Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଅରଣ୍ୟର ମୃଗ ସ୍ୱରରେ ଦାଉଦଙ୍କର ଏକ ଗୀତ।
22 ହେ ମୋର ପରମେଶ୍ୱର, ହେ ମୋର ସଦାପ୍ରଭୁ, କାହିଁକି ତୁମ୍ଭେ ମୋତେ ପରିତ୍ୟାଗ କଲ?
ତୁମ୍ଭେ ମୋ’ ନିକଟରୁ ବହୁତ ଦୂରରେ ଥାଇ କିପରି ମୋତେ ସାହାଯ୍ୟ କରିବ?
ତୁମ୍ଭେ ମୋର ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର ଏତେ ଦୂରରୁ ଶୁଣି ପାରିବ।
2 ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ଦିନରେ ଡାକିଲି
କିନ୍ତୁ ତୁମ୍ଭେ ଉତ୍ତର ଦେଲ ନାହିଁ
ଓ ପୁନର୍ବାର ତୁମ୍ଭକୁ ରାତିରେ ଡାକିଲି।
3 ହେ ପରମେଶ୍ୱର, ତୁମ୍ଭେ ଏକମାତ୍ର ପବିତ୍ର ଅଟ।
ତୁମ୍ଭେ ରାଜାର ଆସନରେ ଆସୀନ।
ଇସ୍ରାଏଲ ପ୍ରଶଂସା ହିଁ ତୁମ୍ଭର ସିଂହାସନ ଅଟେ।
4 ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭ ଉପରେ ବିଶ୍ୱାସ କରିଥିଲେ।
ହଁ ସେମାନେ ତୁମ୍ଭକୁ ବିଶ୍ୱାସ କରୁଥିଲେ।
ହେ ପରମେଶ୍ୱର, ତୁମ୍ଭେ ହିଁ ସେମାନଙ୍କୁ ଉଦ୍ଧାର କରିଅଛ।
5 ହେ ପରମେଶ୍ୱର, ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲେ ଏବଂ ସେମାନେ ଶତ୍ରୁମାନଙ୍କ କବଳରୁ ରକ୍ଷା ପାଇଲେ।
ସେମାନେ ତୁମ୍ଭଙ୍କୁ ବିଶ୍ୱାସ କରିଥିବାରୁ ସେମାନେ ନିରାଶ ହେଲେ ନାହିଁ।
6 କିନ୍ତୁ ମୁଁ ଗୋଟିଏ କୀଟ, ବ୍ୟକ୍ତି ନୁହେଁ,
ଲୋକମାନେ ମୋ’ ପାଇଁ ଲଜ୍ଜିତ ହୁଅନ୍ତି ଓ ମୋତେ ଅବଜ୍ଞା କରନ୍ତି।
7 ପ୍ରତ୍ୟେକ ଯିଏ ମୋତେ ଦେଖେ ସେମାନେ ମୋର ପରିହାସ କରନ୍ତି।
ସେମାନେ ଓଷ୍ଠ ଲମ୍ବାଇ ମୁଣ୍ଡ ହଲାନ୍ତି।
8 ସେମାନେ ମୋତେ କହନ୍ତି, “ତୁମ୍ଭେ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକ, ସେ ତୁମ୍ଭକୁ ଉଦ୍ଧାର କରି ପାରନ୍ତି।
ଯଦି ସେ ତୁମ୍ଭକୁ ପ୍ରକୃତରେ ଭଲ ପାଉଥା’ନ୍ତି ତେବେ ନିଶ୍ଚୟ ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।”
9 ହେ ପରମେଶ୍ୱର, ସତ୍ୟ କଥା ଏହି, ତୁମ୍ଭେ ହେଉଛ ଏକମାତ୍ର ଯାହା ଉପରେ ମୁଁ ପ୍ରକୃତରେ ନିର୍ଭରଶୀଳ।
ତୁମ୍ଭେ ମୋର ଯତ୍ନ ନେଇଛ, ଯେଉଁ ଦିନରୁ ମୁଁ ଜନ୍ମଲାଭ କରିଛି।
