Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଆୟୁବ ପୁସ୍ତକ 1:1

ଉତ୍ତମ ବ୍ୟକ୍ତି ଆୟୁବ

ଊଷ୍ ଦେଶରେ ଆୟୁବ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲା। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଥିଲା। ଆୟୁବ ପରମେଶ୍ୱରଙ୍କ ଉପାସନା କରିବା ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ମନ୍ଦକାର୍ଯ୍ୟରୁ ବିରତ ରହୁଥିଲା।

ଆୟୁବ ପୁସ୍ତକ 2:1-10

ଶୟତାନ ଆୟୁବକୁ ଚିନ୍ତାରେ ପକାଇଲା

ଅନ୍ୟ ଦିନ ସ୍ୱର୍ଗଦୂତଗଣ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କୁ ଉପସ୍ଥିତ କରିବା ପାଇଁ ଆସିଲେ ଏବଂ ଶୟତାନ ମଧ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ନିଜକୁ ଉପସ୍ଥିତ କରିବାକୁ ଆସିଲା। ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ଏତେଦିନ ଧରି କେଉଁଠାରେ ଥିଲ?”

ଶୟତାନ ସଦାପ୍ରଭୁଙ୍କୁ ଉତ୍ତର ଦେଲା, “ମୁଁ ପୃଥିବୀର ଗ୍ଭରିଆଡ଼େ ବିଚରଣ କରୁଥିଲି।”

ତା’ପରେ ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ଆମ୍ଭ ସେବକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ୟକ୍ତି ଏ ପୃଥିବୀରେ କେହି ନାହାନ୍ତି। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି। ସେ ପରମେଶ୍ୱରଙ୍କୁ କେବଳ ଉପାସନା କରେ ଓ ମନ୍ଦକାର୍ଯ୍ୟ କରିବାକୁ ବାରଣ କରେ। ସେ ଏବେ ମଧ୍ୟ ନିର୍ଦ୍ଦୋଷ, ଯଦିଓ ତୁମ୍ଭେ ବିନା କାରଣରେ ତା’ର ସମସ୍ତ ବସ୍ତୁକୁ ନଷ୍ଟ କରିବା ପାଇଁ ମୋତେ ପ୍ରବର୍ତ୍ତାଇଥିଲ।”

ଶୟତାନ ଉତ୍ତର ଦେଲା, “ଚର୍ମ ଚର୍ମ ପାଇଁ! ଜଣେ ମନୁଷ୍ୟ ନିଜ ଜୀବନ ରକ୍ଷା କରିବା ପାଇଁ ସବୁକିଛି ଦେଇ ଦେବ। ଯଦି ଆପଣ ତା’ର ଶରୀରକୁ କିଛି କରନ୍ତି, ସେ ନିଶ୍ଚୟ ଆପଣଙ୍କୁ ଆପଣଙ୍କ ସମ୍ମୁଖରେ ଅଭିଶାପ ଦେବ।”

ଏହା ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତରେ, ଯେ ତୁମ୍ଭେ ତା’ର ଜୀବନକୁ ଛାଡ଼ିଦେବ।”

ତା’ପରେ ଶୟତାନ ସଦାପ୍ରଭୁଙ୍କଠାରୁ ବିଦାୟ ନେଇ ଗ୍ଭଲିଗଲା। ସେ ଆୟୁବକୁ ଯନ୍ତ୍ରଣାଦାୟକ କ୍ଷତ ଦେଲା। ଏହି କ୍ଷତଗୁଡ଼ିକ ସମଗ୍ର ଶରୀରରେ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଥିଲା। ସେଥିପାଇଁ ଆୟୁବ ଅଳିଆଗଦା ପାଖରେ ବସିଲା। ସେ ଖଣ୍ଡିଏ ଭଙ୍ଗା ପାତ୍ରରେ ନିଜର କ୍ଷତ ହୋଇଥିବା ସ୍ଥାନକୁ କୁଣ୍ଡାଇବାକୁ ଲାଗିଲା। ଏହି ସମୟରେ ଆୟୁବର ସ୍ତ୍ରୀ ଆୟୁବ ନିକଟକୁ ଆସି ତା’ର ଦୂରାବସ୍ଥା ଦେଖି କହିଲା, “ଏବେ କି ତୁମ୍ଭେ ପରମେଶ୍ୱରଙ୍କ ବିଶ୍ୱସ୍ତ ବୋଲି ଭାବୁଛ? ତୁମ୍ଭେ କାହିଁକି ପରମେଶ୍ୱରଙ୍କୁ ଅଭିଶାପ ଦେଇ ମୃତ୍ୟୁବରଣ କରୁ ନାହଁ!”

