Revised Common Lectionary (Semicontinuous)
ଦାଉଦଙ୍କର ସଙ୍ଗୀତ।
26 ହେ ସଦାପ୍ରଭୁ, ମୋର ବିଗ୍ଭର କର।
ପ୍ରମାଣ କର ଯେ, ମୁଁ ଶୁଦ୍ଧ ଜୀବନଯାପନ କରିଛି।
ମୁଁ କେବେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
2 ହେ ସଦାପ୍ରଭୁ, ମୋତେ ପରୀକ୍ଷା କର, ପ୍ରମାଣ ନିଅ ଓ
ମୋର ହୃଦୟ ଓ ମନକୁ ପରିଷ୍କାର କର।
3 ମୁଁ ସବୁବେଳେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି।
ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।
4 ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ।
କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
5 ମୁଁ ସେହି କୁକର୍ମୀମାନଙ୍କୁ ଘୃଣା କରେ।
ମୁଁ ସେହି ଦୁଷ୍ଟମାନଙ୍କ ସଙ୍ଗରେ କେବେହେଲେ ହାତ ମିଳାଏ ନାହିଁ।
6 ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ ସ୍ୱର ଶୁଣାଇବି।
ମୁଁ ତୁମ୍ଭର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଯାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
7 ହେ ସଦାପ୍ରଭୁ, ମୁଁ ମୋର ନିର୍ଦ୍ଦୋଷତା ପ୍ରମାଣ ପାଇଁ ମୋର ହାତ ପ୍ରକ୍ଷାଳନ କରେ,
ତେଣୁ ତୁମ୍ଭର ଯଜ୍ଞବେଦି ନିକଟକୁ ଆସିପାରେ।
8 ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ
ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।
9 ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ।
ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।
10 ସେହି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି।
ସେମାନେ ଲାଞ୍ଚ ନେଇ ଖରାପ କାର୍ଯ୍ୟ କରିଥାଇ ପାରନ୍ତି।
11 କିନ୍ତୁ ମୁଁ ନିର୍ଦ୍ଦୋଷ ଅଟେ।
ତେଣୁ ହେ ପରମେଶ୍ୱର ମୋ’ ପ୍ରତି ସଦୟ ହୋଇ ମୋତେ ଉଦ୍ଧାର କର।
12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି।
ମୁଁ ସେହି ସଭାକକ୍ଷର ଲୋକମାନଙ୍କ ସହିତ ସ୍ୱର ମିଳାଇ ତୁମ୍ଭର ପ୍ରଶଂସା କରିବି।
ଇଲୀଫସ୍ କହିଲା
4 ତୈମନୀୟ ଇଲୀଫସ୍ ଉତ୍ତର ଦେଲେ,
2 ‘ମୁଁ ନିଶ୍ଚୟ କିଛି କହିବି,
ଏହା ଦ୍ୱାରା ତୁମ୍ଭେ ଦୁଃଖିତ ହେବ କି?
3 ଆୟୁବ ତୁମ୍ଭେ ବହୁତ ଲୋକଙ୍କୁ ଶିକ୍ଷା ଦେଇଛ।
କେତେ ଦୁର୍ବଳ ଲୋକକୁ ତୁମ୍ଭେ ବଳବାନ କରିଛ।
4 ତୁମ୍ଭର ବାକ୍ୟ ଲୋକଙ୍କୁ ଛିଡ଼ା ହେବାକୁ ଶକ୍ତି ଦେଇଛି।
ତୁମ୍ଭେ ସେହିମାନଙ୍କୁ ବଳବାନ କରିଛ, ଯେଉଁମାନେ ଦିନେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରୁ ନ ଥିଲେ।
5 କିନ୍ତୁ ବର୍ତ୍ତମାନ ତୁମ୍ଭ ନିକଟକୁ ବିପଦ ଆସିଛି
ଓ ତୁମ୍ଭେ ହତାଶ ହୋଇଛ,
ବିପଦ ତୁମ୍ଭକୁ ଆଘାତ କରିଛି
ଓ ତୁମ୍ଭେ ବିବ୍ରତ ହେଉଛ।
6 ତୁମ୍ଭେ ପରମେଶ୍ୱରଙ୍କୁ ଉପାସନା କର।
ତୁମ୍ଭେ ତାଙ୍କୁ ବିଶ୍ୱାସ କର।
ତୁମ୍ଭେ ଜଣେ ଉତ୍ତମ ବ୍ୟକ୍ତି।
ତାହା ହିଁ ତୁମ୍ଭର ଆଶାର ସ୍ରୋତ ହେଉ।
7 ଆୟୁବ ଥରେ ଭାବି ଦେଖିଲ, କେହି ନିରପରାଧ ବ୍ୟକ୍ତି କେବେ ଧ୍ୱଂସ ହୋଇଛନ୍ତି!