ତୁମ୍ଭେ ମୋତେ ସୁରକ୍ଷା ତଥା ବିଶ୍ୱାସ ପ୍ରଦାନ କରିଛ, ଯେବେଠୁଁ ମୁଁ ଏକ ଛୋଟ ପିଲା ଥିଲି।
10 ମାତୃ ଗର୍ଭରୁ ଜନ୍ମଲାଭ କଲାପରଠାରୁ ମୁଁ ତୁମ୍ଭକୁ ପରମେଶ୍ୱର ବୋଲି ମାନି ଆସିଛି।
ମୁଁ ମାତୃ ଗର୍ଭରୁ ବାହାରିବା ପରଠାରୁ ତୁମ୍ଭ ଯତ୍ନରେ ଲାଳିତ ପାଳିତ ହୋଇଛି।
11 ତେଣୁ ହେ ପରମେଶ୍ୱର ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ।
ଆଗରେ ବିପଦ ମାଡ଼ି ଆସୁଛି, ମୋତେ ସାହାଯ୍ୟ କରିବାକୁ କେହି ନାହିଁ।
12 ଲୋକମାନେ ମୋର ଗ୍ଭରିପାଖରେ ଘେରି ରହିଛନ୍ତି।
ସେମାନେ ସମସ୍ତେ ଏକ ଶକ୍ତିଶାଳୀ ମାରଣା ଷଣ୍ଢ ପରି।
13 ସେମାନେ ମୁଖ ମେଲାଇ ରହିଛନ୍ତି ସତେ ଯେମିତି
ଏକ ସିଂହ ତା’ର ଶିକାର ପଶୁକୁ ଆଗରେ ଦେଖି ଗର୍ଜନ କରେ।
14 ମୋର ବଳ କ୍ରମେ କ୍ଷୀଣ ହୋଇ ଆସୁଛି,
ପାଣି ଭୂମିରେ ଶୋଷିତ ହେଲାପରି ମୋର ଶକ୍ତି ଗ୍ଭଲି ଯାଉଛି।
ମୋର ଅସ୍ଥିସବୁ ଭାଙ୍ଗି ଯାଉଛି।
ମୋର ସାହସ କ୍ରମେ କ୍ଷୀଣ ହୋଇ ଆସୁଛି।
15 ମୋର ପାଟି ଖଣ୍ଡେ ଖପରା ପରି ଶୁଷ୍କ ହୋଇ ଯାଉଛି।
ମୋର ଜିଭ ତାଳୁରେ ଲାଗି ଯାଉଛି, ତୁମ୍ଭେ ମୋତେ ମୃତ୍ୟୁର ଧୂଳିରେ ଫିଙ୍ଗି ଦେଇଛ।
ସୋଫର ଉତ୍ତର ଦେଲା
20 ତା’ପରେ ନାମାଥୀୟ ସୋଫର ଉତ୍ତର ଦେଇ କହିଲା,
2 “ମୋର ଉଦ୍ବେଗ ଚିନ୍ତା ମୋତେ ବାଧ୍ୟ କରିଛି ତୁମକୁ ଉତ୍ତର ଦେବା ପାଇଁ,
କାରଣ ମୁଁ ଅତିରିକ୍ତ ବିଚଳିତ।
3 ତୁମ୍ଭେ ତୁମ୍ଭର ଉତ୍ତରରେ ଆମ୍ଭକୁ ଅପମାନିତ କରିଛ।
କିନ୍ତୁ ମୁଁ ଜ୍ଞାନୀ, ତେଣୁ ତୁମ୍ଭକୁ କିପରି ଉତ୍ତର ଦେବାକୁ ହେବ ମୁଁ ଜାଣେ।
4-5 “ତୁମ୍ଭେ ଜାଣ ଦୁଷ୍ଟ ଲୋକର ଆନନ୍ଦ ବେଶୀ ସମୟ ତିଷ୍ଠିପାରେ ନାହିଁ।
ଏହା ସତ୍ୟ ବହୁ ସମୟରୁ ଯେତେବେଳଠାରୁ ଆଦମ ଏ ପୃଥିବୀରେ ରଖାଯାଇଥିଲା।
ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ବିନା ବାସ କରେ, ସେ ଲୋକର ଆନନ୍ଦ କ୍ଷଣସ୍ଥାୟୀ ଅଟେ।
6 ଦୁଷ୍ଟ ଲୋକର ଗର୍ବ ହୁଏତ ଆକାଶ ସ୍ପର୍ଶ କରିପାରେ।
ତା’ର ମସ୍ତକ ମେଘକୁ ଛୁଇଁ ପାରେ।
7 କିନ୍ତୁ ସେ ନିଜର ଶରୀର ଭଳି ଦିନେ ନିଶ୍ଚିହ୍ନ ହୋଇଯିବ।
ଯେଉଁ ବ୍ୟକ୍ତିମାନେ ତାକୁ ଜାଣିଥିଲେ ସେମାନେ କହିବେ, ‘ସେ କାହିଁ?’
