Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 73:1-20

ତୃତୀୟ ପୁସ୍ତକ

(ଗୀତସଂହିତା 73-89)

ଆସଫର ପ୍ରଶଂସା ଜନିତ ପ୍ରାର୍ଥନା।

73 ପରମେଶ୍ୱର ସତରେ ଇସ୍ରାଏଲର ମଙ୍ଗଳକାରୀ।
    ଯେଉଁମାନଙ୍କର ହୃଦୟ ପବିତ୍ର ସେମାନଙ୍କ ନିମନ୍ତେ ପରମେଶ୍ୱର ମଙ୍ଗଳମୟ ଅଟନ୍ତି।
କିନ୍ତୁ ମୋ’ ଅନୁସାରେ, ମୋର ପାଦ ପ୍ରାୟ ଖସିଗଲା।
    ମୋର ବିଶ୍ୱାସ ପ୍ରାୟ ହରାଇଲି।
ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଈର୍ଷାପରାୟଣ ହୋଇଗଲି,
    ଯେତେବେଳେ ସେମାନେ କୃତକାର୍ଯ୍ୟ ହେଉଥିବାର ଦେଖିଲି।
ସେହି ଲୋକମାନଙ୍କୁ ସୁସ୍ଥ ହୋଇ ବଞ୍ଚିବାକୁ
    କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ।
ସେହି ଗର୍ବୀ ଲୋକମାନେ ଅନ୍ୟ ଲୋକଙ୍କ ପରି କୌଣସି କଷ୍ଟରେ ପଡ଼ନ୍ତି ନାହିଁ।
    ସେମାନେ ଅନ୍ୟ ମନୁଷ୍ୟମାନଙ୍କ ପରି ଦୁଃଖ ପାଆନ୍ତି ନାହିଁ।
ସେମାନେ ଗର୍ବକୁ ରାଜାର ହାରପରି ପରିଧାନ କରନ୍ତି
    ଏବଂ ଆକର୍ଷଣୀୟ ବସ୍ତ୍ର ପିନ୍ଧି ବାହାରକୁ ସୁନ୍ଦର ଦେଖାଯା’ନ୍ତି।
ସେମାନେ ଯାହା ଗ୍ଭହାନ୍ତି ତାହା କରନ୍ତି।
    ଯଦି ସେମାନେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସେମାନେ ତାକୁ ଯେକୌଣସି ପ୍ରକାରେ ହାସଲ କରିଥା’ନ୍ତି।
ସେମାନେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସେମାନଙ୍କ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି।
    ସେମାନେ ଅହଂକାରୀ ଓ ଗର୍ବୀ ଅଟନ୍ତି।
    ସେମାନେ ଧମକ ଦିଅନ୍ତି ଯେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ।
ସେହି ଗର୍ବୀ ଲୋକମାନେ ନିଜକୁ ଦେବତା ବୋଲି ଭାବନ୍ତି।
    ସେମାନେ ଭାବନ୍ତି ସେମାନେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି।
10 ଏପରିକି ଧାର୍ମିକ ଲୋକମାନେ ସେମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି,
    ସେମାନେ ଯାହା କୁହନ୍ତି ଏମାନେ ତାହା ପାଳନ କରନ୍ତି।
11 ସେହି ଦୁଷ୍ଟ ଲୋକମାନେ କହନ୍ତି, “ପରମେଶ୍ୱର ଜାଣି ନାହାନ୍ତି ଆମ୍ଭେ ଯାହା କରୁଛୁ।
    ସର୍ବୋପରିସ୍ଥ ପରମେଶ୍ୱର ଏହା ଜାଣନ୍ତି ନାହିଁ!”

