Revised Common Lectionary (Semicontinuous)
21-22 ମୁଁ ନିର୍ବୋଧ ଥିଲି,
ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷୟରେ ଚିନ୍ତା କରି ବ୍ୟାକୁଳିତ ହେଲି।
ପରମେଶ୍ୱର ମୁଁ ତୁମ୍ଭ ଉପରେ ରାଗି
ନିର୍ବୋଧ ପଶୁ ପରି ବ୍ୟବହାର କରିଅଛି।
23 ମୁଁ ସର୍ବଦା ତୁମ୍ଭ ପାଖରେ ଅଛି।
ହେ ପରମେଶ୍ୱର, ତୁମ୍ଭେ ମୋର ଦକ୍ଷିଣ ହସ୍ତ ଧରି ସାହାରା ଦେଇଅଛ।
24 ହେ ପରମେଶ୍ୱର, ତୁମ୍ଭେ ମୋତେ ଆଗେଇ ନେଇଅଛ।
ତୁମ୍ଭେ ମୋତେ ସୁନ୍ଦର ଉପଦେଶ ଦେଇଅଛ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ।
25 ହେ ପରମେଶ୍ୱର, ସ୍ୱର୍ଗରେ ତୁମ୍ଭ ବିନା ମୋର ଆଉ କେହି ନାହିଁ, କାରଣ ତୁମ୍ଭେ ମୋ’ ପାଖରେ ଅଛ।
ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ।
26 ମୋର ମନ ଏବଂ ଶରୀର ଦୁର୍ବଳ ହୁଏ,
କିନ୍ତୁ ପରମେଶ୍ୱର ଅନନ୍ତକାଳ ମୋ’ ହୃଦୟକୁ
ଓ ମୋତେ ସ୍ଥାୟୀତ୍ୱ ଦିଅନ୍ତି।
27 ହେ ପରମେଶ୍ୱର, ଯେ ତୁମ୍ଭକୁ ଛାଡ଼ିବ ସେ ବିନଷ୍ଟ ହେବ।
ତୁମ୍ଭେ ସେହି ଲୋକମାନଙ୍କୁ ଧ୍ୱଂସ କର ଯେଉଁମାନେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
28 ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋର ମଙ୍ଗଳ।
ସଦାପ୍ରଭୁ ମୋର ପ୍ରଭୁ, ହଁ ମୋର ସୁରକ୍ଷାର ଦୁର୍ଗ।
ହେ ପରମେଶ୍ୱର ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।
ଶଲୋମନଙ୍କ ହିତୋପଦେଶ
25 ଏଗୁଡ଼ିକ ହେଉଛି ଶଲୋମନଙ୍କ ରଚିତ ହିତୋପଦେଶ। ଏହି ହିତୋପଦେଶ ଗୁଡ଼ିକ ଯିହୁଦାର ରାଜା ହିଷ୍କୀୟର ଲୋକମାନେ ଲେଖି ଥିଲେ।
2 ବିଷୟ ଗୋପନ କରିବା ପରମେଶ୍ୱରଙ୍କ ଗୌରବ। ଏହି ବିଷୟ ଅନୁସନ୍ଧାନ କରିବା ରାଜାଙ୍କର ଗୌରବ।
3 ଆକାଶର ଉଚ୍ଚତା ପୃଥିବୀର ଗଭୀରତା ପରି ରାଜାଙ୍କର ମନରେ କ’ଣ ଅଛି, ଆମ୍ଭେ ତାହା ବୁଝିପାରିବା ନାହିଁ।
4 ରୂପାର ଖାଦ କାଢ଼ି ପକାଅ, ତେବେ ସୁନାରି ଏକ ପାତ୍ର ତିଆରି କରି ପାରିବ।
5 ରାଜାର ଉପସ୍ଥିତିରୁ ଦୁଷ୍ଟ ଉପଦେଷ୍ଟାମାନଙ୍କୁ ହଟାଇ ଦିଅ, ତାହାହେଲେ ତାଙ୍କର ସିଂହାସନ ଧାର୍ମିକତାରେ ସ୍ଥାପିତ ହେବ।