10 ଆୟୁବ ତା’ର ପତ୍ନୀକୁ ଉତ୍ତର ଦେଲା, “ତୁମ୍ଭେ ଜଣେ ମୂର୍ଖ ସ୍ତ୍ରୀ ଭଳି କଥା କହୁଛ। ପରମେଶ୍ୱର ଆମ୍ଭକୁ ସବୁକିଛି ଭଲ ଜିନିଷ ଦେଇଛନ୍ତି, ଆମ୍ଭେ ତାକୁ ଗ୍ରହଣ କରିଅଛୁ। ସେହିଭଳି ଆମ୍ଭେ ମଧ୍ୟ ସେ ଦେଉଥିବା କଷ୍ଟକୁ ଗ୍ରହଣ କରିବା ଉଚିତ୍।” ଯଦିଓ ଏହାସବୁ ଘଟିଲା ଆୟୁବ ତା’ ଓଷ୍ଠରେ ପାପ କଲା ନାହିଁ।

ଗୀତସଂହିତା 26

ଦାଉଦଙ୍କର ସଙ୍ଗୀତ।

26 ହେ ସଦାପ୍ରଭୁ, ମୋର ବିଗ୍ଭର କର।
    ପ୍ରମାଣ କର ଯେ, ମୁଁ ଶୁଦ୍ଧ ଜୀବନଯାପନ କରିଛି।
    ମୁଁ କେବେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
ହେ ସଦାପ୍ରଭୁ, ମୋତେ ପରୀକ୍ଷା କର, ପ୍ରମାଣ ନିଅ ଓ
    ମୋର ହୃଦୟ ଓ ମନକୁ ପରିଷ୍କାର କର।
ମୁଁ ସବୁବେଳେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି।
    ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।
ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ।
    କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
ମୁଁ ସେହି କୁକର୍ମୀମାନଙ୍କୁ ଘୃଣା କରେ।
    ମୁଁ ସେହି ଦୁଷ୍ଟମାନଙ୍କ ସଙ୍ଗରେ କେବେହେଲେ ହାତ ମିଳାଏ ନାହିଁ।

ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ ସ୍ୱର ଶୁଣାଇବି।
    ମୁଁ ତୁମ୍ଭର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଯାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
ହେ ସଦାପ୍ରଭୁ, ମୁଁ ମୋର ନିର୍ଦ୍ଦୋଷତା ପ୍ରମାଣ ପାଇଁ ମୋର ହାତ ପ୍ରକ୍ଷାଳନ କରେ,
    ତେଣୁ ତୁମ୍ଭର ଯଜ୍ଞବେଦି ନିକଟକୁ ଆସିପାରେ।
ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ
    ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।

ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ।
    ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।
10 ସେହି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି।
    ସେମାନେ ଲାଞ୍ଚ ନେଇ ଖରାପ କାର୍ଯ୍ୟ କରିଥାଇ ପାରନ୍ତି।
11 କିନ୍ତୁ ମୁଁ ନିର୍ଦ୍ଦୋଷ ଅଟେ।
    ତେଣୁ ହେ ପରମେଶ୍ୱର ମୋ’ ପ୍ରତି ସଦୟ ହୋଇ ମୋତେ ଉଦ୍ଧାର କର।
12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି।
    ମୁଁ ସେହି ସଭାକକ୍ଷର ଲୋକମାନଙ୍କ ସହିତ ସ୍ୱର ମିଳାଇ ତୁମ୍ଭର ପ୍ରଶଂସା କରିବି।

