Revised Common Lectionary (Semicontinuous)
ତୃତୀୟ ପୁସ୍ତକ
(ଗୀତସଂହିତା 73-89)
ଆସଫର ପ୍ରଶଂସା ଜନିତ ପ୍ରାର୍ଥନା।
73 ପରମେଶ୍ୱର ସତରେ ଇସ୍ରାଏଲର ମଙ୍ଗଳକାରୀ।
ଯେଉଁମାନଙ୍କର ହୃଦୟ ପବିତ୍ର ସେମାନଙ୍କ ନିମନ୍ତେ ପରମେଶ୍ୱର ମଙ୍ଗଳମୟ ଅଟନ୍ତି।
2 କିନ୍ତୁ ମୋ’ ଅନୁସାରେ, ମୋର ପାଦ ପ୍ରାୟ ଖସିଗଲା।
ମୋର ବିଶ୍ୱାସ ପ୍ରାୟ ହରାଇଲି।
3 ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଈର୍ଷାପରାୟଣ ହୋଇଗଲି,
ଯେତେବେଳେ ସେମାନେ କୃତକାର୍ଯ୍ୟ ହେଉଥିବାର ଦେଖିଲି।
4 ସେହି ଲୋକମାନଙ୍କୁ ସୁସ୍ଥ ହୋଇ ବଞ୍ଚିବାକୁ
କୌଣସି ସଂଗ୍ରାମ କରିବାକୁ ପଡ଼ୁନାହିଁ।
5 ସେହି ଗର୍ବୀ ଲୋକମାନେ ଅନ୍ୟ ଲୋକଙ୍କ ପରି କୌଣସି କଷ୍ଟରେ ପଡ଼ନ୍ତି ନାହିଁ।
ସେମାନେ ଅନ୍ୟ ମନୁଷ୍ୟମାନଙ୍କ ପରି ଦୁଃଖ ପାଆନ୍ତି ନାହିଁ।
6 ସେମାନେ ଗର୍ବକୁ ରାଜାର ହାରପରି ପରିଧାନ କରନ୍ତି
ଏବଂ ଆକର୍ଷଣୀୟ ବସ୍ତ୍ର ପିନ୍ଧି ବାହାରକୁ ସୁନ୍ଦର ଦେଖାଯା’ନ୍ତି।
7 ସେମାନେ ଯାହା ଗ୍ଭହାନ୍ତି ତାହା କରନ୍ତି।
ଯଦି ସେମାନେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସେମାନେ ତାକୁ ଯେକୌଣସି ପ୍ରକାରେ ହାସଲ କରିଥା’ନ୍ତି।
8 ସେମାନେ ଅନ୍ୟମାନଙ୍କୁ ଉପହାସ କରନ୍ତି ଓ ସେମାନଙ୍କ ବିରୁଦ୍ଧରେ କଥାଗୁଡ଼ିକ କହନ୍ତି।
ସେମାନେ ଅହଂକାରୀ ଓ ଗର୍ବୀ ଅଟନ୍ତି।
ସେମାନେ ଧମକ ଦିଅନ୍ତି ଯେ, ଅନ୍ୟମାନଙ୍କର ଉପକାରୀତାକୁ ଉତ୍ପୀଡ଼ନ କରିବେ।
9 ସେହି ଗର୍ବୀ ଲୋକମାନେ ନିଜକୁ ଦେବତା ବୋଲି ଭାବନ୍ତି।
ସେମାନେ ଭାବନ୍ତି ସେମାନେ ହେଉଛନ୍ତି ଏହି ଭୂଖଣ୍ଡର ଅଧିପତି।
10 ଏପରିକି ଧାର୍ମିକ ଲୋକମାନେ ସେମାନଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି,
ସେମାନେ ଯାହା କୁହନ୍ତି ଏମାନେ ତାହା ପାଳନ କରନ୍ତି।
11 ସେହି ଦୁଷ୍ଟ ଲୋକମାନେ କହନ୍ତି, “ପରମେଶ୍ୱର ଜାଣି ନାହାନ୍ତି ଆମ୍ଭେ ଯାହା କରୁଛୁ।
ସର୍ବୋପରିସ୍ଥ ପରମେଶ୍ୱର ଏହା ଜାଣନ୍ତି ନାହିଁ!”
