Revised Common Lectionary (Semicontinuous)
ପ୍ରଥମ ପୁସ୍ତକ
(ଗୀତସଂହିତା 1-41)
1 ଜଣେ ବ୍ୟକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ,
ଯଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ,
ପାପୀମାନଙ୍କ ପରି ଜୀବନଯାପନ କରେ ନାହିଁ,
ସେହି ଲୋକମାନଙ୍କ ସହିତ ତା’ର ସମୟ କଟାଏ ନାହିଁ, ଯେଉଁମାନେ କି ପରମେଶ୍ୱରଙ୍କୁ ସମ୍ମାନ ଦେଖାନ୍ତି ନାହିଁ,
2 ଉତ୍ତମ ବ୍ୟକ୍ତି ସଦାପ୍ରଭୁଙ୍କ ପ୍ରତ୍ୟେକ ବ୍ୟବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ
ଓ ଦିନରାତି ସଦାପ୍ରଭୁଙ୍କ ବ୍ୟବସ୍ଥା ଧ୍ୟାନ କରୁଥାଏ।
3 ତେଣୁ ସେହି ବ୍ୟକ୍ତି ଅଧିକ ବଳଶାଳୀ ହୁଏ,
ପ୍ରଚୁର ପାଣି ପାଉଥିବା ବୃକ୍ଷର ସ୍ଥିତି ପରି।
ସେହି ବ୍ୟକ୍ତି ଠିକ୍ ସମୟରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ।
ସେହି ବ୍ୟକ୍ତି ସେହି ବୃକ୍ଷ ପରି ଶକ୍ତିଶାଳୀ,
ଯାହାର ପତ୍ର କେବେହେଲେ ଶୁଖିଯାଏ ନାହିଁ।
ସେ ଯାହା କରେ, ତହିଁରେ କୃତକାର୍ଯ୍ୟ ହୁଏ।
4 ଦୁଷ୍ଟ ଲୋକମାନେ ସେପରି ନୁହନ୍ତି।
ଦୁଷ୍ଟ ଲୋକମାନେ କେବଳ ‘ଚୋପା’ ବା ‘ତୁଷ’ ଭଳି ଯାହାକୁ କି ସହଜରେ ପବନ ଉଡ଼ାଇ ନେଇପାରେ।
5 ଯଦି ଧାର୍ମିକ ବ୍ୟକ୍ତିମାନେ ଏକତ୍ରିତ ହୋଇ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହାହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ୟସ୍ତ ହୋଇଯିବେ।
ସେହି ପାପୀମାନେ କେବେହେଲେ ନିରପରାଧୀ ବୋଲି ପ୍ରମାଣିତ ହୋଇ ପାରିବେ ନାହିଁ।
6 କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି,
ଦୁଷ୍ଟ ଲୋକମାନଙ୍କର କାର୍ଯ୍ୟ ବିନଷ୍ଟ କରନ୍ତି।
1 ଏହି ବାକ୍ୟଗୁଡ଼ିକ ହେଉଛି ଉପଦେଶକମାନଙ୍କର। ଉପଦେଶକ ହେଉଛନ୍ତି ଯିରୁଶାଲମର ରାଜା ଦାଉଦଙ୍କର ପୁତ୍ର।
2 ସମସ୍ତ ମୂଲ୍ୟହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ୟହୀନ, ସମସ୍ତ ମୂଲ୍ୟହୀନ ଅଟେ। 3 ମନୁଷ୍ୟ ସୂର୍ଯ୍ୟ ତଳେ, ଯାହାକିଛି ପରିଶ୍ରମ କରେ ସେଥିରୁ ସେ କ’ଣ ଲାଭ ପାଏ?