6 ରାଜାର ଛାମୁରେ ଆପଣାର ବଡ଼ିମା କର ନାହିଁ। ପ୍ରଧାନ ଲୋକଙ୍କ ସମୂହରେ ନିଜର ସ୍ଥାନ ପାଇଁ ଦାବି କର ନାହିଁ। 7 ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି। ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ ଏଠାକୁ ଆସ ବୋଲି କହିବା ଭଲ।
8 ବିବାଦ କରିବାକୁ ହଠାତ୍ ବାହାରକୁ ଯାଅ ନାହିଁ। ଯଦି କେହି ତୁମ୍ଭକୁ ଭୁଲ୍ ବୋଲି ପ୍ରମାଣିତ କରେ, ତେବେ ତୁମ୍ଭେ ଲଜ୍ଜିତ ହେବ।
9 ଯଦି ପ୍ରତିବାସୀ ସହିତ ବିବାଦ ଅଛି, ତୁମ୍ଭେ ତୁମ୍ଭର ମକଦ୍ଦମା ପାଇଁ ତର୍କ କର, କିନ୍ତୁ ଅନ୍ୟର ଗୋପନୀୟତାକୁ ପ୍ରକଟ କର ନାହିଁ। 10 ଯଦି ତୁମ୍ଭେ କୌଣସି ଲୋକର ଗୋପନୀୟତାକୁ ପ୍ରକାଶ କର, ତେବେ ତୁମ୍ଭେ ଦୁର୍ନାମ ଅର୍ଜ୍ଜନ କରିବ। ତୁମ୍ଭର ଏହି ଦୁର୍ନାମ କେବେ ଦୂର ହେବ ନାହିଁ।
11 ଯଥା ସମୟରେ ଉଚିତ୍ କଥା କହିବା ଠିକ୍। ଏକ ସୁବର୍ଣ୍ଣର ସେହି ରୂପାର ରଗ୍ଭଇ ରଖିବା ପରି।
12 ଯଦି ଜଣେ ଜ୍ଞାନୀ ଲୋକର ଗାଳି ପରି ଧ୍ୟାନ ଦିଅ, ଏହା ଖାଣ୍ଟି ସୁବର୍ଣ୍ଣର ମୁଦିଠାରୁ କିମ୍ବା ସବୁଠୁ ଖାଣ୍ଟି ସୁବର୍ଣ୍ଣର ଅନ୍ୟାନ୍ୟ ଅଳଙ୍କାରଠାରୁ ମୂଲ୍ୟବାନ ଅଟେ।
13 ଫସଲ ସମୟରେ ହିମର ଶୀଥିଳତା ଯେପରି, ପ୍ରେରକଗଣ ପ୍ରତି ବିଶ୍ୱସ୍ତ ଦୂତ ସେପରି। କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣରେ ଆଶ୍ୱାସ ଦିଏ।
14 ବୃଷ୍ଟିହୀନ ମେଘ ଓ ବାୟୁ ଯେପରି ଅଟେ, ଦାନ ଦେବା ପାଇଁ ପ୍ରତିଜ୍ଞା କରିବା ଏବଂ ନ ଦେବା ହେଉଛି ଠିକ୍ ସେହିପରି।
15 ଧୈର୍ଯ୍ୟ କଥାବାର୍ତ୍ତା ମାଧ୍ୟମରେ ଜଣେ ଶାସକ ଶାନ୍ତି ଦେବ। ଭଦ୍ର କଥାବାର୍ତ୍ତା ଅଧିକ ଭାବରେ ଶକ୍ତିଶାଳୀ।
16 ମଧୁ ନିଶ୍ଚିତ ଉତ୍ତମ। ମାତ୍ର ତୁମ୍ଭର ଆବଶ୍ୟକତାଠାରୁ ଅଧିକ ନିଅ ନାହିଁ। ଯଦି ତୁମ୍ଭେ ଅଧିକ ଖାଇବ, ତେବେ ତୁମ୍ଭେ ଅସୁସ୍ଥ ହେବ। 17 ଠିକ୍ ସେହିପରି, ତୁମ୍ଭର ପ୍ରତିବାସୀ ଗୃହକୁ ଅଧିକ ଯାଅ ନାହିଁ। ଯଦି ତୁମ୍ଭେ ଏପରି କର ତେବେ ସେ ତୁମ୍ଭକୁ ଘୃଣା କରିବ।
