Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 104:1-9

104 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମହାନ।
ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
    ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର।
ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
    ପରମେଶ୍ୱର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ।
ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଅଛ।
    ତୁମ୍ଭେ ବାୟୁ ରୂପକ ପକ୍ଷ ଦ୍ୱାରା ଆକାଶରେ ଗମନାଗମନ କରୁଅଛ।
ହେ ପରମେଶ୍ୱର, ତୁମ୍ଭେ ଆପଣା ଦୂତମାନଙ୍କୁ ବାୟୁ ପରି କର
    ଓ ତୁମ୍ଭର ସେବକମାନଙ୍କୁ ଅଗ୍ନି [a] ସଦୃଶ କର।
ହେ ପରମେଶ୍ୱର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଅଛ
    ଯେ ତାହା ମୂଳରୁ କେବେ ଧ‌କ୍‌କା ହେବ ନାହିଁ।
ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ୟ ଆଚ୍ଛାଦନ କଲ।
    ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।
କିନ୍ତୁ ତୁମ୍ଭେ ଆଜ୍ଞା ଦେଲ ଓ ଜଳରାଶି ସେଠାରୁ ଛାଡ଼ି ପଳାଇଲା।
    ହେ ପରମେଶ୍ୱର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।
ସେହି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା
    ଏବଂ ତା’ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା।
ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ।
    ଯେପରିକି ସେମାନେ ତାହା ଅତିକ୍ରମ କରି ପାରିବେ ନାହିଁ।
    ଜଳରାଶି କେବେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରି ପାରିବ ନାହିଁ।

ଗୀତସଂହିତା 104:24

24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
    ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
    ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।

ଗୀତସଂହିତା 104:35

35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
    ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।

ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ସଦାପ୍ରଭୁଙ୍କର ପ୍ରଶଂସା କର।

ଆୟୁବ ପୁସ୍ତକ 37

37 “ବିଜୁଳି ଓ ଘଡ଼ଘଡ଼ି ମୋତେ ଭୟଭୀତ କରେ।
    ଛାତି ଭିତରର ହୃତପିଣ୍ଡ ଭୟରେ କମ୍ପି ଉଠେ।
ସମସ୍ତେ ଶୁଣ! ପରମେଶ୍ୱରଙ୍କ ସ୍ୱର ଘଡ଼ଘଡ଼ି ଭଳି ଶୁଣାଯାଏ।
    ସେହି ଘଡ଼ଘଡ଼ିର ଶବ୍ଦକୁ ଶୁଣ, ଯାହା ପରମେଶ୍ୱରଙ୍କ ପାଟିରୁ ବାହାରେ।
ପରମେଶ୍ୱର ତାଙ୍କର ବିଜୁଳିକୁ ମାରନ୍ତି, ଯାହା ସମଗ୍ର ଆକାଶକୁ କମ୍ପିତ କରେ।
    ଏହା ସମଗ୍ର ପୃଥିବୀକୁ ମଧ୍ୟ ଝଲସାଇ ଦିଏ।
ତା’ପରେ ବିଜୁଳି ମାରିବା ପରେ ପରମେଶ୍ୱରଙ୍କ ବଜ୍ର ଗମ୍ଭିର କଣ୍ଠସ୍ୱର ଶୁଣାଯାଏ,
    ପରମେଶ୍ୱର ତାଙ୍କର ଚମତ୍କାର ସ୍ୱରରେ ଘଡ଼ଘଡ଼ି କରନ୍ତି।
ବିଜୁଳି ମାରିଲା ବେଳେ ପରମେଶ୍ୱରଙ୍କ ସ୍ୱର ଘଡ଼ଘଡ଼ି ମାରେ।
ପରମେଶ୍ୱରଙ୍କ ଘଡ଼ଘଡ଼ି କଣ୍ଠସ୍ୱର ଅ‌‌‌ଦ୍‌‌‌ଭୂତ ଧରଣର
    ସେ ଅନେକ ମହାନ କାର୍ଯ୍ୟ କରନ୍ତି, ଯାହାକୁ ଆମ୍ଭେ ବୁଝିପାରିବା ନାହିଁ।
ପରମେଶ୍ୱର ବରଫକୁ କହନ୍ତି:
    ‘ପୃଥିବୀ ଉପରେ ପଡ଼।’
ଏବଂ ପରମେଶ୍ୱର ବର୍ଷାକୁ କହନ୍ତି
    ‘ପୃଥିବୀରେ ଢାଳି ହୁଅ।’
ପରମେଶ୍ୱର ତାହା କରନ୍ତି, ଯଦ୍ଦ୍ୱାରା ସମସ୍ତ ଲୋକ ଜାଣି ପାରିବେ ପରମେଶ୍ୱର ତିଆରି କରିଛନ୍ତି ଏବଂ ସମସ୍ତେ ଜାଣିବେ ସେ କ’ଣ କରି ପାରନ୍ତି।
    ଏହା ତାଙ୍କର ପ୍ରମାଣ ଅଟେ।
ପଶୁମାନେ ସେମାନଙ୍କ ଆଶ୍ରୟସ୍ଥଳକୁ ଦୌଡ଼ି ପଳାନ୍ତି ଓ ସେଠାରେ ରୁହନ୍ତି।
ଦକ୍ଷିଣ ଦିଗରୁ ବତାସ ମାଡ଼ି ଆସେ।
    ଥଣ୍ଡା ପବନ ଉତ୍ତର ଦିଗରୁ ମାଡ଼ି ଆସେ।
10 ପରମେଶ୍ୱରଙ୍କ ନିଶ୍ୱାସରେ ବରଫ ସୃଷ୍ଟି ହୁଏ
    ଓ ସମୁଦ୍ର ଜମାଟ ବାନ୍ଧି ଯାଏ।
11 ପରମେଶ୍ୱର ବାଦଲକୁ ଜଳରେ ପୂର୍ଣ୍ଣ କରନ୍ତି
    ଓ ସେହି ମେଘରେ ବିଜୁଳି ସୃଷ୍ଟି କରିଛନ୍ତି।
12 ପରମେଶ୍ୱର ମେଘକୁ ଆଦେଶ ଦିଅନ୍ତି ସମଗ୍ର ପୃଥିବୀରେ ଭ୍ରମଣ କରିବା ପାଇଁ।
    ମେଘମାଳା ସେ ଯାହା ଆଜ୍ଞା କରନ୍ତି ତାହା କରନ୍ତି।
13 ଏହା ହୁଏତ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଅବା ଦେଶର ଉନ୍ନତି କରାଇବା ପାଇଁ
ଅବା ପ୍ରେମ ଦେଖାଇବା ପାଇଁ ସେ ଏହା କରନ୍ତି।

14 “ଆୟୁବ, ଗୋଟିଏ ମୁହୂର୍ତ୍ତ ପାଇଁ ବନ୍ଦକର,
    ଓ ଥରେ ଭାବିଲ ଯେଉଁ ଅଲୌକିକ କାର୍ଯ୍ୟସବୁ ପରମେଶ୍ୱର କରନ୍ତି।
15 ଆୟୁବ, ତୁମ୍ଭେ ଜାଣ କି ପରମେଶ୍ୱର କିପରି ବାଦଲକୁ ନିୟନ୍ତ୍ରଣ କରନ୍ତି?
    ତୁମ୍ଭେ ଜାଣ କି ପରମେଶ୍ୱର ତାଙ୍କର ବିଜୁଳି ଚମକାନ୍ତି?
16 ତୁମ୍ଭେ ଜାଣ କି ମେଘ ଖଣ୍ଡସବୁ ଆକାଶରେ କିପରି ଓହଳି ରୁହନ୍ତି?
    ସେହି ଅଲୌକିକ କାର୍ଯ୍ୟର ମେଘ ତ କେବଳ ଗୋଟିଏ ଉଦାହରଣ ଓ ପରମେଶ୍ୱର ମଧ୍ୟ ସେସବୁ ଜାଣନ୍ତି।
17 କିନ୍ତୁ ଆୟୁବ, ତୁମ୍ଭେ ଏସବୁ ଜାଣ ନାହିଁ।
    ତୁମ୍ଭେ କେବଳ ଏତିକି ଜାଣ ଯେ ଦକ୍ଷିଣ ଦିଗରୁ ଯେତେବେଳେ ପବନ ପ୍ରବାହିତ ହୁଏ, ତୁମ୍ଭର ପୋଷାକ ପତ୍ର ଗରମ ହୋଇ ଯାଏ।
    ଏବଂ ଦେଶ ନୀରବ ହୋଇଯାଏ।
18 ଆୟୁବ, ତୁମ୍ଭେ କ’ଣ ଆକାଶ ମଣ୍ଡଳ ବିସ୍ତାର କରିବା ପାଇଁ ପରମେଶ୍ୱରଙ୍କୁ ସାହାଯ୍ୟ କରି ପାରିବ ଏବଂ
    ମାର୍ଜିତ ପିତ୍ତଳ ପରି ଚ‌କ୍‌ଚକ୍ କରି ପାରିବ?

