Revised Common Lectionary (Semicontinuous)
21-22 ମୁଁ ନିର୍ବୋଧ ଥିଲି,
ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷୟରେ ଚିନ୍ତା କରି ବ୍ୟାକୁଳିତ ହେଲି।
ପରମେଶ୍ୱର ମୁଁ ତୁମ୍ଭ ଉପରେ ରାଗି
ନିର୍ବୋଧ ପଶୁ ପରି ବ୍ୟବହାର କରିଅଛି।
23 ମୁଁ ସର୍ବଦା ତୁମ୍ଭ ପାଖରେ ଅଛି।
ହେ ପରମେଶ୍ୱର, ତୁମ୍ଭେ ମୋର ଦକ୍ଷିଣ ହସ୍ତ ଧରି ସାହାରା ଦେଇଅଛ।
24 ହେ ପରମେଶ୍ୱର, ତୁମ୍ଭେ ମୋତେ ଆଗେଇ ନେଇଅଛ।
ତୁମ୍ଭେ ମୋତେ ସୁନ୍ଦର ଉପଦେଶ ଦେଇଅଛ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ।
25 ହେ ପରମେଶ୍ୱର, ସ୍ୱର୍ଗରେ ତୁମ୍ଭ ବିନା ମୋର ଆଉ କେହି ନାହିଁ, କାରଣ ତୁମ୍ଭେ ମୋ’ ପାଖରେ ଅଛ।
ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ।
26 ମୋର ମନ ଏବଂ ଶରୀର ଦୁର୍ବଳ ହୁଏ,
କିନ୍ତୁ ପରମେଶ୍ୱର ଅନନ୍ତକାଳ ମୋ’ ହୃଦୟକୁ
ଓ ମୋତେ ସ୍ଥାୟୀତ୍ୱ ଦିଅନ୍ତି।
27 ହେ ପରମେଶ୍ୱର, ଯେ ତୁମ୍ଭକୁ ଛାଡ଼ିବ ସେ ବିନଷ୍ଟ ହେବ।
ତୁମ୍ଭେ ସେହି ଲୋକମାନଙ୍କୁ ଧ୍ୱଂସ କର ଯେଉଁମାନେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
28 ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋର ମଙ୍ଗଳ।
ସଦାପ୍ରଭୁ ମୋର ପ୍ରଭୁ, ହଁ ମୋର ସୁରକ୍ଷାର ଦୁର୍ଗ।
ହେ ପରମେଶ୍ୱର ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।
29 ଯେଉଁ ଲୋକ ଥରକୁଥର, ଅନୁଯୋଗ ପାଇ ମଧ୍ୟ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହେବ।
2 ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେଲେ, ଲୋକମାନେ ଆନନ୍ଦ କରନ୍ତି। ମାତ୍ର ଦୁଷ୍ଟମାନେ କର୍ତ୍ତୃତ୍ୱ ପାଇଲେ, ଲୋକମାନେ ଆର୍ତ୍ତସ୍ୱର କରନ୍ତି।
3 ଯେଉଁ ପୁତ୍ର ଜ୍ଞାନକୁ ସ୍ନେହ କରେ, ସେ ଆପଣା ପିତାକୁ ଖୁସୀ ରଖେ। ମାତ୍ର ଯେ ବେଶ୍ୟାମାନଙ୍କଠାରେ ଅନୁରକ୍ତ, ସେ ଆପଣା ସମ୍ପତ୍ତି ଉଡ଼ାଇ ଦିଏ।
4 ରାଜା ସୁବିଗ୍ଭର ଦ୍ୱାରା ତାଙ୍କର ଦେଶକୁ ପ୍ରତିଷ୍ଠିତ କରେ। କିନ୍ତୁ ଜଣେ ଯିଏ ଲାଞ୍ଚକୁ ଭଲପାଏ, ସେ ଏହାକୁ ଧ୍ୱଂସ କରେ।
