Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 73:21-28

21-22 ମୁଁ ନିର୍ବୋଧ ଥିଲି,
    ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷୟରେ ଚିନ୍ତା କରି ବ୍ୟାକୁଳିତ ହେଲି।
ପରମେଶ୍ୱର ମୁଁ ତୁମ୍ଭ ଉପରେ ରାଗି
    ନିର୍ବୋଧ ପଶୁ ପରି ବ୍ୟବହାର କରିଅଛି।
23 ମୁଁ ସର୍ବଦା ତୁମ୍ଭ ପାଖରେ ଅଛି।
    ହେ ପରମେଶ୍ୱର, ତୁମ୍ଭେ ମୋର ଦକ୍ଷିଣ ହସ୍ତ ଧରି ସାହାରା ଦେଇଅଛ।
24 ହେ ପରମେଶ୍ୱର, ତୁମ୍ଭେ ମୋତେ ଆଗେଇ ନେଇଅଛ।
    ତୁମ୍ଭେ ମୋତେ ସୁନ୍ଦର ଉପଦେଶ ଦେଇଅଛ ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ।
25 ହେ ପରମେଶ୍ୱର, ସ୍ୱର୍ଗରେ ତୁମ୍ଭ ବିନା ମୋର ଆଉ କେହି ନାହିଁ, କାରଣ ତୁମ୍ଭେ ମୋ’ ପାଖରେ ଅଛ।
    ଏହି ଭୂମଣ୍ଡଳରେ ମୁଁ କିଛି ଇଚ୍ଛା କରୁ ନାହିଁ।
26 ମୋର ମନ ଏବଂ ଶରୀର ଦୁର୍ବଳ ହୁଏ,
    କିନ୍ତୁ ପରମେଶ୍ୱର ଅନନ୍ତକାଳ ମୋ’ ହୃଦୟକୁ
    ଓ ମୋତେ ସ୍ଥାୟୀତ୍ୱ ଦିଅନ୍ତି।
27 ହେ ପରମେଶ୍ୱର, ଯେ ତୁମ୍ଭକୁ ଛାଡ଼ିବ ସେ ବିନଷ୍ଟ ହେବ।
    ତୁମ୍ଭେ ସେହି ଲୋକମାନଙ୍କୁ ଧ୍ୱଂସ କର ଯେଉଁମାନେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
28 ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋର ମଙ୍ଗଳ।
    ସଦାପ୍ରଭୁ ମୋର ପ୍ରଭୁ, ହଁ ମୋର ସୁରକ୍ଷାର ଦୁର୍ଗ।
    ହେ ପରମେଶ୍ୱର ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।

ହିତୋପଦେଶ 22:1-21

22 ବହୁ ଧନ ଅପେକ୍ଷା ସୁନାମ ଅର୍ଜ୍ଜନ କରିବା ଭଲ। ଖ୍ୟାତି ଅର୍ଜ୍ଜନ କରିବା ସୁନା, ରୂପା ଅର୍ଜ୍ଜନ କରିବାଠାରୁ ନିଶ୍ଚିତ ଉତ୍ତମ।

ଧନୀ ଓ ଗରିବ ସମସ୍ତେ ସମାନ। କାରଣ ସଦାପ୍ରଭୁ ସମସ୍ତଙ୍କର ସୃଷ୍ଟିକର୍ତ୍ତା।

ଚତୁର ଲୋକ ବିପଦ ଦେଖେ ଏବଂ ଏହାକୁ ଦୂର କରେ। ମାତ୍ର ଅବୋଧ ଲୋକମାନେ ବିପଦକୁ ଆବୋରି ନିଅନ୍ତି ଏବଂ କ୍ଷତିଗ୍ରସ୍ତ ହୁଅନ୍ତି।

ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ, ସମ୍ମାନ ଓ ଜୀବନ ଅଟେ।

କୁଟିଳ ଲୋକମାନଙ୍କ ପଥ କଣ୍ଟକାକୀର୍ଣ୍ଣ ଓ ଫାନ୍ଦପୂର୍ଣ୍ଣ। ଯେ ଆପଣା ପ୍ରାଣ ରକ୍ଷା କରେ, ସେମାନଙ୍କଠାରୁ ଦୂରରେ ରହିବ।