18 ଜଣେ ଯିଏ ତା’ର ପଡ଼ୋଶୀ ବିପକ୍ଷରେ ମିଥ୍ୟା ସାକ୍ଷ୍ୟ ଦିଏ, ସେ ଗଦା, ଖଡ଼୍ଗ ଓ ତୀକ୍ଷ୍ଣ ବାଣ ସ୍ୱରୂପ ଭୟଙ୍କର ଅଟେ। 19 ଦୁର୍ଦ୍ଦଶା ସମୟରେ ବିଶ୍ୱାସଘାତକ ଲୋକଠାରେ ପ୍ରତ୍ୟୟ, ଭଗ୍ନଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ୟ।
20 ଦୁଃଖପୂର୍ଣ୍ଣ ଲୋକ ନିକଟରେ ଖୁସୀ ଗୀତ ଗାଇବା ଶୀତକାଳରେ ବସ୍ତ୍ର କାଢ଼ିନେବା ଓ ସୋଢ଼ା ଉପରେ ଅମ୍ଳରସ ମିଶାଇବା ପରି ଅଟେ।
21 ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯେବେ ତୃଷିତ ହୁଏ, ତାହାକୁ ଜଳପାନ କରାଅ। 22 ତହିଁରେ ତୁମ୍ଭେ ତାହହାର ମସ୍ତକରେ ଜ୍ୱଳନ୍ତ ଅଙ୍ଗାର ରାଶି କରି ଥୋଇବ। ପୁଣି ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ।
23 ଯେପରି ଉତ୍ତରୀୟ ବାୟୁ ବୃଷ୍ଟିର ଉତ୍ପାଦକ, ସେହିପରି ଖଚୁଆର ଜିହ୍ୱା କ୍ରୋଧ ଦୃଷ୍ଟିର ଉତ୍ପାଦକ।
24 କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ଏକା ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ।
25 ତୃଷିତ ପ୍ରାଣକୁ ଶୀତଳ ଜଳ ଯେପରି, ଦୂର ଦେଶରୁ ଆସିଥିବା ସୁସମାଗ୍ଭର ସେହିପରି ଅଟେ।
26 ଗୋଳିଆ ଜଳାଶୟ ଓ ମଳିନ ନିର୍ଝର ଯେପରି ଅଟେ, ଦୁଷ୍ଟ ଆଗରେ ବିଚଳିତ ଧାର୍ମିକ ଠିକ୍ ସେହିପରି ଅଟେ।
27 ବହୁତ ମହୁ ଖାଇବା ଯେପରି ଉତ୍ତମ ନୁହେଁ। ସେହିପରି ମନୁଷ୍ୟମାନେ ଆପଣା ଗୌରବ ଅନୁସନ୍ଧାନ କରିବା ଭଲ ନୁହେଁ।
28 ଜଣେ ଯିଏ ନିଜକୁ ଆୟତ୍ତ କରିବାକୁ ଅସମର୍ଥ, ସେ ବିନା ପ୍ରାଚୀରର ନଗର ତୁଲ୍ୟ ଅଟେ।
ଯୀଶୁ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ
3 ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁରୁ ଜୀବିତ ହୋଇଛ। ଅତଏବ ସ୍ୱର୍ଗରେ ଥିବା ବିଷୟ ଗୁଡ଼ିକ ପାଇବା ପାଇଁ ଯତ୍ନଶୀଳ ହୁଅ। ଯେଉଁଠାରେ ଖ୍ରୀଷ୍ଟ, ପରମେଶ୍ୱରଙ୍କ ଡାହାଣରେ ବସିଛନ୍ତି। 2 ସବୁବେଳେ ସେହି ସ୍ୱର୍ଗର ବିଷୟ ଗୁଡ଼ିକ ଅନ୍ୱେଷଣ କର, ମର୍ତ୍ତ୍ୟର ବିଷୟ ଗୁଡ଼ିକ ପାଇଁ ନୁହେଁ। 3 ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ୱଭାବର ମୃତ୍ୟୁ ହୋଇଯାଇଛି ଓ ପରମେଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି। 4 ଖ୍ରୀଷ୍ଟ ହେଉଛନ୍ତି ତୁମ୍ଭମାନଙ୍କର ଜୀବନ। ତେଣୁ ଯେତେବେଳେ ସେ ଆଉ ଥରେ ଆସିବେ, ତାହାଙ୍କ ମହିମାରେ ତୁମ୍ଭେମାନେ ଅଂଶ ପାଇବ।
