Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 55:1-15

ପ୍ରଧାନ ବାଦ୍ୟକର ପାଇଁ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍।

55 ହେ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
    ମୋର କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ।
    ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ।
ମୋର ଶତ୍ରୁମାନେ ମୋତେ ଭୟଭୀତ କଲେ।
    ସେହି ଦୁଷ୍ଟ ଲୋକମାନେ ମୋ’ ଉପରେ ପାଟି କଲେ।
ମୋର ଶତ୍ରୁମାନେ ମୋ’ ଉପରେ ବିରକ୍ତି ହୋଇ ଆକ୍ରମଣ କଲେ।
    ସେମାନେ ମୋ’ ଉପରେ ବିଭିନ୍ନ ବିପଦ ଆଣିଲେ।
ମୋ’ ଅନ୍ତରରେ ମୋର ହୃଦୟ ଅତ୍ୟନ୍ତ ବିଦୀର୍ଣ୍ଣ ହେଉଅଛି।
    ମୁଁ ମୃତ୍ୟୁକୁ ବହୁତ ଭୟ କରୁଛି।
ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି,
    ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା
    ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
    ଦେଖ! ତେବେ ମୁଁ ଦୂରରୁ ଭ୍ରମଣ କରି ମରୁଭୂମି ମଧ୍ୟକୁ ପଳାନ୍ତି।

ମୁଁ ପ୍ରବଳ ବାୟୁ ଓ ତୋଫାନ ମଧ୍ୟରୁ ତରବର ହୋଇ
    ଏକ ନିରାପଦ ସ୍ଥାନକୁ ପଲାୟନ କରନ୍ତି।
ହେ ମୋର ପ୍ରଭୁ, ସେମାନଙ୍କୁ ବିନାଶ କର।
    ସେମାନଙ୍କର ବକ୍ତୃତାକୁ ପଣ୍ଡ କର।
    ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଛି।
10 ନଗରରେ ଦିନରାତି, ପ୍ରତ୍ୟେକ ପଡ଼ୋଶୀମାନଙ୍କଠାରେ
    ଦୋଷ ଓ ଅସଭ୍ୟତା ପୁରି ରହିଛି।
11 ଅପରାଧ ସବୁଠାରେ ପ୍ରଚଳିତ ଅଛି।
    ଅରାଜକତା ଓ ପ୍ରତାରଣା ସର୍ବସାଧାରଣ ସ୍ଥାନ କେବେ ଛାଡ଼ି ନାହିଁ।

12 ଯଦି କୌଣସି ଶତ୍ରୁ ମୋତେ ତିରସ୍କାର କଲା,
    ମୁଁ ସହନ୍ତି।
ଯଦି ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରନ୍ତି,
    ମୁଁ ତାଙ୍କଠାରୁ ନିଜକୁ ଲୁଗ୍ଭନ୍ତି।
13 କିନ୍ତୁ ତୁମ୍ଭେ ମୋର ସହଯୋଗୀ,
    ସହପାଠୀ ଓ ସାଙ୍ଗ, ଯିଏ ଏହା କରନ୍ତି।
14 ଆମ୍ଭେମାନେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ।
    ଆମ୍ଭେମାନେ ଲୋକମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ମନ୍ଦିରକୁ ଗଲୁ।

15 ମୁଁ ଇଚ୍ଛା କରେ ଯେ, ମୃତ୍ୟୁ ମୋର ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ,
    ମୁଁ ଇଚ୍ଛାକରେ ପୃଥିବୀ ଖୋଲି ହୋଇଯାଉ ଓ ସେମାନଙ୍କୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ।
    କାରଣ ସେମାନଙ୍କର ବାସସ୍ଥାନରେ ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।