ଉତ୍ତମ ବ୍ୟକ୍ତିମାନଙ୍କର ବିନାଶ ଘଟେ ନାହିଁ।
8 ମୁଁ ଦେଖିଛି କେତେକ ବ୍ୟକ୍ତି ଅନ୍ୟକୁ ବିପଦରେ ପକାନ୍ତି ଏବଂ ସେମାନଙ୍କ ଜୀବନକୁ ଦୁଃର୍ବିସହ କରି ଦିଅନ୍ତି।
କିନ୍ତୁ ଶେଷରେ ସେମାନେ ହିଁ ଦଣ୍ଡ ପାଆନ୍ତି।
9 ପରମେଶ୍ୱରଙ୍କ ଦଣ୍ଡରେ ସେମାନେ ମୃତ୍ୟୁବରଣ କରନ୍ତି।
ପରମେଶ୍ୱରଙ୍କ କ୍ରୋଧରେ ସେମାନେ ଧ୍ୱଂସ ହୁଅନ୍ତି।
10 ଦୁଷ୍ଟଲୋକ ସିଂହ ଭଳି ଗର୍ଜନ କରି ଶୀଘ୍ର ବଢ଼ିଯା’ନ୍ତି।
କିନ୍ତୁ ପରମେଶ୍ୱର ସେମାନଙ୍କୁ ନୀରବ କରାଇ ଦିଅନ୍ତି ଓ ସେମାନଙ୍କର ଦାନ୍ତକୁ ଭାଙ୍ଗି ଦିଅନ୍ତି।
11 ହଁ, ସେହି ଦୁଷ୍ଟଲୋକ ଗୁଡ଼ାକ ସିଂହ ଭଳି, ଯେଉଁମାନେ ପ୍ରାଣୀମାନଙ୍କୁ ମାରିବାକୁ ପାଆନ୍ତି ନାହିଁ।
ସେମାନେ ଶେଷରେ ମୃତ୍ୟୁବରଣ କରନ୍ତି ଓ ସେମାନଙ୍କର ପିଲାମାନେ ଗ୍ଭରିଆଡ଼େ ଘୂରି ବୁଲନ୍ତି।
12 ଗୁପ୍ତରେ ମୋ’ ନିକଟକୁ ଗୋଟିଏ ଖବର ଆସିଲା।
ମୋର କାନ ସେହି ବିଷୟରେ କିଛି ଗୁଣୁଗୁଣୁ ଶବ୍ଦ ଶୁଣିଲା।
13 ରାତ୍ରିର ଗୋଟିଏ ଖରାପ ସ୍ୱପ୍ନ ଭଳି
ଏହା ମୋର ନିଦ୍ରାକୁ ନଷ୍ଟ କରି ଦେଲା।
14 ମୁଁ ଭୟଭୀତ ହେଲି
ଓ ମୋର ହାତସବୁ ଥରିଲା।
15 ଏହି ସମୟରେ ଗୋଟାଏ ଆତ୍ମା ମୋର ମୁହଁ ସମ୍ମୁଖରେ ଗ୍ଭଲିଗଲା
ଏବଂ ମୋର ରୋମ ଟାଙ୍କୁରି ଉଠିଲା।
16 ସେହି ଆତ୍ମା ମୋର ସମ୍ମୁଖରେ ଥିଲା
କିନ୍ତୁ ମୁଁ ତାକୁ ଦେଖି ପାରୁ ନ ଥିଲି।
ତା’ର ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରେ ଥିଲା
ଏବଂ ଗ୍ଭରିଆଡ଼େ ନିଶବ୍ଦ ଥିଲା।
ତା’ପରେ ମୁଁ ଏକ ଧୀର ସ୍ୱର ଶୁଣିବାକୁ ପାଇଲି।
17 ଜଣେ ମନୁଷ୍ୟ କ’ଣ ପରମେଶ୍ୱରଙ୍କଠାରୁ ଅଧିକ ଧାର୍ମିକ ହୋଇ ପାରିବ?
ନିଜ ସୃଷ୍ଟିକର୍ତ୍ତାଠାରୁ ମନୁଷ୍ୟ କ’ଣ ଅଧିକ ପବିତ୍ର ହୋଇ ପାରିବ?
