Revised Common Lectionary (Semicontinuous)
ଆରୋହଣ ଗୀତ।
128 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କର ପ୍ରତ୍ୟେକ ବ୍ୟକ୍ତି ଧନ୍ୟ
ଓ ସଦାପ୍ରଭୁଙ୍କର ପଥରେ ଗ୍ଭଲନ୍ତି।
2 ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ।
ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।
3 ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ।
ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଗ୍ଭରିଆଡ଼େ ଜୀତବୃକ୍ଷର ଗ୍ଭରାପରି ହେବେ।
4 ଯିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ।
5 ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
ଆଉ ଯିରୁଶାଲମ ସୁଖସମୃଦ୍ଧିକୁ ତୁମ୍ଭେ ସାରା ଜୀବନରେ ଅଂଶିଦାର ହୁଅ।
6 ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖି ପାର।
ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।
ପ୍ରତିଜ୍ଞା କରିବା ସମୟରେ ସାବଧାନତା
5 ଯେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କୁ ଉପାସନା କରିବାକୁ ଯାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିଦେବା ଅପେକ୍ଷା ପରମେଶ୍ୱରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାନେ ଜାଣନ୍ତି ମଧ୍ୟ ନାହିଁ, ଯେତେବେଳେ ସେମାନେ ମନ୍ଦକର୍ମ କରନ୍ତି। 2 ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କରିବା ସମୟରେ ସାବଧାନ ହୁଅ। ପରମେଶ୍ୱରଙ୍କ ଆଗରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ। କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ। ଏଣୁ ତୁମ୍ଭର କଥା ଅଳ୍ପ ହେଉ।
3 ବହୁତ ଦୁଃଖରୁ ଅନେକ ଦୁସ୍ୱପ୍ନ ଆସେ,
ଏବଂ ଜଣେ ମୂର୍ଖ ବହୁତ କହେ।
4 ତୁମ୍ଭେ ପରମେଶ୍ୱରଙ୍କଠାରେ ପ୍ରତିଜ୍ଞା କଲେ ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ। କାରଣ ମୂର୍ଖମାନଙ୍କଠାରେ ତାଙ୍କର ସନ୍ତୋଷ ନାହିଁ। ତୁମ୍ଭେ ଯାହା ପ୍ରତିଜ୍ଞା କର, ତାହା ପରିଶୋଧ କର। 5 ପ୍ରତିଜ୍ଞା କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭେ ପ୍ରତିଜ୍ଞା ନ କରିବା ଭଲ। 6 ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ ହେବାକୁ ଦିଅ ନାହିଁ, କିଅବା ଏହା ଭୁଲ୍ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ। ପରମେଶ୍ୱର ତୁମ୍ଭ ଉପରେ କାହିଁକି କ୍ରୋଧ ହେବେ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିବେ। 7 ଅନେକ ଫାମ୍ପା ସ୍ୱପ୍ନ ଏବଂ ଅନେକ ବାଗ୍ଭଳତା ଯୋଗୁଁ ଏସବୁ ଘଟେ। ମାତ୍ର ତୁମ୍ଭେ ପରମେଶ୍ୱରଙ୍କୁ ନିଶ୍ଚୟ ଭୟ କର।