ଆୟୁବ ପୁସ୍ତକ 15

ଇଲୀଫସ୍ ଆୟୁବକୁ ଉତ୍ତର ଦେଲା

15 ତା’ପରେ ତୈମନର ଇଲୀଫସ୍ ଆୟୁବକୁ ଉତ୍ତର ଦେଲା,

“ଆୟୁବ, ଯଦି ତୁମ୍ଭେ ପ୍ରକୃତରେ ଜ୍ଞାନୀ,
    ତେବେ ତୁମ୍ଭେ ବ୍ୟକ୍ତିଗତ ମୂଲ୍ୟହୀନ ମତରେ ଉତ୍ତର ଦିଅନ୍ତ ନାହିଁ।
    ଜଣେ ଜ୍ଞାନୀ ଲୋକ ଏତେ ଗରମ ପବନରେ ଭର୍ତ୍ତି ହୋଇ ରହିବ ନାହିଁ।
ତୁମ୍ଭେ କ’ଣ ଭାବୁଛ ଜ୍ଞାନୀ ଲୋକ ଏପରି ମୂଲ୍ୟହୀନ କଥାକୁ ନେଇ ଯୁକ୍ତି କରିବ,
    ଯେଉଁ କଥାଗୁଡ଼ିକର କୌଣସି ମୂଲ୍ୟ ନାହିଁ।
କିନ୍ତୁ ତୁମ୍ଭର ଭୟ ନାହିଁ, ତୁମ୍ଭେ ଏତେ କଥାବାର୍ତ୍ତା କର ଯେ,
    ପରମେଶ୍ୱରଙ୍କ ସମ୍ମୁଖରେ ଭକ୍ତି କରିବା ପାଇଁ ସମୟ ପାଆନ୍ତି ନାହିଁ।
କାରଣ ତୁମ୍ଭର କଥା ତୁମ୍ଭର ପାପକୁ ହିଁ ସ୍ୱୀକାର କରୁଛି।
    ଆୟୁବ ତୁମ୍ଭେ ତୁମ୍ଭର ପାପକୁ ଲୁଗ୍ଭଇବାକୁ ଚେଷ୍ଟା କରୁଛ, ଚତୁରତା ପୂର୍ଣ୍ଣ ବାକ୍ୟ ମଧ୍ୟରେ।
ଏହା ଦ୍ୱାରା ମୁଁ ପ୍ରମାଣ କରିବାକୁ ଚେଷ୍ଟା କରୁ ନାହିଁ ଯେ, ତୁମ୍ଭେ ଯାହା କରୁଛ ସବୁ ଅଧର୍ମ ବୋଲି।
    ଯେଉଁ ବିଷୟ ତୁମ୍ଭ ନିଜ ମୁଖ ଦ୍ୱାରା କହୁଛ ତାହା ତୁମ୍ଭେ ଭୁଲ୍ ବୋଲି ଦେଖାଉଛ।
    ତୁମ୍ଭର ନିଜ ଓଠ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଛି।

