Revised Common Lectionary (Semicontinuous)
ତୃତୀୟ ପୁସ୍ତକ
(ଗୀତସଂହିତା 73-89)
ଆସଫର ପ୍ରଶଂସା ଜନିତ ପ୍ରାର୍ଥନା।
73 ପରମେଶ୍ୱର ସତରେ ଇସ୍ରାଏଲର ମଙ୍ଗଳକାରୀ।
ଯେଉଁମାନଙ୍କର ହୃଦୟ ପବିତ୍ର ସେମାନଙ୍କ ନିମନ୍ତେ ପରମେଶ୍ୱର ମଙ୍ଗଳମୟ ଅଟନ୍ତି।
2 କିନ୍ତୁ ମୋ’ ଅନୁସାରେ, ମୋର ପାଦ ପ୍ରାୟ ଖସିଗଲା।
ମୋର ବିଶ୍ୱାସ ପ୍ରାୟ ହରାଇଲି।
3 ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଈର୍ଷାପରାୟଣ ହୋଇଗଲି,
ଯେତେବେଳେ ସେମାନେ କୃତକାର୍ଯ୍ୟ ହେଉଥିବାର ଦେଖିଲି।
4 ସେହି ଲୋକମାନଙ୍କୁ ସୁସ୍ଥ ହୋଇ ବଞ୍ଚିବାକୁ
କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ।
5 ସେହି ଗର୍ବୀ ଲୋକମାନେ ଅନ୍ୟ ଲୋକଙ୍କ ପରି କୌଣସି କଷ୍ଟରେ ପଡ଼ନ୍ତି ନାହିଁ।
ସେମାନେ ଅନ୍ୟ ମନୁଷ୍ୟମାନଙ୍କ ପରି ଦୁଃଖ ପାଆନ୍ତି ନାହିଁ।
6 ସେମାନେ ଗର୍ବକୁ ରାଜାର ହାରପରି ପରିଧାନ କରନ୍ତି
ଏବଂ ଆକର୍ଷଣୀୟ ବସ୍ତ୍ର ପିନ୍ଧି ବାହାରକୁ ସୁନ୍ଦର ଦେଖାଯା’ନ୍ତି।
7 ସେମାନେ ଯାହା ଗ୍ଭହାନ୍ତି ତାହା କରନ୍ତି।
ଯଦି ସେମାନେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସେମାନେ ତାକୁ ଯେକୌଣସି ପ୍ରକାରେ ହାସଲ କରିଥା’ନ୍ତି।
8 ସେମାନେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସେମାନଙ୍କ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି।
ସେମାନେ ଅହଂକାରୀ ଓ ଗର୍ବୀ ଅଟନ୍ତି।
ସେମାନେ ଧମକ ଦିଅନ୍ତି ଯେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ।
9 ସେହି ଗର୍ବୀ ଲୋକମାନେ ନିଜକୁ ଦେବତା ବୋଲି ଭାବନ୍ତି।
ସେମାନେ ଭାବନ୍ତି ସେମାନେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି।
10 ଏପରିକି ଧାର୍ମିକ ଲୋକମାନେ ସେମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି,
ସେମାନେ ଯାହା କୁହନ୍ତି ଏମାନେ ତାହା ପାଳନ କରନ୍ତି।
11 ସେହି ଦୁଷ୍ଟ ଲୋକମାନେ କହନ୍ତି, “ପରମେଶ୍ୱର ଜାଣି ନାହାନ୍ତି ଆମ୍ଭେ ଯାହା କରୁଛୁ।
ସର୍ବୋପରିସ୍ଥ ପରମେଶ୍ୱର ଏହା ଜାଣନ୍ତି ନାହିଁ!”
12 ତାହା ହେଉଛି, ଯାହାକି ଦୁଷ୍ଟମାନେ ଗ୍ଭହାନ୍ତି।
ସେମାନଙ୍କ ପାଖରେ ଚିନ୍ତା ନାହିଁ, ଏବଂ ସେମାନେ ଧନୀରୁ ଅଧିକ ଧନୀ ହେଉଛନ୍ତି।
13 କାହିଁକି ମୁଁ ମୋର ହୃଦୟକୁ ପବିତ୍ର କରିଛି?
କାହିଁକି ନିର୍ଦ୍ଦୋଷତାରେ ମୋର ହସ୍ତ ପ୍ରକ୍ଷାଳନ କରିଅଛି?