8 ସେ ସ୍ୱପ୍ନ ଭଳି ମିଳାଇଯିବ।
ଆଉ ତାକୁ କେହି ପାଇବେ ନାହିଁ।
ସେ ଗୋଟିଏ ରାତ୍ରିର ଦୁଃସ୍ୱପ୍ନ ଭଳି ଭୁଲି ହୋଇଯିବ।
9 ଯେଉଁ ବ୍ୟକ୍ତି ତାକୁ ଦେଖିଥିଲେ ଆଉ ତାକୁ ଦେଖି ପାରିବେ ନାହିଁ।
ତା’ର ପରିବାର ମଧ୍ୟ ତା’ ଆଡ଼କୁ ପୁଣି ଅନାଇବେ ନାହିଁ।
10 ଦୁଷ୍ଟ ବ୍ୟକ୍ତିର ପିଲାମାନେ ସେ ଅପହରଣ କରିଥିବା ଗରିବ ଲୋକର ସମ୍ପତ୍ତିକୁ ପୁଣି ଫେରାଇ ଦେବେ।
ତା’ର ନିଜ ହାତ ମଧ୍ୟ ତା’ର ସମ୍ପତ୍ତିକୁ ଫେରାଇ ଦେବ।
11 ଯେତେବେଳେ ସେ ଯୁବକ ଥିଲା, ତା’ର ହାଡ଼ ଶକ୍ତ ଥିଲା।
କିନ୍ତୁ ତା’ର ଶରୀରର ଅନ୍ୟାନ୍ୟ ଅଙ୍ଗଭଳି ସେ ମଧ୍ୟ ଶୀଘ୍ର ମାଟିରେ ମିଶିଯିବ।
12 “ଦୁଷ୍ଟତା ତା’ ପାଟିକୁ ମିଠା ଲାଗେ,
ସେ ସମ୍ପୂର୍ଣ୍ଣ ଆନନ୍ଦ ପାଇବାକୁ ତାକୁ ତା’ ଜିଭତଳେ ରଖେ।
13 ଦୁଷ୍ଟ ଲୋକ ଦୁଷ୍ଟାମୀକୁ ଭଲପାଏ।
ସେ ଏହା ପରିତ୍ୟାଗ କରିବାକୁ ଘୃଣା କରେ।
ଏକ ମିଠା ମିଶ୍ରି ଭଳି ତା’ର ମୁଖରେ ଏହା ଥାଏ।
14 ସେ ମିଠା ତା’ର ପାକସ୍ଥଳୀରେ ବିଷରେ ପରିଣତ ହୁଏ
ଏବଂ ତାହା ତିକ୍ତ ବିଷ ତା’ ଭିତରେ ହୋଇଯାଏ, ଯେପରି ସାପର ବିଷ।
15 ଦୁଷ୍ଟ ଲୋକ ଯେଉଁ ଧନ ଗିଳିଥାଏ, ତାହା ଉଦ୍ଗାର କରିବ।
ପରମେଶ୍ୱର ତାହା ତାକୁ ବାନ୍ତି କରାଇ ଦେବେ।
16 ସାପର ଗରଳ ଦୁଷ୍ଟ ଲୋକର ପାନୀୟରେ ପରିଣତ ହେବ।
ସେହି ସାପର ବିଷଦାନ୍ତ ଶେଷରେ ତାକୁ ଦଂଶନ କରି ମାରିବ।
17 ଦୁଷ୍ଟ ଲୋକ ଜଳସ୍ରୋତ ଓ ନଦୀ ପରି ବହି ଯାଉଥିବା
ମହୁ ଓ ଦୁଧସରକୁ ଉପଭୋଗ କରି ପାରନ୍ତି ନାହିଁ।
18 ଦୁଷ୍ଟ ଲୋକ ତା’ର ଲାଭ ଫେରାଇବାକୁ ବାଧ୍ୟ ହେବ।
ସେ ଯାହା ପାଇଁ ଏତେ କଷ୍ଟ ସ୍ୱୀକାର କଲା, ତାକୁ ସେ ଭୋଗ କରି ପାରିବ ନାହିଁ।
19 କାରଣ ସେ ଗରିବକୁ ଲୁଣ୍ଠନ କରିଛି ଏବଂ ସେମାନଙ୍କୁ ପରିତ୍ୟାଗ କରିଛି।
ସେ ସେମାନଙ୍କ ସମ୍ପତ୍ତିକୁ ନେଇଯାଇଛି।
