Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ ଅରଣ୍ୟର ମୃଗ ସ୍ୱରରେ ଦାଉଦଙ୍କର ଏକ ଗୀତ।
22 ହେ ମୋର ପରମେଶ୍ୱର, ହେ ମୋର ସଦାପ୍ରଭୁ, କାହିଁକି ତୁମ୍ଭେ ମୋତେ ପରିତ୍ୟାଗ କଲ?
ତୁମ୍ଭେ ମୋ’ ନିକଟରୁ ବହୁତ ଦୂରରେ ଥାଇ କିପରି ମୋତେ ସାହାଯ୍ୟ କରିବ?
ତୁମ୍ଭେ ମୋର ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର ଏତେ ଦୂରରୁ ଶୁଣି ପାରିବ।
2 ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ଦିନରେ ଡାକିଲି
କିନ୍ତୁ ତୁମ୍ଭେ ଉତ୍ତର ଦେଲ ନାହିଁ
ଓ ପୁନର୍ବାର ତୁମ୍ଭକୁ ରାତିରେ ଡାକିଲି।
3 ହେ ପରମେଶ୍ୱର, ତୁମ୍ଭେ ଏକମାତ୍ର ପବିତ୍ର ଅଟ।
ତୁମ୍ଭେ ରାଜାର ଆସନରେ ଆସୀନ।
ଇସ୍ରାଏଲ ପ୍ରଶଂସା ହିଁ ତୁମ୍ଭର ସିଂହାସନ ଅଟେ।
4 ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭ ଉପରେ ବିଶ୍ୱାସ କରିଥିଲେ।
ହଁ ସେମାନେ ତୁମ୍ଭକୁ ବିଶ୍ୱାସ କରୁଥିଲେ।
ହେ ପରମେଶ୍ୱର, ତୁମ୍ଭେ ହିଁ ସେମାନଙ୍କୁ ଉଦ୍ଧାର କରିଅଛ।
5 ହେ ପରମେଶ୍ୱର, ଆମ୍ଭର ପୂର୍ବପୁରୁଷମାନେ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲେ ଏବଂ ସେମାନେ ଶତ୍ରୁମାନଙ୍କ କବଳରୁ ରକ୍ଷା ପାଇଲେ।
ସେମାନେ ତୁମ୍ଭଙ୍କୁ ବିଶ୍ୱାସ କରିଥିବାରୁ ସେମାନେ ନିରାଶ ହେଲେ ନାହିଁ।
6 କିନ୍ତୁ ମୁଁ ଗୋଟିଏ କୀଟ, ବ୍ୟକ୍ତି ନୁହେଁ,
ଲୋକମାନେ ମୋ’ ପାଇଁ ଲଜ୍ଜିତ ହୁଅନ୍ତି ଓ ମୋତେ ଅବଜ୍ଞା କରନ୍ତି।
7 ପ୍ରତ୍ୟେକ ଯିଏ ମୋତେ ଦେଖେ ସେମାନେ ମୋର ପରିହାସ କରନ୍ତି।
ସେମାନେ ଓଷ୍ଠ ଲମ୍ବାଇ ମୁଣ୍ଡ ହଲାନ୍ତି।
8 ସେମାନେ ମୋତେ କହନ୍ତି, “ତୁମ୍ଭେ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକ, ସେ ତୁମ୍ଭକୁ ଉଦ୍ଧାର କରି ପାରନ୍ତି।
ଯଦି ସେ ତୁମ୍ଭକୁ ପ୍ରକୃତରେ ଭଲ ପାଉଥା’ନ୍ତି ତେବେ ନିଶ୍ଚୟ ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।”