5 ଯେଉଁ ଲୋକ ଆପଣା ପ୍ରତିବାସୀର ଗ୍ଭଟୁବାଦ କରେ, ସେ ତା’ର ପାଦ ପାଇଁ ଫାନ୍ଦ ବିଛାଏ।
6 ମନ୍ଦ ଲୋକର ଅଧର୍ମରେ ଫାନ୍ଦ ଥାଏ, ମାତ୍ର ଧାର୍ମିକ ଗାନ ଓ ଆନନ୍ଦ କରେ।
7 ଧାର୍ମିକ ଲୋକ ଦରିଦ୍ର ଲୋକର ନ୍ୟାୟ ପାଇଁ ଯତ୍ନବାନ୍ ଥା’ନ୍ତି। ମାତ୍ର ତାହା ଜାଣିବା ପାଇଁ ମୂର୍ଖ ଲୋକର ବୁଦ୍ଧି ନାହିଁ।
8 ନିନ୍ଦକ ମନୁଷ୍ୟ ନଗରରେ ଅସୁବିଧା ପ୍ରଜ୍ୱଳିତ କରନ୍ତି। କିନ୍ତୁ ଜ୍ଞାନୀ ମନୁଷ୍ୟମାନେ କ୍ରୋଧକୁ ଶାନ୍ତ କରନ୍ତି।
9 ଯେତେବେଳେ ଜଣେ ଜ୍ଞାନୀ ମୂର୍ଖ ସାଙ୍ଗରେ ବିଗ୍ଭରାଳୟକୁ ଯାଏ, ମୂର୍ଖ ଲୋକ ରାଗି ଯାଏ ଏବଂ ଯୁକ୍ତି କରେ ଏବଂ ସେଠାରେ ବିବାଦର ସମ୍ପୂର୍ଣ୍ଣ ସମାପ୍ତି ନ ଥାଏ।
10 ରକ୍ତପାତ ପ୍ରିୟ ଲୋକମାନେ, ସିଦ୍ଧ ବ୍ୟକ୍ତିକୁ ଘୃଣା କରନ୍ତି। କିନ୍ତୁ ନ୍ୟାୟବାନ ଲୋକ ତା’ର ଜୀବନକୁ ରକ୍ଷା କରେ।
11 ମୂର୍ଖ ଆପଣାର ସବୁ କ୍ରୋଧ ପ୍ରକାଶ କରେ। ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତକରେ।
12 ଶାସନକର୍ତ୍ତା ଯଦି ମିଥ୍ୟାକୁ ଶୁଣନ୍ତି, ତେବେ ତାଙ୍କର ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ହେବେ।
13 ଦରିଦ୍ର ଓ ଉପଦ୍ରବୀ ଏକତ୍ର ମିଳନ୍ତି, ସଦାପ୍ରଭୁ ଉଭୟର ଚକ୍ଷୁ ଦୀପ୍ତିମାନ କରନ୍ତି।
14 ଯେଉଁ ରାଜା ବିଶ୍ୱସ୍ତ ରୂପେ ଦୀନହୀନମାନଙ୍କର ବିଗ୍ଭର କରେ ତାହାର ସିଂହାସନ ସଦାକାଳ ପାଇଁ ସୁସ୍ଥିର ହେବ।
15 ବାଡ଼ି ଓ ଅନୁଯୋଗ ଜ୍ଞାନ ଦିଏ। ମାତ୍ର ପିଲାକୁ ତା’ର ଇଚ୍ଛାରେ ଛାଡ଼ି ଦେଲେ, ସେ ତା’ର ମାତାକୁ ଲଜ୍ଜା ଦିଏ।
16 ଦୁଷ୍ଟ ଲୋକମାନେ ବର୍ଦ୍ଧିଷ୍ଣୁ ହେଲେ, ଅଧର୍ମ ବଢ଼େ। ମାତ୍ର ଧାର୍ମିକମାନେ ସେମାନଙ୍କର ନିପାତ ଦେଖିବେ।
17 ଯଦି ତୁମ୍ଭେ ତୁମ୍ଭର ପୁତ୍ରକୁ ଅନୁଶାସନ କର, ସେ ତୁମ୍ଭକୁ ଶାନ୍ତି ଆଣି ଦେବ ଏବଂ ତୁମ୍ଭର ପ୍ରାଣକୁ ଆନନ୍ଦ ଆଣିଦେବ।
18 ଯଦି ଏକ ଜାତି ପରମେଶ୍ୱରଙ୍କର ପ୍ରକାଶିତବାକ୍ୟ ଦ୍ୱାରା ନ ଗ୍ଭଲେ, ଲୋକମାନେ ବିଶୃଙ୍ଖଳିତ ହୁଅନ୍ତି। କିନ୍ତୁ ଯେଉଁ ଲୋକ ପରମେଶ୍ୱରଙ୍କର ନିୟମ ମାନି ଚଳେ, ସେ ଆଶୀର୍ବାଦ ପାଏ।
19 ମାତ୍ର କଥାରେ ସେବକକୁ ସଂଶୋଧିତ କରାଯାଇ ପାରିବ ନାହିଁ, କାରଣ ଯଦିଓ ସେ ବୁଝେ ସେ ପ୍ରତିକ୍ରିୟା କରେ ନାହିଁ।