19 “ଆୟୁବ, ଆମ୍ଭକୁ ଟିକେ କୁହ ଆମ୍ଭେ ପରମେଶ୍ୱରଙ୍କୁ କ’ଣ କହିବା।
    ଆମ୍ଭକୁ କ’ଣ କହିବାକୁ ହେବ, ଭାବିପାରୁ ନାହୁଁ।
    କାରଣ ଆମ୍ଭେ ଅଜ୍ଞାନ ଅନ୍ଧକାରରେ ବୁଡ଼ି ରହିଛୁ।
20 ମୁଁ ପରମେଶ୍ୱରଙ୍କୁ କହିବି ନାହିଁ ଯେ ମୁଁ ତାଙ୍କ ସହିତ କଥା ହେବାକୁ ଗ୍ଭହେଁ।
    ଏହା ଧ୍ୱଂସକୁ ଡାକି ଆଣିବା ସହିତ ସମାନ ହେବ।
21 କେହି ସୂର୍ଯ୍ୟଙ୍କୁ ଗ୍ଭହିଁ ପାରିବେ ନାହିଁ।
    ଏହାର ଉଜ୍ଜ୍ୱଳ କିରଣ ଆକାଶରେ ଝଲମଲ କରେ, ଯେତେବେଳେ ବାଦଲ ସବୁ ବାୟୁଦ୍ୱାରା ଅପସରିଯାଏ।
22 ପରମେଶ୍ୱର ମଧ୍ୟ ଠିକ୍ ସେହିପରି, ତାଙ୍କର ସୁବର୍ଣ୍ଣମୟ ମହିମା ପବିତ୍ର ପର୍ବତ ମଧ୍ୟରୁ ଚି‌କ୍‌ଚିକ୍ କରେ।
    ତାଙ୍କ ଚତୁର୍ଦ୍ଦିଗରେ ଉଜ୍ଜ୍ୱଳ କିରଣ ବିଚ୍ଛୁରିତ ହୋଇଥାଏ।
23 ସର୍ବଶକ୍ତିମାନ ପରମେଶ୍ୱର ମହାନ ଅଟନ୍ତି।
    ଆମ୍ଭେ ପରମେଶ୍ୱରଙ୍କୁ ବୁଝିପାରିବା ନାହିଁ।
ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଗ୍ଭରବନ୍ତ ଓ ଧାର୍ମିକ।
    ସେ ଆମ୍ଭମାନଙ୍କୁ ଆଘାତ ଦେବାକୁ ଗ୍ଭହାନ୍ତି ନାହିଁ।
24 ସେଥିପାଇଁ ଲୋକେ ତାଙ୍କୁ ସମ୍ମାନ କରନ୍ତି।
    କିନ୍ତୁ ସେ ଗର୍ବୀ ତଥା ଯେଉଁମାନେ ନିଜକୁ ଜ୍ଞାନୀ ଭାବନ୍ତି ତାଙ୍କୁ ସମ୍ମାନ କରନ୍ତି ନାହିଁ।”

