Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 55:1-15

ପ୍ରଧାନ ବାଦ୍ୟକର ପାଇଁ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍।

55 ହେ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
    ମୋର କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ।
    ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ।
ମୋର ଶତ୍ରୁମାନେ ମୋତେ ଭୟଭୀତ କଲେ।
    ସେହି ଦୁଷ୍ଟ ଲୋକମାନେ ମୋ’ ଉପରେ ପାଟି କଲେ।
ମୋର ଶତ୍ରୁମାନେ ମୋ’ ଉପରେ ବିରକ୍ତି ହୋଇ ଆକ୍ରମଣ କଲେ।
    ସେମାନେ ମୋ’ ଉପରେ ବିଭିନ୍ନ ବିପଦ ଆଣିଲେ।
ମୋ’ ଅନ୍ତରରେ ମୋର ହୃଦୟ ଅତ୍ୟନ୍ତ ବିଦୀର୍ଣ୍ଣ ହେଉଅଛି।
    ମୁଁ ମୃତ୍ୟୁକୁ ବହୁତ ଭୟ କରୁଛି।
ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି,
    ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା
    ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
    ଦେଖ! ତେବେ ମୁଁ ଦୂରରୁ ଭ୍ରମଣ କରି ମରୁଭୂମି ମଧ୍ୟକୁ ପଳାନ୍ତି।

ମୁଁ ପ୍ରବଳ ବାୟୁ ଓ ତୋଫାନ ମଧ୍ୟରୁ ତରବର ହୋଇ
    ଏକ ନିରାପଦ ସ୍ଥାନକୁ ପଲାୟନ କରନ୍ତି।
ହେ ମୋର ପ୍ରଭୁ, ସେମାନଙ୍କୁ ବିନାଶ କର।
    ସେମାନଙ୍କର ବକ୍ତୃତାକୁ ପଣ୍ଡ କର।
    ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଛି।
10 ନଗରରେ ଦିନରାତି, ପ୍ରତ୍ୟେକ ପଡ଼ୋଶୀମାନଙ୍କଠାରେ
    ଦୋଷ ଓ ଅସଭ୍ୟତା ପୁରି ରହିଛି।
11 ଅପରାଧ ସବୁଠାରେ ପ୍ରଚଳିତ ଅଛି।
    ଅରାଜକତା ଓ ପ୍ରତାରଣା ସର୍ବସାଧାରଣ ସ୍ଥାନ କେବେ ଛାଡ଼ି ନାହିଁ।

12 ଯଦି କୌଣସି ଶତ୍ରୁ ମୋତେ ତିରସ୍କାର କଲା,
    ମୁଁ ସହନ୍ତି।
ଯଦି ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରନ୍ତି,
    ମୁଁ ତାଙ୍କଠାରୁ ନିଜକୁ ଲୁଗ୍ଭନ୍ତି।
13 କିନ୍ତୁ ତୁମ୍ଭେ ମୋର ସହଯୋଗୀ,
    ସହପାଠୀ ଓ ସାଙ୍ଗ, ଯିଏ ଏହା କରନ୍ତି।
14 ଆମ୍ଭେମାନେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ।
    ଆମ୍ଭେମାନେ ଲୋକମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ମନ୍ଦିରକୁ ଗଲୁ।

15 ମୁଁ ଇଚ୍ଛା କରେ ଯେ, ମୃତ୍ୟୁ ମୋର ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ,
    ମୁଁ ଇଚ୍ଛାକରେ ପୃଥିବୀ ଖୋଲି ହୋଇଯାଉ ଓ ସେମାନଙ୍କୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ।
    କାରଣ ସେମାନଙ୍କର ବାସସ୍ଥାନରେ ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।