ପୃଥିବୀ ଚିରକାଳସ୍ଥାୟୀ
4 ଲୋକମାନେ ମରୁଛନ୍ତି ଏବଂ ନୂତନ ଲୋକମାନେ ଜନ୍ମ ନେଉଛନ୍ତି। କିନ୍ତୁ ପୃଥିବୀ ଚିରକାଳସ୍ଥାୟୀ। 5 ସୂର୍ଯ୍ୟ ଉଦୟ ହୁଅନ୍ତି, ସୂର୍ଯ୍ୟ ଅସ୍ତ ଯା’ନ୍ତି। ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଅନ୍ତି।
6 ପବନ ଦକ୍ଷିଣ ଦିଗକୁ ବହେ, ପବନ ଉତ୍ତର ଦିଗକୁ ବହେ। ପବନ ନିଜ ପଥରେ ଘୁରେ ଓ ପବନ ଆପଣା ଚକ୍ରକୁ ପୁନର୍ବାର ଫେରେ।
7 ନଦୀ ସବୁ ସମୁଦ୍ରକୁ ବହିଯା’ନ୍ତି। ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ନଦୀସବୁ ନିଜ ନିଜ ଗମନ ସ୍ଥାନକୁ ପୁନର୍ବାର ଗମନ କରେ।
8 ସମଗ୍ର ବିଷୟ କ୍ଳାନ୍ତିପୂର୍ଣ୍ଣ ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ। ତେଣୁ ଦର୍ଶନରେ ତୃପ୍ତ ନୁହେଁ କିଅବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ।
କୌଣସି କଥା ନୂଆ ନୁହେଁ
9 ଯାହା ହୋଇଅଛି, ତାହା ହିଁ ହେବ ଓ ଯାହା କରାଯାଇ ଅଛି, ତାହା ହିଁ କରାଯିବ। ସୂର୍ଯ୍ୟ ତଳେ କୌଣସି ବିଷୟ ନୂତନ ନୁହେଁ।
10 ଜଣେ ଲୋକ କହେ, “ଦେଖ, ଏହା ନୂଆ।” କିନ୍ତୁ ଏହି ବସ୍ତୁ ପୂର୍ବରୁ ରହି ଆସିଛି। ଆମ୍ଭମାନଙ୍କ ପୂର୍ବରୁ ଏହା ଥିଲା।
11 ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନ ଥାଏ, କିଅବା ଭବିଷ୍ୟତକାଳରେ ଯେଉଁମାନେ ଉତ୍ପନ୍ନ ହେବେ ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନ ଥିବ।
ଜ୍ଞାନ କ’ଣ ଆନନ୍ଦ ଦେଇପାରେ?
12 ମୁଁ ଉପଦେଶକ ଯିରୁଶାଲମରେ ଇସ୍ରାଏଲର ଉପରେ ରାଜା ଥିଲି। 13 ମୁଁ ମନୋଯୋଗ କଲି ଅଧ୍ୟୟନ ପାଇଁ ଏବଂ ଜ୍ଞାନ ଦ୍ୱାରା ସବୁକିଛି ବୁଝିବା ପାଇଁ ଯାହା ସ୍ୱର୍ଗତଳେ ହୁଏ। ଏହି କାର୍ଯ୍ୟ, ଯାହା ପରମେଶ୍ୱର ମନୁଷ୍ୟମାନଙ୍କୁ ଦେଇଛନ୍ତି ବ୍ୟସ୍ତ ରହିବାକୁ ଅତି ଅପ୍ରିତିକର ଅଟେ। 14 ସୂର୍ଯ୍ୟ ତଳେ ଘଟୁଥିବା ସମସ୍ତ କାର୍ଯ୍ୟ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ, ସବୁ ଅସାର, ପବନକୁ ଧରିବା ପରି। 15 ତୁମ୍ଭେ ଏସବୁ ପରିବର୍ତ୍ତନ କରି ପାରିବ ନାହିଁ। ଯାହା ବଙ୍କା ତାହା ସଳଖ କରାଯାଇ ନ ପାରେ। ଯାହା ସେଠାରେ ନାହିଁ ତୁମ୍ଭେମାନେ ତାହା ଗଣି ପାରିବ ନାହିଁ।
16 ମୁଁ ନିଜକୁ ନିଜେ କହେ, “ମୁଁ ବଡ଼ ଜ୍ଞାନୀ ଯିରୁଶାଲମରେ ମୋ’ ପୂର୍ବରୁ ଯେଉଁ ରାଜା ଥିଲେ, ମୁଁ ସେମାନଙ୍କଠାରୁ ଜ୍ଞାନବାନ୍। ମୁଁ ବହୁତ ଜ୍ଞାନ ପ୍ରାପ୍ତ ହୋଇଅଛି। ମୋର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହାନୁଭବୀ ହୋଇଅଛି?”