12 ତାହା ହେଉଛି, ଯାହାକି ଦୁଷ୍ଟମାନେ ଗ୍ଭହାନ୍ତି।
    ସେମାନଙ୍କ ପାଖରେ ଚିନ୍ତା ନାହିଁ, ଏବଂ ସେମାନେ ଧନୀରୁ ଅଧିକ ଧନୀ ହେଉଛନ୍ତି।
13 କାହିଁକି ମୁଁ ମୋର ହୃଦୟକୁ ପବିତ୍ର କରିଛି?
    କାହିଁକି ନିର୍ଦ୍ଦୋଷତାରେ ମୋର ହସ୍ତ ପ୍ରକ୍ଷାଳନ କରିଅଛି?
14 ପରମେଶ୍ୱର, ମୁଁ ଦିନଯାକ ଦୁଃଖ, କଷ୍ଟ ପାଉଅଛି।
    ପ୍ରତିଦିନ ପ୍ରଭାତରେ ତୁମ୍ଭେ ମୋତେ ଶାସ୍ତି ଦେଉଅଛ।

15 ହେ ପରମେଶ୍ୱର, ମୁଁ ଅନ୍ୟମାନଙ୍କୁ ଏ ବିଷୟରେ କହିବା ପାଇଁ ଗ୍ଭହିଁଥିଲି।
    କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ହୋଇଥା’ନ୍ତା।
16 ମୁଁ ଏହିକଥା ବୁଝିବାକୁ ବହୁତ ଚେଷ୍ଟା କଲି,
    କିନ୍ତୁ ଏହା ବୁଝିବା ମୋ’ ପାଇଁ ଅତି କଷ୍ଟକର ଥିଲା।
17 ଶେଷରେ, ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗଲି
    ଓ ସେମାନଙ୍କ ପ୍ରତି କ’ଣ ଘଟିବ ବୁଝି ପାରିଲି।
18 ହେ ପରମେଶ୍ୱର, ତୁମ୍ଭେ ନିଶ୍ଚିତରେ ସେହି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ।
    ତୁମ୍ଭେ ସେମାନଙ୍କୁ ଧ୍ୱଂସ ମୁଖକୁ ପେଲି ଦିଅ।
19 ହଠାତ୍ ସେମାନେ ଧ୍ୱଂସରେ ପଡ଼ିଯା’ନ୍ତି।
    ସେମାନେ ଭୟଙ୍କର ଘଟଣାରେ ଲୋପ ପାଇଲେ।
20 ହେ ସଦାପ୍ରଭୁ, ସେହି ଲୋକମାନେ ରାତ୍ରିର ସ୍ୱପ୍ନ ପରି,
    ଯାହାକୁ ଆମ୍ଭେ ଉଠିଲା ମାତ୍ରେ ଭୁଲିଯାଉ।
ତୁମ୍ଭେ ଏପରି ଲୋକଙ୍କୁ ସ୍ୱପ୍ନରେ ଦେଖିଥିବା
    ରାକ୍ଷସ ପରି ଅଦୃଶ୍ୟ କରିଦିଅ।

ହିତୋପଦେଶ 11

11 ସଦାପ୍ରଭୁ ମିଥ୍ୟାର ନିକିତିକୁ ଘୃଣା କରନ୍ତି। କିନ୍ତୁ ସେ ସଠିକ୍ ଓଜନକୁ ଭଲ ପାଆନ୍ତି।

ଗର୍ବ ଲଜ୍ଜା ଆଣେ, କିନ୍ତୁ ନମ୍ରତା ଜ୍ଞାନ ଆଣେ।

ସତ୍ୟପ୍ରିୟ ଲୋକମାନଙ୍କର ସରଳତା ସେମାନଙ୍କୁ ପଥ ଦେଖାଇବ, କିନ୍ତୁ ବିଶ୍ୱାସଘାତ ଲୋକମାନଙ୍କ କୁଟିଳାଚରଣ ସେମାନଙ୍କୁ ନାଶ କରିବ।