ସେ ନିଜେ ନିର୍ମାଣ କରି ନ ଥିବା ଗୃହକୁ ମାଡ଼ିବସିଲା।
20 “ଦୁଷ୍ଟଲୋକ କେବେ ବି ଅନ୍ତରରେ ବିଶ୍ରାମ ନେଇପାରେ ନାହିଁ।
ତା’ର ପ୍ରିୟ ଧନ ତାକୁ ରକ୍ଷା କରି ପାରିବ ନାହିଁ।
21 ସେ ଖାଇବା ପରେ ବଳକା ରହେ ନାହିଁ।
ସେଥିପାଇଁ ତା’ର ଉତ୍ତମ ଦ୍ରବ୍ୟସବୁ ସ୍ଥାୟୀ ହୁଏ ନାହିଁ।
22 ଯେତେବେଳେ ଦୁଷ୍ଟ ଲୋକର ପ୍ରଚୁର ଥାଏ, ଦୁର୍ଦ୍ଦଶା ତା’ ଉପରକୁ ଆସିବ,
ତା’ର କଷ୍ଟ ତା’ ଉପରକୁ ସମସ୍ତ ଶକ୍ତି ସହିତ ଆସିବ।
23 ଦୁଷ୍ଟଲୋକ ଯେତେବେଳେ ସେ ଗ୍ଭହୁଁଥିବା ଖାଦ୍ୟ ଖାଇ ସାରିବ।
ପରମେଶ୍ୱର ତା’ ଉପରେ ରାଗରେ ପ୍ରଚଣ୍ଡ ଆକ୍ରମଣ କରିବେ।
ପରମେଶ୍ୱର ତା’ ଉପରେ ଶାସ୍ତି ବୃଷ୍ଟି କରିବେ।
24 ସେ ହୁଏତ ଲୁହା ଖଡ଼୍ଗରୁ ରକ୍ଷା ପାଇପାରେ,
କିନ୍ତୁ ତମ୍ବାର ଧନୁ ତାକୁ ବିନ୍ଧି ପକେଇବ।
25 ସେହି ତମ୍ବାତୀର ତା’ର ପୁରା ଶରୀର ଦେଇ ଗତି କରିବ।
ତା’ର ପିଠି ପଟ ଦେଇ ବାହାରି ପଡ଼ିବ।
ଏହାର ମୁନିଆ ଅଗ୍ରଭାଗ ତା’ର କଲିଜାକୁ ଚିରିଦେବ,
ଏବଂ ତା’ ଉପରେ ଆତଙ୍କ ଆସିବ।
26 ତା’ର ଭଣ୍ଡାର ଘର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ।
ଅଗ୍ନି ସେ ସବୁ ଧ୍ୱଂସ କରିବ।
ଏହା କୌଣସି ମନୁଷ୍ୟକୃତ ଅଗ୍ନି ନ ଥିବ।
ଏହା ଦୈବାଗ୍ନି ତା’ ଘରର ସମସ୍ତ ପଦାର୍ଥକୁ ଜାଳି ଦେବ।
27 ସ୍ୱର୍ଗ ଦୁଷ୍ଟ ଲୋକର ଅପରାଧକୁ ପ୍ରମାଣ କରିବ।
ପୃଥିବୀ ତା’ ବିରୁଦ୍ଧରେ ସାକ୍ଷୀ ଦେବ।
28 ପରମେଶ୍ୱରଙ୍କ କୋପର ବନ୍ୟା
ତା’ ଘରର ସମସ୍ତ ପଦାର୍ଥକୁ ବୋହି ନେଇଯିବ।
29 ସେଥିପାଇଁ ପ୍ରଭୁ ଦୁଷ୍ଟ ଲୋକଙ୍କ ପ୍ରତି ଯାହା କରିବେ,
ତାହା ହିଁ ପରମେଶ୍ୱର ଯୋଜନା କରିଛନ୍ତି ତାଙ୍କୁ ଦେବା ପାଇଁ।”
ମନୁଷ୍ୟକୃତ ନିୟମଠାରୁ ପରମେଶ୍ୱରଙ୍କ ବିଧାନ ବଡ଼(A)