ପ୍ରତ୍ୟେକ ଶାସନକର୍ତ୍ତାଙ୍କର ଏକ ଶାସକ ଥାଏ
8 କେତେକ ଦେଶରେ ଯଦି ତୁମ୍ଭେମାନେ ଦେଖ ଯେ, ଲୋକମାନେ ଅତ୍ୟାଗ୍ଭର କଲେ ଓ ନ୍ୟାୟ ବିଗ୍ଭରକୁ ଅସ୍ୱୀକାର କଲେ, ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ୟାଗ୍ଭର କରନ୍ତି, ସେମାନଙ୍କ ଉପରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପରେ ଅନ୍ୟଜଣେ ଅଧିକାରୀ ଅଛନ୍ତି। 9 ଏହିସବୁ ପଛରେ ଭୂମିରୁ ପାଇଥିବା ଲାଭ ଅଛି। ଏପରିକି କ୍ଷେତ୍ର ଦ୍ୱାରା ରାଜା ମଧ୍ୟ ସେବିତ ହୁଅନ୍ତି।
ସମ୍ପତ୍ତି ସୁଖ କିଣି ପାରିବ ନାହିଁ
10 ସମ୍ପତ୍ତି ସୁଖ କିଣିପାରେ ନାହିଁ। ଯେଉଁ ଲୋକ ଟଙ୍କାକୁ ଭଲପାଏ ସେ କେବେ ତା’ର ନିକଟରେ ଥିବା ଟଙ୍କାରେ ସନ୍ତୁଷ୍ଟ ହେବ ନାହିଁ। ଯେଉଁ ଲୋକ ସମ୍ପତ୍ତିକୁ ଭଲ ପାଏ। ସେ ଯେତେ ସମ୍ପତ୍ତିର ଅଧିକାରୀ ହେଲେ ମଧ୍ୟ ସେ ସନ୍ତୁଷ୍ଟ ହେବ ନାହିଁ, ଏହା ମଧ୍ୟ ଅସାର ଅଟେ।
11 ଜଣେ ବ୍ୟକ୍ତିର ଯେତେ ଅଧିକ ସମ୍ପତ୍ତି ଅଛି, ତାହାର ସେତେ “ବନ୍ଧୁ” ତା’ର ସମ୍ପତ୍ତି ଖର୍ଚ୍ଚ କରିବାକୁ ସାହାଯ୍ୟ କରନ୍ତି। ତେଣୁ ସେହି ଧନୀ ବ୍ୟକ୍ତିଟି ପ୍ରକୃତରେ କିଛି ଲାଭ ପାଏ ନାହିଁ। କେବଳ ସେ ନିଜ ସମ୍ପତ୍ତିକୁ ଦେଖେ।
12 ଶ୍ରମଜିବୀ ଲୋକେ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ, ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ।
13 ମୁଁ ଏହା ଦେଖିଛି ଯେ ଏହା ଏକ ଅତ୍ୟନ୍ତ ଦୁଃଖର ବିଷୟ ଯାହା ଜୀବନରେ ଘଟିଛି। ମନୁଷ୍ୟମାନେ ସେମାନଙ୍କର ପାଇଁ ଅର୍ଥ ଜମା ରଖନ୍ତି। 14 ଦୁର୍ଘଟଣା ବଶତଃ ସେହିସବୁ ଧନ କ୍ଷୟ ପାଏ। ଯେତେବେଳେ ତା’ର ପୁତ୍ର ଜନ୍ମ ହୁଏ, ତାକୁ ଦେବା ପାଇଁ ତା’ର କିଛି ନ ଥାଏ।
15 ସେ ଆପଣା ମାତୃ ଗର୍ଭରୁ ଯେପରି ଆସିଥିଲା, ସେପରି ଉଲଗ୍ନ ହୋଇ ଫେରିଯିବ। ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ୱହସ୍ତରେ ଯାହା ନେଇଯାଇ ପାରିବ ନାହିଁ, ଏପରି କିଛି ସଙ୍ଗେ ନେବ ନାହିଁ। 16 ତାହା ଅତ୍ୟନ୍ତ ଦୁଃଖ ଦାୟକ। ସେ ପୃଥିବୀରୁ ଫେରିବ ଠିକ୍ ଯେପରି ଆସିଥିଲା। “ଏବଂ ସେ କଠିନ ପରିଶ୍ରମ କରି ପବନକୁ ଧରିବା ପାଇଁ ଚେଷ୍ଟା କରି କ’ଣ ପାଇଛି?” 17 ସେ ବିଷାଦରେ ତା’ର ଜୀବନ କଟାଇ ଦିଏ। ପୁଣି ସେ ଅତିଶୟ ବିରକ୍ତ ହୁଏ। ଆଉ ପିଡ଼ୀତ ଓ କ୍ରୋଧିତ ହୁଏ।
