Revised Common Lectionary (Semicontinuous)
ଦାଉଦଙ୍କର ସଙ୍ଗୀତ।
26 ହେ ସଦାପ୍ରଭୁ, ମୋର ବିଗ୍ଭର କର।
ପ୍ରମାଣ କର ଯେ, ମୁଁ ଶୁଦ୍ଧ ଜୀବନଯାପନ କରିଛି।
ମୁଁ କେବେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
2 ହେ ସଦାପ୍ରଭୁ, ମୋତେ ପରୀକ୍ଷା କର, ପ୍ରମାଣ ନିଅ ଓ
ମୋର ହୃଦୟ ଓ ମନକୁ ପରିଷ୍କାର କର।
3 ମୁଁ ସବୁବେଳେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି।
ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।
4 ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ।
କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
5 ମୁଁ ସେହି କୁକର୍ମୀମାନଙ୍କୁ ଘୃଣା କରେ।
ମୁଁ ସେହି ଦୁଷ୍ଟମାନଙ୍କ ସଙ୍ଗରେ କେବେହେଲେ ହାତ ମିଳାଏ ନାହିଁ।
6 ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ ସ୍ୱର ଶୁଣାଇବି।
ମୁଁ ତୁମ୍ଭର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଯାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
7 ହେ ସଦାପ୍ରଭୁ, ମୁଁ ମୋର ନିର୍ଦ୍ଦୋଷତା ପ୍ରମାଣ ପାଇଁ ମୋର ହାତ ପ୍ରକ୍ଷାଳନ କରେ,
ତେଣୁ ତୁମ୍ଭର ଯଜ୍ଞବେଦି ନିକଟକୁ ଆସିପାରେ।
8 ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ
ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।
9 ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ।
ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।
10 ସେହି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି।
ସେମାନେ ଲାଞ୍ଚ ନେଇ ଖରାପ କାର୍ଯ୍ୟ କରିଥାଇ ପାରନ୍ତି।
11 କିନ୍ତୁ ମୁଁ ନିର୍ଦ୍ଦୋଷ ଅଟେ।
ତେଣୁ ହେ ପରମେଶ୍ୱର ମୋ’ ପ୍ରତି ସଦୟ ହୋଇ ମୋତେ ଉଦ୍ଧାର କର।
12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି।
ମୁଁ ସେହି ସଭାକକ୍ଷର ଲୋକମାନଙ୍କ ସହିତ ସ୍ୱର ମିଳାଇ ତୁମ୍ଭର ପ୍ରଶଂସା କରିବି।
7 ଆୟୁବ ଉତ୍ତର ଦେଲା, “ପୃଥିବୀରେ କ’ଣ ମନୁଷ୍ୟ ସଂଗ୍ରାମ କରେ ନାହିଁ?
ତା’ର ଜୀବନ ହେଉଛି ଜଣେ ବେତନ ପାଉଥିବା ଶ୍ରମିକର ଜୀବନ ସଦୃଶ।
2 ମଣିଷ, ଜଣେ ଦାସ ଯେଭଳି ଦିନର କଠିନ ଶ୍ରମ ପରେ ଶୀତଳ ଛାୟା ଗ୍ଭହେଁ।
ମଣିଷ ଜଣେ ମୂଲ ପାଉଥିବା ବ୍ୟକ୍ତି ଯେମିତି ତା’ର ବେତନ ଦିନକୁ ଅପେକ୍ଷା କରେ।
3 ଅନେକ ମାସ ମୋତେ ନିରାଶ କରି
ରାତ୍ରି ପରେ ରାତ୍ରି କଷ୍ଟ ଦିଆଯାଇ ଥିଲା।
4 ଯେତେବେଳେ ମୁଁ ଶୟନ କରେ, ମୁଁ କହେ,
‘ଆଉ କେତେ ସମୟ ପରେ ଶଯ୍ୟା ତ୍ୟାଗ କରିବି?’