12 ତାହା ହେଉଛି, ଯାହାକି ଦୁଷ୍ଟମାନେ ଗ୍ଭହାନ୍ତି।
ସେମାନଙ୍କ ପାଖରେ ଚିନ୍ତା ନାହିଁ, ଏବଂ ସେମାନେ ଧନୀରୁ ଅଧିକ ଧନୀ ହେଉଛନ୍ତି।
13 କାହିଁକି ମୁଁ ମୋର ହୃଦୟକୁ ପବିତ୍ର କରିଛି?
କାହିଁକି ନିର୍ଦ୍ଦୋଷତାରେ ମୋର ହସ୍ତ ପ୍ରକ୍ଷାଳନ କରିଅଛି?
14 ପରମେଶ୍ୱର, ମୁଁ ଦିନଯାକ ଦୁଃଖ, କଷ୍ଟ ପାଉଅଛି।
ପ୍ରତିଦିନ ପ୍ରଭାତରେ ତୁମ୍ଭେ ମୋତେ ଶାସ୍ତି ଦେଉଅଛ।
15 ହେ ପରମେଶ୍ୱର, ମୁଁ ଅନ୍ୟମାନଙ୍କୁ ଏ ବିଷୟରେ କହିବା ପାଇଁ ଗ୍ଭହିଁଥିଲି।
କିନ୍ତୁ ମୁଁ ଜାଣିଥିଲି ଏହା ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ହୋଇଥା’ନ୍ତା।
16 ମୁଁ ଏହିକଥା ବୁଝିବାକୁ ବହୁତ ଚେଷ୍ଟା କଲି,
କିନ୍ତୁ ଏହା ବୁଝିବା ମୋ’ ପାଇଁ ଅତି କଷ୍ଟକର ଥିଲା।
17 ଶେଷରେ, ମୁଁ ପରମେଶ୍ୱରଙ୍କ ମନ୍ଦିରକୁ ଗଲି
ଓ ସେମାନଙ୍କ ପ୍ରତି କ’ଣ ଘଟିବ ବୁଝି ପାରିଲି।
18 ହେ ପରମେଶ୍ୱର, ତୁମ୍ଭେ ନିଶ୍ଚିତରେ ସେହି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ।
ତୁମ୍ଭେ ସେମାନଙ୍କୁ ଧ୍ୱଂସ ମୁଖକୁ ପେଲି ଦିଅ।
19 ହଠାତ୍ ସେମାନେ ଧ୍ୱଂସରେ ପଡ଼ିଯା’ନ୍ତି।
ସେମାନେ ଭୟଙ୍କର ଘଟଣାରେ ଲୋପ ପାଇଲେ।
20 ହେ ସଦାପ୍ରଭୁ, ସେହି ଲୋକମାନେ ରାତ୍ରିର ସ୍ୱପ୍ନ ପରି,
ଯାହାକୁ ଆମ୍ଭେ ଉଠିଲା ମାତ୍ରେ ଭୁଲିଯାଉ।
ତୁମ୍ଭେ ଏପରି ଲୋକଙ୍କୁ ସ୍ୱପ୍ନରେ ଦେଖିଥିବା
ରାକ୍ଷସ ପରି ଅଦୃଶ୍ୟ କରିଦିଅ।
32 “ଏଥିପାଇଁ ହେ ମୋର ପୁତ୍ରମାନେ, ମୋର କଥା ଶୁଣ।
ଯଦି ତୁମ୍ଭେମାନେ ମୋର ପଥ ଧରିବ, ତୁମ୍ଭେ ଧନ୍ୟ ହେବ।
33 ମୋର ଉପଦେଶ ଶୁଣ ଓ ଜ୍ଞାନବାନ ହୁଅ।
ତାହାକୁ ଅଗ୍ରାହ୍ୟ କର ନାହିଁ।
34 ଯେକେହି ମୋର କଥା ଶୁଣେ, ସେ ଖୁସୀ ହେବ।
ସେ ମୋ’ ଦ୍ୱାର ନିକଟକୁ ସବୁଦିନ ଶୀଘ୍ର ଆସେ ଏବଂ ମୋର ଦ୍ୱାର ବାହାରେ ଅପେକ୍ଷା କରେ।