17 ତା’ପରେ ମୁଁ ଜ୍ଞାନ ଓ ବୁଦ୍ଧି, ପାଗଳାମି ଓ ବୋକାମି ବିଷୟରେ ଅଭିଜ୍ଞତା ହାସଲ କରିବା ପାଇଁ ନିଷ୍ପତ୍ତି ନେଲି। ଏବଂ ଏହା ହିଁ ପବନର ପଶ୍ଚାତ୍ଧାବନ ବୋଲି ମୁଁ ଜାଣିଲି। 18 ବହୁତ ଜ୍ଞାନରେ ବହୁତ କ୍ଳେଶ ଥାଏ। ଯେ ବିଦ୍ୟା ବୃଦ୍ଧି କରେ ସେ ଦୁଃଖ ବୃଦ୍ଧି କରେ।
29 “ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ୟଦ୍ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭେମାନେ ତାହାଙ୍କ ସମାଧି ସୁଶୋଭିତ କରୁଛ। 30 ଏବଂ ତୁମ୍ଭେମାନେ କହୁଛ ଯେ ‘ଆମ୍ଭେ ଯଦି ଆମ୍ଭ ପୂର୍ବପୁରୁଷଙ୍କ ସମକାଳୀନ ହୋଇଥାଆନ୍ତୁ, ତେବେ ଏହି ଭବିଷ୍ୟଦ୍ବକ୍ତାମାନଙ୍କୁ ମାରିଦେବା ପାଇଁ ଆମ୍ଭେ କେବେ ହେଲେ ସାହାଯ୍ୟ କରି ନ ଥା’ନ୍ତୁ।’ 31 ତୁମ୍ଭେ ପ୍ରମାଣିତ କରି ଦେଉଛ ଯେ ତୁମ୍ଭେମାନେ ସେହି ଲୋକମାନଙ୍କର ବଂଶଧର ଯେଉଁମାନେ ଭବିଷ୍ୟଦ୍ବକ୍ତାମାନଙ୍କୁ ହତ୍ୟା କଲେ। 32 ତୁମ୍ଭର ପୂର୍ବପୁରୁଷ ଯେଉଁ ପାପ ଆରମ୍ଭ କରିଦେଇଥିଲେ, ତୁମ୍ଭେ ତାହାକୁ ଶେଷ କରିବ।
33 “ତୁମ୍ଭେମାନେ ସର୍ପ ଭଳି। ତୁମ୍ଭେ ବିଷଧର ସର୍ପ କୁଳରେ ଜନ୍ମ ହୋଇଛ। ତୁମ୍ଭେ ପରମେଶ୍ୱରଙ୍କଠାରୁ ରକ୍ଷା ପାଇବ ନାହିଁ। ତୁମ୍ଭ ସମସ୍ତଙ୍କୁ ଦୋଷୀ ବୋଲି ବିଗ୍ଭର କରାଯିବ ଓ ତୁମ୍ଭେମାନେ ନର୍କକୁ ଯିବ। 34 ତେଣୁ ମୁଁ ତୁମ୍ଭକୁ ଏହା କହୁଛି: ମୁଁ ତୁମ୍ଭକୁ ଭବିଷ୍ୟଦ୍ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ମାରିବ, କ୍ରୁଶରେ ଚଢ଼ାଇ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ ହତ୍ୟା କରିବ। ତୁମ୍ଭର ସମାଜଗୃହରେ ତୁମ୍ଭେ କେତେକଙ୍କୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭେମାନେ ସେମାନଙ୍କର ପଛେ ପଛେ ଯାଇ କେତେକଙ୍କୁ ତାଡ଼ନା କରିବ।
35 “ତେଣୁ ଧାର୍ମିକ ଲୋକ ହେବଲଙ୍କଠାରୁ ଆରମ୍ଭ କରି ବେରିଖିୟଙ୍କ ପୁତ୍ର ଯିଖରିୟଙ୍କ ପର୍ଯ୍ୟନ୍ତ ଏ ପୃଥିବୀରେ ଯେତେ ଭଲ ଲୋକଙ୍କୁ ମାରି ଦିଆଯାଇଛି, ସେଥିପାଇଁ ତୁମ୍ଭେମାନେ ଦୋଷୀ ସାବ୍ୟସ୍ତ ହେବ। ବେରିଖିୟଙ୍କ ପୁତ୍ର ଯିଖରିୟଙ୍କୁ ମନ୍ଦିର ଓ ବେଦୀ ମଧ୍ୟସ୍ଥଳରେ ତୁମ୍ଭେମାନେ ହତ୍ୟା କରିଥିଲ। 36 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ।
ଯିରୁଶାଲମର ଲୋକମାନଙ୍କୁ ଯୀଶୁଙ୍କ ସତର୍କତା(A)
37 “ଯିରୁଶାଲମ, ରେ ଯିରୁଶାଲମ! ତୁ ଭବିଷ୍ୟଦ୍ବକ୍ତାମାନଙ୍କୁ ହତ୍ୟା କରିଛୁ। ପରମେଶ୍ୱର ଯେଉଁମାନଙ୍କୁ ତୋ’ ପାଖକୁ ପଠାଇଥିଲେ, ତୁ ସେମାନଙ୍କୁ ପଥର ଫୋପାଡ଼ି ହତ୍ୟା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାଯ୍ୟ କରିବାକୁ ଇଚ୍ଛା କରିଥିଲି। ଯେଭଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସେହିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନେକ ଥର ଗ୍ଭହିଁଥିଲି। କିନ୍ତୁ ତୁ ମୋତେ ତାହା କରେଇ ଦେଲୁ ନାହିଁ। 38 ବର୍ତ୍ତମାନ ତୋର ଘର ପୁରାପୁରି ଉଜୁଡ଼ି ଯିବ। 39 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି ଯେ, ଯେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ନ କହିଛ: ‘ଯିଏ ପ୍ରଭୁଙ୍କ ନାମରେ ଆସୁଛନ୍ତି, ସେ ଧନ୍ୟ, ସେପର୍ଯ୍ୟନ୍ତ ତୁମ୍ଭେମାନେ ମୋତେ ଆଉ ଦେଖି ପାରିବ ନାହିଁ’। [a]”
2010 by World Bible Translation Center