9 ହେ ପରମେଶ୍ୱର, ସତ୍ୟ କଥା ଏହି, ତୁମ୍ଭେ ହେଉଛ ଏକମାତ୍ର ଯାହା ଉପରେ ମୁଁ ପ୍ରକୃତରେ ନିର୍ଭରଶୀଳ।
ତୁମ୍ଭେ ମୋର ଯତ୍ନ ନେଇଛ, ଯେଉଁ ଦିନରୁ ମୁଁ ଜନ୍ମଲାଭ କରିଛି।
ତୁମ୍ଭେ ମୋତେ ସୁରକ୍ଷା ତଥା ବିଶ୍ୱାସ ପ୍ରଦାନ କରିଛ, ଯେବେଠୁଁ ମୁଁ ଏକ ଛୋଟ ପିଲା ଥିଲି।
10 ମାତୃ ଗର୍ଭରୁ ଜନ୍ମଲାଭ କଲାପରଠାରୁ ମୁଁ ତୁମ୍ଭକୁ ପରମେଶ୍ୱର ବୋଲି ମାନି ଆସିଛି।
ମୁଁ ମାତୃ ଗର୍ଭରୁ ବାହାରିବା ପରଠାରୁ ତୁମ୍ଭ ଯତ୍ନରେ ଲାଳିତ ପାଳିତ ହୋଇଛି।
11 ତେଣୁ ହେ ପରମେଶ୍ୱର ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ।
ଆଗରେ ବିପଦ ମାଡ଼ି ଆସୁଛି, ମୋତେ ସାହାଯ୍ୟ କରିବାକୁ କେହି ନାହିଁ।
12 ଲୋକମାନେ ମୋର ଗ୍ଭରିପାଖରେ ଘେରି ରହିଛନ୍ତି।
ସେମାନେ ସମସ୍ତେ ଏକ ଶକ୍ତିଶାଳୀ ମାରଣା ଷଣ୍ଢ ପରି।
13 ସେମାନେ ମୁଖ ମେଲାଇ ରହିଛନ୍ତି ସତେ ଯେମିତି
ଏକ ସିଂହ ତା’ର ଶିକାର ପଶୁକୁ ଆଗରେ ଦେଖି ଗର୍ଜନ କରେ।
14 ମୋର ବଳ କ୍ରମେ କ୍ଷୀଣ ହୋଇ ଆସୁଛି,
ପାଣି ଭୂମିରେ ଶୋଷିତ ହେଲାପରି ମୋର ଶକ୍ତି ଗ୍ଭଲି ଯାଉଛି।
ମୋର ଅସ୍ଥିସବୁ ଭାଙ୍ଗି ଯାଉଛି।
ମୋର ସାହସ କ୍ରମେ କ୍ଷୀଣ ହୋଇ ଆସୁଛି।
15 ମୋର ପାଟି ଖଣ୍ଡେ ଖପରା ପରି ଶୁଷ୍କ ହୋଇ ଯାଉଛି।
ମୋର ଜିଭ ତାଳୁରେ ଲାଗି ଯାଉଛି, ତୁମ୍ଭେ ମୋତେ ମୃତ୍ୟୁର ଧୂଳିରେ ଫିଙ୍ଗି ଦେଇଛ।
17 ମୋର ଆତ୍ମା ଭାଙ୍ଗି ଯାଇଛି।
ମୁଁ ସବୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି।
ମୋର ଜୀବନ ପ୍ରାୟ ନଷ୍ଟ ହୋଇଯାଇଛି।
ମୋ’ ପାଇଁ କବର ଅପେକ୍ଷା କରିଛି।
2 ଲୋକମାନେ ମୋ’ ଗ୍ଭରିପାଖରେ ଛିଡ଼ା ହୋଇ ହସୁଛନ୍ତି।
ମୁଁ ସେମାନଙ୍କୁ ଦେଖୁଛି ସେମାନେ ଯେତେବେଳେ ମୋତେ ପରିହାସ ଏବଂ ଅପମାନ କରୁଛନ୍ତି।
3 “ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖାଇ ଦିଅ ଯେ ତୁମ୍ଭେ ପ୍ରକୃତରେ ମୋତେ ସମର୍ଥନ କର।
ଅନ୍ୟ କେହି ମୋତେ ସମର୍ଥନ ଦେବେ ନାହିଁ।
4 ତୁମ୍ଭେ ମୋର ବନ୍ଧୁମାନଙ୍କ ମନକୁ ବୁଝିବାକୁ ବାରଣ କରିଛ।
