Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ ପାଇଁ ଦାଉଦଙ୍କର ଗୀତ।
39 ମୁଁ କହିଲି, “ମୁଁ ଏଣିକି ଯାହା ବିଷୟରେ କହିବି ସାବଧାନ ହେବି।
ମୁଁ ମୋର ଜିହ୍ୱାକୁ ପାପ କରିବାକୁ ସୁଯୋଗ ଦେବି ନାହିଁ।
ମୁଁ ଯେତେବେଳେ ଦୁଷ୍ଟ ଲୋକଙ୍କ ଗହଣରେ ଥିବି,
ମୁଁ ମୋର ମୁଖକୁ ବନ୍ଦ ରଖିବି।”
2 ତେଣୁ ମୁଁ କିଛି କହିଲି ନାହିଁ।
ଏପରିକି ମୁଁ କିଛି ଭଲ କଥା ମଧ୍ୟ କହିବି ନାହିଁ।
କିନ୍ତୁ ଏହା ଦ୍ୱାରା ମୁଁ ଅଧିକ କ୍ରୋଧୀ ହେଲି।
3 ମୁଁ ଅତି କ୍ରୋଧିତ ଥିଲି।
ମୁଁ ଯେତେବେଳେ ମୋର କ୍ରୋଧ ବିଷୟରେ ଭାବିଲି ଆହୁରି ଅଧିକ କ୍ରୋଧୀ ହେଲି।
ତେଣୁ ମୁଁ ଜିହ୍ୱାରେ କିଛି କହି ପକାଇଲି।
4 ହେ ସଦାପ୍ରଭୁ, ତୁମ୍ଭେ ମୋତେ କୁହ ବର୍ତ୍ତମାନ ମୋର ଅବସ୍ଥା କ’ଣ ହେବ?
ମୋତେ ତୁମ୍ଭେ କୁହ ମୁଁ ଆଉ କେତେ ଦିନ ବଞ୍ଚିବି?
ମୋତେ ତୁମ୍ଭେ ଜଣାଅ ପ୍ରକୃତରେ ମୋର ଜୀବନକାଳ ଆଉ କେତେ ଦିନ ଅଛି।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଗୋଟିଏ କ୍ଷଣସ୍ଥାୟୀ ଜୀବନ ଦେଇଛ।
ମୋର କ୍ଷଣସ୍ଥାୟୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ।
ପ୍ରତ୍ୟେକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ଯାହାକି ଖୁବ୍ ଶୀଘ୍ର ଭାସିଯାଏ, କେହି ଚିରଦିନ ବଞ୍ଚିରହେ ନାହିଁ।
6 ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ।
ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ।
କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ୟୁପରେ ସେ ସବୁକୁ କିଏ ପାଇବ।
7 ହେ ମୋର ପ୍ରଭୁ, ମୋର ଆଉ କ’ଣ ଆଶା ଅଛି?
ତୁମ୍ଭେ ମୋର ସମସ୍ତ ଆଶା ଓ ଭରସା।
8 ହେ ସଦାପ୍ରଭୁ, ତୁମ୍ଭେ ମୋତେ ସମସ୍ତ ଅଧର୍ମରୁ ଉଦ୍ଧାର କର।
ମୋତେ ମୂର୍ଖ ଲୋକମାନଙ୍କ ଦ୍ୱାରା ନିନ୍ଦାପାତ୍ର କର ନାହିଁ।
9 ମୁଁ ମୋର ପାଟି ଖୋଲି ନାହିଁ।
ମୁଁ କିଛି କହି ନାହିଁ।
ହେ ସଦାପ୍ରଭୁ ତୁମ୍ଭେ ଯାହା କରିବା କଥା ତାହା କରିଛ।
10 ହେ ପରମେଶ୍ୱର, ମୋତେ ଆଉ ଦଣ୍ଡ ଦିଅ ନାହିଁ।
ଯଦି ତୁମ୍ଭେ ମୋତେ ଦଣ୍ଡ ଦେବା ବନ୍ଦ କରିବ ନାହିଁ, ତୁମ୍ଭେ ମୋତେ ଧ୍ୱଂସ କରିଦେବ।