35 ଯେଉଁ ଲୋକ ମୋତେ ପାଏ, ସେ ଜୀବନ ପାଏ।
ସେ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ ହେବ।
36 କିନ୍ତୁ ଯେ ମୋର ବିରୁଦ୍ଧରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ।
ଯେଉଁସବୁ ଲୋକ ମୋତେ ଘୃଣା କରନ୍ତି, ସେମାନେ ମୃତ୍ୟୁକୁ ଭୟ କରନ୍ତି।”
ଜ୍ଞାନୀ ଏବଂ ଦୁଷ୍ଟ
9 ଜ୍ଞାନ ତା’ର ଗୃହ ନିର୍ମାଣ କରିଅଛି। ସେ ତା’ର ସପ୍ତସ୍ତମ୍ଭ ନିର୍ମାଣ କରିଅଛି। 2 ଜ୍ଞାନ ମାଂସ ରାନ୍ଧିଅଛି ଏବଂ ଦ୍ରାକ୍ଷାରସ ପ୍ରସ୍ତୁତ କରିଅଛି। ସେ ଆପଣା ମେଜରେ ଖାଦ୍ୟ ସଜାଇ ଅଛି। 3 ସେ ଆପଣା ଦାସୀମାନଙ୍କୁ ପଠାଇ ଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡାକି କହେ, 4 “ଯେଉଁ ଲୋକର ଅଭିଜ୍ଞତା ନାହିଁ ମୋ’ ପାଖକୁ ଆସୁ।” ଯେଉଁମାନେ ନିର୍ବୋଧ, ସେ ତାହାଙ୍କୁ କହେ। 5 “ଆସ ମୋର ଖାଦ୍ୟକୁ ଭକ୍ଷ୍ୟଣ କର ଏବଂ ମୋରଦ୍ରାକ୍ଷାରସ ପାନ କର। 6 ଅବୋଧ ଲୋକମାନଙ୍କର ସାଙ୍ଗ ପରିତ୍ୟାଗ କରି ତୁମ୍ଭେ ଜୀବନ ରକ୍ଷା କର। ସୁବିବେଚନାର ପଥରେ ଗ୍ଭଲ।”
29 ବିଶ୍ୱାସଥିବା ହେତୁ ହିଁ ମୋଶାଙ୍କ ନେତୃତ୍ୱରେ ସମସ୍ତେ ସୁଫସାଗର ମଧ୍ୟଦେଇ ଶୁଖିଲା ଭୂଇଁ ଥିଲା ଭଳି ଗ୍ଭଲିଗ୍ଭଲି ପାର ହୋଇଗଲେ। ଯେତେବେଳେ ମିଶରଦେଶର ଲୋକେ ସୁଫସାଗର ଦେଇ ଯିବା ପାଇଁ ଚେଷ୍ଟା କଲେ ସେମାନେ ବୁଡ଼ି ଗଲେ।
30 ଈଶ୍ୱରଙ୍କ ଲୋକମାନଙ୍କ ବିଶ୍ୱାସ ହେତୁ ଯିରୀହୋ ନଗରର ପାଚେରୀଗୁଡ଼ିକ ସେମାନେ ସାତ ଦିନ ପରିକ୍ରମା କଲାପରେ, ଭାଙ୍ଗି ପଡ଼ିଗଲା।
31 ନିଜର ବିଶ୍ୱାସ ଦ୍ୱାରା, ରାହବ ନାମ୍ନୀ ବେଶ୍ୟା, ଇସ୍ରାଏଲର ଗୁପ୍ତଚରମାନଙ୍କୁ ମିତ୍ର ଭଳି ସ୍ୱାଗତ କଲା, ଓ ସେମାନଙ୍କୁ ସାହାଯ୍ୟ କଲା, ଓ ଅନ୍ୟ ଯେଉଁ ଲୋକମାନେ ମାନିବାକୁ ମନା କରିଥିଲେ, ସେମାନଙ୍କ ସହିତ ମୃତ ହେଲା ନାହିଁ।