ଏବ୍ରୀ 1:1-4

ପରମେଶ୍ୱର ନିଜ ପୁତ୍ର ମାଧ୍ୟମରେ କଥା କହିଛନ୍ତି

ଅତୀତରେ ପରମେଶ୍ୱର ଆମ୍ଭ ଲୋକମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଭାବରେ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ମାଧ୍ୟମରେ କଥା କହିଥିଲେ। କିନ୍ତୁ ଏହି ଶେଷ ସମୟରେ ପରମେଶ୍ୱର ଆପଣା ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ ପୁନର୍ବାର କଥା କହିଅଛନ୍ତି। ସେ ନିଜ ପୁତ୍ରଙ୍କ ଦ୍ୱାରା ସାରା ବିଶ୍ୱ ସୃଷ୍ଟି କଲେ। ସେ ନିଜ ପୁତ୍ରଙ୍କୁ ସମସ୍ତ ବିଷୟର ଉତ୍ତରାଧିକାରୀ କରିବା ନିମନ୍ତେ ମନୋନୀତ କରିଛନ୍ତି। ସେହି ପୁତ୍ର ପରମେଶ୍ୱରଙ୍କ ମହିମା ପ୍ରକାଶ କରନ୍ତି। ସେ ପରମେଶ୍ୱରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସେହି ପୁତ୍ର ନିଜର ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ପ୍ରତ୍ୟେକ ବିଷୟକୁ ଧରି ରଖିଛନ୍ତି। ସେହି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସେମାନଙ୍କୁ ପବିତ୍ର କଲେ। ତା’ପରେ ସେ ସ୍ୱର୍ଗସ୍ଥ ମହାମହିମ ପରମେଶ୍ୱରଙ୍କ ଡାହାଣପଟରେ ବସିଲେ। ପରମେଶ୍ୱର ତାହାଙ୍କୁ ସମସ୍ତ ସ୍ୱର୍ଗଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମ ଦେଲେ, ତେଣୁ ସେ ଯେକୌଣସି ସ୍ୱର୍ଗଦୂତଙ୍କଠାରୁ ମଧ୍ୟ ଅଧିକ ମହାନ୍ ହୋଇଅଛନ୍ତି।

ଏବ୍ରୀ 2:5-12

ଲୋକମାନଙ୍କୁ ରକ୍ଷା କରିବା ପାଇଁ ଯୀଶୁ ଖ୍ରୀଷ୍ଟ ମାନବ ଦେହ ଧାରଣ କଲେ

ଯେଉଁ ଭାବୀଜଗତ ବିଷୟରେ ଆମ୍ଭେ ଆଲୋଚନା କରୁଛୁ, ତାହାକୁ ଶାସନ କରିବା ପାଇଁ ପରମେଶ୍ୱର ଦୂତମାନଙ୍କୁ ବାଛି ନାହାନ୍ତି। ଶାସ୍ତ୍ରରେ କୌଣସି ସ୍ଥାନରେ ଏପରି ଲେଖା ଅଛି:

“ପରମେଶ୍ୱର!
    ତୁମ୍ଭେ କାହିଁକି ମନୁଷ୍ୟ ବିଷୟରେ ଚିନ୍ତା କର?
ତୁମ୍ଭେ କାହିଁକି ମନୁଷ୍ୟ ସନ୍ତାନ ପାଇଁ ଚିନ୍ତିତ ହୁଅ?
    ସେ କ’ଣ ସତରେ ମହାନ ଅଟନ୍ତି ଯେ
ତୁମ୍ଭେ ସ୍ୱର୍ଗଦୂତଙ୍କଠାରୁ ତାହାକୁ ଅଳ୍ପକ୍ଷଣ ପାଇଁ ନ୍ୟୁନ କରିଅଛ?
    ତୁମ୍ଭେ ତାହାକୁ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧାଇଅଛ,
ଓ ପ୍ରତ୍ୟେକ ବିଷୟ ତା’ ନିୟନ୍ତ୍ରଣରେ ରଖିଅଛ।” (A)