11 ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସେମାନଙ୍କୁ ତୁମ୍ଭେ ଦଣ୍ଡ ଦିଅ।
ଉଚିତ୍ ଶିକ୍ଷା ଦେବା ପାଇଁ ଓ ସତ୍ ମାର୍ଗରେ ଯିବା ପାଇଁ କୀଟ ଯେପରି ଲୁଗାକୁ ନଷ୍ଟ କରିଦିଏ, ସେହିଭଳି ତୁମ୍ଭେ ସେହି ବ୍ୟକ୍ତିଙ୍କର ମୂଲ୍ୟବାନ୍ ବସ୍ତୁକୁ ଧ୍ୱଂସ କର।
ହଁ, ଆମ୍ଭର ଜୀବନ ସବୁ, ଛୋଟିଆ ବାଦଲ ଖଣ୍ଡ ପରି ଯାହା ଖୁବ୍ ଶୀଘ୍ର ମଳାଇ ହୋଇଯାଏ।
12 ହେ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ।
ମୁଁ ଯାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ।
ମୋର ଲୋତକକୁ ଗ୍ଭହଁ, ମୁଁ ଜଣେ ପଥିକ ଯିଏ କି ତୁମ୍ଭ ସହିତ ଜୀବନ କଟାଉଛି।
ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ୟ ଏଠାରେ ଅଳ୍ପଦିନ ବଞ୍ଚିବି।
13 ହେ ସଦାପ୍ରଭୁ, ମୋତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ
ଓ ମୁଁ ମୃତ୍ୟୁମୁଖରେ ପଡ଼ି ନିଶ୍ଚିହ୍ନ ହେବା ପୂର୍ବରୁ ମୋତେ ତୁମ୍ଭେ ପ୍ରଫୁଲ୍ଲ ରଖ।
12 “କିନ୍ତୁ କେଉଁଠି ଜଣେ ଲୋକ ଜ୍ଞାନ ପାଇବ?
ଜ୍ଞାତ ହେବା ପାଇଁ କେଉଁଠାକୁ ଆମ୍ଭେ ଯିବା?
13 ଆମ୍ଭେ ଜାଣୁନା ଜ୍ଞାନର ମୂଲ୍ୟ କେତେ।
ପୃଥିବୀର ଲୋକେ ଖଣି ଖୋଳି ଜ୍ଞାନର ଭଣ୍ଡାର ପାଇ ପାରିବେ ନାହିଁ।
14 ମହାସାଗର କହେ, ‘ଜ୍ଞାନ ମୋ’ ପାଖରେ ନାହିଁ।’
ସମୁଦ୍ର କହେ, ‘ତାହା ମୋ’ ପାଖରେ ନାହିଁ।’
15 ତୁମ୍ଭେ ଜ୍ଞାନକୁ ଶୁଦ୍ଧ ସୁବର୍ଣ୍ଣର ବିନିମୟରେ କିଣି ପାରିବ ନାହିଁ।
ଜ୍ଞାନକୁ କିଣିବା ପାଇଁ ପୃଥିବୀରେ ଏତେ ରୂପା ମହଜୁଦ ନାହିଁ।
16 ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ୟ, ଗୋମେଦକ
ଓ ନୀଳକାନ୍ତ ମଣି ବଦଳରେ କିଣି ପାରିବ ନାହିଁ।
17 ଜ୍ଞାନ ସୁନା ଓ ମୂଲ୍ୟବାନ ପଥରଠାରୁ ଅଧିମ ମୂଲ୍ୟବାନ।
ମୂଲ୍ୟବାନ ସ୍ୱଚ୍ଛ ଉଜ୍ଜ୍ୱଳ ସୁନା ମଧ୍ୟ ଜ୍ଞାନକୁ କିଣି ପାରିବ ନାହିଁ।
18 ଜ୍ଞାନ ମୁକ୍ତାଠାରୁ ଓ ନୀଳମଣି ପଥରଠାରୁ ଅଧିକ ମୂଲ୍ୟବାନ ,
ଜ୍ଞାନ ମଧ୍ୟ ମୋତିଠାରୁ ମୂଲ୍ୟବାନ।
19 କୂଶ ଦେଶରୁ ମିଳୁଥିବା ହଳଦିଆ ପୋଖରାଜ ମଣି ମଧ୍ୟ ଜ୍ଞାନଭଳି ମୂଲ୍ୟବାନ ନୁହେଁ।
ତୁମ୍ଭେ ଖାଣ୍ଟି ସୁନା ବଦଳରେ ଜ୍ଞାନ କିଣି ପାରିବ ନାହିଁ।
20 “ତେବେ ଜ୍ଞାନ କେଉଁଠାରୁ ଆସେ?
ବୁଝିବାର ସ୍ଥାନ କାହିଁ?
