Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 104:1-9

104 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ମହାନ।
ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
    ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର।
ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
    ପରମେଶ୍ୱର ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ।
ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଅଛ।
    ତୁମ୍ଭେ ବାୟୁ ରୂପକ ପକ୍ଷ ଦ୍ୱାରା ଆକାଶରେ ଗମନାଗମନ କରୁଅଛ।
ହେ ପରମେଶ୍ୱର, ତୁମ୍ଭେ ଆପଣା ଦୂତମାନଙ୍କୁ ବାୟୁ ପରି କର
    ଓ ତୁମ୍ଭର ସେବକମାନଙ୍କୁ ଅଗ୍ନି [a] ସଦୃଶ କର।
ହେ ପରମେଶ୍ୱର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଅଛ
    ଯେ ତାହା ମୂଳରୁ କେବେ ଧ‌କ୍‌କା ହେବ ନାହିଁ।
ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ୟ ଆଚ୍ଛାଦନ କଲ।
    ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।
କିନ୍ତୁ ତୁମ୍ଭେ ଆଜ୍ଞା ଦେଲ ଓ ଜଳରାଶି ସେଠାରୁ ଛାଡ଼ି ପଳାଇଲା।
    ହେ ପରମେଶ୍ୱର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।
ସେହି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା
    ଏବଂ ତା’ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା।
ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ।
    ଯେପରିକି ସେମାନେ ତାହା ଅତିକ୍ରମ କରି ପାରିବେ ନାହିଁ।
    ଜଳରାଶି କେବେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରି ପାରିବ ନାହିଁ।

ଗୀତସଂହିତା 104:24

24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
    ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
    ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।

ଗୀତସଂହିତା 104:35

35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
    ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।

ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
    ସଦାପ୍ରଭୁଙ୍କର ପ୍ରଶଂସା କର।

ଆୟୁବ ପୁସ୍ତକ 36:1-16

36 ଇଲୀହୂ ତା’ର କଥା ଜାରି ରଖି କହିଲା। ସେ କହିଲା

“ମୋ’ ସହିତ ଟିକେ ସାମାନ୍ୟ ଅଧିକ ସମୟ ଧୈର୍ଯ୍ୟ ଧର।
    ଯାହା ଫଳରେ ମୁଁ ମୋରଯୁକ୍ତି ତୁମ୍ଭକୁ ଦେଇ ପାରିବି।
    ତଥାପି ପରମେଶ୍ୱରଙ୍କ ତରଫରୁ ମୋତେ ବହୁତ କିଛି କହିବାର ଅଛି।
ମୋର ଜ୍ଞାନ ମୁଁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବି।
    ପରମେଶ୍ୱର ମୋତେ ସୃଷ୍ଟି କରିଛନ୍ତି ଓ ମୁଁ ପ୍ରମାଣ କରି ଦେବି ଯେ ପରମେଶ୍ୱର ନ୍ୟାୟନିଷ୍ଠ।
ଆୟୁବ, ମୁଁ ସତ କହୁଛି
    ମୁଁ ଜାଣେ ମୁଁ କେଉଁ ବିଷୟରେ କଥାବାର୍ତ୍ତା କରୁଛି।

“ପରମେଶ୍ୱର ଅତି ଶକ୍ତିଶାଳୀ କିନ୍ତୁ ସେ ଲୋକମାନଙ୍କୁ ଘୃଣା କରନ୍ତି ନାହିଁ।
    ପରମେଶ୍ୱର ଅତ୍ୟନ୍ତ ଶକ୍ତିଶାଳୀ, ସେ ମଧ୍ୟ ଅତି ଜ୍ଞାନୀ।
ଦୁଷ୍ଟ ଲୋକଙ୍କୁ ବଞ୍ଚିବା ପାଇଁ ପରମେଶ୍ୱର ଅନୁମତି ନେବେ ନାହିଁ।
    ପରମେଶ୍ୱର ଦରିଦ୍ର ଲୋକମାନଙ୍କ ପ୍ରତି ସଦା ନ୍ୟାୟଶୀଳ।
ପରମେଶ୍ୱର ସତ୍ ଲୋକମାନଙ୍କୁ ଦେଖାଗ୍ଭହାଁ କେବେ ବନ୍ଦ କରନ୍ତି ନାହିଁ।
    ସେ ସେମାନଙ୍କୁ ରାଜାମାନଙ୍କ ପରି ଚିରଦିନ ସିଂହାସନରେ ବସାନ୍ତି ଏବଂ ସେ ସେମାନଙ୍କର ଉ‌‌‌ତ୍‌‌‌ଥାପନ କରନ୍ତି।
ତେଣୁ ଯଦି ଲୋକମାନେ ଦଣ୍ଡ ପାଆନ୍ତି,
    ସେମାନେ ରସି ଓ ଜଞ୍ଜିରରେ ବନ୍ଧା ହୁଅନ୍ତି।
ଏବଂ ପରମେଶ୍ୱର ସେମାନଙ୍କୁ କହିବେ କ’ଣ ସେମାନେ ଭୁଲ୍ କରିଛନ୍ତି।
    ପରମେଶ୍ୱର ତାଙ୍କୁ କହିବେ, ସେ ପାପ କରିଛି, ପରମେଶ୍ୱର ତାଙ୍କୁ କହିବେ ସେମାନେ ଗର୍ବୀ।
10 ପରମେଶ୍ୱର ତାଙ୍କ ଚେତାବନୀ ଶୁଣିବାକୁ ସେମାନଙ୍କୁ ବାଧ୍ୟ କରିବେ।
    ସେ ତାଙ୍କୁ ପାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ।
11 ଯଦି ସେହି ଲୋକମାନେ ପରମେଶ୍ୱରଙ୍କ କଥା ଶୁଣନ୍ତି ଓ ତାଙ୍କୁ ମାନନ୍ତି, ତା’ହେଲେ ପରମେଶ୍ୱର ତାଙ୍କୁ ସଫଳ କରାଇବେ
    ଏବଂ ସେମାନେ ସୁଖ ଶାନ୍ତିରେ ଜୀବନ କଟାଇବେ।
12 ଯଦି ସେହି ଲୋକମାନେ ପରମେଶ୍ୱରଙ୍କ ଆଦେଶ ମାନିବାକୁ ମନା କରନ୍ତି, ତା’ହେଲେ ସେମାନେ ଧ୍ୱଂସ ହେବେ।
    ସେମାନେ ମୂର୍ଖଙ୍କ ଭଳି ମରିବେ।