ଯଦି ପରମେଶ୍ୱର ପ୍ରତ୍ୟେକ ବିଷୟକୁ ତା’ର ବଶୀଭୂତ କଲେ, ତାହାହେଲେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାଙ୍କ ନିୟନ୍ତ୍ରଣାଧୀନ ନୁହେଁ। କିନ୍ତୁ ଆମ୍ଭେ ଏବେ ସୁଦ୍ଧା ପ୍ରତ୍ୟେକ ବିଷୟ ଉପରେ ତାହାଙ୍କୁ କର୍ତ୍ତୃତ୍ୱ କରିବା ଦେଖି ପାରୁ ନାହୁଁ। ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ୱର୍ଗଦୂତମାନଙ୍କଠାରୁ ନିମ୍ନ ସ୍ତରରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ୟୁ ଅଟେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଯୀଶୁ ପ୍ରତ୍ୟେକ ଲୋକଙ୍କ ପାଇଁ ମୃତ୍ୟୁ ବରଣ କଲେ।

10 ପରମେଶ୍ୱର ସମସ୍ତ ବିଷୟ ସୃଷ୍ଟି କରିଛନ୍ତି। ସମସ୍ତ ବିଷୟ ଗୁଡ଼ିକ ତାହାଙ୍କ ଗୌରବ ପାଇଁ ଉଦ୍ଧିଷ୍ଟ। ଅନେକ ଲୋକ ଯେପରି ତାହାଙ୍କ ଗୌରବରେ ପ୍ରବେଶ କରନ୍ତି ଏହା ଇଚ୍ଛା କରି ସେ ଯୀଶୁଙ୍କୁ ଦୁଃଖ ଭୋଗ ମାଧ୍ୟମରେ ସିଦ୍ଧ କଲେ, ତହିଁରେ ସେ ଲୋକମାନଙ୍କୁ ପରିତ୍ରାଣର ମାର୍ଗ ଦେଖାଇଲେ।

11 ତେଣୁ ଯିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସେମାନଙ୍କୁ ନିଜ ଭାଇ ଓ ଭଉଣୀ ଡାକିବାରେ ଲଜ୍ଜା ବୋଧ କରନ୍ତି ନାହିଁ। 12 ଯୀଶୁ କୁହନ୍ତି:

“ହେ ପରମେଶ୍ୱର, ମୁଁ ମୋର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟରେ କହିବି।
    ତୁମ୍ଭର ସବୁଲୋକ (ସାଧୁ) ମାନଙ୍କ ଆଗରେ, ମୁଁ ତୁମ୍ଭର ପ୍ରଶଂସା ପାଇବି।” (B)

ମାର୍କ ଲିଖିତ ସୁସମାଗ୍ଭର 10:2-16

କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରିବା ପାଇଁ ଚେଷ୍ଟା କଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଗ୍ଭରିଲେ, “ଜଣେ ପୁରୁଷ ତା’ର ସ୍ତ୍ରୀକୁ ଛାଡ଼ପତ୍ର ଦେବା କ’ଣ ଆଇନ ସଙ୍ଗତ କାର୍ଯ୍ୟ?”

ଯୀଶୁ କହିଲେ, “ମୋଶା ତୁମ୍ଭମାନଙ୍କୁ କ’ଣ ଆଜ୍ଞା ଦେଇଛନ୍ତି?”