ପ୍ରଭୁଙ୍କ କ୍ରୋଧର ଦିନରେ ଧନ ନିଷ୍ଫଳ ଅଟେ, ମାତ୍ର ଧାର୍ମିକତା ମୃତ୍ୟୁରୁ ରକ୍ଷା ପାଇବ।

ସତ୍ୟପ୍ରିୟ ଲୋକମାନଙ୍କର ଧାର୍ମିକତା ତାହାର ପଥ ପ୍ରଦର୍ଶକ ହେବ। କିନ୍ତୁ ଦୁଷ୍ଟର ଦରଜା ସେମାନଙ୍କ ଦୁଷ୍ଟତା ଦ୍ୱାରା ଧ୍ୱଂସ ହେବ।

ସତ୍ୟପ୍ରିୟ ଲୋକମାନଙ୍କର ଧାର୍ମିକତା ସେମାନଙ୍କୁ ଉଦ୍ଧାର କରେ। କିନ୍ତୁ ବିଶ୍ୱାସଘାତକ ଲୋକ ସେମାନଙ୍କ ଅଭିଳାଷ ଦ୍ୱାରା ଧରା ପଡ଼ିବେ।

ଯେତେବେଳେ ଦୁଷ୍ଟ ମରେ ତାହାର ଭରସା ନଷ୍ଟ ହୁଏ ଓ ଅଧାର୍ମିକମାନଙ୍କର ଆଶା ଧ୍ୱଂସ ହୁଏ।

ଜଣେ ଧାର୍ମିକ ମନୁଷ୍ୟ ସମସ୍ୟାରୁ ରକ୍ଷା ପାଏ ଏବଂ ତା ବଦଳରେ ଏହା ଦୁଷ୍ଟ ମନୁଷ୍ୟ ଉପରକୁ ଆସେ।

ଜଣେ ଦୁଷ୍ଟ ମନୁଷ୍ୟ ତା’ର କୁବାକ୍ୟଗୁଡ଼ିକରେ ତା’ର କୁମୁଖରେ ପ୍ରତିବାସୀକୁ ନାଶ କରେ। କିନ୍ତୁ ଧାର୍ମିକ ଲୋକମାନେ ସେମାନଙ୍କର ଜ୍ଞାନର ସହିତ ସେମାନଙ୍କୁ ରକ୍ଷା କରନ୍ତି।

10 ଧାର୍ମିକର ମଙ୍ଗଳ ହେଲେ, ନଗର ଆନନ୍ଦ କରେ। ମାତ୍ର ଦୁଷ୍ଟର ବିନାଶ ହେଲେ ଜୟଧ୍ୱନି ହୁଏ।

11 ନିଷ୍ଠାପର ଲୋକମାନେ ଆଶୀର୍ବାଦ କରନ୍ତି ଯେତେବେଳେ ଗୋଟିଏ ନଗର ଉତ୍ପନ୍ନ ହୁଏ, କିନ୍ତୁ ଦୁଷ୍ଟ ଲୋକମାନଙ୍କର କଥାଗୁଡ଼ିକ ଏହାର ବିନାଶ ଆଣେ।

12 ଯିଏ ଆପଣାର ପ୍ରତିବାସୀକୁ ତାଛଲ୍ୟ ମନୋଭାବ ଦେଖାଏ, ସେ ନିର୍ବୋଧ। କିନ୍ତୁ ଜଣେ ବୁଦ୍ଧିମାନ୍ ଚୁପ୍ ହୋଇ ରହେ।

13 କାରଣ କୁତ୍ସାରଟନାକାରୀ ଯେଉଁଆଡ଼େ ସେ ଯାଏ ବିଶ୍ୱାସରେ ବିଶ୍ୱାସଘାତକତା କରେ। କିନ୍ତୁ ଜଣେ ବିଶ୍ୱସନୀୟ ଲୋକ ଗୁପ୍ତକଥା ଲୁଗ୍ଭଇ ରଖେ।

14 ଗୋଟିଏ ଜାତି ଠିକ୍ ଦେଖାଶୁଣା ଅଭାବ ଯୋଗୁଁ ଧ୍ୱଂସ ହୋଇଥାଏ, କିନ୍ତୁ ବହୁତ ଉପଦେଷ୍ଟାମାନଙ୍କ ଦ୍ୱାରା ସଫଳତା ଆସିଥାଏ।

