Revised Common Lectionary (Semicontinuous)
ଦାଉଦଙ୍କର ସଙ୍ଗୀତ।
26 ହେ ସଦାପ୍ରଭୁ, ମୋର ବିଗ୍ଭର କର।
ପ୍ରମାଣ କର ଯେ, ମୁଁ ଶୁଦ୍ଧ ଜୀବନଯାପନ କରିଛି।
ମୁଁ କେବେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
2 ହେ ସଦାପ୍ରଭୁ, ମୋତେ ପରୀକ୍ଷା କର, ପ୍ରମାଣ ନିଅ ଓ
ମୋର ହୃଦୟ ଓ ମନକୁ ପରିଷ୍କାର କର।
3 ମୁଁ ସବୁବେଳେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି।
ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।
4 ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ।
କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
5 ମୁଁ ସେହି କୁକର୍ମୀମାନଙ୍କୁ ଘୃଣା କରେ।
ମୁଁ ସେହି ଦୁଷ୍ଟମାନଙ୍କ ସଙ୍ଗରେ କେବେହେଲେ ହାତ ମିଳାଏ ନାହିଁ।
6 ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ ସ୍ୱର ଶୁଣାଇବି।
ମୁଁ ତୁମ୍ଭର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଯାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
7 ହେ ସଦାପ୍ରଭୁ, ମୁଁ ମୋର ନିର୍ଦ୍ଦୋଷତା ପ୍ରମାଣ ପାଇଁ ମୋର ହାତ ପ୍ରକ୍ଷାଳନ କରେ,
ତେଣୁ ତୁମ୍ଭର ଯଜ୍ଞବେଦି ନିକଟକୁ ଆସିପାରେ।
8 ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ
ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।
9 ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ।
ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।
10 ସେହି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି।
ସେମାନେ ଲାଞ୍ଚ ନେଇ ଖରାପ କାର୍ଯ୍ୟ କରିଥାଇ ପାରନ୍ତି।
11 କିନ୍ତୁ ମୁଁ ନିର୍ଦ୍ଦୋଷ ଅଟେ।
ତେଣୁ ହେ ପରମେଶ୍ୱର ମୋ’ ପ୍ରତି ସଦୟ ହୋଇ ମୋତେ ଉଦ୍ଧାର କର।
12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି।
ମୁଁ ସେହି ସଭାକକ୍ଷର ଲୋକମାନଙ୍କ ସହିତ ସ୍ୱର ମିଳାଇ ତୁମ୍ଭର ପ୍ରଶଂସା କରିବି।
ଆୟୁବର ତିନିବନ୍ଧୁ ତା’ ନିକଟକୁ ଦେଖା କରିବାକୁ ଆସିଲେ