20 ଯଦି ଜଣେ କିଛି ଚିନ୍ତା ନ କରି କିଛି କହେ, ତା’ ପ୍ରତି ଭରସା ରଖ ନାହିଁ। ତା ଅପେକ୍ଷା ମୂର୍ଖ ଲୋକଠାରେ ଭରସା ରଖିଲେ ଭଲ।
21 ଯଦି ତୁମ୍ଭେ ତୁମ୍ଭ ସେବକକୁ ତା’ର ବାଲ୍ୟକାଳରୁ ଅଧିକ ପ୍ରଶ୍ରୟ ଦିଅ, ସେ ଜିଦ୍ଖୋର୍ ସେବକ ହୋଇଯିବ।
22 ରାଗିଲୋକ ସର୍ବଦା ବିଶୃଙ୍ଖଳା ବାତାବରଣ ସୃଷ୍ଟି କରନ୍ତି। ରାଗି ଲୋକମାନେ କେତେକ ପାପ କରିବସନ୍ତି।
23 ଯଦି ଜଣେ ଲୋକ ଗର୍ବୀ ତେବେ ତାହା ତାକୁ ଧ୍ୱଂସ କରିବ। ଯଦି ଜଣେ ଲୋକ ବିନମ୍ର, ତେବେ ସମ୍ମାନ ପାଇବ।
24 ଗ୍ଭେରର ଭାଗୀଦାର ଆପଣା ପ୍ରାଣକୁ ଘୃଣା କରେ। ଯଦି ସେ ବିଗ୍ଭରାଳୟରେ ବାଧ୍ୟ ହୁଏ କହିବାକୁ, ତେବେ ସେ ସତ୍ୟ କହିବାକୁ ବହୁତ ଭୟ କରିବ।
25 ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠାରେ ଯେ ନିର୍ଭର ରଖେ, ସେ ସୁରକ୍ଷିତ ହେବ।
26 ଅନେକ ଶାସନକର୍ତ୍ତାର ପାଖରୁ ନ୍ୟାୟ ପାଇଁ ଇଚ୍ଛା କରନ୍ତି। ମାତ୍ର ମନୁଷ୍ୟର ପ୍ରକୃତ ବିଗ୍ଭର ସଦାପ୍ରଭୁଙ୍କଠାରୁ ଆସିଥାଏ।
27 ଅଧର୍ମକାରୀ ଲୋକ ଧାର୍ମିକର ଘୃଣାର ବିଷୟ, ପୁଣି ସରଳ ପଥଗାମୀ ଦୁଷ୍ଟ ଲୋକର ଘୃଣା ବିଷୟ ହୁଏ।
ଯୀଶୁ କ’ଣ ପ୍ରକୃତରେ ଖ୍ରୀଷ୍ଟ ଜନତାଙ୍କ ମଧ୍ୟରେ ଆଲୋଡ଼ନ
25 ଯିରୁଶାଲମରେ ବାସ କରୁଥିବା କେତେକ ଲୋକ କହିଲେ, “ଏହି ଲୋକକୁ ସେମାନେ ମାରିବା ପାଇଁ ଗ୍ଭହାନ୍ତି। 26 କିନ୍ତୁ ସେ ପ୍ରକାଶରେ ପ୍ରଗ୍ଭର କରୁଛି, ତାହାଙ୍କୁ ସମସ୍ତେ ଦେଖୁଛନ୍ତି ଓ ଶୁଣୁଛନ୍ତି। କୌଣସି ଲୋକ ତାହାର ପ୍ରଗ୍ଭର ବନ୍ଦ କରିବା ପାଇଁ ଚେଷ୍ଟା କରୁ ନାହିଁ। ବୋଧହୁଏ ନେତାମାନେ ମନସ୍ଥ କଲେ ଯେ, ସେ ପ୍ରକୃତରେ ଖ୍ରୀଷ୍ଟ। 27 କିନ୍ତୁ ଆମ୍ଭେ ଜାଣୁ ଏହି ବ୍ୟକ୍ତି କେଉଁଠାରୁ ଆସିଛି। ଯେତେବେଳେ ପ୍ରକୃତ ଖ୍ରୀଷ୍ଟ ଆସିବେ, ସେତେବେଳେ କେହି ତାହାଙ୍କର ଆସିବା ସ୍ଥାନ ଜାଣି ପାରିବେ ନାହିଁ।”
28 ଯୀଶୁ ମନ୍ଦିରରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ୱରରେ କହିଲେ, “ହଁ, ତୁମ୍ଭେ ମୋତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ୟ ଜାଣ। କିନ୍ତୁ ମୁଁ ମୋର ନିଜ ଅଧିକାର ବଳରେ ଆସି ନାହିଁ। ମୁଁ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣି ନାହଁ। 29 କିନ୍ତୁ ମୁଁ ତାହାଙ୍କୁ ଜାଣିଛି ଓ ମୁଁ ତାହାଙ୍କ ପାଖରୁ ଆସିଛି। ସେ ସୋତେ ପଠାଇଛନ୍ତି।”