32 ମୁଁ ଅଧିକ ଆଉ କ’ଣ କହିବି, ଓ କି ଉଦାହରଣମାନ ପ୍ରସ୍ତୁତ କରିବି? ଗିଦିୟୋନ, ବାରାକ, ଶାମ୍ଶୋନ୍, ଯିପ୍ତହ ଦାଉଦ, ଶାମୁୟେଲ, ଓ ଭବିଷ୍ୟଦ୍ବକ୍ତାମାନଙ୍କ ବିଷୟରେ କହିବା ପାଇଁ ମୋ’ ପାଖରେ ଅଧିକ ସମୟ ନାହିଁ, 33 ସେ ସମସ୍ତଙ୍କର ବହୁତ ଅଧିକ ବିଶ୍ୱାସ ଥିଲା। ସେହି ବିଶ୍ୱାସ ବଳରେ ସେମାନେ ସାମ୍ରାଜ୍ୟଗୁଡ଼ିକୁ ପରାସ୍ତ କରିଥିଲେ। ସେମାନ ସମସ୍ତେ ଧାର୍ମିକ କାର୍ଯ୍ୟ କଲେ, ପରମେଶ୍ୱରଙ୍କ ପ୍ରତିଜ୍ଞାର ବିଷୟ ଗୁଡ଼ିକ ପାଇଲେ। ସେମାନେ ନିଜ ବିଶ୍ୱାସ ଦ୍ୱାରା ସିଂହମାନଙ୍କର ମୁହଁ ବନ୍ଦ କଲେ। 34 ସେହି ବିଶ୍ୱାସ ବଳରେ କେତେ ଜଣ ଅଗ୍ନିର ଶକ୍ତି ବନ୍ଦ କଲେ, ଓ କେତେ ଲୋକ ଖଡ଼୍ଗ ଦ୍ୱାରା ମରିବାରୁ ରକ୍ଷା ପାଇଲେ। ବିଶ୍ୱାସ କାରଣରୁ ଦୁର୍ବଳ ଲୋକ ଶକ୍ତିଶାଳୀ ହେଲେ। ସେମାନେ ଯୁଦ୍ଧରେ ଶକ୍ତିଶାଳୀ ହୋଇ ଶତ୍ରୁ ସେନାଙ୍କୁ ପରାସ୍ତ କଲେ। 35 ମୃତ୍ୟୁରୁ ଲୋକମାନେ ପୁନର୍ଜୀବିତ ହୋଇ ପରିବାରରେ ନିଜ ନାରୀମାନଙ୍କ ପାଖକୁ ଗଲେ। ଅନ୍ୟ ଲୋକମାନଙ୍କୁ ଯାତନା ଦିଆ ହେଲା, ସେମାନେ ସ୍ୱାଧୀନ ହେବାକୁ ଗ୍ଭହିଁଲେ ନାହିଁ କାରଣ ସେମାନେ ମୃତ୍ୟୁରୁ ପୁନର୍ଜୀବନ ଲାଭ କରି ଗୋଟିଏ ଅଧିକ ଭଲ ଜୀବନ ପାଇ ପାରିବେ ବୋଲି ଭାବି ଏହିସବୁ କାର୍ଯ୍ୟ କରିଥିଲେ। 36 କେତେ ଲୋକ ହାସ୍ୟର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘରେ ରଖା ଗଲେ। 37 ସେମାନଙ୍କୁ ପଥର ମାରି ଦିଆ ହେଲା, ଓ କରତରେ ଦୁଇଫାଳ କରି ଚିରି ଦିଆ ହେଲା। କେତେକଙ୍କୁ ଖଡ଼୍ଗଦ୍ୱାରା ମାରି ଦିଆ ହେଲା। ସେମାନଙ୍କ ଭିତରୁ କେତେ ଜଣ ମେଷ ଓ ଛେଳିର ଚମଡ଼ା ପିନ୍ଧିଲେ। ସେମାନେ ଗରିବ ଥିଲେ, ନିର୍ଯ୍ୟାତିତ ହେଲେ, ଓ ଅନ୍ୟମାନଙ୍କ ଦ୍ୱାରା ମନ୍ଦ ବ୍ୟବହାର ପାଇଲେ। 38 ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପଯୁକ୍ତ ନ ଥିଲା। ସେମାନେ ମରୁଭୂମିରେ ଓ ପାହାଡ଼ରେ ବୁଲିଲେ ଓ ଗୁମ୍ପା ଏବଂ ଭୂମିରେ ଥିବା ଗାତମାନଙ୍କରେ ନିଜକୁ ଲୁଗ୍ଭଇ ରଖିଲେ।