“ଆୟୁବ, ତୁମ୍ଭେ କ’ଣ ପ୍ରଥମ ବ୍ୟକ୍ତି ଜନ୍ମ ହୋଇଛ?
    ଏହି ପର୍ବତସବୁ ପୂର୍ବରୁ ତୁମ୍ଭେ ଗର୍ଭରେ ଧାରଣ ହୋଇଥିଲ କି?
ତୁମ୍ଭେ ପରମେଶ୍ୱରଙ୍କ ଗୋପନ ଯୋଜନା ବିଷୟରେ କିଛି ଜାଣ କି?
    ତୁମ୍ଭେ କ’ଣ ନିଜକୁ ଏକମାତ୍ର ଜ୍ଞାନୀ ବୋଲି ଭାବୁଛ?
ଆୟୁବ, ତୁମ୍ଭେ ଯାହା କର ତାହାଠାରୁ ଆମ୍ଭେ ଅଧିକ ଜାଣୁ।
    ଆମ୍ଭେ ସେ କଥା ବୁଝିପାରୁ ଯାହା ତୁମ୍ଭେ ଜାଣ ନାହିଁ।
10 ସେହି ପାଚିଲାବାଳିଆ ଓ ବୃଦ୍ଧ ଲୋକମାନେ ଆମ୍ଭମାନଙ୍କ କଥାରେ ଏକମନ ହେବେ,
    ଏପରିକି ତୁମ୍ଭର ପିତାଙ୍କଠାରୁ ଆହୁରି ବୃଦ୍ଧ ଲୋକମାନେ ମଧ୍ୟ ଆମ୍ଭ ସହିତ ଅଛନ୍ତି।
11 ପରମେଶ୍ୱର ତୁମ୍ଭକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରନ୍ତି।
    ତାହା ତୁମ୍ଭ ପାଇଁ ଯଥେଷ୍ଟ ନୁହେଁ।
    ଆମ୍ଭେମାନେ ପରମେଶ୍ୱରଙ୍କ ବାଣୀ ତୁମ୍ଭକୁ ଅତି ମୃଦୁ ବାକ୍ୟରେ ବୁଝାଇ କହିଲୁ।
12 ଆୟୁବ ତୁମ୍ଭେ କାହିଁକି ବୁଝିବାକୁ ଚେଷ୍ଟା କରୁ ନାହଁ?
    ତୁମ୍ଭେ କାହିଁକି ସତ୍ୟକୁ ସ୍ୱୀକାର କରୁ ନାହଁ?
13 ତୁମ୍ଭେ ଏହି ଦ୍ୱେଷପୂର୍ଣ୍ଣ କଥାଗୁଡ଼ାକ କହି
    ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରୁଛ। ‌କ୍ଳା‌‌ସ୍‌‌ର

14 “ମନୁଷ୍ୟ କ’ଣ ସତରେ ଶୁଦ୍ଧ ହୋଇ ପାରିବ?
    ଜଣେ ସ୍ତ୍ରୀଲୋକଠାରୁ ଜନ୍ମ ହୋଇଥିବା କେହି ଧାର୍ମିକ ହୋଇ ପାରିବ କି?
15 ପରମେଶ୍ୱର ଏମିତିକି ନିଜର ଦୂତମାନଙ୍କୁ ବିଶ୍ୱାସ କରନ୍ତି ନାହିଁ।
    ପରମେଶ୍ୱରଙ୍କ ଅନୁସାରେ ଆକାଶମଣ୍ଡଳ ମଧ୍ୟ ପବିତ୍ର ନୁହେଁ।
16 ମନୁଷ୍ୟମାନେ ଆହୁରି ତା’ଠାରୁ ଖରାପ।
    ମନୁଷ୍ୟ ଅତି ଅପରିଷ୍କାର ଓ ଭ୍ରଷ୍ଟ ମଧ୍ୟ।
    ସେ ଅଧର୍ମକୁ ଜଳପରି ପାନ କରେ।