14 ପରମେଶ୍ୱର, ମୁଁ ଦିନଯାକ ଦୁଃଖ, କଷ୍ଟ ପାଉଅଛି।
ପ୍ରତିଦିନ ପ୍ରଭାତରେ ତୁମ୍ଭେ ମୋତେ ଶାସ୍ତି ଦେଉଅଛ।
15 ହେ ପରମେଶ୍ୱର, ମୁଁ ଅନ୍ୟମାନଙ୍କୁ ଏ ବିଷୟରେ କହିବା ପାଇଁ ଗ୍ଭହିଁଥିଲି।
କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ହୋଇଥା’ନ୍ତା।
16 ମୁଁ ଏହିକଥା ବୁଝିବାକୁ ବହୁତ ଚେଷ୍ଟା କଲି,
କିନ୍ତୁ ଏହା ବୁଝିବା ମୋ’ ପାଇଁ ଅତି କଷ୍ଟକର ଥିଲା।
17 ଶେଷରେ, ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗଲି
ଓ ସେମାନଙ୍କ ପ୍ରତି କ’ଣ ଘଟିବ ବୁଝି ପାରିଲି।
18 ହେ ପରମେଶ୍ୱର, ତୁମ୍ଭେ ନିଶ୍ଚିତରେ ସେହି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ।
ତୁମ୍ଭେ ସେମାନଙ୍କୁ ଧ୍ୱଂସ ମୁଖକୁ ପେଲି ଦିଅ।
19 ହଠାତ୍ ସେମାନେ ଧ୍ୱଂସରେ ପଡ଼ିଯା’ନ୍ତି।
ସେମାନେ ଭୟଙ୍କର ଘଟଣାରେ ଲୋପ ପାଇଲେ।
20 ହେ ସଦାପ୍ରଭୁ, ସେହି ଲୋକମାନେ ରାତ୍ରିର ସ୍ୱପ୍ନ ପରି,
ଯାହାକୁ ଆମ୍ଭେ ଉଠିଲା ମାତ୍ରେ ଭୁଲିଯାଉ।
ତୁମ୍ଭେ ଏପରି ଲୋକଙ୍କୁ ସ୍ୱପ୍ନରେ ଦେଖିଥିବା
ରାକ୍ଷସ ପରି ଅଦୃଶ୍ୟ କରିଦିଅ।
14 ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହକୁ ଜ୍ଞାନ ବଳରେ ଗଢ଼େ। ମାତ୍ର ଅଜ୍ଞାନୀ ସ୍ତ୍ରୀ ତା’ର ଅଜ୍ଞାନତାରେ ସ୍ୱହସ୍ତରେ ତା’ର ଗୃହକୁ ଧ୍ୱଂସ କରେ।
2 ଯେଉଁ ଜନ ଆପଣା ସରଳତାରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ, ମାତ୍ର ଅସାଧୁ ଲୋକ ସଦାପ୍ରଭୁଙ୍କୁ ଘୃଣା କରେ।
3 ଅଜ୍ଞାନର କଥା ସର୍ବଦା ସମସ୍ୟା ଆଣେ, କିନ୍ତୁ ଜ୍ଞାନବାନର କଥା ତାହାକୁ ସୁରକ୍ଷା ଦିଏ।
4 ଯଦି ଗୋରୁଗୁଡ଼ିକ ସେଠାରେ ନାହାନ୍ତି, କାର୍ଯ୍ୟ ପାଇଁ ଶସ୍ୟ ଘର ଶୂନ୍ୟ ଅଟେ, ମାତ୍ର ଷଣ୍ଢମାନଙ୍କର ଶକ୍ତି ବଡ଼ ଅମଳ ଆଣିଥାଏ।
5 ବିଶ୍ୱସ୍ତ ସାକ୍ଷୀ ମିଥ୍ୟା କହେ ନାହିଁ, ମାତ୍ର ମିଥ୍ୟାବାଦୀ ସାକ୍ଷୀ ମିଥ୍ୟାଚରଣ କରେ।
6 ନିନ୍ଦୁକମାନେ ଜ୍ଞାନ ଲୋଡ଼ିଲେ ପାଆନ୍ତି ନାହିଁ, ମାତ୍ର ବୁଦ୍ଧିମାନ୍ ପାଇଁ ବିଦ୍ୟା ସହଜ ଅଟେ।
7 ମୂର୍ଖ ଲୋକର ବନ୍ଧୁ ହୁଅ ନାହିଁ, ତା’ଠାରୁ ଶିକ୍ଷା ପାଇବାକୁ କିଛି ନ ଥାଏ।