ମାତ୍ର ରାତ୍ରି ଦୀର୍ଘ ହୁଏ।
ଏବଂ ପ୍ରଭାତ ପର୍ଯ୍ୟନ୍ତ ମୁଁ ବିଛଣାରେ ଛଟପଟ ହୁଏ।
5 ଯଦିଓ ମୋର ଶରୀର ପୋଷାକ ଆଚ୍ଛାଦିତ ଏକ କୀଟ ଓ ଧୂଳିର ସମାହାର।
ମୋର ଚର୍ମ ଫାଟିଯାଏ ଏବଂ ବହୁଥିବା ଘାଁରେ ଢାଙ୍କି ହୋଇଛି।
6 “ମୋର ଦିନଗୁଡ଼ିକ ଶୀଘ୍ର ଗଡ଼ିଯାଏ।
ଏହା ତନ୍ତୀର ନଳୀଠାରୁ ଆହୁରି ଦ୍ରୁତଗାମୀ।
ଶେଷରେ ଜୀବନଟା କୌଣସି ଆଶାର ପୂରଣ ବିନା ଶେଷ ହୋଇଯାଏ।
7 ପରମେଶ୍ୱର, ସ୍ମରଣ କର, ମୋର ଜୀବନ କେବଳ ଗୋଟିଏ ପ୍ରଶ୍ୱାସ।
ମୁଁ କେବେ ଆଉ କୌଣସି ଭଲ ବିଷୟ ଦେଖିବି ନାହିଁ।
8 ତୁମ୍ଭେ ବି ମୋତେ ଆଉ ଦେଖିବ ନାହିଁ।
ତୁମ୍ଭେ ମୋତେ ଖୋଜିବ କିନ୍ତୁ ମୁଁ ନ ଥିବି।
9 ଭଷା ମେଘ ଅଦୃଶ୍ୟ ହେଲାପରି, ଜଣେ ବ୍ୟକ୍ତି କବର [a] ଭିତରକୁ ଯାଏ
ଏବଂ ସେ ସେଥିରୁ ଫେରି ଆସେ ନାହିଁ।
10 ସେ ଆଉ ତା’ର ଆପଣା ବାସଗୃହକୁ କେବେ ଆସିବ ନାହିଁ।
ଏବଂ ତା’ର ସେ ପୁରୁଣା ଘର ମଧ୍ୟ ତାକୁ ଆଉ ଚିହ୍ନିବ ନାହିଁ।
11 “ତେଣୁ ମୁଁ ଆଉ ନୀରବ ରହି ପାରିବି ନାହିଁ,
ମୁଁ ମୋର ଆତ୍ମାର ବେଦନା ପ୍ରକାଶ କରିବି।
ମୁଁ ଅଭିଯୋଗ କରିବି କାରଣ ମୋର ଆତ୍ମା ତିକ୍ତ ହୋଇଅଛି।
12 ହେ ପରମେଶ୍ୱର, କାହିଁକି ତୁମ୍ଭେ ମୋତେ ପ୍ରହରା ଦେଉଛ?
ମୁଁ କ’ଣ ସମୁଦ୍ର ପରି ନା ସାମୁଦ୍ରିକ ରାକ୍ଷସ ପରି?
13 ଯଦି ମୁଁ କହେ ମୋର ବିଛଣା ମୋତେ ଆନନ୍ଦ ଆଣି ଦେବା ଉଚିତ୍।
ମୋର ବିଛଣା ମୋତେ ବିଶ୍ରାମ ଓ ଶାନ୍ତି ଆଣି ଦେବା ଉଚିତ୍।
14 କିନ୍ତୁ ହେ ପରମେଶ୍ୱର, ମୋର ଶୟନ ସମୟରେ ତୁମ୍ଭେ ମୋତେ ସ୍ୱପ୍ନରେ ଭୟ ଦେଖାଉଛ।
ତା’ପରେ ତୁମ୍ଭେ ମୋତେ ଦର୍ଶନରେ ଡରାଉଛ।
15 ତେଣୁ ମୁଁ ବଞ୍ଚିବାଠାରୁ ଶ୍ୱାସରୋଧ ହୋଇ
ମରିବାକୁ ଅଧିକ ପସନ୍ଦ କରେ।
16 ମୁଁ ଏ ଜୀବନକୁ ଘୃଣା କରେ।
ମୁଁ ତ୍ୟାଗ କରୁଛି, ମୁଁ ଅଧିକ ଦିନ ବଞ୍ଚିବି ନାହିଁ।
ମୋତେ ଛାଡ଼,
ମୋର ବଞ୍ଚିବାର କିଛି ଅର୍ଥ ନାହିଁ।
17 ହେ ପରମେଶ୍ୱର, କାହିଁକି ମଣିଷ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ?
ତୁମ୍ଭେ କାହିଁକି ତାକୁ ସମ୍ମାନ ଦେବ, ତୁମ୍ଭେ କାହିଁକି ତା’ ପ୍ରତି ଧ୍ୟାନ ଦେବ?
18 କାହିଁକି ମଣିଷକୁ ତୁମ୍ଭେ ପ୍ରତ୍ୟେକ ସକାଳରେ ସାକ୍ଷାତ କର
ଏବଂ ତା’ର ପ୍ରତ୍ୟେକ ମୁହୂର୍ତ୍ତକୁ ପରୀକ୍ଷା କର?
19 ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ମୋ’ଠାରୁ ଆପଣା ଦୃଷ୍ଟି ଦୂରେଇ ରଖିବ?