17 “ମୋ’ କଥା ଶୁଣ ଆୟୁବ, ମୁଁ ତୁମ୍ଭକୁ ବୁଝାଇ ଦେଉଛି।
    ମୁଁ ଯାହା ଜାଣିଛି ତୁମ୍ଭକୁ କହିବି।
18 ମୁଁ ତୁମ୍ଭକୁ ସେହି ଜ୍ଞାନୀ ଲୋକଙ୍କ କଥା କହିବି ଯାହା ସେମାନେ ମୋତେ କହିଥିଲେ।
    ଜ୍ଞାନୀ ଲୋକମାନଙ୍କର ପୂର୍ବପୁରୁଷମାନେ ସେମାନଙ୍କୁ ଏହିସବୁ କହିଥିଲେ।
    ସେମାନେ କୌଣସି କଥା ମୋ’ଠାରେ ଗୁପ୍ତ ରଖି ନ ଥିଲେ।
19 କେବଳ ସେମାନେ ହିଁ ସେମାନଙ୍କ ଦେଶରେ ବାସ କରୁଥିଲେ।
    ସେହି ଦେଶରେ ବିଦେଶୀମାନଙ୍କର ଗତାଗତ ନ ଥିଲା।
    ତେଣୁ ସେମାନଙ୍କୁ କେହି ବିଚିତ୍ର ମତ ଦେଇ ନ ଥିଲେ।
20 ସେହି ଜ୍ଞାନୀ ଲୋକମାନେ କହିଥିଲେ, “ଦୁଷ୍ଟଲୋକ ଆପଣାର କୁକର୍ମକୁ ସାରାଜୀବନ ଭୋଗ କରେ।
    ଜଣେ ନିଷ୍ଠୁର ବ୍ୟକ୍ତି ତା’ର ପ୍ରତ୍ୟେକ ଗଣିତ ବର୍ଷରେ କ୍ଳେଶ ଭୋଗ କରେ।
21 ପ୍ରତ୍ୟେକ ଶବ୍ଦ ତା’ର ଭୟ ସଞ୍ଚାର କରେ।
    ତା’ର ଶତ୍ରୁ ତାକୁ ଆକ୍ରମଣ କରନ୍ତି, ଯେତେବେଳେ ସେ ନିଜକୁ ନିରାପଦ ମଣୁଥାଏ।
22 ଜଣେ ଦୁଷ୍ଟ ବ୍ୟକ୍ତି ବହୁତ ହତାଶ, ତା’ର ଅନ୍ଧକାରରୁ ମୁକ୍ତି ପାଇବାର କୌଣସି ଆଶା ନ ଥାଏ।
    ଗୋଟିଏ ଦୁଷ୍ଟ ମନୁଷ୍ୟ ପାଇଁ ଗୋଟିଏ ‌‌ଖ‌ଡ଼୍‌ଗ କେଉଁଠାରେ ହେଲେ ଅପେକ୍ଷା କରିଥାଏ।
23 ସେ ଏଣେତେଣେ ଘୁରିବୁଲେ।
    କିନ୍ତୁ ତା’ର ଶରୀର ଶେଷରେ ଶାଗୁଣାର ଖାଦ୍ୟ ହୁଏ।
    ସେ ଜାଣେ ତା’ର ମୃତ୍ୟୁ ନିକଟ ହୋଇ ଆସିଲାଣି।
24 ଚିନ୍ତା ଓ ଦୁଃଖ ଯନ୍ତ୍ରଣା ତାକୁ ଭୟଭୀତ କରାଏ।
    ଏସବୁ ରାଜାପରି ତାକୁ ଆକ୍ରମଣ କରି ତୁରନ୍ତ ଧ୍ୱଂସ କରାନ୍ତି।
25 କାରଣ ଦୁଷ୍ଟ ବ୍ୟକ୍ତି ପରମେଶ୍ୱରଙ୍କ ଆଦେଶକୁ ପ୍ରତ୍ୟାଖ୍ୟାନ କରେ।
    ସେ ପରମେଶ୍ୱରଙ୍କ ବିରୁଦ୍ଧରେ ହସ୍ତ ଉଠାଏ ଏବଂ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପରାସ୍ତ କରିବାକୁ ପ୍ରୟାସ କରେ।