5 ଅତଏବ, ଯୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ ହେବା, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ ହୋଇ ରହିବା, ଯାହା ଏକ ମିଥ୍ୟା ଦେବତାକୁ ପୂଜା କରିବା ସଦୃଶ, ସେଭିଳ ବିଷୟ ଗୁଡ଼ିକୁ ନିଜ ଜୀବନଠାରୁ ଦୂରରେ ରଖ। ଏହିଭଳି ଇଚ୍ଛାଗୁଡ଼ିକ ଥିବାର ଅର୍ଥ ହେଲା ଯେ, ଜଣେ ମିଥ୍ୟା ଦେବତାର ସେବା କରୁଛି। 6 ଏହି ବିଷୟ ଗୁଡ଼ିକ ପରମେଶ୍ୱରଙ୍କୁ କ୍ରୋଧିତ କରେ। 7 ତୁମ୍ଭମାନଙ୍କର ପୂର୍ବ ପାପପୂର୍ଣ୍ଣ ଜୀବନରେ ମଧ୍ୟ ତୁମ୍ଭେମାନେ ଏହି କାମଗୁଡ଼ିକ କରିଥିଲ।
8 କିନ୍ତୁ ଏବେ, ଏହି ସମସ୍ତ ବିଷୟ ନିଜ ଜୀବନରୁ ବାହାର କରିଦିଅ: କ୍ରୋଧ, ଉତ୍ତେଜନା, ଅନ୍ୟ କାହାକୁ ବାଧିଲା ଭଳି କାର୍ଯ୍ୟ କରିବା ବା କଥା କହିବା, କହିଲା ବେଳେ ଅପଶବ୍ଦ ବ୍ୟବହାର କରିବା। 9 ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭେମାନେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦେଇଛ। 10 ତୁମ୍ଭେମାନେ ନୂତନ ଜୀବନ ଆରମ୍ଭ କରିଛ। ନୂତନ ଜୀବନରେ ତୁମ୍ଭେମାନେ ନୂଆ ହେଉଅଛ। ତୁମ୍ଭେମାନେ ତୁମ୍ଭମାନଙ୍କର ସେହି ସୃଷ୍ଟିକର୍ତ୍ତାଙ୍କ ଭଳି ହୋଇଯାଉଛ। ଏହି ନୂତନ ଜୀବନ ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଉଛ। 11 ଏହି ନୂତନ ଜୀବନରେ ଯିହୂଦୀ ଓ ଅଣଯିହୂଦୀମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍କୁଥୀୟମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ୱାଧୀନ ଭିତରେ ମଧ୍ୟ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠାରେ ଅଛନ୍ତି। ଯାହା ମହତ୍ତ୍ୱପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।
2010 by World Bible Translation Center