30 ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କେହି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତେବେଳେ ମଧ୍ୟ ତାହାଙ୍କୁ ହତ୍ୟା କରିବାର ଉଚିତ୍ ସମୟ ହୋଇ ନ ଥିଲା। 31 ବହୁତ ଲୋକ ଯୀଶୁଙ୍କୁ ବିଶ୍ୱାସ କଲେ। ଲୋକମାନେ କହିଲେ, “ଆମ୍ଭେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରିଛୁ। ଏହି ବ୍ୟକ୍ତି ଯେଉଁସବୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା କ’ଣ ଅଧିକ କରିବେ? ନା, ଏହି ବ୍ୟକ୍ତି ନିଶ୍ଚୟ ଖ୍ରୀଷ୍ଟ ହୋଇଥିବେ।”
ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯିହୂଦୀ ନେତାମାନଙ୍କର ଚେଷ୍ଟା
32 ଲୋକମାନେ ଯୀଶୁଙ୍କ ବିଷୟରେ ଏହି କଥାମାନ କହୁଥିବାର ଫାରୂଶୀମାନେ ଶୁଣିଲେ। ତେଣୁ ମୁଖ୍ୟ ଯାଜକମାନେ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିରରେ କେତେକ ସୈନ୍ୟଙ୍କୁ ପଠାଇଲେ। 33 ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭ ସହିତ ଆଉ ଅଳ୍ପ ସମୟ ରହିବି। ମୋତେ ଯିଏ ପଠାଇଛନ୍ତି ମୁଁ ତାହାଙ୍କ ନିକଟକୁ ଫେରିଯିବି। 34 ତୁମ୍ଭେମାନେ ମୋତେ ଖୋଜିବ, କିନ୍ତୁ ମୋତେ ପାଇବ ନାହିଁ। ଆଉ, ମୁଁ ଯେଉଁଠାରେ ଥିବି, ସେଠାକୁ ତୁମ୍ଭେମାନେ ଯାଇ ପାରିବ ନାହିଁ।”
35 ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, “ଏ ଲୋକ ଏପରି କେଉଁଠାକୁ ଯିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ’ଣ ଗ୍ରୀକ୍ ନଗର ଗୁଡ଼ିକୁ ଯିବ, ଯେଉଁଠାରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସେଠାରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦେବ କି? 36 ଏହି ଲୋକ କହୁଛି, ‘ତୁମ୍ଭେ ମୋତେ ଖୋଜିବ, କିନ୍ତୁ ମୋତେ ପାଇବ ନାହିଁ।” ସେ ପୁଣି କହୁଛି, ‘ମୁଁ ଯେଉଁଠି ରହିବି, ତୁମ୍ଭେ ଆସି ପାରିବ ନାହିଁ।’ ଏହାର ଅର୍ଥ କ’ଣ?”
2010 by World Bible Translation Center