Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ହିତୋପଦେଶ 1:20-33

ଜଣେ ଉତ୍ତମ ସ୍ତ୍ରୀର ଜ୍ଞାନ

20 ଶୁଣ! ଜ୍ଞାନ ରାସ୍ତାଗୁଡ଼ିକ ଉପରେ ଉଚ୍ଚ ସ୍ୱରରେ ଡାକେ। ସର୍ବସାଧାରଣ ଛକଗୁଡ଼ିକରେ ତା’ର ସ୍ୱର ଶୁଣାଏ। 21 ସେ ଲୋକମାନଙ୍କର ପ୍ରଧାନ ସ୍ଥାନରେ ଡାକଇ। ନଗର ଦ୍ୱାରର ପ୍ରବେଶ ସ୍ଥାନରେ, ନଗର ମଧ୍ୟରେ ଆପଣାର ବାକ୍ୟ ଉଚ୍ଚାରଣ କରି କହେ।

22 “ହେ ନିର୍ବୋଧଗଣ। କେତେକାଳ ପର୍ଯ୍ୟନ୍ତ ତୁମ୍ଭେ ନିରର୍ଥକ କାର୍ଯ୍ୟ କରିବାକୁ ଭଲ ପାଇବ? କେତେକାଳ ପର୍ଯ୍ୟନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ? ହେ ମୂର୍ଖମାନେ ଆଉ କେତେକାଳ ବିଦ୍ୟାକୁ ଘୃଣା କରିବ? 23 ମୋର ବାକ୍ୟକୁ ସାବଧାନର ସହିତ ଶୁଣ। ମୁଁ ତୁମ୍ଭମାନଙ୍କୁ ଜାଣିଥିବା କଥାସବୁ କହିବି। ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି।

24 “କିନ୍ତୁ ତୁମ୍ଭେମାନେ ମୋର ଶିକ୍ଷା ଶୁଣିବାକୁ ନାସ୍ତି କଲ। ମୁଁ ତୁମ୍ଭକୁ ସାହାଯ୍ୟ କରିବାକୁ ଚେଷ୍ଟା କଲି। ମୁଁ ହାତ ବଢ଼ାଇଲି କିନ୍ତୁ ତୁମ୍ଭେମାନେ ମୋର ସାହାଯ୍ୟ ଗ୍ରହଣ କରିବାକୁ ମନାକଲ। 25 ତୁମ୍ଭେମାନେ ମୋର ସମସ୍ତ ବାକ୍ୟକୁ ହେୟ ଜ୍ଞାନ କଲ। ମୋର କୌଣସି ଅନୁଯୋଗକୁ ଗ୍ଭହିଁଲ ନାହିଁ। 26 ତେଣୁ ମୁଁ ତୁମ୍ଭମାନଙ୍କର ବିପଦ ବେଳେ ହସିବି। ତୁମ୍ଭମାନଙ୍କର ଅସୁବିଧା ସମୟରେ ମୁଁ ପରିହାସ କରିବି। 27 ପ୍ରଚଣ୍ଡ ଝଡ଼ପରି ତୁମ୍ଭମାନଙ୍କର ଧ୍ୱଂସ ଆସିବ। ଏହା ତୁମ୍ଭକୁ ଆଘାତ କରିବ ଏବଂ ଘୂର୍ଣ୍ଣିବାୟୁ ପରି ତୁମ୍ଭକୁ ପୋଡ଼ି ପକାଇବ। ତୁମ୍ଭମାନଙ୍କର ଅସୁବିଧା ଓ ଦୁଃଖ ତୁମ୍ଭମାନଙ୍କର ବୋଝ ହେବ।

