Revised Common Lectionary (Semicontinuous)
ଆୟୁବର ଉତ୍ତର
23 ତା’ପରେ ଆୟୁବ ଉତ୍ତର ଦେଲା,
2 “ମୁଁ ଆଜି ବି ଅଭିଯୋଗ କରୁଛି
କାରଣ ମୁଁ ଆଜିବି କଷ୍ଟ ପାଉଛି।
3 ମୁଁ ଇଚ୍ଛା କରେ ମୁଁ ଜାଣିଥା’ନ୍ତି ପରମେଶ୍ୱର କେଉଁଠି ମିଳିବେ
ଏବଂ ମୁଁ ଜାଣେ ତାଙ୍କ ନିକଟକୁ କିପରି ଯାଇ ହେବ।
4 ମୁଁ ମୋର କଥା ତାଙ୍କ ଆଗରେ ବର୍ଣ୍ଣନା କରିବି।
ମୁଁ ଯେ ନିର୍ଦ୍ଦୋଷ ଏ କଥା ତାଙ୍କ ଆଗରେ ଯୁକ୍ତି ବଳରେ ଉପସ୍ଥାପନା କରିବି।
5 ମୁଁ ଜାଣିବାକୁ ଗ୍ଭହେଁ ପରମେଶ୍ୱର ମୋ’ ଯୁକ୍ତିର କିପରି ଉତ୍ତର ଦେବେ।
ପରମେଶ୍ୱରଙ୍କ ଉତ୍ତରକୁ ମୁଁ ବୁଝିବାକୁ ଗ୍ଭହେଁ।
6 ପରମେଶ୍ୱର କ’ଣ ତାଙ୍କର ଶକ୍ତି ମୋ’ ବିରୁଦ୍ଧରେ ପ୍ରୟୋଗ କରିବେ?
ନା, ସେ ମୋ’ କଥା ଶୁଣିବେ।
7 ମୁଁ ଜଣେ ସଚ୍ଚୋଟ ଲୋକ।
ପରମେଶ୍ୱର ନିଶ୍ଚିତ ମୋ’ କାହାଣୀ କହିବାକୁ ମୋତେ ଦେବେ।
ତା’ପରେ ମୋର ବିଗ୍ଭରକର୍ତ୍ତା ମୋତେ ମୁକ୍ତି କରିଦେବ।
8 “କିନ୍ତୁ ମୁଁ ଯଦି ପୂର୍ବକୁ ଯାଏ ପରମେଶ୍ୱର ସେଠାରେ ନାହାନ୍ତି।
ମୁଁ ପଶ୍ଚିମକୁ ଯାଏ ସେଠାରେ ପରମେଶ୍ୱରଙ୍କୁ ଦେଖି ପାରେ ନାହିଁ।
9 ଯେତେବେଳେ ପରମେଶ୍ୱର ଉତ୍ତରରେ କାମ କରୁଛନ୍ତି, ମୁଁ ଯଦି ସେଠାରେ ତାଙ୍କୁ ଦେଖି ପାରୁ ନାହିଁ।
ପରମେଶ୍ୱର ଯଦି ଦକ୍ଷିଣକୁ ଯାଆନ୍ତି ମୁଁ ତଥାପି ତାଙ୍କୁ ଦେଖେ ନାହିଁ।
16 ପରମେଶ୍ୱର ମୋର ହୃଦୟକୁ ଦୁର୍ବଳ କରିଛନ୍ତି।
ମୁଁ ସାହସ ହରାଇ ଦେଉଛି।
ସର୍ବଶକ୍ତିମାନ ପରମେଶ୍ୱର ମୋତେ ଭୟଭୀତ କରୁଛନ୍ତି।
17 ମୋ’ ଉପରେ ଘଟିଯାଇଥିବା ବିପଦସବୁ କଳାବାଦଲ ସଦୃଶ ଯାହାକି ମୋ’ ମୁଖ ମଣ୍ଡଳକୁ ଆଚ୍ଛାଦିତ କରିଛି।
କିନ୍ତୁ ସେହି କଳା ଅନ୍ଧକାର ମୋତେ ଚୁପ୍ କରି ରଖିପାରବ ନାହିଁ।
ପ୍ରଧାନ ବାଦ୍ୟକର ନିମନ୍ତେ ଅରଣ୍ୟର ମୃଗ ସ୍ୱରରେ ଦାଉଦଙ୍କର ଏକ ଗୀତ।
22 ହେ ମୋର ପରମେଶ୍ୱର, ହେ ମୋର ସଦାପ୍ରଭୁ, କାହିଁକି ତୁମ୍ଭେ ମୋତେ ପରିତ୍ୟାଗ କଲ?
