୟ ତାକୁ ସେପରି କରିଛି।
18 କିନ୍ତୁ ସେହି ଓଟପକ୍ଷୀ ଠିଆ ହୁଏ ଦୌଡ଼ିବାକୁ ଆରମ୍ଭ କରେ।
ସେ ଘୋଡ଼ା ଓ ତା’ର ସବାରୀକୁ ଦେଖି ହସି ପଳାଏ।
କାରଣ ସେ କୌଣସି ଘୋଡ଼ାଠାରୁ ଅଧିକ ବେଗରେ ଦୌଡ଼ିପାରେ ନାହିଁ।
19 “ଆୟୁବ ତୁମ୍ଭେ ସେହି ଘୋଡ଼ାକୁ ଶକ୍ତି ଦେଇଛ କି?
ତୁମ୍ଭେ ଘୋଡ଼ାର ବେକରେ ବଳା ଲଗାଇଛ କି?
20 ତୁମ୍ଭେ ସେହି ଘୋଡ଼ାକୁ ପତଙ୍ଗପରି କୁଦିବାର ଶକ୍ତି ଦେଇଅଛ କି?
ସେହି ଘୋଡ଼ା ଲୋକ ଦେଖିଲେ ବଡ଼ ପାଟିରେ ରବ କରେ।
21 ଘୋଡ଼ାଟି ଶକ୍ତିଶାଳୀ ଥିବାରୁ ଖୁସୀଥାଏ।
ସେ ଭୂମିରେ ତା’ର ଖୁରା ଦ୍ୱାରା ରାମ୍ପୁଡ଼ି ପକାଏ।
ସେ ଯୁଦ୍ଧ କ୍ଷେତ୍ରରେ ଖୁବ ଜୋର୍ରେ ଦୌଡ଼ିପାରେ।
22 ଘୋଡ଼ା ଭୟରେ ହସେ।
ସେ ଭୟଭୀତ ନୁହେଁ, ସେ ଯୁଦ୍ଧ ଭୂମିରୁ ପଳାୟନ କରିବ ନାହିଁ।
23 ଯୋଦ୍ଧା ଘୋଡ଼ା ପିଠିରେ ବସି ତୂଣିର ବାନ୍ଧି ଥାଏ।
ବର୍ଚ୍ଛା, ଢାଲ ଆଦି ଅସ୍ତ୍ରଶସ୍ତ୍ର ସୂର୍ଯ୍ୟ କିରଣରେ ଝଲମଲ କରୁଥାଏ।
24 ଘୋଡ଼ା ଅତ୍ୟଧିକ ଉତ୍ତେଜିତ ହୁଏ।
ସେ ଭୂମି ଉପରେ ଖୁବ୍ ଜୋର୍ରେ ଦୌଡ଼େ।
ସେ ତୂରୀ ଶବ୍ଦ ଶୁଣି ସ୍ଥିର ହୋଇ ଠିଆ ହୋଇ ରହିପାରେ ନାହିଁ।
25 ଯେତେବେଳେ ତୂରୀ ଆଦି ବାଦ୍ୟ ଶୁଣେ ଘୋଡ଼ା ମଧ୍ୟ ପାଟିକରେ ‘ହୁରେ!’
ସେ ଦୂରରୁ ଯୁଦ୍ଧର ବାସନା
ଓ ସେନାପତିମାନଙ୍କର ହୁଙ୍କାର ଜାଣି ପାରେ।
26 “ଆୟୁବ, ତୁମ୍ଭେ ଉତ୍କ୍ରୋଶପକ୍ଷୀକୁ ଉଡ଼ାଇବା ଶିଖାଇଛ କି?
ତାକୁ ତା’ର ଡେଣା କିପରି ମେଲାଇ ଦକ୍ଷିଣ ଦିଗକୁ ଉଡ଼ିବାକୁ ଶିଖାଇଚ କି?
27 ତୁମ୍ଭେ ସେହି ବ୍ୟକ୍ତି କି ଯିଏ ଉତ୍କ୍ରୋଶପକ୍ଷୀକୁ ଆକାଶର ଖୁବ୍ ଉଚ୍ଚରେ ଉଡ଼ିବା ପାଇଁ କହିଛି।
ତୁମ୍ଭେ ତାକୁ ଉଚ୍ଚ ପର୍ବତରେ ବସା ବାନ୍ଧିବାକୁ କହିଛ କି?
