Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 140

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

140 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
    ଦୌରାତ୍ମ୍ୟକାରୀ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି।
    ସେମାନେ ପ୍ରତ୍ୟେକ ଦିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।
ସେମାନଙ୍କର ଜିହ୍ୱା ବିଷଧର ସର୍ପପରି,
    ଯେପରି ସେମାନଙ୍କର ଜିହ୍ୱାତଳେ ନାଗର ଗରଳ ରହିଛି।

ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
    ଦୌରାତ୍ମ୍ୟକାରୀମାନଙ୍କଠାରୁ ମୋତେ ସୁରକ୍ଷା ଦିଅ।
    ଯେଉଁମାନେ ମୋ’ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦେବା ପାଇଁ ଯୋଜନା କରୁଛନ୍ତି।
ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି।
    ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି।
    ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି।

ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋର ପରମେଶ୍ୱର।
    ହେ ସଦାପ୍ରଭୁ, ମୋର ପ୍ରାର୍ଥନାକୁ ଗ୍ରହଣ କର।
ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ଯିଏକି ମୋତେ ରକ୍ଷା କରେ।
    ତୁମ୍ଭେ ମୋର ମସ୍ତକର ରକ୍ଷାକବଚ, ଯାହା ମୋର ଯୁଦ୍ଧ ସମୟରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।
ହେ ସଦାପ୍ରଭୁ, ସେହି ଲୋକମାନେ ଦୁଷ୍ଟ ପ୍ରକୃତିର।
    ସେମାନଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଦିଅ ନାହିଁ।
    ସେମାନଙ୍କର ଯୋଜନାକୁ ସଫଳ ହେବାକୁ ଦିଅ ନାହିଁ।

ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ବିଜୟ କରାଅ ନାହିଁ।
    ସେହି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ।
    ସେମାନଙ୍କ ମନ୍ଦ ଯୋଜନା ତୁମ୍ଭେ ସେହିଠାରେ ଶେଷ କର।
10 ସେମାନଙ୍କ ମୁଣ୍ଡରେ ଜ୍ୱଳନ୍ତା କୋଇଲା ପଡ଼ୁ।
    ମୋର ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷେପ କର।
    ସେମାନେ ଯେପରି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷେପ କର।
11 ସଦାପ୍ରଭୁ, ସେହି ମିଥ୍ୟାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ।
    ସେମାନଙ୍କୁ ଆକସ୍ମିକ ବିପତ୍ତି ଶିକାର କରିନେଉ।
12 ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ
    ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।
13 ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ।
    ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ।

ଏଷ୍ଟର ବିବରଣ 5

ଏଷ୍ଟର ରାଜାଙ୍କୁ କହିଲେ

ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଛିଡ଼ା ହେଲା। ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜ ସିଂହାସନ ଉପରେ ଉପବିଷ୍ଟ ଥିଲେ। ତା’ପରେ ରାଜା, ରାଣୀ ଏଷ୍ଟର ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ। ଏବଂ ରାଜା ତାକୁ ଦେଖି ଖୁସୀ ହେଲେ, ତେଣୁ ସେ ତାଙ୍କ ହାତରେ ଥିବା ସୁବର୍ଣ୍ଣର ରାଜଦଣ୍ତ ରାଣୀ ଏଷ୍ଟର ଆଡ଼କୁ ବଢ଼ାଇଲେ। ତେଣୁ ଏଷ୍ଟର ନିକଟକୁ ଆସିଲେ ଏବଂ ଆସି ରାଜଦଣ୍ତର ଅଗ୍ର ଭାଗ ଛୁଇଁଲେ।

ରାଜା ତାଙ୍କୁ ପଗ୍ଭରିଲେ, “ରାଣୀ ଏଷ୍ଟର, ମୁଁ ତୁମ୍ଭ ପାଇଁ କ’ଣ କରିପାରେ? ତୁମ୍ଭର କ’ଣ ପ୍ରାର୍ଥନା ଅଛି? ମୋର ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମ୍ଭକୁ ଦିଆଯିବା।”

ଏଷ୍ଟର କହିଲା, “ଯେବେ ମହାରାଜାଙ୍କ ଦୃଷ୍ଟିରେ ଭଲ ଦିଶେ, ତେବେ ମୁଁ ଆପଣାଙ୍କ ପାଇଁ ଯେଉଁ ଭୋଜି ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍ ଆଜି ସେହି ଭୋଜିକୁ ଆଗମନ କରନ୍ତୁ।”