11 ଆୟୁବର ତିନି ଜଣ ବନ୍ଧୁ ଥିଲେ। ସେମାନେ ହେଲେ ତୈମନୀୟ ଇଲୀଫସ୍, ଶୂହୀୟ ବିଲ୍ଦଦ୍ ଓ ନାମାଥୀୟ ସୋଫର। ଏହି ତିନି ବନ୍ଧୁ ଆୟୁବ ଉପରେ ପଡ଼ିଥିବା ସମସ୍ତ ବିପଦ କଥା ଶୁଣିଲେ। ସେହି ତିନି ବନ୍ଧୁ ନିଜର ଘର ଛାଡ଼ିଲେ ଏବଂ ଏକତ୍ରିତ ହେଲେ। ସେମାନେ ତା’ର ଦୁଃଖ ସମୟରେ ଆୟୁବକୁ ସାନ୍ତ୍ୱନା ତଥା ସମବେଦନା ଜଣାଇବାକୁ ମନସ୍ଥ କଲେ। 12 କିନ୍ତୁ ଯେତେବେଳେ ସେହି ତିନି ବନ୍ଧୁ ଦୂରରୁ ଆୟୁବକୁ ଦେଖିଲେ, ସେମାନେ ତାକୁ ଚିହ୍ନି ପାରି ଉଚ୍ଚ ସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲେ। ଆଉ ସେମାନେ ଆପଣା ବସ୍ତ୍ର ଚିରି ସ୍ୱର୍ଗ ଆଡ଼କୁ ଗ୍ଭହିଁ ଆପଣା ମୁଣ୍ଡ ଉପରେ ଧୂଳି ଫିଙ୍ଗିଲେ। 13 ତା’ପରେ ସେହି ତିନି ବନ୍ଧୁ ଆୟୁବ ସହିତ ସାତ ଦିନ ଓ ସାତ ରାତି ଭୂମିରେ ବସିଲେ। ସେମାନଙ୍କ ପାଟିରୁ ପଦଟିଏ କଥା ବାହାରୁ ନ ଥିଲା। ସେମାନେ ଆୟୁବକୁ କଥାପଦେ କହିଲେ ନାହିଁ, କାରଣ ସେମାନେ ଦେଖିଲେ ଯେ, ସେ କେତେ ଯନ୍ତ୍ରଣା ଭୋଗୁଛି।
ଆୟୁବ ନିଜର ଜନ୍ମଦିନକୁ ଅଭିଶାପ ଦେଲେ
3 ଏହା ପରେ ଆୟୁବ ନିଜର ପାଟି ଖୋଲିଲା ଏବଂ ତା’ର ଜନ୍ମଦିନକୁ ଅଭିଶାପ ଦେଲା। 2 ସେ କହିଲା,
3 “ମୁଁ ଗ୍ଭହୁଁଛି ଯେଉଁ ଦିନ ମୁଁ ଜନ୍ମଲାଭ କଲି, ସେଭଳି ଦିନ ସବୁଦିନ ପାଇଁ ଲୋପ ପାଇଯାଉ।
ମୁଁ ଗ୍ଭହୁଁଛି ଯେଉଁ ରାତ୍ରିରେ ସେମାନେ କହିଲେ, ‘ଏହା ଏକ ବାଳକ!’ କେବେ ହୋଇ ନ ଥା’ନ୍ତା।
4 ମୁଁ ଗ୍ଭହେଁ ସେହି ଦିନଟି ଅନ୍ଧାର ରହି ଥା’ନ୍ତା
ଏବଂ ମୁଁ ଗ୍ଭହେଁ ପରମେଶ୍ୱର ସେହି ଦିନଟିକୁ ଭୁଲି ଯାଆନ୍ତୁ।
ମୁଁ ଗ୍ଭହେଁ ଯେ ସେଦିନ ଦିପ୍ତୀ ପ୍ରକାଶିତ ହୋଇ ନ ଥା’ନ୍ତା।
5 ମୁଁ ଗ୍ଭହେଁ ସେହି ଦିନଟି ମୃତ୍ୟୁ ଭଳି ଅନ୍ଧକାର ହୋଇ ରହନ୍ତା।
ମୁଁ ଗ୍ଭହେଁ ବାଦଲ ତାକୁ ଲୁଗ୍ଭଇ ଦିଅନ୍ତା।
ମୁଁ ଗ୍ଭହେଁ ଯେଉଁ ଦିନ ମୁଁ ଜନ୍ମ ଲାଭ କଲି କଳାବାଦଲ ସେହି ଦିନର ଆଲୋକକୁ ଭୟଭୀତ କରାଇଦେଉ।
6 ସେହି ରାତ୍ରିଟିକୁ ଘନ ଅନ୍ଧକାର ଘୋଡ଼ାଇଦେଉ,
ସେହି ରାତ୍ରିଟି କ୍ୟାଲେଣ୍ଡରରୁ ଲିଭିଯାଉ।
ସେହି ରାତ୍ରିଟିକୁ କୌଣସି ମାସରେ ସ୍ଥାନ ଦିଆ ନ ଯାଉ।
7 ସେହି ରାତ୍ରିରେ କୌଣସି ଉତ୍ପାଦନ ନ ହେଉ।
ସେହି ରାତିରେ କୌଣସି ଶୁଭ ଖବର ଶୁଣା ନ ଯାଉ।
8 କେତେକ ଯାଦୁକର ସବୁବେଳେ ଲିବିୟାଥନକୁ ଆବାହନ କରି ଜଗାନ୍ତି।
ସେହିମାନେ ସେହି ଦିନକୁ ଅଭିଶାପ ଦିଅନ୍ତୁ,
ଯେଉଁ ଦିନ ମୁଁ ଜନ୍ମିଲି।
9 ସେହି ଦିନର ପ୍ରାତଃକାଳୀନ ନକ୍ଷତ୍ର କାଳିମାମୟ ହୋଇ ଅନ୍ଧକାରରେ ଲୁଚି ଯାଉ।
ରାତ୍ରିଟି ପ୍ରଭାତର ପ୍ରତୀକ୍ଷାରେ ରହୁ
ଏବଂ ସୂର୍ଯ୍ୟର ପ୍ରଥମ କିରଣ ନ ଦେଖୁ।
10 କାରଣ ସେହି ରାତ୍ରିଟି ମୋର ଜନ୍ମ ମୁହୂର୍ତ୍ତକୁ ଅଟକାଇ ପାରିଲା ନାହିଁ।
ସେହି ରାତ୍ରିଟି ମୋତେ ଏଭଳି ଦୁଃଖ ଦେଖିବାରୁ ବଞ୍ଚିତ କରି ପାରିଲା ନାହିଁ।
11 ମୁଁ ଜନ୍ମ ସମୟରେ କାହିଁକି ନ ମଲି?