ସେଥିପାଇଁ ସେମାନେ ଠିକ୍ ବୋଲି ତୁମ୍ଭେ ସେମାନଙ୍କୁ ଚିନ୍ତା କରିବାକୁ ଦେବ ନାହିଁ।
5 ଯଦି କେହି ଗୋଟିଏ ପୁରସ୍କାର ପାଇଁ ସାଙ୍ଗ ବିରୁଦ୍ଧରେ କହେ,
‘ତା’ର ପିଲାମାନଙ୍କର ଚକ୍ଷୁ ଫୁଟିଯାଉ।’
କିନ୍ତୁ ମୋର ବନ୍ଧୁଗଣ ମୋ’ ବିରୁଦ୍ଧରେ ଗଲେ।
6 ପରମେଶ୍ୱର ମୋର ନାମକୁ ସମସ୍ତଙ୍କ ପାଇଁ ଏକ ଖରାପ ବାକ୍ୟ କରିଛନ୍ତି।
ଲୋକେ ମୋ’ ମୁହଁରେ ଛେପ ପକାଉଛନ୍ତି।
7 କାରଣ ମୋର ଦୁଃଖ ଯୋଗୁଁ ମୋର ଚକ୍ଷୁ ଅନ୍ଧ ପ୍ରାୟ ହୋଇଗଲାଣି।
ମୋର ଶରୀର ଛାଇପରି କ୍ଷୀଣ ହୋଇଗଲାଣି।
8 ଭାଇ ଲୋକମାନେ ଏ ବିଷୟରେ ସ୍ତମ୍ଭିତ ହୋଇଛନ୍ତି।
ନିରୀହ ଲୋକମାନେ ସେହିମାନଙ୍କ ଉପରେ କ୍ଷୁବ୍ଧ ହୁଅନ୍ତି, ଯେଉଁମାନେ ପରମେଶ୍ୱରଙ୍କୁ ଖାତିରି କରନ୍ତି ନାହିଁ।
9 କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ୟ ପଥରେ ରହିବେ।
ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହେବେ।
10 “ବର୍ତ୍ତମାନ ତୁମ୍ଭେମାନେ ସମସ୍ତେ ଫେରି ଆସ।
ତୁମ୍ଭମାନଙ୍କ ଭିତରୁ କେହି ଜଣେ ଜ୍ଞାନୀ ଲୋକ ମୁଁ ପାଇ ପାରିବି ନାହିଁ।
11 ମୋର ଜୀବନ ସରିସରି ଆସୁଛି।
ମୋର ସମସ୍ତ ଯୋଜନା ପଣ୍ଡ ହୋଇଗଲା।
ମୋର ସବୁ ଆଶା ଧୂଳିସାତ ହେଲା।
12 ମୋର ମିତ୍ରଗଣ ସବୁ ସନ୍ଦେହରେ ଅଛନ୍ତି।
ସେମାନେ ରାତିକୁ ଦିନ ବୋଲି ଭାବନ୍ତି।
ସେମାନେ କହନ୍ତି, ଏହା ଶୀଘ୍ର ଆଲୋକିତ ହେବ, ଯେତେବେଳେ ଏହା ଅନ୍ଧକାର ହେଉଛି।
13 “ମୁଁ ହୁଏତ କବରକୁ ମୋର ନୂଆ ଘର ବୋଲି ଆଶା କରିବି।
ମୁଁ ଆଶା କରୁଛି, ମୋର ବିଛଣା ଅନ୍ଧକାର ବିବରଣ କରିବି।
14 ମୁଁ ସେହି କବର ସ୍ଥାନକୁ ‘ମୋର ପିତା ବୋଲି ସମ୍ବୋଧନ କରିବି।’
ସେହି ଜିଆପୋକ ‘ମୋ’ ମା’ ଓ ‘ମୋ’ ଭଉଣୀ’ ଭାବିବି।
15 ଯଦି ତାହା ହିଁ ମୋର ଗୋଟିଏ ଆଶା, ତେବେ ମୋର କୌଣସି ଆଶା ନାହିଁ।
ଯଦି ତାହା ମୋର ଆଶା, ତେବେ ଲୋକ ମୋ’ଠାରେ କୌଣସି ଭରସା ପାଇବେ ନାହିଁ।
16 ମୋର ଆଶା କ’ଣ ମୋ’ ସହିତ ମରିଯିବ?
ଏହା ମଧ୍ୟ କ’ଣ ମୃତ୍ୟୁ ତଳକୁ ଯିବ? ଆମ୍ଭେ ମଧ୍ୟ କ’ଣ ମାଟି ତଳକୁ ଏକତ୍ରିତ ଯିବୁ?”