ନିଜର ଯୁବାବସ୍ଥାରେ ସଠିକ୍ ଜୀବନ ଧାରଣ କରିବା ପାଇଁ, ବାଳକକୁ ଶିକ୍ଷା ଦିଅ। ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ।

ଧନବାନ ଦରିଦ୍ର ଉପରେ କର୍ତ୍ତୃତ୍ୱ କରେ, ପୁଣି ଋଣୀ ମହାଜନର ଦାସ ହୁଏ।

ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ୟ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହେବ।

ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ, ଯେହେତୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।

10 ନିନ୍ଦକକୁ ବାହାର କରି ଦିଅ, ତହିଁରେ ବିବାଦ ଓ ଅପମାନ ବନ୍ଦ ହେବ।

11 ଯେଉଁ ଲୋକ ହୃଦୟରେ ପବିତ୍ର ତା’ର କଥା ଅନୁଗ୍ରହ ଯୁକ୍ତ, ସେ ରାଜାର ବନ୍ଧୁ ହୋଇ ପାରିବ।

12 ସଦାପ୍ରଭୁଙ୍କ ଚକ୍ଷୁ ଜ୍ଞାନପ୍ରାପ୍ତ ଲୋକକୁ ନଜର ରଖେ। ମାତ୍ର ବିଶ୍ୱାସଘାତକର ସେ ବିନାଶ କରନ୍ତି।

13 ଆଳସ୍ୟ ଲୋକ କହେ, “ବାହାରେ ସିଂହ ଅଛି। ମୁଁ ସଡ଼କରେ ହତ ହେବି।”

14 ପର ସ୍ତ୍ରୀର ମୁଖ ଗଭୀର ଗାତ ଅଟେ, ସଦାପ୍ରଭୁଙ୍କର ଘୃଣିତ ଲୋକ ତହିଁରେ ପଡ଼ିବ।

15 ପିଲାର ମନରେ ଅଜ୍ଞାନତା ଥାଏ। ପୁଣି ଶାସନ ବାଡ଼ି ତାହା ବାହାର କରି ତାହାଠାରୁ ଦୂର କରିଦିଏ।

16 ଯେଉଁ ଲୋକ ଆପଣା ଧନ ବଢ଼ାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ, ପୁଣି ଯେ ଧନିକି ଦାନ କରେ, ତାହାକୁ କେବଳ ଅଭାବ ଘଟିବ।

ତିରିଶ୍ ଗୋଟି ଜ୍ଞାନ ଉପଦେଶ

17 ଆପଣା କର୍ଣ୍ଣ ଡେରି ଜ୍ଞାନବାନମାନଙ୍କ କଥା ଶୁଣ, ମୁଁ ଯାହା ଶିକ୍ଷା ଦିଏ ଆପଣା ମନ ଲଗାଅ। 18 ତୁମ୍ଭେ ଖୁସୀ ହେବ, ଯଦି ତୁମ୍ଭେ ସେମାନଙ୍କୁ ମନେ ରଖିବ ଏବଂ ଆବୃତ୍ତି କରିବ। 19 ମୁଁ ତୁମ୍ଭକୁ ବର୍ତ୍ତମାନ ସେହି ଶିକ୍ଷା ଦେବି। ତେଣୁ ସଦାପ୍ରଭୁଙ୍କଠାରେ ତୁମ୍ଭେ ବିଶ୍ୱାସ କରିବ। 20 ମୁଁ ତୁମ୍ଭମାନଙ୍କ ପାଇଁ ତିରି‌ଶ୍‌ଟି ସତ୍ୟତାରୂପ ବାକ୍ୟ ଲେଖିଅଛି। ସେଗୁଡ଼ିକ ଜ୍ଞାନ ଗର୍ଭକପୂର୍ଣ୍ଣ ଉପଦେଶ ଅଟେ। 21 ଏହି ସତ୍ୟତା ରୂପକ ବାକ୍ୟ ତୁମ୍ଭକୁ ସତ୍ୟତା ଗୁରୁତ୍ୱପୂର୍ଣ୍ଣ କଥା ଶିକ୍ଷା ଦେବ। ଏହା ପରେ ତୁମ୍ଭେମାନେ ଉତ୍ତମ ଶିକ୍ଷା ଦେଇ ପାରିବ।