ତୁମ୍ଭେ ମୋ’ ନିକଟରୁ ବହୁତ ଦୂରରେ ଥାଇ କିପରି ମୋତେ ସାହାଯ୍ୟ କରିବ?
ତୁମ୍ଭେ ମୋର ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର ଏତେ ଦୂରରୁ ଶୁଣି ପାରିବ।
2 ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ଦିନରେ ଡାକିଲି
କିନ୍ତୁ ତୁମ୍ଭେ ଉତ୍ତର ଦେଲ ନାହିଁ
ଓ ପୁନର୍ବାର ତୁମ୍ଭକୁ ରାତିରେ ଡାକିଲି।
3 ହେ ପରମେଶ୍ୱର, ତୁମ୍ଭେ ଏକମାତ୍ର ପବିତ୍ର ଅଟ।
ତୁମ୍ଭେ ରାଜାର ଆସନରେ ଆସୀନ।
ଇସ୍ରାଏଲ ପ୍ରଶଂସା ହିଁ ତୁମ୍ଭର ସିଂହାସନ ଅଟେ।
4 ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭ ଉପରେ ବିଶ୍ୱାସ କରିଥିଲେ।
ହଁ ସେମାନେ ତୁମ୍ଭକୁ ବିଶ୍ୱାସ କରୁଥିଲେ।
ହେ ପରମେଶ୍ୱର, ତୁମ୍ଭେ ହିଁ ସେମାନଙ୍କୁ ଉଦ୍ଧାର କରିଅଛ।
5 ହେ ପରମେଶ୍ୱର, ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲେ ଏବଂ ସେମାନେ ଶତ୍ରୁମାନଙ୍କ କବଳରୁ ରକ୍ଷା ପାଇଲେ।
ସେମାନେ ତୁମ୍ଭଙ୍କୁ ବିଶ୍ୱାସ କରିଥିବାରୁ ସେମାନେ ନିରାଶ ହେଲେ ନାହିଁ।
6 କିନ୍ତୁ ମୁଁ ଗୋଟିଏ କୀଟ, ବ୍ୟକ୍ତି ନୁହେଁ,
ଲୋକମାନେ ମୋ’ ପାଇଁ ଲଜ୍ଜିତ ହୁଅନ୍ତି ଓ ମୋତେ ଅବଜ୍ଞା କରନ୍ତି।
7 ପ୍ରତ୍ୟେକ ଯିଏ ମୋତେ ଦେଖେ ସେମାନେ ମୋର ପରିହାସ କରନ୍ତି।
ସେମାନେ ଓଷ୍ଠ ଲମ୍ବାଇ ମୁଣ୍ଡ ହଲାନ୍ତି।
8 ସେମାନେ ମୋତେ କହନ୍ତି, “ତୁମ୍ଭେ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକ, ସେ ତୁମ୍ଭକୁ ଉଦ୍ଧାର କରି ପାରନ୍ତି।
ଯଦି ସେ ତୁମ୍ଭକୁ ପ୍ରକୃତରେ ଭଲ ପାଉଥା’ନ୍ତି ତେବେ ନିଶ୍ଚୟ ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।”
9 ହେ ପରମେଶ୍ୱର, ସତ୍ୟ କଥା ଏହି, ତୁମ୍ଭେ ହେଉଛ ଏକମାତ୍ର ଯାହା ଉପରେ ମୁଁ ପ୍ରକୃତରେ ନିର୍ଭରଶୀଳ।
ତୁମ୍ଭେ ମୋର ଯତ୍ନ ନେଇଛ, ଯେଉଁ ଦିନରୁ ମୁଁ ଜନ୍ମଲାଭ କରିଛି।
ତୁମ୍ଭେ ମୋତେ ସୁରକ୍ଷା ତଥା ବିଶ୍ୱାସ ପ୍ରଦାନ କରିଛ, ଯେବେଠୁଁ ମୁଁ ଏକ ଛୋଟ ପିଲା ଥିଲି।
10 ମାତୃ ଗର୍ଭରୁ ଜନ୍ମଲାଭ କଲାପରଠାରୁ ମୁଁ ତୁମ୍ଭକୁ ପରମେଶ୍ୱର ବୋଲି ମାନି ଆସିଛି।
ମୁଁ ମାତୃ ଗର୍ଭରୁ ବାହାରିବା ପରଠାରୁ ତୁମ୍ଭ ଯତ୍ନରେ ଲାଳିତ ପାଳିତ ହୋଇଛି।
11 ତେଣୁ ହେ ପରମେଶ୍ୱର ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ।
ଆଗରେ ବିପଦ ମାଡ଼ି ଆସୁଛି, ମୋତେ ସାହାଯ୍ୟ କରିବାକୁ କେହି ନାହିଁ।
12 ଲୋକମାନେ ମୋର ଗ୍ଭରିପାଖରେ ଘେରି ରହିଛନ୍ତି।