28 “ଯେତେବେଳେ ଏହିସବୁ ଘଟିବ, ତୁମ୍ଭେମାନେ ମୋର ସାହାଯ୍ୟ ଲୋଡ଼ିବ। କିନ୍ତୁ ମୁଁ ତୁମ୍ଭକୁ ସାହାଯ୍ୟ କରିବି ନାହିଁ। ତୁମ୍ଭେମାନେ ମୋତେ ଖୋଜିବ। କିନ୍ତୁ ତୁମ୍ଭେମାନେ ମୋତେ ପାଇବ ନାହିଁ। 29 ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବି ନାହିଁ, କାରଣ ତୁମ୍ଭେମାନେ ମୋର ଜ୍ଞାନ ଗ୍ରହଣ କଲ ନାହିଁ, ତୁମ୍ଭେମାନେ ଏହା ଘୃଣାକର। ସଦାପ୍ରଭୁଙ୍କୁ ସମ୍ମାନ ଦେବା ପାଇଁ ତୁମ୍ଭେମାନେ ନାସ୍ତି କଲ। 30 ତୁମ୍ଭେମାନେ ତୁମ୍ଭର ନିଜ ଇଚ୍ଛାରେ ବାସ କଲ, ତୁମ୍ଭେ ତୁମ୍ଭର ନିଜର ମନ୍ଦବ୍ୟବସ୍ଥାଗୁଡ଼ିକ ଅନୁସରଣ କଲ। ତେଣୁ ବର୍ତ୍ତମାନ ତୁମ୍ଭେ ନିଜ କର୍ମର ଫଳ ନିଶ୍ଚୟ ଗ୍ରହଣ କରିବ। 31 ନିର୍ବୋଧଲୋକମାନେ ନିର୍ବୋଧ ଜୀବନଶୈଳିରେ ପରିଗ୍ଭଳିତ ହୁଅନ୍ତି, ଯାହା ସେମାନଙ୍କୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସେମାନେ ଧ୍ୱଂସ ପାଇବେ।

32 “କିନ୍ତୁ ଯେକେହି ମୋର କଥା ଶୁଣିବ, ସେ ସୁରକ୍ଷାରେ ପ୍ରବେଶ କରିବ। ତାହାର କେବେହେଲେ କୌଣସି ଦୁର୍ଭାଗ୍ୟ ନ ଥିବ। 33 ମାତ୍ର ଯେଉଁ ଲୋକ ମୋର ବାକ୍ୟ ମାନି ଚଳେ। ସେ ନିରାପଦରେ ବାସ କରିବ, ତା’ର ଅମଙ୍ଗଳ ହେବ ନାହିଁ।”

ଗୀତସଂହିତା 19

ଦାଉଦଙ୍କର ଏକ ଗୀତ

19 ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ।
    ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଗ୍ଭଲେ।
    ପ୍ରତ୍ୟେକ ରାତ୍ରି ପରମେଶ୍ୱରଙ୍କ ଶକ୍ତି ବିଷୟରେ ନାନା ତଥ୍ୟ ପ୍ରଦାନ କରେ।
ତୁମ୍ଭେ କୌଣସି ବାକ୍ୟ କିମ୍ବା ଶବ୍ଦ ଶୁଣିପାର ନାହିଁ
    କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ଯାହାକୁ ଆମ୍ଭେ ଶୁଣି ପାରିବା।
କିନ୍ତୁ ସେମାନଙ୍କର “କଣ୍ଠସ୍ୱର” ସମଗ୍ର ପୃଥିବୀରେ ଶୁଣାଯାଏ।
    ସେମାନଙ୍କର “ବାକ୍ୟ” ପୃଥିବୀର ଶେଷ ସୀମାକୁ ଯାଇପାରିବ।

ଆକାଶ ହେଉଛି ସୂର୍ଯ୍ୟର ବାସସ୍ଥଳୀ ଭଳି।
    ସୂର୍ଯ୍ୟ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ।
ସୂର୍ଯ୍ୟ ଆକାଶରେ ଗ୍ଭଲିବାକୁ ଆରମ୍ଭ କରେ।
    ଠିକ୍ ଯେମିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
ସୂର୍ଯ୍ୟ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଏ।
    ତା’ର ଉତ୍ତପ୍ତ କିରଣରୁ କୌଣସି ବସ୍ତୁ ଗୁପ୍ତ ହୋଇ ରହିପାରିବ ନାହିଁ।
    ସଦାପ୍ରଭୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସେହିଭଳି।

ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
    ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
    ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
    ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
    ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।

ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
    ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
    ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
    ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
    ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।

12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
    ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
    ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା’ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
    ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
    ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
    ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।

Error: Book name not found: Wis for the version: Odia Holy Bible: Easy-to-Read Version
ଯାକୁବଙ୍କ ପତ୍ର 3:1-12