ରୋମୀୟଙ୍କ ପ୍ରତି ପତ୍ର 3:9-20

ସମସ୍ତେ ଦୋଷୀ

ସେଥିପାଇଁ ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେ ଯିହୂଦୀଗଣ କ’ଣ ଭଲ? ନା। ଯିହୂଦୀ ଓ ଅଣଯିହୂଦୀ ସମସ୍ତେ ସମାନ ବୋଲି ଆମ୍ଭେ ଆଗରୁ କହି ସାରିଛୁ। ସେମାନେ ସମସ୍ତେ ନିଜ ନିଜ ପାପ ପାଇଁ ଦୋଷୀ। 10 ଶାସ୍ତ୍ରରେ ଏହିପରି ଲେଖା ଅଛି,

“କେହିହେଲେ ଧାର୍ମିକ ନାହିଁ,
    ଜଣେ ମଧ୍ୟ ନୁହେଁ!
11 ବୁଝିବା ଲୋକ ଜଣେ ମଧ୍ୟ ନାହିଁ,
    ପରମେଶ୍ୱରଙ୍କୁ ପ୍ରକୃତରେ ଖୋଜୁଥିବା ଲୋକ ଜଣେ ନାହିଁ।
12 ସମସ୍ତେ ସତ୍ୟ ମାର୍ଗ ଭୁଲି ଯାଇଛନ୍ତି
    ଓ ସମସ୍ତେ ମୂଲ୍ୟହୀନ ହୋଇ ଯାଇଛନ୍ତି।
ସେଠାରେ କେହି ନାହିଁ ଯିଏ ଭଲ କରେ।
    ଏପରିକି ଜଣେ ମଧ୍ୟ ନୁହେଁ।” (A)

13 “ମଣିଷମାନଙ୍କର ମୁହଁ ଖୋଲା କବର ଭଳି ଅଟେ,
    ସେମାନେ ମିଛ ପାଇଁ ତାଙ୍କ ଜିହ୍ୱାକୁ ବ୍ୟବହାର କରନ୍ତି।” (B)

“ସେମାନଙ୍କର କଥା ସର୍ପର ବିଷ ଭଳି ଅଟେ।” (C)

14 “ଅଭିଶାପ ଓ କଟୁତାରେ ସେମାନଙ୍କର କଥା ପୂର୍ଣ୍ଣ ହୋଇଥାଏ।” (D)

15 “ଲୋକେ ଅନ୍ୟକୁ ଆଘାତ ଓ ହତ୍ୟା କରିବା ପାଇଁ ସର୍ବଦା ପ୍ରସ୍ତୁତ
16     ସେମାନେ ବିନାଶ କରିବା ଓ କ୍ଳେଶ ଦେବା ପାଇଁ ସର୍ବତ୍ର ଯାଆନ୍ତି।
17 ଲୋକେ ଶାନ୍ତିର ମାର୍ଗ ଜାଣନ୍ତି ନାହିଁ।” (E)

18 “ସେମାନଙ୍କର ଆଖିରେ ପରମେଶ୍ୱରଙ୍କ ପ୍ରତି ଭୟ ବା ସମ୍ମାନ ଭାବ ନାହିଁ।” (F)

19 ବ୍ୟବସ୍ଥାରେ ଯେଉଁ କଥାଗୁଡ଼ିକ କୁହାଯାଇଛି, ତାହା ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ୟବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦେଖାଇବାରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ୱରଙ୍କ ନ୍ୟାୟବିଗ୍ଭରକୁ ଆଣେ। 20 ଏହାର କାରଣ ହେଲା, କୌଣସି ଲୋକ ବ୍ୟବସ୍ଥା ପାଳନ କରିବା ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହୁଏ ନାହିଁ। ବ୍ୟବସ୍ଥା କେବଳ ଆମ୍ଭର ପାପ ବିଷୟରେ ଆମ୍ଭକୁ ସାବଧାନ କରାଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center