15 ଅଜଣା ଲୋକ ପାଇଁ ଯେ ଲଗା ହୁଏ, ସେ ଅବଶ୍ୟ କ୍ଳେଶ ପାଏ। ମାତ୍ର ଲଗା ହେବାକୁ ଯେ ଘୃଣା କରେ ସେ ନିରାପଦ ଥାଏ।

16 ଅନୁଗ୍ରହ ସ୍ତ୍ରୀ ଗୌରବ ଧରି ରଖେ, ପୁଣି ଦୁଷ୍ଟ ଲୋକେ ସମ୍ପତ୍ତି ଧରି ରଖନ୍ତି।

17 ଦୟାଳୁ ଲୋକ ଆପଣା ପ୍ରାଣର ହିତ କରେ। ମାତ୍ର ଯେ ନିର୍ଦ୍ଦୟ ସେ ଆପଣା ଶରୀରକୁ ଦୁଃଖ ଦିଏ।

18 ଦୁଷ୍ଟଲୋକ ମିଥ୍ୟା ଉପାର୍ଜନ କରେ। ମାତ୍ର ଯେ ଧର୍ମବୀଜ ବୁଣେ ତାହାର ନିଶ୍ଚିତ ପୁରସ୍କାର ଅଛି।

19 ଯେଉଁ ଲୋକ ଧାର୍ମିକତାରେ ଅଟଳ ଥାଏ, ସେ ବଞ୍ଚି ରହିବ, ମାତ୍ର ଯିଏ କୁକର୍ମର ପଛରେ ଯାଏ, ସେ ଆପଣାର ମୃତ୍ୟୁ ଘଟାଇବ।

20 ଜଣେ ପ୍ରବଞ୍ଚକ ମନୁଷ୍ୟ ସଦାପ୍ରଭୁଙ୍କ ଦ୍ୱାରା ଘୃଣିତ ହୁଏ, କିନ୍ତୁ ଯିଏ ନିଷ୍ଠାପର ଜୀବନଯାପନ କରେ, ପ୍ରଭୁ ତାକୁ ଭଲ ପାଆନ୍ତି।

21 ଏହା ନିଶ୍ଚିତ ସତ୍ୟ ଯେ ଦୁଷ୍ଟ ଲୋକମାନେ ଦଣ୍ଡ ପାଇବେ ଏବଂ ଧାର୍ମିକମାନେ ମୁକ୍ତି ପାଇବେ।

22 ଯଦି ଜଣେ ସ୍ତ୍ରୀ ସୁନ୍ଦର, କିନ୍ତୁ ସେ ଦୁଷ୍ଟ ଏହା ଠିକ୍ ସେହିପରି ଯେପରି ଘୁଷୁରିର ଥୋମଣିରେ ସୁବର୍ଣ୍ଣ ଥାଏ।

23 ଧାର୍ମିକମାନଙ୍କର ବାଞ୍ଛାର ଫଳ କେବଳ ମଙ୍ଗଳ, ମାତ୍ର ଦୁଷ୍ଟମାନଙ୍କ ଭରସାର ଫଳ କ୍ରୋଧ ଅଟେ।

24 କେହି କେହି ଦାନ କରି ଆହୁରି ଧନ ବଢ଼ାନ୍ତି। ପୁଣି କେହି କେହି ଉଚିତ୍ ବ୍ୟୟ ଅସ୍ୱୀକାର କଲେ ହେଁ ତହିଁରୁ କେବଳ ଅଭାବ ଜନ୍ମେ।

25 ଯେଉଁମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରନ୍ତି, ସେମାନେ ଉନ୍ନତି କରିବେ ଏବଂ ସେ ଯିଏ ଅନ୍ୟମାନଙ୍କର ଶୋଷ ମେଣ୍ଟାଏ ତା’ର ଶୋଷ ମେଣ୍ଟା ହେବ।