28 ଉତ୍କ୍ରୋଶପକ୍ଷୀ ପର୍ବତର ଢାଲୁତଟରେ ବାସ କରେ।
ପର୍ବତର ଢାଲୁତଟ ହେଉଛି ତା’ର ଦୁର୍ଗ।
29 ଉତ୍କ୍ରୋଶପକ୍ଷୀ ତା’ର ଶିକାରକୁ ଦୂର ବସାରୁ ଦେଖି ପାରେ।
ସେ ବହୁତ ଦୂରରୁ ତା’ ଖାଦ୍ୟ ଦେଖି ପାରେ।
30 ଉତ୍କ୍ରୋଶପକ୍ଷୀ ଏକତ୍ରିତ ହୁଅନ୍ତି, ଯେଉଁଠାରେ ଶବସବୁ ଥାଏ।
ଏବଂ ତା’ର ଛୁଆମାନେ ମଧ୍ୟ ରକ୍ତ ଶୋଷନ୍ତି।”
ଜଣେ ସେବକ ଭଳି ହୁଅ
24 ସେମାନଙ୍କ ମଧ୍ୟରେ ସବୁଠାରୁ କିଏ ଶ୍ରେଷ୍ଠ ପ୍ରେରିତମାନେ ସେହି ବିଷୟରେ ପରସ୍ପର ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ। 25 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଏହି ସଂସାରର ଦେଶଗୁଡ଼ିକର ରାଜାମାନେ ସେମାନଙ୍କ ଲୋକଙ୍କ ଉପରେ ଶାସନ କରନ୍ତି। ଯେଉଁ ଲୋକମାନଙ୍କର ଅନ୍ୟ ଲୋକଙ୍କ ଉପରେ ଶାସନ କ୍ଷମତା ଥାଏ, ସେମାନେ ଅନ୍ୟ ଲୋକଙ୍କ ପାଇଁ ଉପକାରୀ ବୋଲି ଖ୍ୟାତ ହୁଅନ୍ତି। 26 କିନ୍ତୁ ତୁମ୍ଭେମାନେ ସେମାନଙ୍କ ପରି ନୁହଁ, ବରଂ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ସବୁଠାରୁ ବଡ଼, ସେ ସବୁଠାରୁ ଛୋଟ ହେବା ଉଚିତ୍। ନେତା ସେବକ ଭଳି ହେବା ଉଚିତ୍। 27 ସବୁଠାରୁ ଶ୍ରେଷ୍ଠ ଲୋକ କିଏ? ଟେବୁଲ ପାଖରେ ଖାଇବାକୁ ବସିଥିବା ଲୋକ ନା ତାହାଙ୍କୁ ପରଶୁଥିବା ଲୋକ? ତୁମ୍ଭେମାନେ ଭାବିବ ଯେ ଖାଇବାକୁ ବସିଥିବା ଲୋକଟି ଅଧିକ ମହତ। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ମୁଁ ଜଣେ ସେବକ ଭଳି ରହିଛି।
28 “ଅନେକ ବାଧାବିଘ୍ନ ଭିତର ଦେଇ ତୁମ୍ଭେମାନେ ମୋ’ ସହିତ ରହିଛ। 29 ମୋର ପରମପିତା ମୋତେ ଗୋଟିଏ ରାଜ୍ୟ ଦେଇଛନ୍ତି। ମୋ’ ସହିତ ତୁମ୍ଭେମାନେ ମଧ୍ୟ ତାହା ଉପରେ ଶାସନ କରିବାକୁ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଉଛି। 30 ମୋ’ ରାଜ୍ୟରେ ମୋ’ ସହିତ ଟେବୁଲ ଉପରେ ତୁମ୍ଭେମାନେ ଖିଆପିଆ କରିବ। ତୁମ୍ଭେମାନେ ସିଂହାସନଗୁଡ଼ିକ ଉପରେ ବସି ଇସ୍ରାଏଲର [a] ବାରଟି ଯାକ ଗୋଷ୍ଠୀର ବିଗ୍ଭର କରିବ।
2010 by World Bible Translation Center