ଜୀବନର କର୍ମରୁ ଆନନ୍ଦ କର
18 ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ୟକ୍ତି ଏହା କରି ପାରିବ। ଏହି ପୃଥିବୀରେ ତା’ର ଅଳ୍ପ ଜୀବନ କାଳ ମଧ୍ୟରେ ଜଣେ ବ୍ୟକ୍ତି ଯାହା କାର୍ଯ୍ୟ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ୱର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦେଇଛନ୍ତି ଏବଂ ତାହା ହିଁ ତା’ର ସବୁକିଛି।
19 ଆହୁରି ପରମେଶ୍ୱର କୌଣସି ବ୍ୟକ୍ତିକୁ ଧନସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ ଓ ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମରେ ଆନନ୍ଦ କରିବାକୁ କ୍ଷମତା ଦେଲେ। ଏହା ହିଁ ପରମେଶ୍ୱରଙ୍କର ଦାନ ଅଟେ। 20 ସତ୍ୟରେ, ଜଣେ ବ୍ୟକ୍ତି ତା’ର ଜୀବନ ବିଷୟରେ ବେଶୀ ଚିନ୍ତା କରେ ନାହିଁ, କାରଣ ପରମେଶ୍ୱର ତାକୁ ନିଜକୁ ଉପଭୋଗ କରିବାରେ ବ୍ୟସ୍ତ ରଖିଛନ୍ତି।
ଯିହୂଦୀମାନେ ଯୀଶୁଙ୍କ ବିଷୟରେ ବୁଝି ପାରିଲେ ନାହିଁ
21 ଯୀଶୁ ପୁନର୍ବାର ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଛାଡ଼ି ଗ୍ଭଲିଯିବି। ତୁମ୍ଭେ ମୋତେ ଖୋଜିବ। କିନ୍ତୁ ତୁମ୍ଭେ ନିଜ ପାପ ସହିତ ମରିବ। ମୁଁ ଯେଉଁ ସ୍ଥାନକୁ ଯାଉଛି, ତୁମ୍ଭେ ସେଠାକୁ ଯାଇପାରିବ ନାହିଁ।”
22 ତେଣୁ ଯିହୂଦୀମାନେ ପରସ୍ପରକୁ ପଗ୍ଭରିଲେ, “ଯୀଶୁ କ’ଣ ଆତ୍ମହତ୍ୟା କରିବେ? ସେଥିପାଇଁ କ’ଣ ସେ କହିଲେ ଯେ, ‘ମୁଁ ଯେଉଁଠାକୁ ଯାଉଛି ତୁମ୍ଭେମାନେ ସେଠାକୁ ଆସି ପାରିବ ନାହିଁ?’”
23 କିନ୍ତୁ ଯୀଶୁ ସେହି ଯିହୂଦୀମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନରୁ ସୃଷ୍ଟ, କିନ୍ତୁ ମୁଁ ଊର୍ଦ୍ଧ୍ୱରୁ ଆସିଛି। ତୁମ୍ଭେମାନେ ଏ ପୃଥିବୀର ଲୋକ, କିନ୍ତୁ ମୁଁ ପୃଥିବୀର ଲୋକ ନୁହେଁ। 24 ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡ଼ିକ ପାଇଁ ମରିବ। ମୁଁ ଯେ ସେହି ବ୍ୟକ୍ତି ତୁମ୍ଭେ ଏହା ବିଶ୍ୱାସ ନ କଲେ ତୁମ୍ଭ ନିଜ ପାପଗୁଡ଼ିକ ପାଇଁ ତୁମ୍ଭେ ମରିବ।”
25 ଯିହୂଦୀମାନେ ପଗ୍ଭରିଲେ, “ତୁମ୍ଭେ କିଏ, ଆମ୍ଭମାନଙ୍କୁ କୁହ।”
ଯୀଶୁ ଉତ୍ତର ଦେଲେ, “ମୁଁ ନିଜ ବିଷୟରେ ପ୍ରଥମରୁ ଯାହା କହିଆସିଛି, ମୁଁ ସେହି। 26 ମୋର ତୁମ୍ଭ ବିଷୟରେ ଅନେକ କିଛି କହିବାକୁ ଅଛି। ମୁଁ ତୁମ୍ଭର ବିଗ୍ଭର କରିପାରେ, କିନ୍ତୁ ମୋର ପ୍ରେରଣକର୍ତ୍ତା ମୋତେ ଯାହା କହି ପଠାଇଛନ୍ତି, ମୁଁ ପୃଥିବୀର ଲୋକମାନଙ୍କୁ ତାହା କହୁଛି ଏବଂ ସେ ସତ୍ୟ କହନ୍ତି।”