26 ଜଣେ ବ୍ୟକ୍ତି ଯିଏ ତା’ର ଶସ୍ୟ ବିକ୍ରୀ କରିବାକୁ ମନ କରେ, [a] ତାହାକୁ ଲୋକମାନେ ଅଭିଶାପ ଦେବେ। କିନ୍ତୁ ଯେକେହି ଶସ୍ୟ ବିକ୍ରୟ କରେ ଇଚ୍ଛା ଏବଂ ନ୍ୟାୟ ସହିତ ତା’ର ମସ୍ତକକୁ ଆଶୀର୍ବାଦ ମିଳେ।

27 ଯେଉଁ ବ୍ୟକ୍ତି ଯତ୍ନରେ ହିତ ଚେଷ୍ଟା କରେ, ସେ ଅନୁଗ୍ରହ ପାଏ। ପୁଣି ଯେ ଅନ୍ୟର ମନ୍ଦ କରିବାକୁ ଗ୍ଭହେଁ, ତା’ ପ୍ରତି ସେହିପରି ଘଟେ।

28 ଆପଣା ଧନରେ ଯେ ନିର୍ଭର ରଖେ, ସେ ସତେଜ ପତ୍ରପରି ବଞ୍ଚେ। ମାତ୍ର ଧାର୍ମିକ ଲୋକ ସତେଜ ପତ୍ରପରି ପ୍ରଫୁଲ୍ଲ ହେବ।

29 ଜଣେ ଯିଏ ଆପଣା ପରିବାରକୁ ସମସ୍ୟାର କାରଣ ହୁଏ, କିଛି ଅଧିକାର ପାଏ ନାହିଁ। ପୁଣି ସେ ଜଣେ ଅଜ୍ଞାନୀ ବିଜ୍ଞ ବ୍ୟକ୍ତିର ଦାସ ହେବ।

30 ଧାର୍ମିକ ବ୍ୟକ୍ତିର ଫଳ ଜୀବନଦାୟକ ବୃକ୍ଷ ଅଟେ। ଜଣେ ଯିଏ ଜ୍ଞାନୀ [b] ଲୋକମାନଙ୍କର ଜୀବନ ଲାଭ କରେ।

31 ଭଲ ଲୋକମାନେ ପୃଥିବୀରେ ପୁରସ୍କୃତ ହେବେ, ଦୁଷ୍ଟ ପାପୀଗଣ ତାଙ୍କର ପାପ ଭୋଗ କରିବେ।

ଏବ୍ରୀ 12:3-13

ଯୀଶୁଙ୍କ ବିଷୟରେ ଭାବି ଦେଖ। ଯେତେବେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧରେ କିଛି କରୁଥିଲେ, ସେ ଅତି ଧୈର୍ଯ୍ୟର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭେମାନେ ମଧ୍ୟ ସେହିଭଳି ଧୈର୍ଯ୍ୟବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।

ପରମେଶ୍ୱର ପିତାତୁଲ୍ୟ

ତୁମ୍ଭେମାନେ ପାପ ବିରୁଦ୍ଧରେ ସଂଗ୍ରାମ କରୁଛ, କିନ୍ତୁ ସେହି ସଂଗ୍ରାମ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କର ମୃତ୍ୟୁର କାରଣ ହୋଇପାରି ନାହିଁ। ତୁମ୍ଭେମାନେ ପରମେଶ୍ୱରଙ୍କ ପୁତ୍ରଗଣ ହୋଇଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ୱନାର ବାକ୍ୟ କୁହନ୍ତି। ତୁମ୍ଭେମାନେ ସେହି ବାକ୍ୟଗୁଡ଼ିକୁ ଭୁଲି ଯାଇଛ:

“ହେ ମୋର ପୁତ୍ର! ଯେତେବେଳେ ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତି ଭାବ ନାହିଁ ଯେ ତାହା ମୂଲ୍ୟହୀନ,
    ଓ ଯେତେବେଳେ ପ୍ରଭୁ ତୁମ୍ଭର ସଂଶୋଧନ କରନ୍ତି ଚେଷ୍ଟା କରିବାରେ ନିରୁତ୍ସାହ ହୁଅ ନାହିଁ।
ପ୍ରଭୁ ଭଲ ପାଉଥିବା ପ୍ରତ୍ୟେକ ଲୋକକୁ ଦଣ୍ଡ ଦିଅନ୍ତି,
    ଓ ପୁତ୍ର ଭାବରେ ମାନିଥିବା ପ୍ରତ୍ୟେକ ଲୋକକୁ ସେ ଶାସ୍ତି ଦିଅନ୍ତି।” (A)

ଅତଏବ ପ୍ରତ୍ୟେକ ଯାତନାକୁ ପିତାଙ୍କର ଦଣ୍ଡ ବୋଲି ଭାବି ଗ୍ରହଣ କର। ଜଣେ ପିତା ତା’ର ପୁତ୍ର ପ୍ରତି ଯେଭଳି ବ୍ୟବହାର କରେ, ପରମେଶ୍ୱର ତୁମ୍ଭମାନଙ୍କ ପ୍ରତି ସେହିପରି ବ୍ୟବହାର କରନ୍ତି। ପ୍ରତ୍ୟେକ ପୁତ୍ର ପିତା ଦ୍ୱାରା ଦଣ୍ଡ ପାଇ ଥାଏ। ଯଦି ତୁମ୍ଭେମାନେ କେବେ ଦଣ୍ଡ ପାଇ ନାହଁ ପ୍ରତ୍ୟେକ ପୁତ୍ର ଦଣ୍ଡ ପାଇବା ଉଚିତ୍, ତାହାହେଲେ ତୁମ୍ଭେମାନେ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ। ଏହି ପୃଥିବୀରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସେମାନେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦେଖାଇଲୁ। ଅତଏବ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା। 10 ଆମ୍ଭର ପୃଥିବୀର ପିତାମାନେ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ ଦେଲେ। ସେମାନେ ଯେପରି ଭଲ ଭାବିଲେ, ସେହିପରି ଦଣ୍ଡ ଦେଲେ। କିନ୍ତୁ ପରମେଶ୍ୱର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର ହେବା ପାଇଁ ସାହାଯ୍ୟ କରିବା ନିମନ୍ତେ ଆମ୍ଭକୁ ଦଣ୍ଡ ଦିଅନ୍ତି। 11 ଦଣ୍ଡ ପାଇଲା ବେଳେ ଆମ୍ଭେ ଆନନ୍ଦ ଲାଭ କରୁ ନାହୁଁ। ଦଣ୍ଡ ପାଇବା କଷ୍ଟଦାୟକ ଅଟେ। କିନ୍ତୁ ପରବର୍ତ୍ତୀ କାଳରେ, ଦଣ୍ଡ ପାଇବା ଦ୍ୱାରା ଶିଖିବା ପରେ, ଆମ୍ଭେ ଶାନ୍ତି ଲାଭ କରୁ ଓ ଧାର୍ମିକ ଜୀବନ ବିତାଉ।

ଜୀବନ ପଦ୍ଧତି ବିଷୟରେ ସାବଧାନ ରୁହ

12 ତୁମ୍ଭେମାନେ ଦୁର୍ବଳ ହୋଇ ଯାଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର। 13 ଧାର୍ମିକ ହୋଇ ଜୀବନଯାପନ କର, ଯେପରି ତୁମ୍ଭମାନଙ୍କର ଦୁର୍ବଳତା ଗୁଡ଼ିକ ନଷ୍ଟ ହେବାର କାରଣ ହେବ ନାହିଁ, ଓ ତୁମ୍ଭେମାନେ ରକ୍ଷା ପାଇ ପାରିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center