ମୁଁ କାହିଁକି ନ ମରି ବଞ୍ଚିଛି?
12 କାହିଁକି ମୋର ମା’ ତାର ଆଣ୍ଠୁରେ ମୋତେ ବସାଇ ରଖିଲା?
ମୋର ମା କାହିଁକି ମୋତେ ତା’ର ଛାତିରୁ ସ୍ତନ୍ୟପାନ କରାଇଲା?
13 ମୁଁ ଯଦି ଜନ୍ମ ହେଲା ବେଳେ ମରିଯାଇଥା’ନ୍ତି,
ବର୍ତ୍ତମାନ ଶାନ୍ତିରେ ଥା’ନ୍ତି।
ମୁଁ ଇଚ୍ଛାକରେ ମୁଁ ଶୋଇ ରହିଥା’ନ୍ତି ଏବଂ ବିଶ୍ରାମ ପାଇଥା’ନ୍ତି।
14 ରାଜାମାନଙ୍କ ସହିତ ଜ୍ଞାନୀଲୋକ, ଯେଉଁମାନେ ଅତୀତରେ ଏହି ପୃଥିବୀରେ ଥିଲେ
ଏବଂ ନିଜ ପାଇଁ ପ୍ରାସାଦ ନିର୍ମାଣ କରିଥିଲେ ବର୍ତ୍ତମାନ ଧ୍ୱଂସାବସ୍ଥାରେ ଅଛନ୍ତି।
15 ମୋତେ ଯଦି ସେହି ଶାସକମାନଙ୍କ ସହିତ କବର ଦିଆଯାଇଥା’ନ୍ତା,
ଯେଉଁମାନେ ସେମାନଙ୍କର ଘରଗୁଡ଼ିକ ସୁନା ଓ ରୂପାରେ ଭରିଥିଲେ।
16 ମୁଁ ଯେତେବେଳେ ଶିଶୁ ବା ପିଲାଥିଲି
କାହିଁକି ନ ମରି ଭୂମିରେ କବର ନ ନେଲି?
ମୁଁ ଇଚ୍ଛା କରେ ମୁଁ ଏଭଳି ଏକ ଶିଶୁ
ଯିଏ କି ପ୍ରଥମ କିରଣ ଦେଖିବାର ନ ଥିଲା।
17 ଦୁଷ୍ଟଲୋକମାନେ କବର ମଧ୍ୟରେ କାହାକୁ ଅସୁବିଧାରେ ପକାନ୍ତି ନାହିଁ,
ଏବଂ ଲୋକେ କ୍ଳାନ୍ତ ହେଲେ କବରରେ ବିଶ୍ରାମ ନିଅନ୍ତି।
18 ଏପରିକି ବନ୍ଦୀମାନେ ମଧ୍ୟ କବରରେ ଶାନ୍ତି ପାଆନ୍ତି,
କାରଣ ସେଠାରେ ଜଗୁଆଳିର ଶବ୍ଦ ଶୁଣାଯାଏ ନାହିଁ।
19 ସବୁ ପ୍ରକାରର ଲୋକେ ଯଥା ଦରକାରୀ ଲୋକ ଓ ଅଦରକାରୀ ଲୋକ,
ଏପରିକି କ୍ରୀତଦାସମାନେ ମଧ୍ୟ ସେମାନଙ୍କ ମୁନିବଙ୍କଠାରୁ କବରରେ ମୁକ୍ତି ପାଆନ୍ତି।
20 “କାହିଁକି ଜଣେ ପୀଡ଼ିତ ବ୍ୟକ୍ତି ବଞ୍ଚିରହିବା ଉଚିତ୍?