8 ଚତୁର ଲୋକମାନେ ଜ୍ଞାନୀ, କାରଣ ସେମାନେ ଯେପରି ଭାବରେ ରହନ୍ତି, ସେପରି ଚିନ୍ତା କରନ୍ତି। କିନ୍ତୁ ମୂର୍ଖମାନଙ୍କର ନିର୍ବୋଧତା ଏହି ଯେ, ଅନ୍ୟମାନଙ୍କୁ ଠକି କିପରି ବଞ୍ଚିବେ ସେହି କଥା ଭାବନ୍ତି।
9 ଅଜ୍ଞାନୀମାନେ ଦୋଷକୁ କୌତୁକ ବୋଲି ଗ୍ରହଣ କରନ୍ତି, ମାତ୍ର ସରଳ ଲୋକମାନଙ୍କ ନିକଟରେ ଅନୁଗ୍ରହ ଥାଏ।
ଯୀଶୁ ଗୋଟିଏ ଅସୁସ୍ଥ ବାଳକକୁ ସୁସ୍ଥ କରିଦେଲେ(A)
14 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଲୋକମାନଙ୍କ ପାଖକୁ ଫେରି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗରେ ଆଣ୍ଠୁ ମାଡ଼ି ପଡ଼ିଗଲା। 15 ସେ କହିଲା, “ପ୍ରଭୁ, ମୋର ପୁଅ ଉପରେ ଦୟା କର। ସେ ମୂର୍ଚ୍ଛା ରୋଗରେ ବଡ଼ କଷ୍ଟ ପାଉଛି। ଅନେକ ସମୟରେ ସେ ନିଆଁରେ କିମ୍ବା ପାଣିରେ ପଡ଼ି ଯାଉଛି। 16 ମୁଁ ତାକୁ ତୁମ୍ଭ ଶିଷ୍ୟମାନଙ୍କ ପାଖକୁ ଆଣିଥିଲି, କିନ୍ତୁ ସେମାନେ ତାକୁ ସୁସ୍ଥ କରି ପାରିଲେ ନାହିଁ।”
17 ଯୀଶୁ କହିଲେ, “ତୁମ୍ଭମାନଙ୍କର ବିଶ୍ୱାସ ନାହିଁ। ତୁମ୍ଭେମାନେ ମନ୍ଦ ଜୀବନ କାଟୁଛ। ମୁଁ ଆଉ କେତେଦିନ ତୁମ୍ଭମାନଙ୍କ ସହିତ ରହିବି? କେତେ ସମୟ ପର୍ଯ୍ୟନ୍ତ ମୋର ଧୈର୍ଯ୍ୟ ରହିବ? ସେ ପିଲାଟିକୁ ମୋ’ ପାଖକୁ ଆଣ।” 18 ତା’ପରେ ଯୀଶୁ ପିଲାଟିର ଦେହ ଭିତରେ ରହିଥିବା ଭୂତଟିକୁ କଠୋର ଆଦେଶ ଦେଲେ। ଭୂତଟି ତା ଦେହରୁ ବାହାରି ଆସିଲା, ସେହି ମୁହୂର୍ତ୍ତରେ ପିଲାଟି ସୁସ୍ଥ ହୋଇଗଲା।
19 ତା’ପରେ ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ନିରୋଳାରେ ଭେଟି ପଗ୍ଭରିଲେ, “ଆମ୍ଭେମାନେ ଭୂତକୁ ତଡ଼ିଦେବାକୁ କାହିଁକି ସକ୍ଷମ ହୋଇ ପାରିଲୁ ନାହିଁ?”
20 ଯୀଶୁ କହିଲେ, “ତାହା କେବଳ ତୁମ୍ଭର ଅଳ୍ପ ବିଶ୍ୱାସର ଯୋଗୁଁ ହେଲା। ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭର ଯଦି ଗୋଟିଏ ସୋରିଷ ଦାନା ପରିମାଣର ମଧ୍ୟ ବିଶ୍ୱାସ ଅଛି, ତେବେ ତୁମ୍ଭେ ଏହି ପର୍ବତକୁ କହିପାରିବ, ‘ଏ ଜାଗାରୁ ସେ ଜାଗାକୁ ଗ୍ଭଲିଯାଅ,’ ଏବଂ ପର୍ବତ ଗ୍ଭଲିଯିବ। ତୁମ୍ଭ ପାଇଁ କିଛି ଅସମ୍ଭବ ହୋଇ ରହିବ ନାହିଁ।’’ 21 (ଏହିଭଳି ଭୂତମାନେ କେବଳ ଉପବାସ ଓ ପ୍ରାର୍ଥନା ଦ୍ୱାରା ବାହାରି ଯାଇ ଥା’ନ୍ତି।) [a]
2010 by World Bible Translation Center