21 ଜ୍ଞାନ ଏ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲୁଗ୍ଭଯାଇଛି।
ଏପରିକି ଆକାଶରେ ଉଡ଼ୁଥିବା ପକ୍ଷୀମାନେ ମଧ୍ୟ ଜ୍ଞାନକୁ ଦେଖି ପାରିବେ ନାହିଁ।
22 ବିନାଶ ଓ ମୃତ୍ୟୁ ମଧ୍ୟ କହନ୍ତି,
‘ଆମ୍ଭେମାନେ ଜ୍ଞାନକୁ କେଉଁଠାରେ ପାଇ ନାହୁଁ;
କେବଳ ଆମ୍ଭେମାନେ ତା’ ବିଷୟରେ ଜନରବ ଶୁଣିଅଛୁ।’
23 “କେବଳ ପରମେଶ୍ୱର ଜ୍ଞାନକୁ ପାଇବାର ପଥ ଜାଣିଛନ୍ତି।
କେବଳ ପରମେଶ୍ୱର ଜାଣନ୍ତି ଜ୍ଞାନ କେଉଁଠାରେ ଅଛି।
24 ପରମେଶ୍ୱର ପୃଥିବୀର ଶେଷ ପର୍ଯ୍ୟନ୍ତ ଦେଖି ପାରନ୍ତି।
ସେ ଆକାଶର ନିମ୍ନରେ ଥିବା ସବୁକିଛି ଦେଖି ପାରନ୍ତି।
25 ପରମେଶ୍ୱର ତାଙ୍କର ଶକ୍ତିକୁ ପବନକୁ ଦେଇଛନ୍ତି।
ସେ ସ୍ଥିର କରନ୍ତି କେତେ ବଡ଼ ସମୁଦ୍ର ହୋଇ ପାରିବ।
26 ପରମେଶ୍ୱର ସ୍ଥିର କରନ୍ତି କେଉଁଠାରୁ ବର୍ଷା ପଠେଇବେ
ଏବଂ କେଉଁଠାକୁ ଘଡ଼ଘଡ଼ି ଘୂର୍ଣ୍ଣିବାତ୍ୟା ଯିବ।
27 ସେହି ସମୟରେ ପରମେଶ୍ୱର ଜ୍ଞାନକୁ ଦେଖିଲେ ଏହାକୁ ଘୋଷଣା କଲେ।
ପରମେଶ୍ୱର ଜ୍ଞାନ ସ୍ଥାପନ କଲେ ଏବଂ ଏହାକୁ ପରୀକ୍ଷା କଲେ।
28 ପରମେଶ୍ୱର ଲୋକମାନଙ୍କୁ କହିଲେ,
‘ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର, ତାହା ହିଁ ଜ୍ଞାନ ଅଟେ।
ମନ୍ଦକାର୍ଯ୍ୟ କର ନାହିଁ, ତାହା ହିଁ ବୁଝିବା ଶକ୍ତି ଅଟେ।’”
ଆୟୁବ ତା’ର କାହାଣୀ କହି ଗ୍ଭଲିଲା
29 ଆୟୁବ ତା’ର କାହାଣୀ ଗ୍ଭଲୁ ରଖିଲା,
2 “ମୁଁ ଇଚ୍ଛାକରେ, କିଛିମାସ ପୂର୍ବରୁ ମୋର ଜୀବନ ଯେପରି ଥିଲା ସେହିପରି ରହନ୍ତା।
ପରମେଶ୍ୱର ମୋ’ ଉପରେ ଦୃଷ୍ଟି ରଖିଲେ, ମୋର ଯତ୍ନ ନେଉଥିଲେ।
3 ଯେତେବେଳେ ପରମେଶ୍ୱର ମୋ’ ମୁଣ୍ଡ ଉପରେ ଉଜ୍ଜ୍ୱଳ ଆଲୋକ ପକାଉଥିଲେ,
ତାଙ୍କ ଆଲୋକ ବଳରେ ମୁଁ ଅନ୍ଧକାରରେ ଗ୍ଭଲିବାକୁ ସକ୍ଷମ ହୋଇଥିଲି।
4 ମୁଁ ସେହି ଦିନଗୁଡ଼ିକ ନିମନ୍ତେ ଇଚ୍ଛାକରେ ଯେତେବେଳେ ମୋର ସାଫଲ୍ୟ ଥିଲା
ଏବଂ ଯେତେବେଳେ ପରମେଶ୍ୱରଙ୍କର ବନ୍ଧୁତା ମୋର ଗୃହକୁ ଆଶୀର୍ବାଦ କଲେ।
5 ଆହା, ଯେଉଁ ସମୟରେ ସର୍ବଶକ୍ତିମାନ ପରମେଶ୍ୱର ମୋ’ ସହିତ ଥିଲେ