ଏହା ପରେ ରାଜା କହିଲେ, “ ହାମ‌ନ୍‌କୁ ଶୀଘ୍ର ଆଣ, ତାହାହେଲେ ଏଷ୍ଟର ଯାହା କହିଛନ୍ତି ଆମ୍ଭେ ତାହା କରି ପାରିବୁ।”

ଏହା ପରେ ରାଜା ଓ ହାମନ୍ ଏଷ୍ଟରର ପ୍ରସ୍ତୁତ ନୈଶ ଭୋଜିକୁ ଆସିଲେ। ଏଥିରେ ରାଜା ଭୋଜିରେ ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ କହିଲା, “ତୁମ୍ଭର କ’ଣ ନିବେଦନ ଅଛି? ତାହା ତୁମ୍ଭକୁ ଦିଆଯିବ। ତୁମ୍ଭର ପ୍ରାର୍ଥନା କ’ଣ? ମୋ’ ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ଦିଆଯିବ।”

ତହିଁରେ ଏଷ୍ଟର କହିଲା, “ମୋର ନିବେଦନ ଓ ପ୍ରାର୍ଥନା ଏହି କି, ମୁଁ ଯେବେ ମୋର ଇଚ୍ଛା ପୂରଣ କରିବା ପାଇଁ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏବଂ ଏହା ଯେବେ ରାଜାଙ୍କୁ ଆନନ୍ଦ କରୁଥାଏ, ରାଜା ଓ ହାମନ୍ ଆସନ୍ତାକାଲି ରାତ୍ରି ଭୋଜନକୁ ଆସନ୍ତୁ ଯାହା ମୁଁ ପ୍ରସ୍ତୁତ କରିବି। ସେହି ସମୟରେ ମୁଁ ରାଜାଙ୍କର ପ୍ରଶ୍ନର ଉତ୍ତର ଦେବି।”

ହାମନ୍ ମର୍ଦ୍ଦଖୟଙ୍କ ଉପରେ କ୍ରୋଧ କଲେ

ସେଦିନ ହାମନ୍ ଆନନ୍ଦିତ ହୋଇ ଗ୍ଭଲିଗଲା। ମାତ୍ର ହାମନ୍, ରାଜଦ୍ୱାରରେ ନିଜ ସମ୍ମୁଖରେ ମର୍ଦ୍ଦଖୟଙ୍କୁ ଉଠି ଠିଆ ନ ହେବାର କି ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖୟ ବିରୁଦ୍ଧରେ କ୍ରୋଧରେ ପରିପୂର୍ଣ୍ଣ ହେଲା। 10 ତଥାପି ହାମନ୍ ନିଜର କ୍ରୋଧକୁ ନିୟନ୍ତ୍ରଣ କଲା ଏବଂ ଗୃହକୁ ଗଲା। ତା’ପରେ ଆପଣା ମିତ୍ରଗଣକୁ ଓ ଆପଣା ଭାର୍ଯ୍ୟା ସେରଶକୁ ଡକାଇ ଆଣିଲା। 11 ଆଉ ହାମନ୍ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିରୂପେ ତାହାର ପଦ ବୃଦ୍ଧି କରିଛନ୍ତି, ତାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଛନ୍ତି। ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲା। 12 ହାମନ୍ ଆହୁରି କହିଲା, “ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜିକୁ ମୋ’ ଛଡ଼ା ଆଉ କାହାକୁ ରାଜାଙ୍କ ସଙ୍ଗେ ଯିବାକୁ ଦେଇ ନାହାନ୍ତି। ପୁଣି କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଅଛି। 13 କିନ୍ତୁ ମୁଁ ପ୍ରତ୍ୟେକଥର ଯିହୁଦୀ ମର୍ଦ୍ଦଖୟକୁ ରାଜାଙ୍କ ଫାଟକରେ ବସିବାର ଦେଖେ, ଏହାସବୁ ମୋର କିଛି ଭଲ କରେ ନାହିଁ।”

14 ତେଣୁ ତାହାର ସ୍ତ୍ରୀ ସେରଶ୍ ଓ ତାର ସମସ୍ତ ମିତ୍ରଗଣ ତାକୁ କହିଲେ, “ପଗ୍ଭଶ୍ ହାତ ଉଚ୍ଚ ଏକ ଫାଶିକାଠ ପ୍ରସ୍ତୁତ କରାଯାଉ। ପୁଣି ମର୍ଦ୍ଦଖୟକୁ ତହିଁରେ ଫାଶି ଦେବା ପାଇଁ କାଲି ସକାଳେ ରାଜାଙ୍କୁ କୁହ। ତହିଁ ପରେ ତୁଷ୍ଟ ହୋଇ ରାଜା ସହିତ ଭୋଜିକୁ ଯାଅ।”