ଆମ୍ଭେ ପରମେଶ୍ୱରଙ୍କୁ ଅନୁସରଣ କରି ଗ୍ଭଲିଥିବା
7 ଅତଏବ ପବିତ୍ରଆତ୍ମା କୁହନ୍ତି:
“ଯଦି ତୁମ୍ଭେମାନେ “ଆଜି’ ପରମେଶ୍ୱରଙ୍କ ବାକ୍ୟ ଶୁଣ,
8 ତେବେ ମରୁଭୂମିରେ ପରମେଶ୍ୱରଙ୍କୁ ପରୀକ୍ଷା କରିବା ଦିନ
ଯେପ୍ରକାର ପରମେଶ୍ୱରଙ୍କ ବିରୁଦ୍ଧରେ ଥିଲେ,
ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର।
9 ଗ୍ଭଳିଶ୍ ବର୍ଷ ଧରି ତୁମ୍ଭ ଲୋକମାନେ ମରୁଭୂମିରେ ମୋର କାର୍ଯ୍ୟ ଗୁଡ଼ିକ ଦେଖିଲେ।
ତଥାପି ସେମାନେ ମୋ’ ଧୈର୍ଯ୍ୟର ପରୀକ୍ଷା ନେଲେ।
10 ସେଥିପାଇଁ ମୁଁ ସେହି ଲୋକମାନଙ୍କ ପ୍ରତି କ୍ରୁଦ୍ଧ ଥିଲି।
ମୁଁ କହିଥିଲି, ସେ ଲୋକମାନଙ୍କର ଚିନ୍ତାଧାରା ସର୍ବଦା ଭୁଲ୍ ଅଟେ।
ସେମାନେ ମୋର ମାର୍ଗ ବୁଝନ୍ତି ନାହିଁ।
11 ଅତଏବ ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି –
‘ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମସ୍ଥଳରେ [a] ପ୍ରବେଶ କରିବେ ନାହିଁ।’” (A)
12 ଅତଏବ ଭାଇ ଓ ଭଉଣୀମାନେ, ତୁମ୍ଭ ମଧ୍ୟରେ କେହି ପାପ ନ କର, ଅବିଶ୍ୱାସୀ ନ ହୁଅ, ଓ ଜୀବିତ ପରମେଶ୍ୱରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ। 13 କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। “ଆଜିଦିନରେ” ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନରେ ପଡ଼ି ଲୋକେ ଯେପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାଯ୍ୟ କର। 14 କାରଣ ପ୍ରାରମ୍ଭରୁ ତୁମ୍ଭର ଯେଉଁ ଦୃଢ଼ ବିଶ୍ୱାସ ଥିଲା, ତାହା ଯଦି ଶେଷ ପର୍ଯ୍ୟନ୍ତ ବଜାୟ ରଖିବ, ତାହାହେଲେ ଯୀଶୁ ଖ୍ରୀଷ୍ଟଙ୍କ ସମସ୍ତ ଅଧିକାରରେ ସହଭାଗୀ ହେବ। 15 ଏହା ହିଁ ଶାସ୍ତ୍ର ମଧ୍ୟ କୁହେ:
“ତୁମ୍ଭେମାନେ ଯଦି ଆଜି ପରମେଶ୍ୱରଙ୍କ ବାକ୍ୟ ଶୁଣ,
ତା’ହେଲେ ଅତୀତରେ ଯେପରି ତୁମ୍ଭେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିଥିଲ, ସେହିପରି ଆପଣା ହୃଦୟ କଠିନ ନ କର।” (B)
16 ପରମେଶ୍ୱରଙ୍କ ବାକ୍ୟ ଶୁଣି କେଉଁମାନେ ତାହାଙ୍କର ବିରୁଦ୍ଧାଚରଣ କରିଥିଲେ? ଯେଉଁମାନେ ମୋଶାଙ୍କ ଦ୍ୱାରା ମିଶର ଦେଶରୁ ବାହାରି ଆସିଥିଲେ, ଏମାନେ ସେହି ଲୋକ ଅଟନ୍ତି। 17 ପରମେଶ୍ୱର ଗ୍ଭଳିଶ୍ ବର୍ଷ ଧରି ତାହା ପ୍ରତି କ୍ରୋଧ କରିଥିଲେ? ଯେଉଁମାନେ ପାପ କରିଥିଲେ ସେମାନଙ୍କ ପ୍ରତି ପରମେଶ୍ୱର କ୍ରୋଧ କରିଥିଲେ। ସେମାନେ ମରୁଭୂମିରେ ମଲେ। 18 ପରମେଶ୍ୱରଙ୍କର କେଉଁ ଲୋକମାନେ ତାହାଙ୍କର ବିଶ୍ରାମସ୍ଥଳରେ ପ୍ରବେଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ? ପରମେଶ୍ୱରଙ୍କ ଆଜ୍ଞାର ଅବାଧ୍ୟ ହେଉଥିବା ଲୋକମାନଙ୍କୁ ସେ ଏହା କହିଥିଲେ। 19 ଅତଏବ ଆମ୍ଭେ ଦେଖୁଛୁ ଯେ, ସେମାନେ ନିଜ ଅବିଶ୍ୱାସ ହେତୁ ସେଠାରେ ପ୍ରବେଶ କରିବା ପାଇଁ ଅସମର୍ଥ ହେଲେ।
2010 by World Bible Translation Center