26 ସେହି ଦୁଷ୍ଟଲୋକ ଅତ୍ୟନ୍ତ ଶକ୍ତଗ୍ରୀବ।
    ସେ ଆପଣା କଠିନ ଢାଲ ଧରି ପରମେଶ୍ୱରଙ୍କୁ ଆକ୍ରମଣ କରିବାକୁ ଆଗେଇ ଆସେ।
27 ଜଣେ ବ୍ୟକ୍ତି ଧନୀ ଓ ମେଦ ବହୁଳ ହୋଇପାରେ।
28     କିନ୍ତୁ ତା’ର ସହର ଧ୍ୱଂସ ପାଇବ।
ତା’ର ଗୃହ ଧ୍ୱଂସ ହେବ।
    ତା’ର ଘର ଶୂନ୍ୟ ହେବ।
29 ଦୁଷ୍ଟ ଲୋକ ବେଶୀଦିନ ଧନୀ ହୋଇପାରନ୍ତି ନାହିଁ।
    ତା’ର ସମ୍ପତ୍ତି ବେଶୀଦିନ ତିଷ୍ଠିବ ନାହିଁ।
    ତା’ର ସମ୍ପତ୍ତି ସମଗ୍ର ଦେଶରେ ବ୍ୟାପ୍ତ ହେବ ନାହିଁ।
30 ଦୁଷ୍ଟଲୋକ ଅନ୍ଧକାରରୁ ରକ୍ଷାପାଇ ପାରିବ ନାହିଁ।
    ସେ ଏକ ବୃକ୍ଷ ସଦୃଶ, ଯାହାର ପତ୍ର ରୋଗିଣା ହୋଇ ଶୁଖିଯାଏ
    ଏବଂ ପବନ ତାକୁ ଉଡ଼ାଇ ନିଏ।
31 ଦୁଷ୍ଟଲୋକ ନିଜକୁ ଭ୍ରାନ୍ତ କରିବ ନାହିଁ, ଯେତେବେଳେ ସେ ଅସାର ବିଷୟ ବିଶ୍ୱାସ କରେ।
    କାରଣ ସେ କିଛି ପାଇବ ନାହିଁ।
32 ତା’ର ଜୀବନ ଶେଷ ହେବା ପୂର୍ବରୁ ଦୁଷ୍ଟ ବ୍ୟକ୍ତି ବୁଢ଼ା ହୋଇ ଦୁର୍ବଳ ହୋଇଯାଇଥିବ,
    ସେ ଗୋଟିଏ ଶୁଖିଲା ଡାଳ ସଦୃଶ, ପୁଣି ଯାହାକି ଆଉ କେବେ ସବୁଜ ହୋଇ ପାରିବ ନାହିଁ।
33 ଦୁଷ୍ଟଲୋକ ଜଣେ ଅପରିପକ୍ୱ ଲୋକ ଯିଏ ଅଙ୍ଗୁରଲତା ସଦୃଶ ଫଳ ପାଚିଲା ପୂର୍ବରୁ ଝଡ଼ି ଯାଏ।
    ସେହି ବ୍ୟକ୍ତି ଜୀତବୃକ୍ଷଭଳି ନିଜର କଢ଼କୁ ମଧ୍ୟ ହରାଇ ବସିବ।
34 କାରଣ ମନୁଷ୍ୟଗଣ ପରମେଶ୍ୱରଙ୍କ ବିନା କିଛି ନୁହନ୍ତି।
    ଯେଉଁ ଲୋକମାନଙ୍କ ପାଖରେ ପଇସା ଥାଏ ସେମାନେ ଲାଞ୍ଚ ନିଅନ୍ତି।
35 ଦୁଷ୍ଟ ବୁଦ୍ଧି ଲୋକମାନେ ସବୁବେଳେ ଅନ୍ୟର ମନ୍ଦ ବୁଦ୍ଧି ପାଞ୍ଚିଥା’ନ୍ତି, କିପରି ଅନ୍ୟର କ୍ଷତି କରି ତାକୁ ବିପଦରେ ପକାଇବେ।
    ସେମାନେ ସବୁବେଳେ ଯୋଜନା କରୁଥା’ନ୍ତି କିପରି ଲୋକମାନଙ୍କୁ ଠକି ହେବ।”