ମୋର ପିଲାମାନେ ମୋ’ ଗ୍ଭରି ପାଖରେ ଥିଲେ ସେହି ସମୟକୁ ମୁଁ ଗ୍ଭହେଁ।
6 ଜୀବନ ଅତି ସୁଖକର ଥିଲା।
ମୁଁ ମୋର ପାଦକୁ ଦୁଗ୍ଧ ଲହୁଣୀରେ ଧୌତ କରୁଥିଲି।
ମୋ’ ନିକଟରେ ଅନେକ ତୈଳ ନଦୀ ପ୍ରବାହିତ ହେଉଥିଲା।
7 “ସେହିସବୁ ଦିନଗୁଡ଼ିକରେ ମୁଁ ନଗରର ଛକ ଜାଗାକୁ ଯାଉଥିଲି।
ନଗରର ବଡ଼ମାନଙ୍କ ସହିତ ବସୁଥିଲି, ଯେଉଁ ସ୍ଥାନରେ ଲୋକମାନେ ବସି ସଭା କରୁଥିଲେ।
8 ସବୁ ଲୋକମାନେ ମୋତେ ସମ୍ମାନ କରୁଥିଲେ, ସାନ ସାନ ପିଲାମାନେ ମୋ’ ଆସିବା ଦେଖି ମୋ’ ବାଟରୁ ଆଡ଼େଇ ହୋଇ ଯାଉଥିଲେ।
ବଡ଼ଲୋକ ସମ୍ମାନ ସ୍ୱରୂପ ଛିଡ଼ା ହୋଇ ପଡ଼ୁଥିଲେ।
9 ମୋତେ ଦେଖି ନେତାମାନେ ଚୂପ୍ ହୋଇ ଯାଉଥିଲେ
ଏବଂ ତାଙ୍କ ମୁଖରେ ହାତ ଦେଉଥିଲେ।
10 ଏପରିକି ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ତାଙ୍କର କଥା କହିଲା ବେଳେ ଆସ୍ତେ କଥା ହେଉଥିଲେ,
ଏହା ଦେଖାଯାଉଥିଲା ଯେପରି ତାଙ୍କର ଜିଭ ପାଟିରେ ଅଟକି ଯାଉଥିଲା।
ସପ୍ତମ ମୁଦ୍ରା
8 ମେଷଶାବକ ସପ୍ତମ ମୁଦ୍ରା ଖୋଲିଲେ। ସେତେବେଳେ ସ୍ୱର୍ଗରେ ଅଧଘଣ୍ଟା ପର୍ଯ୍ୟନ୍ତ ନୀରବତା ଥିଲା। 2 ତା’ପରେ ମୁଁ ପରମେଶ୍ୱରଙ୍କ ସାମନାରେ ସାତ ଜଣ ସ୍ୱର୍ଗଦୂତଙ୍କୁ ଠିଆ ହୋଇଥିବାର ଦେଖିଲି। ସେମାନଙ୍କୁ ସାତୋଟି ତୂରୀ ଦିଆଗଲା।
3 ଆଉ ଜଣେ ଦୂତ ଆସି ବେଦୀ ପାଖରେ ଠିଆ ହେଲେ। ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବେଦୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତରେ ଗୋଟିଏ ସୁନାର ଧୂପଦାନୀ ଥିଲା। 4 ସ୍ୱର୍ଗଦୂତ ଏହି ପ୍ରାର୍ଥନାଯୁକ୍ତ ଧୂପକୁ ବେଦୀ ଉପରେ ପକାନ୍ତେ ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପରକୁ ଉଠିଲା। 5 ତା’ପରେ ଦୂତ ବେଦୀର ଅଗ୍ନି ନେଇ ଧୂପଦାନୀ ପୂର୍ଣ୍ଣ କଲେ ଓ ତାହା ପୃଥିବୀ ଉପରକୁ ନିକ୍ଷେପ କଲେ। ତେଣୁ ସେଠାରେ ବଜ୍ରପାତ, ମେଘ ଘଡ଼ଘଡ଼ି, ବିଜୁଳି, କୋଳାହଳ ଓ ଭୂମିକମ୍ପ ହେଲା।
2010 by World Bible Translation Center