ସେମାନେ ସମସ୍ତେ ଏକ ଶକ୍ତିଶାଳୀ ମାରଣା ଷଣ୍ଢ ପରି।
13 ସେମାନେ ମୁଖ ମେଲାଇ ରହିଛନ୍ତି ସତେ ଯେମିତି
ଏକ ସିଂହ ତା’ର ଶିକାର ପଶୁକୁ ଆଗରେ ଦେଖି ଗର୍ଜନ କରେ।
14 ମୋର ବଳ କ୍ରମେ କ୍ଷୀଣ ହୋଇ ଆସୁଛି,
ପାଣି ଭୂମିରେ ଶୋଷିତ ହେଲାପରି ମୋର ଶକ୍ତି ଗ୍ଭଲି ଯାଉଛି।
ମୋର ଅସ୍ଥିସବୁ ଭାଙ୍ଗି ଯାଉଛି।
ମୋର ସାହସ କ୍ରମେ କ୍ଷୀଣ ହୋଇ ଆସୁଛି।
15 ମୋର ପାଟି ଖଣ୍ଡେ ଖପରା ପରି ଶୁଷ୍କ ହୋଇ ଯାଉଛି।
ମୋର ଜିଭ ତାଳୁରେ ଲାଗି ଯାଉଛି, ତୁମ୍ଭେ ମୋତେ ମୃତ୍ୟୁର ଧୂଳିରେ ଫିଙ୍ଗି ଦେଇଛ।
12 ପରମେଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ଅଟେ। ତାହାଙ୍କର ବାକ୍ୟ ଯେକୌଣସି ଦ୍ୱିଧାର ଖଡ଼୍ଗଠାରୁ ମଧ୍ୟ ଅଧିକ ଧାରୁଆ। ପରମେଶ୍ୱରଙ୍କ ବାକ୍ୟ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭେଦ କରିପାରେ। ଏହା ହୃଦୟର ଚିନ୍ତା ଓ ଭାବର ବିଗ୍ଭର କରେ। 13 ସମଗ୍ର ବିଶ୍ୱରେ ପରମେଶ୍ୱରଙ୍କ ଦୃଷ୍ଟିରେ କୌଣସି କଥା ଲୁଚି ରହି ପାରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁକିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁରେ ତହିଁର ହିସାବ ଦେବାକୁ ହେବ।
ଯୀଶୁ ଆମ୍ଭକୁ ପରମେଶ୍ୱରଙ୍କ ସମ୍ମୁଖୀନ ହେବାରେ ସାହାଯ୍ୟ କରନ୍ତି
14 ପୁତ୍ର ପ୍ରଭୁ ଯୀଶୁ ପରମେଶ୍ୱରଙ୍କ ସହିତ ରହିବା ପାଇଁ ସ୍ୱର୍ଗକୁ ଯାଇଛନ୍ତି। ସେ ହେଉଛନ୍ତି ଆମ୍ଭର ପ୍ରଧାନ ମହାଯାଜକ। 15 ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ୱାସରେ ଦୃଢ଼ ରହିବା ଉଚିତ୍। ମହାଯାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତରେ ଥିବା ବେଳେ ସେ ପ୍ରତ୍ୟେକ ଭାବରେ ପରୀକ୍ଷିତ ହେଲେ। 16 ଆମ୍ଭେମାନେ ଉପଯୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ୱରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାଯାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।
ଯୀଶୁଙ୍କୁ ଅନୁସରଣ କରିବାକୁ ଜଣେ ଧନୀ ଲୋକର ଅସ୍ୱୀକାର(A)
17 ଯୀଶୁ ଯାଉଥିବା ବେଳେ ଜଣେ ଲୋକ ଦୌଡ଼ି ଦୌଡ଼ି ତାହାଙ୍କ ପାଖକୁ ଆସିଲା ଓ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲା। ସେ ପଗ୍ଭରିଲା, “ହେ ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ମୁଁ କ’ଣ କରିବି?”