କଥା କହିବାରେ ସଂଯତ ହେବା

ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ ଅନେକ ଶିକ୍ଷକ ହେବା ଉଚିତ୍ ନୁହେଁ। କାରଣ ତୁମ୍ଭେ ଜାଣ ଯେ, ଆମ୍ଭେ ଶିକ୍ଷକମାନେ, ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ କଠୋର ଭାବରେ ବିଗ୍ଭରିତ ହେବୁ।

ଆମ୍ଭେ ସମସ୍ତେ ଅନେକ ଭୁଲ୍ କରୁ। ଯଦି ଜଣେ ଲୋକ କୌଣସି ଭୁଲ୍ କଥା କହି ନାହିଁ, ତା’ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ୟ ସଂଯତ କରି ପାରିବ। ଘୋଡ଼ାମାନଙ୍କୁ ନିଜ ବଶରେ ରଖିବା ପାଇଁ ସେମାନଙ୍କ ମୁହଁରେ ଆମ୍ଭେ ଲଗାମ ଲଗାଇଥାଉ। ଆମ୍ଭେ ଏହିପରି ଭାବରେ ସେମାନଙ୍କର ସମ୍ପୂର୍ଣ୍ଣ ଶରୀରକୁ ବଶୀଭୂତ କରିଥାଉ। ସମୁଦ୍ରର ଜାହାଜ କ୍ଷେତ୍ରରେ ମଧ୍ୟ ସେହିପରି ହୋଇଥାଏ। ଜାହାଜଟି ଆକାରରେ ବହୁତ ବଡ଼ ଓ ଏହା ପ୍ରବଳ ପବନ ଦ୍ୱାରା ଗ୍ଭଳିତ ହୋଇଥାଏ। କିନ୍ତୁ ଛୋଟ ମଙ୍ଗଟି ସେହି ବଡ଼ ଜାହାଜଟିକୁ ନିୟନ୍ତ୍ରିତ କରିଥାଏ। ଯେଉଁ ଲୋକ ଏହି ଯନ୍ତ୍ରଟିକୁ ଗ୍ଭଳନା କରେ, ସେ ସ୍ଥିର କରେ ଯେ, ଜାହାଜଟି କେଉଁଠାକୁ ଯିବ। ସେ ଲୋକ ଯେଉଁଠାକୁ ଗ୍ଭହେଁ, ଜାହାଜଟି ସେଠାକୁ ଯାଏ। ଆମ୍ଭ ଜିହ୍ୱା ନିମନ୍ତେ ମଧ୍ୟ ଏହି ବିଷୟ ସମାନ ଅଟେ। ଜିହ୍ୱାଟି ଶରୀରର ଏକ ଅତି କ୍ଷୁଦ୍ର ଅଙ୍ଗ, କିନ୍ତୁ ଏହା ଅତ୍ୟଧିକ ମାତ୍ରାରେ ଗର୍ବ କରିଥାଏ।

ଯେଉଁ ଛୋଟ ଅଗ୍ନିଶିଖାଟି ଗୋଟିଏ ବଡ଼ ଜଙ୍ଗଲରେ ନିଆଁ ଲଗେଇ ଦେଇ ପାରିବ। ଜିହ୍ୱା ହେଉଛି ଏକ ଛୋଟ ଅଗ୍ନିଶିଖା ଭଳି। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତରେ ଜିହ୍ୱା ହେଉଛି ସବୁଠାରୁ ମନ୍ଦ। କିପରି? ଜିହ୍ୱା ଆମ୍ଭ ଶରୀର ମାଧ୍ୟମରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ। ଜିହ୍ୱା ଏହି ଅଗ୍ନିକୁ ନରକରୁ ପାଇଥାଏ।