ଆୟୁବ ପୁସ୍ତକ 11

ସୋଫର ଆୟୁବକୁ ଉତ୍ତର ଦେଲା

11 ଏହା ପରେ ନାମାଥୀୟ ସୋଫର ଆୟୁବକୁ ଉତ୍ତର ଦେଇ କହିଲା।

“ଏତେ ଶବ୍ଦର ବନ୍ୟାର କିଛି ଉତ୍ତର ଦିଆଯିବ ନାହିଁ କି?
    ଏହା କ’ଣ ଆୟୁବର ନିର୍ଦ୍ଦୋଷତା ପ୍ରମାଣ କରୁଛି? ନାଁ।
ତୁମ୍ଭେ କ’ଣ ଭାବୁଛ ଆୟୁବ ଆମ୍ଭ ପାଖରେ
    ତୁମ୍ଭକୁ ଉତ୍ତର ଦେବାକୁ କିଛି ନାହିଁ?
ତୁମ୍ଭେ ପରମେଶ୍ୱରଙ୍କୁ ପରିହାସ କଲ,
    ଲୋକେ କ’ଣ ତୁମ୍ଭକୁ ଚେତାବନୀ ନ ଶୁଣାଇ ନୀରବରେ ତାହା ସହ୍ୟ କରିବେ?
ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ କହୁଛ,
    ‘ମୋର ଯୁକ୍ତିତର୍କ ସବୁ ଠିକ୍
    ଏବଂ ମୁଁ ତୁମ୍ଭ ଦୃଷ୍ଟିରେ ପବିତ୍ର।’
ଆୟୁବ, ଆହା ସତରେ ଯଦି ପରମେଶ୍ୱର ତୁମ୍ଭକୁ କଥା କହନ୍ତେ
    ଏବଂ tell you that you are wrong।
ପରମେଶ୍ୱର ତୁମ୍ଭକୁ ଜ୍ଞାନର ନିଗୂଢ଼ ରହସ୍ୟ ବିଷୟରେ କହନ୍ତେ
    ଏବଂ ସେ କହି ପାରନ୍ତେ କିପରି ଗୋଟିଏ ଗପର ଦୁଇଟି ପାଖ ରହିଛି।
ଆୟୁବ ତୁମ୍ଭେ ଶୁଣ,
    ପରମେଶ୍ୱର ତୁମ୍ଭକୁ ଦଣ୍ଡ ଦେଉ ନାହାନ୍ତି, ଯେତିକି ସେ ତୁମ୍ଭକୁ ଦେବା କଥା।

ଆୟୁବ, “ତୁମ୍ଭେ କ’ଣ ସତରେ ପରମେଶ୍ୱରଙ୍କୁ ବୁଝିଅଛ?
    ତୁମ୍ଭେ କ’ଣ ସତରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ?
ସେଗୁଡ଼ିକ ସ୍ୱର୍ଗ ଅପେକ୍ଷା ଉଚ୍ଚରେ।
    ସେଗୁଡ଼ିକ ବିଷୟରେ ତୁମ୍ଭେ କ’ଣ କରି ପାରିବ?
ସେଗୁଡ଼ିକ କବର ଅପେକ୍ଷା ଗଭୀର।
    ତୁମ୍ଭେ ସେହି ବିଷୟରେ କ’ଣ ଜାଣ?
ପରମେଶ୍ୱର ପୃଥିବୀଠାରୁ ଉଚ୍ଚ ଗରୀୟାନ
    ସମୁଦ୍ରଠାରୁ ଆହୁରି ଗଭୀର।