39 ଏହି ସମସ୍ତ ଲୋକମାନେ ନିଜର ବିଶ୍ୱାସ ପାଇଁ ଜଣା ଶୁଣା। କିନ୍ତୁ ଏମାନଙ୍କ ଭିତରୁ କେହିହେଲେ ପରମେଶ୍ୱରଙ୍କ ମହାନ୍ ପ୍ରତିଜ୍ଞା ପାଇପାରି ନ ଥିଲେ। 40 ପରମେଶ୍ୱର ଆମ୍ଭକୁ କିଛି ଅପେକ୍ଷାକୃତ ଭଲ ଦେବା ପାଇଁ ଯୋଜନା କରିଥିଲେ। ପରମେଶ୍ୱରଙ୍କ ଯୋଜନା ଥିଲା ଯେ, ସେମାନେ କେବଳ ଆମ୍ଭ ସହିତ ପରିପୂର୍ଣ୍ଣ ହେବେ।
ଆମ୍ଭେ ଯୀଶୁଙ୍କ ଉଦାହରଣ ଅନୁସରଣ କରିବା ଉଚିତ୍
12 ଆମ୍ଭର ଗ୍ଭରିପଟେ, ବିଶ୍ୱାସଧାରୀ ଆମ୍ଭର ବହୁ ସଂଖ୍ୟକ ଲୋକ ରହିଛନ୍ତି। ବିଶ୍ୱାସ ବିଷୟରେ ସେମାନଙ୍କ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସେମାନଙ୍କ ଭଳି ହେବା ଉଚିତ୍। ଆମ୍ଭେ ଜୀବନରେ ଆଗକୁ ଯିବା ପାଇଁ ଯାହାକିଛି ବାଧା ଅଛି, ସେଗୁଡ଼ିକୁ ଆମ୍ଭେ ଆଡ଼େଇ ଦେବା ଉଚିତ୍ ଓ ଆମ୍ଭ ସମ୍ମୁଖରେ ଥିବା ଦୌଡ଼ରେ ଦୌଡ଼ିବା ଉଚିତ୍। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ୟାଗ କରିବା ଉଚିତ୍। 2 ଆମ୍ଭେ ସର୍ବଦା ଯୀଶୁଙ୍କ ଉଦାହରଣ ଗ୍ରହଣ କରିବା ଉଚିତ୍। ଆମ୍ଭ ବିଶ୍ୱାସର ନେତା ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଆମ୍ଭର ବିଶ୍ୱାସକୁ ସିଦ୍ଧ କରନ୍ତି। ସେ କ୍ରୁଶ ଉପରେ ମୃତ୍ୟୁର ଯାତନା ଭୋଗିଛନ୍ତି। କିନ୍ତୁ ସେ କ୍ରୁଶର ଲଜ୍ଜାକୁ ଏକ ଅର୍ଥହୀନ ବିଷୟ ବୋଲି ମନେ କରି ଗ୍ରହଣ କରିଛନ୍ତି। ପରମେଶ୍ୱର ତାହାଙ୍କ ସମ୍ମୁଖରେ ଯେଉଁ ଆନନ୍ଦର ଲକ୍ଷ୍ୟ ରଖିଥିଲେ, ସେଥିପାଇଁ ସେ ତାହା କଲେ। ଏବେ ସେ ପରମେଶ୍ୱରଙ୍କ ସିଂହାସନର ଡାହାଣରେ ବସିଛନ୍ତି।
2010 by World Bible Translation Center