18 ଦେଖ, ପରମେଶ୍ୱର ତାଙ୍କ ସ୍ୱର୍ଗୀୟ ସେବକଗଣଙ୍କୁ ମଧ୍ୟ ବିଶ୍ୱାସ କରି ପାରନ୍ତି ନାହିଁ।
ପରମେଶ୍ୱର ତାଙ୍କ ଦୂତଗଣଙ୍କଠାରେ ମଧ୍ୟ ଭୁଲ୍ ପାଆନ୍ତି।
19 ନିଶ୍ଚିତ ରୂପେ ମନୁଷ୍ୟମାନେ ଅଧିକ ଖରାପ।
ସେମାନେ ମାଟି ଘରେ ବାସ କରନ୍ତି।
ସେମାନଙ୍କର ପ୍ରାରମ୍ଭ ଧୂଳିରୁ, ସେମାନେ ଦଳିତ ହୋଇ ପକ୍ଷଯୁକ୍ତ ପୋକ ମରିବାଠାରୁ ଅଧିକ ସହଜରେ ମରିଯା’ନ୍ତି।
20 ଲୋକମାନେ ପ୍ରାତଃକାଳଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମରନ୍ତି, ଏବଂ ତାହା କେହି ଖାତିରି କରନ୍ତି ନାହିଁ।
ସେମାନେ ମରନ୍ତି ଏବଂ ଚିରକାଳ ପାଇଁ ଗ୍ଭଲିଯା’ନ୍ତି।
21 ସେମାନଙ୍କର ତମ୍ବୁର ରସିସବୁ ଛିଣ୍ଡିଯାଏ,
ସେମାନେ ଜ୍ଞାନଭ୍ରଷ୍ଟ ହୋଇ ମୃତ୍ୟୁବରଣ କରନ୍ତି।’
ଆତ୍ମାରେ ଜୀବନ
8 ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନେ ଦେଷୀ ବୋଲି ବିଗ୍ଭରିତ ହୁଅନ୍ତି ନାହିଁ। 2 ମୁଁ ଦୋଷୀ ବୋଲି ବିଗ୍ଭରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆତ୍ମାର ବ୍ୟବସ୍ଥା ଜୀବନ ଦିଏ ଓ ତାହା ମୋତେ ମୁକ୍ତ କରିଛି। ପାପ ଓ ମୃତ୍ୟୁ ଆଣୁଥିବା ବ୍ୟବସ୍ଥାରୁ ଏହା ମୋତେ ମୁକ୍ତ କରିଛି। 3 ଆମ୍ଭର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ବ୍ୟବସ୍ଥା ଶକ୍ତି ହୀନ ହୋଇପାରେ। କିନ୍ତୁ ବ୍ୟବସ୍ଥା ଯାହା କରି ପାରି ନ ଥିଲା, ତାହା ପରମେଶ୍ୱର କଲେ। ପରମେଶ୍ୱର ନିଜ ପୁତ୍ରକୁ ସେଇ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ୱର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ୟବହାର କଲେ। 4 ବ୍ୟବସ୍ଥା ଆମ୍ଭକୁ ଯେପରି ହେବା ପାଇଁ ଗ୍ଭହେଁ, ସେହିଭଳି ହେବା ପାଇଁ ପରମେଶ୍ୱର ଏପରି କଲେ। ଆମ୍ଭେ ଏବେ ପାପପୂର୍ଣ୍ଣ ମାନବ ସ୍ୱଭାବ ଅନୁସାରେ ନୁହେଁ ବରଂ ଆତ୍ମା ଅନୁସାରେ ଜୀବନଯାପନ କରୁଛୁ।
5 ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସବୁବେଳେ ତାହାଙ୍କ ପାପପୂର୍ଣ୍ଣ କଥା ଅନୁସାରେ ଚିନ୍ତା କରନ୍ତି। କିନ୍ତୁ ଯେଉଁ ଲୋକମାନେ ଆତ୍ମା ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସର୍ବଦା ଆତ୍ମା ଅନୁସାରେ ଚିନ୍ତା କରନ୍ତି। 6 ଯଦି ଜଣେ ଲୋକର ବିଗ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ଆତ୍ମିକ ମୃତ୍ୟୁ ହୁଏ। କିନ୍ତୁ ଯଦି ଜଣକର ବିଗ୍ଭର ଆତ୍ମା ଦ୍ୱାରା ନିୟନ୍ରିତ ହୁଏ, ତା’ହେଲେ ସେଠାରେ ଜୀବନ ଓ ଶାନ୍ତି ଅଛି। 7 ଏହା କାହିଁକି ସତ୍ୟ? କାରଣ ଯଦି ଜଣେ ଲୋକର ବିଗ୍ଭର ତାହାର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ସେ ଲୋକ ପରମେଶ୍ୱରଙ୍କର ବିରୋଧୀ। ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବାକୁ ମନା କରେ। ପ୍ରକୃତରେ ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବା ପାଇଁ ଅସମର୍ଥ। 8 ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ସେମାନେ ପରମେଶ୍ୱରଙ୍କୁ ଖୁସୀ କରି ପାରିବେ ନାହିଁ।
9 କିନ୍ତୁ ତୁମ୍ଭେମାନେ ନିଜର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ନୁହଁ। ଯଦି ପ୍ରକୃତରେ ଖ୍ରୀଷ୍ଟଙ୍କର ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା’ହେଲେ ତୁମ୍ଭେମାନେ ଆତ୍ମା ଦ୍ୱାରା ଶାସିତ ହେଉଛ। କିନ୍ତୁ ଯଦି କୌଣସି ଲୋକ ଭିତରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ, ତା’ହେଲେ ସେ ଖ୍ରୀଷ୍ଟଙ୍କର ନୁହେଁ। 10 ପାପ ହେତୁ ତୁମ ମାନଙ୍କ ଶରୀର ସବୁବେଳେ ମୃତ ହୋଇ ରହିବ। କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି, ତା’ହେଲେ ଆତ୍ମା ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରିବେ, କାରଣ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ଧାର୍ମିକ କରିଛନ୍ତି। 11 ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଯଦି ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା’ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ୟ ସେ ତାହାଙ୍କର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରଦାନ କରିବେ।
2010 by World Bible Translation Center