ମାଥିଉ ଲିଖିତ ସୁସମାଗ୍ଭର 5:27-36

ଯୀଶୁ ଯୌନଗତ ପାପ ସମ୍ବନ୍ଧରେ ଶିକ୍ଷା ଦିଅନ୍ତି

27 “ତୁମ୍ଭେମାନେ ଏ କଥା କୁହା ଯାଇଥିବାର ଶୁଣିଛ ଯେ, ‘ବ୍ୟଭିଗ୍ଭର କର ନାହିଁ।’ [a] 28 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଯଦି କେହି ଲୋକ କୌଣସି ସ୍ତ୍ରୀକୁ ଦେଖେ ଓ ତା’ ସହିତ ବ୍ୟଭିଗ୍ଭର କରିବା ପାଇଁ ଗ୍ଭହେଁ, ତେବେ ସେ ନିଜ ମନ ଭିତରେ ସେହି ସ୍ତ୍ରୀ ସହିତ ବ୍ୟଭିଗ୍ଭର କରି ସାରିଲାଣି। 29 ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର କାରଣ ହୁଏ, ତେବେ ସେହି ଆଖିଟିକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ। 30 ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗିଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ।

ଯୀଶୁ ଛାଡ଼ପତ୍ର ସମ୍ବନ୍ଧରେ ଶିକ୍ଷା ଦିଅନ୍ତି(A)

31 “ଏ କଥା ମଧ୍ୟ କୁହାଯାଇଛି ଯେ, ‘ଯେଉଁ ଲୋକ ତା’ର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତା’ ପତ୍ନୀକୁ ଛାଡ଼ପତ୍ର ପାଇଁ ଲିଖିତ ରୂପରେ ଗୋଟିଏ ସୂଚନା ଦେବ।’ [b] 32 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ଯଦି କେହି ନିଜର ପତ୍ନୀକୁ ଛାଡ଼ପତ୍ର ଦିଏ, ସେ ତାହାକୁ ବ୍ୟଭିଗ୍ଭର ଦୋଷରେ ଦୋଷୀ କରିଥାଏ। ଯଦି ତାହାର ପତ୍ନୀ ଅନ୍ୟ ବ୍ୟକ୍ତି ସହିତ ଯୌନ ସମ୍ପର୍କ ରଖିଥାଏ, ତେବେ କେବଳ ସେ ତାହାକୁ ଛାଡ଼ପତ୍ର ଦେଇ ପାରିବ। ଯଦି କୌଣସି ଲୋକ ଛାଡ଼ପତ୍ର ପାଇଥିବା ସେହି ପତ୍ନୀକୁ ବିବାହ କରେ, ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।

ପ୍ରତିଜ୍ଞା ସମ୍ବନ୍ଧରେ ଯୀଶୁଙ୍କର ଶିକ୍ଷା

33 “ଏ କଥା ତୁମ୍ଭେ ଶୁଣିଛ ଯେ, ଆମ୍ଭର ପୂର୍ବପୁରୁଷମାନଙ୍କୁ କୁହାଯାଇଥିଲା: ‘ତୁମ୍ଭେମାନେ କରିଥିବା ପ୍ରତିଜ୍ଞା କେବେ ହେଲେ ଭାଙ୍ଗ ନାହିଁ ଓ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହିସବୁ ପାଳନ କର।’ [c] 34 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ଆଦୌ ପ୍ରତିଜ୍ଞା କର ନାହିଁ। ସ୍ୱର୍ଗର ନାମରେ ପ୍ରତିଜ୍ଞା କର ନାହିଁ, କାରଣ ତାହା ପରମେଶ୍ୱରଙ୍କ ସିଂହାସନ। 35 ପୃଥିବୀ ନାମରେ ପ୍ରତିଜ୍ଞା ନିଅ ନାହିଁ, କାରଣ ତାହା ପରମେଶ୍ୱରଙ୍କର ପାଦପୀଠ। ଯିରୁଶାଲମ ନାମରେ ପ୍ରତିଜ୍ଞା ନିଅ ନାହିଁ। କାରଣ ତାହା ପରମେଶ୍ୱରଙ୍କ ନଗରୀ। 36 ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା’ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center