10 “ଯଦି ପରମେଶ୍ୱର ତୁମ୍ଭକୁ ବନ୍ଦୀକରି ବିଗ୍ଭର ସଭାରେ ଉପସ୍ଥାପିତ କରାନ୍ତି,
    କିଏ ତାକୁ ବାରଣ କରିବ?
11 ସତରେ ପରମେଶ୍ୱର ଜାଣନ୍ତି କିଏ ଅଯୋଗ୍ୟ।
    ପରମେଶ୍ୱର ଯେତେବେଳେ ମନ୍ଦ ବିଷୟ ଦେଖନ୍ତି, ସେ ତାହା ମନେ ପକାନ୍ତି।
12 ଗୋଟାଏ ବଣୁଆ ଗଧ ମଣିଷକୁ ଜନ୍ମ ଦେଇପାରେ ନାହିଁ।
    ଜଣେ ବୋକା କେବେ ଜ୍ଞାନୀ ହୋଇ ପାରିବ ନାହିଁ।
13 କିନ୍ତୁ ଆୟୁବ ତୁମ୍ଭେ ଯଥାର୍ଥରୂପେ ଅନ୍ତରର ସହିତ ପରମେଶ୍ୱରଙ୍କ ସେବା ପାଇଁ ପ୍ରସ୍ତୁତ ହେବା ଉଚିତ୍।
    ଏବଂ ତାଙ୍କ ଉପାସନା ପାଇଁ ତୁମ୍ଭର ଦୁଇ ହାତ ପ୍ରସାରିତ କର।
14 ଯଦି ତୁମ୍ଭ ହାତରେ ପାପ ବା ଅଧର୍ମ ଥାଏ, ତା’ହେଲେ ତାକୁ ଦୂର କର
    ଓ ଅନ୍ୟାୟକୁ ତୁମ୍ଭ ଗୃହରେ ବାସ କରିବାକୁ ଦିଅ ନାହିଁ।
15 ତା’ପରେ ତୁମ୍ଭେ ଲଜ୍ଜାରହିତ ହୋଇ ପରମେଶ୍ୱରଙ୍କୁ ଦେଖି ପାରିବ
    ଏବଂ ତୁମ୍ଭେ ବିନା ଭୟରେ ପରମେଶ୍ୱରଙ୍କ ଆଗରେ ଶକ୍ତିଶାଳୀ ହୋଇ ଛିଡ଼ା ହୋଇ ପାରିବ।
16 ତା’ପରେ ତୁମ୍ଭେ ତୁମ୍ଭର ବିପଦକୁ ଭୁଲିଯିବ।
    ବହିଗଲା ଜଳ ପରି ତୁମ୍ଭର ସମସ୍ତ ଦୁଃଖ ଦୂର ହୋଇଯିବ।
17 ତା’ପରେ ତୁମ୍ଭର ଜୀବନ ମଧ୍ୟାହ୍ନର ସୂର୍ଯ୍ୟ କିରଣଠାରୁ ଆହୁରି ନିର୍ମଳ ହେବ।
    ଜୀବନର ଅନ୍ଧକାରମୟ ସମୟଗୁଡ଼ିକ ପ୍ରଭାତର ସୂର୍ଯ୍ୟ ତୁଲ୍ୟ ଚ‌କ୍‌ଚକ୍ ହେବ।
18 ପରମେଶ୍ୱର ତୁମ୍ଭର ଯତ୍ନ ନେବେ ଏବଂ ତୁମ୍ଭକୁ ଶାନ୍ତି ଦେବେ।
    ତା’ପରେ ତୁମ୍ଭେ ତୁମ୍ଭର ଚତୁର୍ପାର୍ଶ୍ୱକୁ ଅନାଇବ ଏବଂ ନିରାପଦରେ ବିଶ୍ରାମ ନେବ।
19 ତୁମ୍ଭେ ଶାନ୍ତିରେ ଶୋଇ ପାରିବ! କେହି ତୁମ୍ଭକୁ ବିବ୍ରତ କରି ପାରିବେ ନାହିଁ।
    ତୁମ୍ଭର ସାହାଯ୍ୟ ପାଇଁ ବହୁ ଲୋକ ତୁମ୍ଭ ନିକଟକୁ ଆସିବେ।
20 ଦୁଷ୍ଟ ଲୋକମାନଙ୍କର ଚକ୍ଷୁ ସେମାନଙ୍କୁ ବିଫଳତା ଦେବ।
    ଦୁଷ୍ଟ ଲୋକ ସାହାଯ୍ୟ ପାଇଁ ହାତ ବଢ଼ାଇ ପାରନ୍ତି,
    କିନ୍ତୁ ସେମାନେ ତାଙ୍କ ଅସୁବିଧାରୁ ରକ୍ଷା ପାଇ ପାରିବେ ନାହିଁ।
    ସେମାନଙ୍କର ଆଶା କେବଳ ମୃତ୍ୟୁ ଆଡ଼କୁ ନେଇଯାଏ।”