13 “ନାସ୍ତିକ ଲୋକମାନେ କ୍ରୋଧକୁ ସେମାନଙ୍କ ନିଜ ପାଇଁ ସାଇତି ରଖନ୍ତି।
    ଯେତେବେଳେ ପରମେଶ୍ୱର ତାକୁ ଦଣ୍ଡ ଦିଅନ୍ତି, ସେତେବେଳେ ସେମାନେ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି।
14 ସେହି ଲୋକମାନେ ମରିବେ, ଯେତେବେଳେ ସେମାନେ ଅଦ୍ୟପି ଯୁବା,
    ମନ୍ଦିରର ପୁରୁଷ ବେଶ୍ୟାପରି।
15 କିନ୍ତୁ ପରମେଶ୍ୱର ଦୁଃଖୀ ଲୋକମାନଙ୍କୁ ସେମାନଙ୍କର ଦୁଃଖରୁ ଉଦ୍ଧାର କରନ୍ତି।
    ପରମେଶ୍ୱର ଏହି ଦୁଃଖ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇ ଦିଅନ୍ତି, ତାଙ୍କ କଥା ଶୁଣିବା ପାଇଁ।

16 “ପରମେଶ୍ୱର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଗ୍ଭହାନ୍ତି
    ଏବଂ ତା’ ବଦଳରେ ଏକ କଷ୍ଟବିହୀନ ଜୀବନ ଦେବା ପାଇଁ ଗ୍ଭହାନ୍ତି।
    ପରମେଶ୍ୱର ଗ୍ଭହାନ୍ତି ତୁମ୍ଭ ଟେବୁଲରେ ପ୍ରଚୁର ଖାଦ୍ୟ ରହୁ।

ରୋମୀୟଙ୍କ ପ୍ରତି ପତ୍ର 15:7-13

ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଅତଏବ ତୁମ୍ଭେମାନେ ପରସ୍ପରକୁ ଗ୍ରହଣ କର। ଏହି କର୍ମ ପରମେଶ୍ୱରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ୱର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସେବକ ହେଲେ। ଅଣଯିହୂଦୀ ଲୋକେ, ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ କରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ୟ ସେ ଏହା କଲେ। ଶାସ୍ତ୍ର କୁହେ:

“ସେଥିପାଇଁ ମୁଁ ଅଣଯିହୂଦୀ ଲୋକଙ୍କ ଭିତରେ ତୁମ୍ଭକୁ ଧନ୍ୟବାଦ ଜଣାଇବି,
    ଓ ତୁମ୍ଭ ନାମର ମହିମା ଗାନ କରିବି।” (A)

10 ଶାସ୍ତ୍ର ଏ ଭଳି ମଧ୍ୟ କୁହେ,

“ତୁମ୍ଭେ ଅଣଯିହୂଦୀମାନେ, ପରମେଶ୍ୱରଙ୍କର ବଛା ହୋଇଥିବା ଲୋକଙ୍କ ସହିତ ପ୍ରସନ୍ନ ରହିବା ଉଚିତ୍।” (B)

11 ଶାସ୍ତ୍ର ଏ ଭଳି ମଧ୍ୟ କୁହେ,

“ତୁମ୍ଭେ ଅଣଯିହୂଦୀମାନେ ପ୍ରଭୁଙ୍କର ପ୍ରଶଂସା ଗାନ କର,
    ସମସ୍ତ ଲୋକେ ମଧ୍ୟ ପ୍ରଭୁଙ୍କର ପ୍ରଶଂସା କରିବା ଉଚିତ୍।” (C)

12 ଯିଶାଇୟ ମଧ୍ୟ କୁହନ୍ତି,

“ଯିଶୟ [a]ଙ୍କ ବଂଶରୁ ଜଣେ ପ୍ରକାଶିତ ହେବ।
    ସେହି ଲୋକ ଅଣଯିହୂଦୀମାନଙ୍କ ଉପରେ ଶାସନ କରିବେ,
ଓ ଅଣଯିହୂଦୀମାନେ ସେହି ଲୋକ ପାଇଁ ଭରସା ଲାଭ କରିବେ।” (D)

13 ମୁଁ ସମସ୍ତ ଭରସାର ସ୍ରୋତ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ୱାସ କାରଣରୁ ତୁମ୍ଭ ଜୀବନରେ ସମ୍ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା’ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ରଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନରେ ଝରିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center