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17

ପଶୁ ଉପରେ ନାରୀ

17 ସାତଦୂତଙ୍କ ମଧ୍ୟରୁ ଯେଉଁମାନେ ସାତୋଟି ପାତ୍ର ଧାରଣ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମୋ’ ନିକଟକୁ ଆସି ମୋତେ କହିଲେ, “ଆସ ପ୍ରସିଦ୍ଧ ବେଶ୍ୟାକୁ କ’ଣ ଦଣ୍ଡ ଦିଆଯିବ, ତାହା ମୁଁ ତୁମ୍ଭକୁ ଦେଖାଇବି। ସେ ବହୁତ ଜଳରାଶି ଉପରେ ବସିଛି। ପୃଥିବୀର ରାଜାମାନେ ତା’ସହିତ ଯୌନପାପ (ବ୍ୟଭିଗ୍ଭର) କରିଛନ୍ତି। ପୃଥିବୀର ଲୋକମାନେ ତା’ର ବ୍ୟଭିଗ୍ଭର ରୂପ ସୁରାରେ ମାତାଲ୍ ହୋଇଛନ୍ତି।”

ତା’ପରେ ଦୂତ ମୋତେ ଆତ୍ମା ଦ୍ୱାରା ମରୁଭୂମିକୁ ବହି ନେଇଗଲେ। ସେଠାରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ୱରଙ୍କ ନିନ୍ଦା କରୁଥିବା ନାମସବୁ ଲେଖା ଯାଇଥିଲା। ସେହି ପଶୁର ସାତୋଟି ମସ୍ତକ ଓ ଦଶଟି ଶିଙ୍ଗ ଥିଲା। ସେହି ସ୍ତ୍ରୀଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ଯୋଗୁଁ ଝଲକୁଥିଲା। ତା’ ହାତରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସେହି ପାତ୍ରଟି ଘୃଣ୍ୟ ବିଷୟ ଗୁଡ଼ିକରେ ଓ ତା’ର ନିଜର ଯୌନଗତ ପାପର ଆବର୍ଜନାରେ ପୂର୍ଣ୍ଣ ଥିଲା। ତା’ର କପାଳରେ ଏକ ଗୁପ୍ତ ଅର୍ଥ ଥିବା ଉପାଧି ଲେଖା ହେଲା:

ମହାନ୍ ବାବିଲ, ବେଶ୍ୟାମାନଙ୍କର

ଓ ପୃଥିବୀର ସବୁ ଘୃଣ୍ୟ

ବିଷୟସକଳର ମାତା।

ମୁଁ ସେହି ସ୍ତ୍ରୀଲୋକକୁ ପରମେଶ୍ୱରଙ୍କର ପବିତ୍ର ଲୋକଙ୍କର ରକ୍ତ ଓ ଯୀଶୁଙ୍କ ବିଷୟରେ ସେମାନଙ୍କର ସାକ୍ଷ୍ୟ ଦେଇଥିବା ଲୋକମାନଙ୍କର ରକ୍ତ ପିଇଥିବାର ଦେଖିଲି।

ମୁଁ ସେହି ସ୍ତ୍ରୀଲୋକକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ତା’ପରେ ସେ ଦୂତ ମୋତେ କହିଲେ, “ତୁମ୍ଭେ କାହିଁକି ଆଶ୍ଚର୍ଯ୍ୟ ହେଉଛ? ମୁଁ ତୁମ୍ଭକୁ ଏହି ସ୍ତ୍ରୀଲୋକର ରହସ୍ୟ କହିବି ଓ ସପ୍ତ ମସ୍ତକ ଓ ଦଶଶିଙ୍ଗ ବିଶିଷ୍ଟ ତା’ର ବାହନ ପଶୁ ବିଷୟରେ ମଧ୍ୟ କହିବି। ତୁମ୍ଭେ ଯେଉଁ ପଶୁକୁ ଦେଖିଲ, ସେ ଆଗରୁ ଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ନାହିଁ। କିନ୍ତୁ ସେ ବଞ୍ଚିବ ଏବଂ ଗଭୀର ଗହ୍ୱରରୁ ଉଠି ଆସି ଧ୍ୱଂସ ପାଇବ। ଜଗତ ଆରମ୍ଭରୁ ଯେଉଁ ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ଆଦୌ ଲେଖା ହୋଇ ନାହିଁ, ସେହି ଲୋକମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହେବେ, କାରଣ ସେ ଅତୀତରେ ଥିଲା, ବର୍ତ୍ତମାନ ନାହିଁ କିନ୍ତୁ ପୁଣି ବଞ୍ଚିବ।