27 ଯୀଶୁ କାହା ବିଷୟରେ କହୁଥିଲେ, ଏ କଥା ଲୋକମାନେ ବୁଝି ନ ଥିଲେ। ଯୀଶୁ ପରମପିତାଙ୍କ ବିଷୟରେ କହୁଥିଲେ। 28 ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊର୍ଦ୍ଧ୍ୱକୁ(ବଧକରିବାକୁ) ଉଠାଇବ। ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମୋ’ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମୋତେ ଯାହା ଶିକ୍ଷା ଦେଇଛନ୍ତି ସେହି କଥା ଯେ କେବଳ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ। 29 ମୋତେ ଯିଏ (ପରମେଶ୍ୱର) ପଠାଇଛନ୍ତି, ସେ ମୋ’ ସହିତ ଅଛନ୍ତି। ତାହାଙ୍କ ସନ୍ତୋଷଜନକ କାର୍ଯ୍ୟ ମୁଁ ସର୍ବଦା କରେ। ତେଣୁ ସେ ମୋତେ ଏକୁଟିଆ କରି ଛାଡ଼ି ନାହାନ୍ତି।” 30 ଯୀଶୁ ଏ କଥା କହିଲା ବେଳେ ତାହାଙ୍କୁ ଅନେକ ଲୋକ ବିଶ୍ୱାସ କଲେ।
ପାପରୁ ମୁକ୍ତି ପାଇବା ବିଷୟରେ ଯୀଶୁ କହିଲେ
31 ଯୀଶୁ ତାହାଙ୍କୁ ବିଶ୍ୱାସ କରୁଥିବା ଯିହୂଦୀମାନଙ୍କୁ କହିଲେ, “ଯଦି ତୁମ୍ଭେ ମୋର ଶିକ୍ଷା ସବୁବେଳେ ମାନି ଚଳିବ, ତେବେ ତୁମ୍ଭେ ମୋର ପ୍ରକୃତ ଶିଷ୍ୟ ହେବ। 32 ତୁମ୍ଭେ ସତ୍ୟକୁ ଜାଣିବ ଓ ସେହି ସତ୍ୟ ତୁମ୍ଭକୁ ମୁକ୍ତ କରିବ।”
33 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ ଅବ୍ରହାମଙ୍କ ବଂଶଧର। ଆମ୍ଭେ କେବେ ହେଲେ କ୍ରୀତଦାସ ହୋଇ ନାହୁଁ। ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହେବୁ?”
34 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ପାପ କରୁଥିବା ଲୋକ ହେଉଛି ଜଣେ କ୍ରୀତଦାସ। ପାପ ତା’ର ପ୍ରଭୁ। 35 ଜଣେ କ୍ରୀତଦାସ ଗୋଟିଏ ପରିବାରରେ ସର୍ବଦା ରହେ ନାହିଁ। କିନ୍ତୁ ଜଣେ ପୁତ୍ର ଗୋଟିଏ ପରିବାରଭୁକ୍ତ ହୋଇ ସବୁବେଳେ ରୁହେ। 36 ତେଣୁ ଯଦି ସେହି ପୁତ୍ର ତୁମ୍ଭକୁ ମୁକ୍ତି ଦିଅନ୍ତି, ତେବେ ତୁମ୍ଭେ ପ୍ରକୃତରେ ମୁକ୍ତି ପାଇବ। 37 ମୁଁ ଜାଣେ ଯେ, ତୁମ୍ଭେ ଅବ୍ରହାମଙ୍କ ବଂଶଧର। କିନ୍ତୁ ତୁମ୍ଭେ ମୋତେ ହତ୍ୟା କରିବାକୁ ଗ୍ଭହଁ, ଯେହେତୁ ତୁମ୍ଭେ ମୋର ଉପଦେଶ ଗ୍ରହଣ କରିବା ପାଇଁ ଗ୍ଭହଁ ନାହିଁ। 38 ମୋତେ ପରମପିତା ଯାହା ଦେଖାଇଛନ୍ତି, ତାହା ମୁଁ ତୁମ୍ଭକୁ କହୁଛି। କିନ୍ତୁ ତୁମ୍ଭେମାନେ ତୁମ୍ଭ ପିତା ଯାହା କହିଛନ୍ତି ତାହା କରୁଛ।”
2010 by World Bible Translation Center