ତୁମ୍ଭେ ମୋତେ ଏକାଳି ବହୁକାଳ ପର୍ଯ୍ୟନ୍ତ ଗ୍ରାସିତ ହେବାକୁ ଛାଡ଼ିଦିଅ ନାହିଁ।
20 ଯଦି ମୁଁ କିଛି ପାପ କରିଛି ତାହା କିପରି ତୁମ୍ଭକୁ ଆଘାତ କରୁଛି?
ଯିଏ ମଣିଷମାନଙ୍କ ଉପରେ ସତର୍କ ଦୃଷ୍ଟି ରଖନ୍ତି।
କାହିଁକି ତୁମ୍ଭେ ମୋତେ ଆପଣା ଲକ୍ଷ୍ୟ ସ୍ୱରୂପ ରଖିଛ?
ମୁଁ କ’ଣ ତୁମ୍ଭ ପାଇଁ କୌଣସି ସମସ୍ୟା ହୋଇଛି?
21 କାହିଁକି ତୁମ୍ଭେ ମୋତେ କ୍ଷମା କରୁ ନାହଁ, ଯଦି ମୁଁ କିଛି ଅଧର୍ମ କରିଥାଏ?
କାହିଁକି ମୋର କୌଣସି ପାପ କ୍ଷମା କରୁ ନାହଁ?
କାରଣ ମୁଁ ଶୀଘ୍ର ମରିବି ଓ କବରରେ ଶୟନ କରିବି,
ତୁମ୍ଭେ ମୋତେ ଖୋଜିବ, କିନ୍ତୁ ପାଇବ ନାହିଁ।”
ପରମେଶ୍ୱରଙ୍କ ବିଧାନ ଅଟଳ(A)
14 ଫାରୂଶୀମାନେ ଏହିସବୁ କଥା ଶୁଣୁଥିଲେ। ଫାରୂଶୀମାନେ ନିଜ ଟଙ୍କାକୁ ଭଲ ପାଉଥିବାରୁ ଯୀଶୁଙ୍କୁ ସମାଲୋଚନା କଲେ। 15 ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କ ଆଗରେ ତୁମ୍ଭେମାନେ ନିଜକୁ ଭଲ ବୋଲି ଦେଖେଇ ହେଉଛ। କିନ୍ତୁ ତୁମ୍ଭମାନଙ୍କ ହୃଦୟରେ ପ୍ରକୃତରେ କ’ଣ ଅଛି, ତାହା ପରମେଶ୍ୱର ଜାଣନ୍ତି। ଯେଉଁସବୁ ବିଷୟକୁ ଲୋକମାନେ ବହୁତ ମୂଲ୍ୟବାନ୍ ବୋଲି ମନେ କରିଥା’ନ୍ତି, ତାହା ପରମେଶ୍ୱରଙ୍କ ଦୃଷ୍ଟିରେ ମୂଲ୍ୟ ହୀନ।
16 “ମୋଶାଙ୍କ ନିୟମ ଓ ଭବିଷ୍ୟଦ୍ବକ୍ତାମାନଙ୍କ ଲେଖା ଅନୁସାରେ ଲୋକମାନେ ଜୀବନଯାପନ କରନ୍ତୁ ବୋଲି ପରମେଶ୍ୱର ଗ୍ଭହିଁଲେ। କିନ୍ତୁ ବାପ୍ତିଜକ ଯୋହନ ଆସିବା ପରଠାରୁ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଅନେକ ଲୋକ ଅକ୍ଳାନ୍ତ ଚେଷ୍ଟା କରୁଛନ୍ତି। 17 ସ୍ୱର୍ଗ ଓ ପୃଥିବୀର ଧ୍ୱଂସ ହୁଏତ ସହଜରେ ହୋଇଯିବ, ମାତ୍ର ବ୍ୟବସ୍ଥାର କ୍ଷୁଦ୍ରତମ ଅଂଶ ସୁଦ୍ଧା ପରିବର୍ତ୍ତିତ ହେବ ନାହିଁ।
ଛାଡ଼ପତ୍ର ଓ ପୂର୍ଣ୍ଣବିବାହ
18 “ଯଦି ଜଣେ ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ସ୍ତ୍ରୀକୁ ବିବାହକରେ ତେବେ ସେହି ପୁରୁଷଟି ବ୍ୟଭିଗ୍ଭର ପାପରେ ଦୋଷୀ ସାବ୍ୟସ୍ତ ହେବ। ଏବଂ ଯେଉଁ ପୁରୁଷ ଜଣେ ପରିତ୍ୟକ୍ତା ସ୍ତ୍ରୀକୁ ବିବାହକରେ, ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହେବ।”
2010 by World Bible Translation Center