ମଣିଷ ପ୍ରତ୍ୟେକ ପ୍ରକାର ହିଂସ୍ର ପଶୁ, ପକ୍ଷୀ, ସରୀସୃପ ଓ ମାଛକୁ ବଶବର୍ତ୍ତୀ କରିପାରେ ଓ କରିଛି ମଧ୍ୟ। କିନ୍ତୁ କୌଣସି ମଣିଷ ଜିହ୍ୱାକୁ ବଶୀଭୂତ କରିପାରି ନାହିଁ। ଏହା ଅତି ଦୁର୍ଦ୍ଦାନ୍ତ ଓ ମନ୍ଦ ଅଟେ। ଏହା ଏକ ବିଷଯୁକ୍ତ ଘାତକ ଅଟେ। ଏହି ଜିହ୍ୱା ଦ୍ୱାରା ଆମ୍ଭେ ଆମ୍ଭ ପ୍ରଭୁ ଓ ପିତାଙ୍କ ଗୁଣଗାନ କରୁ, କିନ୍ତୁ ତା’ପରେ ପରମେଶ୍ୱର ଯେଉଁ ଲୋକମାନଙ୍କୁ ନିଜ ସାଦୃଶ୍ୟରେ ତିଆରି କରିଛନ୍ତି, ସେହି ଲୋକମାନଙ୍କୁ ଅଭିଶାପ ଦେଉ। 10 ଗୁଣଗାନ ଓ ଅଭିଶାପ ସେହି ଗୋଟିଏ ମୁହଁରୁ ବାହାରେ! ମୋ’ ଭାଇ ଓ ଭଉଣୀମାନେ, ଏଭଳି ହେବା ଉଚିତ୍ ନୁହେଁ। 11 ଗୋଟିଏ ସମାନ ଝରଣାରୁ ଉଭୟ ଭଲ ଓ ମନ୍ଦ ପାଣି କ’ଣ ଝରି ଆସିପାରେ? ନା! 12 ମୋ’ ଭାଇ ଓ ଭଉଣୀମାନେ, ଡିମିରିଗଛରେ କ’ଣ ଜିତ ଫଳ ଫଳେ? ନା! ଦ୍ରାକ୍ଷାଲତା କ’ଣ ଡିମିରି ଉତ୍ପନ୍ନ କରିପାରେ? ନା! ଗୋଟିଏ ଲୁଣିଆ ପାଣିର କୂଅ କେବେ ମିଠା ପାଣି ଦେଇପାରେ ନାହିଁ।

ମାର୍କ ଲିଖିତ ସୁସମାଗ୍ଭର 8:27-38

ପିତର କହନ୍ତି ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ(A)

27 ତା’ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରୀଆ ଫିଲି‌ପ୍‌ପୀ ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ଲୋକେ କ’ଣ କହୁଛନ୍ତି?”

28 ସେମାନେ କହିଲେ, “କେତେକ ଲୋକ କହୁଛନ୍ତି, ଆପଣ ବାପ୍ତିଜକ ଯୋହନ; ଅନ୍ୟମାନେ କହୁଛନ୍ତି ଆପଣ ଏଲିୟ; ଏବଂ ଆଉ କେତେକ କହୁଛନ୍ତି ଆପଣ ଭାବବାଦୀମାନଙ୍କ ମଧ୍ୟରୁ ଜଣେ।”

29 ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କ’ଣ କହୁଛ?”

ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ।”

30 ତା’ପରେ ଯୀଶୁ ସେମାନଙ୍କୁ ଚେତାବନୀ ଦେଇ କହିଲେ, “ମୁଁ କିଏ ବୋଲି ତୁମ୍ଭେମାନେ କାହାରିକୁ କିଛି କୁହ ନାହିଁ।”

ନିଜ ମୃତ୍ୟୁ ବିଷୟରେ ଯୀଶୁଙ୍କ ଭବିଷ୍ୟ‌ଦ୍‌ବାଣୀ(B)

31 ତା’ପରେ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କଲେ, “ମନୁଷ୍ୟପୁତ୍ରଙ୍କୁ ବହୁତ ଯାତନା ଭୋଗ କରିବାକୁ ହେବ। ପ୍ରାଚୀନ ଓ ଯିହୂଦୀ ନେତା, ପ୍ରଧାନଯାଜକ ତଥା ଧର୍ମଶାସ୍ତ୍ରୀମାନେ ତାହାଙ୍କୁ ସ୍ୱୀକାର କରିବେ ନାହିଁ। ନିଶ୍ଚିତ ରୂପରେ ତାହାଙ୍କୁ ମାରି ଦିଆଯିବ ଓ ସେ ମୃତ୍ୟୁର ତୃତୀୟ ଦିନ ପୁଣି ମୃତ୍ୟୁରୁ ପୁନରୁ‌ତ୍‌ଥାନ ହେବେ।” 32 ଯାହାସବୁ ଘଟିବ ସେ ସମସ୍ତ କଥା ଯୀଶୁ ସେମାନଙ୍କୁ କହିଦେଲେ। ସେ କିଛି ହେଲେ ଲୁଗ୍ଭଇ ରଖିଲେ ନାହିଁ।

ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଅଲଗା ନେଇ ସେ ଏସବୁ କହିଥିବା ଯୋଗୁଁ ତାହାଙ୍କୁ ସମାଲୋଚନା କଲେ। 33 ଯୀଶୁ ପଛ ପଟକୁ ବୁଲି ଶିଷ୍ୟମାନଙ୍କ ଉପରେ ଦୃଷ୍ଟି ପକାଇଲେ ଏବଂ ପିତରଙ୍କୁ ସମାଲୋଚନା କରି କହିଲେ, “ଶୟତାନ, ମୋ’ଠାରୁ ଦୂର ହୁଅ। ତୁମ୍ଭେ ପରମେଶ୍ୱରଙ୍କ ବିଗ୍ଭର ଭଳି ବିଗ୍ଭର କରୁ ନାହଁ, ଲୋକମାନେ ଯେଉଁଭଳି ବିଗ୍ଭର କରୁଛନ୍ତି, ତୁମ୍ଭେ ସେହିଭଳି ଭାବୁଛ।”

34 ତା’ପରେ ଯୀଶୁ ସବୁ ଲୋକଙ୍କୁ ପାଖକୁ ଡାକିଲେ। ତାହାଙ୍କ ସହିତ ଶିଷ୍ୟମାନେ ମଧ୍ୟ ସେଠାରେ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ଲୋକ ମୋତେ ଅନୁସରଣ କରିବାକୁ ଗ୍ଭହୁଁଛି, ଯାହାକିଛି ସେ ଗ୍ଭହୁଁଛି, ସେ ସବୁକୁ ଛାଡ଼ି, ନିଜ କ୍ରୁଶକୁ ବହନ କରି ମୋ’ ପଛରେ ଆସୁ। 35 କାରଣ ଯେଉଁ ଲୋକ ନିଜ ଜୀବନକୁ ବଞ୍ଚାଇବାକୁ ଗ୍ଭହିଁବ, ସେ ତାହା ହରାଇବ। ଯେଉଁ ଲୋକ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ନିଜ ଜୀବନ ତ୍ୟାଗ କରିବ, ସେ ତା’ ଜୀବନକୁ ଚିର ଦିନ ଲାଗି ରକ୍ଷା କରିବ। 36 ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହରେଇ ବସେ, ତେବେ ସେଥିରେ କ’ଣ ଲାଭ ଅଛି? 37 କାରଣ କୌଣସି ଲୋକ ଯେତେ ଅର୍ଥ ଦେଲେ ମଧ୍ୟ ତା ବଦଳରେ ନିଜ ଜୀବନ ପୁଣି ଥରେ ଫେରି ପାଇ ପାରିବ ନାହିଁ। 38 ଏହି ଯୁଗର ଲୋକେ ବର୍ତ୍ତମାନ ପାପ ଓ ବ୍ୟଭିଗ୍ଭରର ଖରାପ ସମୟରେ ବାସ କରୁଛନ୍ତି। ଯଦି କେହି ଲୋକ ମୋ’ ନାମ ଓ ମୋ’ ଉପଦେଶ ଯୋଗୁଁ ଲଜ୍ଜା ବୋଧ କରେ ତେବେ ମନୁଷ୍ୟପୁତ୍ର ଯେତେବେଳେ ସ୍ୱର୍ଗ ଦୂତମାନଙ୍କ ସହିତ ନିଜ ପରମପିତାଙ୍କ ମହିମା ସହିତ ଆସିବେ, ସେତେବେଳେ ସେ ମଧ୍ୟ ସେହି ଲୋକ ଯୋଗୁଁ ଲଜ୍ଜା ବୋଧ କରିବେ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center