18 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହୁଛ? କେବଳ ପରମେଶ୍ୱରଙ୍କ ଛଡ଼ା ଆଉ କେହିହେଲେ ଉତ୍ତମ ନୁହନ୍ତି। 19 କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡ଼ିକ ଜାଣିଛ: ହତ୍ୟା କର ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ଠକ ନାହିଁ, ଆପଣା ବାପା-ମାଙ୍କୁ ଆଦର କର।”
20 ସେହି ଲୋକ ଯୀଶୁଙ୍କୁ କହିଲା, “ଗୁରୁ, ମୁଁ ମୋ’ ପିଲାଦିନୁ ଏହିସବୁ କଥା ମାନି ଚଳୁଛି।”
21 ଯୀଶୁ ତାହାଙ୍କୁ ଗ୍ଭହିଁଲେ ଓ ସ୍ନେହ କଲେ। ସେ ତାହାଙ୍କୁ କହିଲେ, “ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହାକିଛି ତୁମ୍ଭ ପାଖରେ ଅଛି ସେତକ ବିକି ଦେଇ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ୱର୍ଗରେ ତୁମ୍ଭକୁ ଧନ ମିଳିବ। ତା’ପରେ ଆସ ଓ ମୋର ଅନୁସରଣ କର।”
22 ଯୀଶୁଙ୍କ କଥା ଶୁଣି ଲୋକଟିର ମନ ଦୁଃଖ ହୋଇଗଲା। ସେ ମନ ଦୁଃଖରେ ଫେରିଗଲା। କାରଣ ସେ ବହୁତ ଧନୀ ଥିଲା ଓ ତା’ର ଧନ ନିଜ ପାଖରେ ରଖିବାକୁ ଗ୍ଭହୁଁଥିଲା।
23 ଯୀଶୁ ଗ୍ଭରିଆଡ଼େ ଗ୍ଭହିଁ ଶିଷ୍ୟମାନଙ୍କୁ କହିଲେ, “ଧନୀ ଲୋକମାନଙ୍କ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ବଡ଼ କଠିନ ବିଷୟ।”
24 ଯୀଶୁଙ୍କ କଥା ଶୁଣି ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ଯୀଶୁ ସେମାନଙ୍କୁ ପୁଣି କହିଲେ, “ହେ ମୋର ପିଲାମାନେ, ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପ୍ରକୃତରେ କେଡ଼େ କଠିନ। 25 ଜଣେ ଧନୀ ଲୋକର ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅପେକ୍ଷା, ଗୋଟିଏ ଓଟ, ଗୋଟିଏ ଛୁଞ୍ଚି କଣାରେ ଗଳି ଯାଇ ପାରିବା ସହଜ।”
26 ସେମାନେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରସ୍ପର କୁହାକୁହି ହେଲେ, “ତେବେ କିଏ ଉଦ୍ଧାର ପାଇ ପାରିବ?”
27 ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ମନୁଷ୍ୟମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ନୁହେଁ। ପରମେଶ୍ୱର ସବୁକିଛି କରି ପାରିବୋ”
28 ପିତର ଯୀଶୁଙ୍କୁ କହିଲେ, “ଆପଣଙ୍କୁ ଅନୁସରଣ କରିବା ପାଇଁ ଆମ୍ଭେମାନେ ସବୁକିଛି ତ୍ୟାଗ କରିଛୁ।”
29 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ଘରଦ୍ୱାର, ଭାଇ ଭଉଣୀ, ବାପା-ମା, ପିଲାଛୁଆ ଓ ଜମିବାଡ଼ି ଛାଡ଼ି ଦେଇ ପାରିଛି, 30 ସେ ନିଶ୍ଚୟ ଆପଣାର ସେହି ଛାଡ଼ିଥିବା ବସ୍ତୁଠାରୁ ଶହେ ଗୁଣ ଅଧିକ ଇହକାଳରେ ପାଇ ପାରିବ। ସେ ଅଧିକ ଘରଦ୍ୱାର, ଭାଇ ଭଉଣୀ, ମା, ପିଲା ପିଲି, ଓ ଜମି ବାଡ଼ି ପାଇବ ଏବଂ ନିର୍ଯ୍ୟାତନା ସହିତ ସେ ଏହିସବୁ ଜିନିଷ ପାଇବ କିନ୍ତୁ ପରକାଳରେ ସେ ଅନନ୍ତ ଜୀବନ ଲାଭ କରିବ। 31 ବର୍ତ୍ତମାନ ଯେଉଁ ଲୋକମାନେ ପ୍ରଥମ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ଶେଷ ସ୍ଥାନକୁ ଗ୍ଭଲିଯିବେ, ଏବଂ ବର୍ତ୍ତମାନ ଯେଉଁମାନେ ଶେଷ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ପ୍ରଥମ ସ୍ଥାନକୁ ଗ୍ଭଲିଯିବେ।”
2010 by World Bible Translation Center