କାହିଁକି ଜଣେ ବ୍ୟକ୍ତିକୁ ଜୀବନ ଦେବା ଯାହାର ଆତ୍ମା ତିକ୍ତ?
21 ସେହି ବ୍ୟକ୍ତି ମରିବାକୁ ଗ୍ଭହୁଁଛି ଅଥଚ ମୃତ୍ୟୁ ତା’ ନିକଟକୁ ଆସୁ ନାହିଁ।
ସେହି ଲୋକଟି ଗୁପ୍ତଧନ ସନ୍ଧାନଠାରୁ ଅଧିକ ମୃତ୍ୟୁକୁ ଖୋଜି ବୁଲୁଛି।
22 ସେହି ଲୋକମାନେ ସେମାନଙ୍କର କବର ପାଇ ଖୁସୀ ହେବେ,
ସେମାନେ ତାଙ୍କର ସମାଧି ପାଇ ଉଲ୍ଲସିତ ହେବେ।
23 କିନ୍ତୁ ପରମେଶ୍ୱର ସେମାନଙ୍କର ଭବିଷ୍ୟତକୁ ଗୋପନ ରଖନ୍ତି
ଏବଂ ସେହିମାନଙ୍କୁ ରକ୍ଷା କରିବା ନିମନ୍ତେ ଏକ ପ୍ରାଚୀର ନିର୍ମାଣ କରନ୍ତି।
24 ଏପରିକି ମୁଁ ଖାଦ୍ୟ ଖାଇବା ପୂର୍ବରେ, ମୁଁ ଦୁଃଖରେ ବିଳାପ କଲି
ଏବଂ ମୋର ଲୋତକ ପାଣିପରି ବହିଗଲା।
25 କାରଣ ମୁଁ ଯେଉଁ ବିଷୟରେ ଭୟ କରୁଥିଲି ତାହା ହିଁ ମୋ’ ପ୍ରତି ଘଟିଲା
ଏବଂ ଯେଉଁ ବିଷୟରେ ଅତି ଆଶଙ୍କା କରୁଥିଲି ତାହା ମୋ’ ନିକଟରେ ଉପସ୍ଥିତ ହେଲା।
26 ମୁଁ ସ୍ଥିର କରିପାରୁ ନ ଥିଲି।
ମୁଁ ନୀରବ ରହୁ ନ ଥିଲି, ମୋର ବିଶ୍ରାମ ନ ଥିଲା, ମୁଁ କେବଳ ବିବ୍ରତ ହେଉଥିଲି।”
23 ଏହି ବିଶ୍ୱାସ ପ୍ରକାଶ ହେବା ପର୍ଯ୍ୟନ୍ତ ଆମ୍ଭେ ବ୍ୟବସ୍ଥା ଦ୍ୱାରା ବନ୍ଦୀ ଓ ପରିଗ୍ଭଳିତ ହୋଇଥିଲୁ। ଆମ୍ଭର ସେତେବେଳେ କୌଣସି ସ୍ୱାଧୀନତା ନ ଥିଲା। 24 ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ୟବସ୍ଥା ଆମ୍ଭର ସ୍ୱାମୀ ଥିଲା। ତା’ପରେ ଆମ୍ଭେ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହେଲୁ। 25 ଏବେ ବିଶ୍ୱାସର ରାସ୍ତା ଉପସ୍ଥିତ ହୋଇଅଛି ଓ ଆମ୍ଭେ ଏଣିକି ବ୍ୟବସ୍ଥାର ଅଧୀନ ନୋହୁଁ।
26 ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭେ ସମସ୍ତେ ପରମେଶ୍ୱରଙ୍କ ସନ୍ତାନଗଣ ଅଟ। 27 ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠାରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭେମାନେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ। 28 ଅତଏବ ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମସ୍ତେ ଏକ ହୋଇଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ୱାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତରେ କୌଣସି ଭେଦ ରହିଲା ନାହିଁ। 29 ଯଦି ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତେବେ ସ୍ୱଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ୟ ଅଟ, ଓ ପରମେଶ୍ୱର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ସେହି ପ୍ରତିଶୃତିର ମଧ୍ୟ ତୁମ୍ଭେ ଉତ୍ତରାଧିକାରୀ ଅଟ।
2010 by World Bible Translation Center