ସେମାନେ କହିଲେ, “ଜଣେ ପୁରୁଷ ଛାଡ଼ପତ୍ର ପାଇଁ ପ୍ରମାଣପତ୍ର ଲେଖିଦେଇ ତା’ପରେ ନିଜ ସ୍ତ୍ରୀକୁ ଛାଡ଼ି ଦେଇ ପାରିବ ବୋଲି, ମୋଶା କହିଥିଲେ।”

ଯୀଶୁ ସେମାନଙ୍କୁ କହିଲେ, “ମୋଶା ତୁମ୍ଭମାନଙ୍କ ପାଇଁ ଏହି ଆଜ୍ଞା ଲେଖିଥିଲେ, କାରଣ ତୁମ୍ଭେମାନେ ପରମେଶ୍ୱରଙ୍କ ଉପଦେଶ ମାନିବାକୁ ମନାକଲ। କିନ୍ତୁ ପରମେଶ୍ୱର ଯେତେବେଳେ ଜଗତ ସୃଷ୍ଟି କଲେ, ‘ସେ ଲୋକଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।’ [a] “ଏଣୁ ଜଣେ ପୁରୁଷ ନିଜ ବାପା-ମାଙ୍କୁ ଛାଡ଼ି ନିଜ ସ୍ତ୍ରୀ ସହିତ ମିଳିତ ହେବ ଏବଂ ସେମାନେ ଏକ ହୋଇଯିବେ।’ [b] ତେଣୁ ସେମାନେ ଦୁଇଜଣ ନୁହନ୍ତି ବରଂ ଏକ। ପରମେଶ୍ୱର ଯଦି ଏହି ଦୁଇଜଣ ମନୁଷ୍ୟଙ୍କୁ ଏକାଠି କରିଛନ୍ତି, ତାହାଙ୍କୁ କୌଣସି ବ୍ୟକ୍ତି ଅଲଗା କରିଦେବା ଉଚିତ୍ ନୁହେଁ।”

10 ଯୀଶୁ ଓ ଶିଷ୍ୟମାନେ ଘରକୁ ଫେରିବା ପରେ ଶିଷ୍ୟମାନେ ଯୀଶୁଙ୍କୁ ପୁଣି ଥରେ ଛାଡ଼ପତ୍ର ବିଷୟରେ ପଗ୍ଭରିଲେ। 11 ଯୀଶୁ କହିଲେ, “ଯେଉଁ ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ସେହି ପୁରୁଷ ତା ପତ୍ନୀ ପ୍ରତି ପାପ କରିବା କାରଣରୁ ଦୋଷୀ ହୁଏ। ସେ ବ୍ୟଭିଗ୍ଭର ପାପ ପାଇଁ ଦୋଷୀ ହୁଏ। 12 ଏବଂ ଯଦି ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ପୁରୁଷକୁ ବିବାହ କରେ ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।”

ପିଲାମାନଙ୍କୁ ଯୀଶୁ ଗ୍ରହଣ କଲେ(A)

13 ପୁଣି ଲୋକମାନେ ଯୀଶୁଙ୍କ ପାଖକୁ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଆଣିଲେ ଯେପରି ଯୀଶୁ ପିଲାମାନଙ୍କୁ ଛୁଇଁ ଦେଇ ଆଶୀର୍ବାଦ କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ୟମାନେ ଲୋକମାନଙ୍କୁ ବାରଣ କଲେ ଯେ, ସେମାନେ ସେମାନଙ୍କର ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ନ ଆଣନ୍ତୁ। 14 ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଛୋଟ ଛୋଟ ପିଲାମାନେ ମୋ’ ପାଖକୁ ଆସନ୍ତୁ। ସେମାନଙ୍କୁ ଅଟକାଅ ନାହିଁ। କାରଣ ପରମେଶ୍ୱରଙ୍କ ରାଜ୍ୟ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ। 15 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଗୋଟିଏ ଛୋଟ ପିଲା ସରଳ ମନରେ ସବୁ ବିଷୟ ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ କରିବା ଉଚିତ୍, ନଚେତ୍ ତୁମ୍ଭେ ସେଠାରେ କେବେ ହେଲେ ପ୍ରବେଶ କରି ପାରିବ ନାହିଁ।” 16 ତା’ପରେ ଯୀଶୁ ପିଲାମାନଙ୍କୁ କୋଳକୁ ଉଠେଇ ନେଲେ। ସେ ସେମାନଙ୍କ ଉପରେ ହାତ ରଖି ଆଶୀର୍ବାଦ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center