ଏହା ହାମ‌ନ୍‌କୁ ଏକ ଭଲ ବୁଦ୍ଧି ପରି ଜଣାଗଲା, ତେଣୁ ସେ ଫାଶି କାଠ ପ୍ରସ୍ତୁତ କଲା।

ଯୋହନଙ୍କ ପ୍ରଥମ ପତ୍ର 2:18-25

ଖ୍ରୀଷ୍ଟଙ୍କ ଶତ୍ରୁମାନଙ୍କର ପଥ ଅନୁସରଣ କର ନାହିଁ

18 ପିଲାମାନେ! ବର୍ତ୍ତମାନ ଶେଷକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସେହିପରି ଅନେକ ସଂଖ୍ୟାରେ ଖ୍ରୀଷ୍ଟ ବିରୋଧୀମାନେ ଦେଖା ଦେଲେଣି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତରେ ଶେଷ କାଳ ଆସି ପହଞ୍ଚିଛି। 19 ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଗ୍ଭଲିଗଲେ। ସେମାନେ ପ୍ରକୃତରେ ଆମ୍ଭ ନିଜର ନ ଥିଲେ। ଯଦି ସେମାନେ ଆମ୍ଭ ନିଜର ହୋଇଥା’ନ୍ତେ, ତେବେ ସେମାନେ ଆମ୍ଭ ସହିତ ରହିଥା’ନ୍ତେ। ସେମାନେ ଆମ୍ଭକୁ ଛାଡ଼ି ଗ୍ଭଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସେମାନେ ପ୍ରକୃତରେ ଆମ୍ଭର ନୁହନ୍ତି।

20 ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଦାନ [a] ପାଇଥିବାରୁ, ତୁମ୍ଭେ ସମସ୍ତେ ସତ୍ୟକୁ ଜାଣିଛ। 21 ମୁଁ ତୁମ୍ଭମାନଙ୍କ ପାଖକୁ ଲେଖିବାର କାରଣ କ’ଣ? ତୁମ୍ଭେ ସତ୍ୟକୁ ଜାଣି ନାହଁ ବୋଲି କ’ଣ ମୁଁ ଏହା ଲେଖୁଛି? ନା, ତୁମ୍ଭେ ଏହି ସତ୍ୟ ଜାଣିଥିବାରୁ ମୁଁ ଏହି ପତ୍ର ଲେଖୁଅଛି। ତୁମ୍ଭେ ମଧ୍ୟ ଜାଣିଛ ସତ୍ୟରୁ କେବେ ହେଲେ କୌଣସି ମିଥ୍ୟା ଉତ୍ପନ୍ନ ହୁଏ ନାହିଁ।

22 ତେବେ ମିଥ୍ୟାବାଦୀ କିଏ? ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ଅସ୍ୱୀକାର କରେ, ସେ ହେଉଛି ମିଥ୍ୟାବାଦୀ। ସେ ଖ୍ରୀଷ୍ଟଙ୍କର ଶତ୍ରୁ। ସେ ପରମ ପିତା ଓ ପୁତ୍ର ଦୁହିଁଙ୍କୁ ଅସ୍ୱୀକାର କରେ। 23 ଯେଉଁ ବ୍ୟକ୍ତି ପୁତ୍ରକୁ ବିଶ୍ୱାସ କରେ ନାହିଁ, ପିତା ତାହାଙ୍କଠାରେ ବାସ କରନ୍ତି ନାହିଁ। ଯେଉଁ ବ୍ୟକ୍ତି ପୁତ୍ରକୁ ଗ୍ରହଣ କରେ, ତାହାଙ୍କଠାରେ ପିତା ମଧ୍ୟ ଅଛନ୍ତି।

24 ତୁମ୍ଭେମାନେ ଆରମ୍ଭରୁ ଯାହା ଶିକ୍ଷା ପାଇଛ, ତାହା ପାଳନ କର। ତୁମ୍ଭେ ଯଦି ସେହି ଶିକ୍ଷା ଅନୁଯାୟୀ ଜୀବନ କାଟିବ, ତେବେ ତୁମ୍ଭେ ପିତା ପରମେଶ୍ୱର ଓ ପୁତ୍ରଙ୍କଠାରେ ରହିବ। 25 ପୁତ୍ର ଆମ୍ଭମାନଙ୍କୁ ଏହି ଅନନ୍ତ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center