15 କେତେକ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀ ଯିରୁଶାଲମରୁ ଯୀଶୁଙ୍କ ନିକଟକୁ ଆସି ପଗ୍ଭରିଲେ, 2 “ତୁମ୍ଭ ଶିଷ୍ୟମାନେ ପୂର୍ବପୁରୁଷଙ୍କ ପ୍ରଦତ୍ତ ନୀତିନିୟମଗୁଡ଼ିକୁ କାହିଁକି ମାନୁ ନାହାନ୍ତି? ତୁମ୍ଭ ଶିଷ୍ୟମାନେ ଖାଇବା ପୂର୍ବରୁ କାହିଁକି ହାତ ଧୋଉ ନାହାନ୍ତି।”
3 ଯୀଶୁ କହିଲେ, “ତୁମ୍ଭେ ନିଜର ପରମ୍ପରାଗତ ରୀତି ନୀତି ପାଳିବାକୁ ଯାଇ ପରମେଶ୍ୱରଙ୍କ ଆଦେଶ କାହିଁକି ଲଙ୍ଘନ କରୁଛ? 4 ପରମେଶ୍ୱର କହିଛନ୍ତି: ‘ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ, [a] କିନ୍ତୁ ଯେଉଁ ଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାଯିବା ଉଚିତ୍।’ [b] 5 କିନ୍ତୁ ତୁମ୍ଭେ ଯେଉଁଭଳି ଶିକ୍ଷା ଦେଉଛ, ତା’ଫଳରେ ଜଣେ ଲୋକ ତା’ର ପିତାମାତାଙ୍କୁ କହି ପାରିବ, ‘ମୁଁ ତୁମ୍ଭକୁ ସାହାଯ୍ୟ କରି ପାରିବି ନାହିଁ। କାରଣ ମୋର ଯାହାସବୁ ଅଛି ସେଗୁଡ଼ିକୁ ମୁଁ ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି।’ 6 ଏହିଭଳି ତୁମ୍ଭେ ସେ ଲୋକଙ୍କୁ ତା’ ପିତାମାତାଙ୍କୁ ସମ୍ମାନ ନ ଦେବା ପାଇଁ ହିଁ ଶିକ୍ଷା ଦେଉଛ। ଏହିପରି ନିଜର ପରମ୍ପରାଗତ ନୀତିନିୟମଗୁଡ଼ିକୁ ସମ୍ମାନ ଦେଇଛ ଓ ପରମେଶ୍ୱରଙ୍କ ଆଦେଶକୁ ଅବମାନନା କରୁଛ। 7 ତୁମ୍ଭେ ସବୁ କପଟୀ! ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଠିକ୍ ଭାବରେ ଏହି ଭବିଷ୍ୟଦ୍ବାଣୀ କହିଥିଲେ।
8 ଏମାନେ କେବଳ ମୁଖରେ ମୋର ଆଦର କରନ୍ତି,
କିନ୍ତୁ ସେମାନଙ୍କ ମନକଥା ମୋ’ଠାରୁ ବହୁତ ଦୂରରେ ରହିଥାଏ।
9 ସେମାନେ ମୋତେ ଯେଉଁ ଉପାସନା କରନ୍ତି, ତାହା ମୂଲ୍ୟହୀନ।
ସେମାନେ ଯେଉଁସବୁ ବିଷୟ ଶିକ୍ଷା ଦିଅନ୍ତି ତାହା କେବଳ ମଣିଷ ତିଆରି ବିଧିବିଧାନ।’” (B)
2010 by World Bible Translation Center