“ଏହାକୁ ବୁଝିବା ପାଇଁ ଜ୍ଞାନଯୁକ୍ତ ମନ ଆବଶ୍ୟକ। ଏହି ପଶୁର ସାତୋଟିମସ୍ତକ ହେଉଛି ସାତୋଟି ପର୍ବତ, ଯାହା ଉପରେ ସେ ବସେ। ତାହା ସାତ ଜଣ ରାଜାଙ୍କୁ ମଧ୍ୟ ବୁଝାଏ। 10 ଏହା ଭିତରୁ ପାଞ୍ଚ ଜଣ ରାଜା ମରିସାରିଲେଣି। ଜଣେ ରାଜା ବର୍ତ୍ତମାନ ବଞ୍ଚିଛନ୍ତି ଏବଂ ଶେଷ ରାଜା ଆସୁଛନ୍ତି। ସେ ଯେତେବେଳେ ଆସିବେ, ସେ ଅଳ୍ପ ସମୟ ପାଇଁ ରହିବେ। 11 ଯେଉଁ ପଶୁ କେବେ ଜୀବିତ ଥିଲା, ବର୍ତ୍ତମାନ ନାହିଁ, ସେ ଅଷ୍ଟମ ରାଜା। ସେ ପ୍ରଥମ ସାତ ଜଣ ରାଜାଙ୍କ ମଧ୍ୟରୁ ଜଣେ। ସେ ମଧ୍ୟ ଧ୍ୱଂସ ପାଇବ।

12 “ତୁମ୍ଭେ ଯେଉଁ ଦଶଶିଙ୍ଗ ଦେଖିଲ, ତାହା ଦଶ ଜଣ ରାଜା। ଏହି ଦଶ ଜଣ ରାଜା ଏ ପର୍ଯ୍ୟନ୍ତ ରାଜ ଭଳି ରାଜ୍ୟ ପାଇ ନାହାନ୍ତି। କିନ୍ତୁ ସେମାନେ ସେହି ପଶୁ ସହିତ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଶାସନ କରିବା ପାଇଁ କ୍ଷମତା ପାଇବେ। 13 ଏହି ଦଶ ଜଣ ରାଜାଙ୍କର ଉଦ୍ଦେଶ୍ୟ ସମାନ। ସେମାନେ ସେମାନଙ୍କର କ୍ଷମତା ଓ ଅଧିକାର ସେହି ପଶୁକୁ ଦେବେ। 14 ସେମାନେ ମେଷପାଳକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ। କିନ୍ତୁ ମେଷଶାବକ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ୱସ୍ତ ଅନୁଗାମୀମାନଙ୍କ ସହିତ ମିଶି ସେମାନଙ୍କୁ ପରାସ୍ତ କରିବେ।”

15 ତା’ପରେ ସେ ସ୍ୱର୍ଗଦୂତ ମୋତେ କହିଲେ, “ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ୟା ବସୁଥିବାର ଦେଖିଲ, ସେହି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ। 16 ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସେମାନେ ସେହି ବେଶ୍ୟାକୁ ଘୃଣା କରିବେ। ସେମାନେ ତା’ର ସବୁ ନେଇଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦେବେ। ସେମାନେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନିରେ ପୋଡ଼ି ଦେବେ। 17 ସେମାନେ ତାହାଙ୍କର ଶାସନ କ୍ଷମତା ସେହି ପଶୁକୁ ଦେବା ପାଇଁ ଯେପରି ରାଜି ହୁଅନ୍ତି, ଏଥିନିମନ୍ତେ ପରମେଶ୍ୱର ସେମାନଙ୍କ ମନରେ ଏକ ଇଚ୍ଛା ଦେବେ। ଏହା ଦ୍ୱାରା ପରମେଶ୍ୱର କହିଥିବା ବାକ୍ୟ ସଫଳ ହେବା ପର୍ଯ୍ୟନ୍ତ ସେମାନେ ଶାସନ କରିବେ। 18 ତୁମ୍ଭେ ଯେଉଁ ସ୍ତ୍ରୀକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା, ସେହି ମହାନଗରୀକୁ ବୁଝାଏ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center