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:10-16

10 ଯେଉଁମାନେ ବିବାହିତ ସେମାନଙ୍କୁ ମୁଁ ଏହି ଆଦେଶ ଦେଉଛି-ଏହି ଆଦେଶ ମୋ’ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି। 11 ଯେ, ପତ୍ନୀ ନିଜ ପତିକୁ କେବେ ହେଲେ ଛାଡ଼ିବା ଉଚିତ୍ ନୁହେଁ, କିନ୍ତୁ ଯଦି ପତ୍ନୀ ନିଜ ପତିକୁ ଛାଡ଼େ, ତା’ହେଲେ ପୁନଃ ବିବାହ ନ କରି ରହିବା ଉଚିତ୍ ବା ନିଜ ପତି ସହିତ ମିଶିଯିବା ଉଚିତ୍। ଠିକ୍ ସେହିଭଳି ପତି ମଧ୍ୟ ନିଜ ପତ୍ନୀକୁ ଛାଡ଼ପତ୍ର ଦେବା ଉଚିତ୍ ନୁହେଁ।

12 ମୁଁ ଅନ୍ୟ ସମସ୍ତ ଲୋକଙ୍କୁ ଏହା କହେ (ଏହା ମୋର କଥା, ପ୍ରଭୁଙ୍କର ନୁହେଁ): ଯଦି କୌଣସି ଖ୍ରୀଷ୍ଟିୟ ଭାଇଙ୍କର ଏପରି ପତ୍ନୀ ଅଛି ଓ ସେ ଖ୍ରୀଷ୍ଟ ବିଶ୍ୱାସିନୀ ନୁହେଁ ମାତ୍ର ପତି ସହିତ ରହିବାକୁ ଇଚ୍ଛୁକ, ତା’ହେଲେ ପତି ତାକୁ ତ୍ୟାଗ କରିବା ଉଚିତ୍ ନୁହେଁ। 13 ଯଦି କୌଣସି ପତ୍ନୀର ପତି ଅଛି, ଓ ସେ ଖ୍ରୀଷ୍ଟ ବିଶ୍ୱାସୀ ନୁହେଁ, କିନ୍ତୁ ସେ ପତ୍ନୀ ସହିତ ରହିବା ପାଇଁ ଇଚ୍ଛୁକ, ତା’ହେଲେ ପତ୍ନୀ ତାକୁ ଛାଡ଼ପତ୍ର ଦେବା ଅନୁଚିତ୍। 14 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ନ କରୁଥିବା ପତି, ତା’ର ବିଶ୍ୱାସ କରୁଥିବା ପତ୍ନୀ ମାଧ୍ୟମରେ ପବିତ୍ର କରାଯାଇଅଛି। ସେହିଭଳି ବିଶ୍ୱାସ ନ କରୁଥିବା ପତ୍ନୀ, ତା’ ବିଶ୍ୱାସ କରୁଥିବା ପତି ମାଧ୍ୟମରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ୟ ହୋଇ ନ ଥା’ନ୍ତା, ତା’ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହୋଇ ନ ଥା’ନ୍ତେ। କିନ୍ତୁ ସେମାନେ ଏବେ ପବିତ୍ର ଅଟନ୍ତି।

15 ତଥାପି ଯଦି ଜଣେ ଅବିଶ୍ୱାସୀ, ଜଣେ ବିଶ୍ୱାସୀଠାରୁ ଅଲଗା ହେବାକୁ ଇଚ୍ଛା କରେ, ତା’ହେଲେ ସେ ଅଲଗା ହୋଇପାରେ। ଯେତେବେଳେ ଏପରି ଘଟିବ, ଖ୍ରୀଷ୍ଟିୟ ଭାଇ ଓ ଭଉଣୀ ବିବାହ ବନ୍ଧନରୁ ମୁକ୍ତ ହେବେ। ପରମେଶ୍ୱର ତୁମ୍ଭମାନଙ୍କୁ ଶାନ୍ତିରେ ରହିବାକୁ ଆହ୍ୱାନ ଦେଇଛନ୍ତି। 16 ପତ୍ନୀଗଣ ହୁଏତ ତୁମ୍ଭେମାନେ ନିଜର ରକ୍ଷା କରି ପାରିବ; ପତିଗଣ! ହୁଏତ ତୁମ୍ଭେମାନେ ନିଜ ନିଜର ପତ୍ନୀକୁ ରକ୍ଷା କରି ପାରିବ। ଭବିଷ୍ୟତରେ କ’ଣ ଘଟିବ, ଏହା ତୁମ୍ଭେମାନେ ଏବେ ଜାଣି ନାହଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center