Revised Common Lectionary (Semicontinuous)
22 ବହୁ ଧନ ଅପେକ୍ଷା ସୁନାମ ଅର୍ଜ୍ଜନ କରିବା ଭଲ। ଖ୍ୟାତି ଅର୍ଜ୍ଜନ କରିବା ସୁନା, ରୂପା ଅର୍ଜ୍ଜନ କରିବାଠାରୁ ନିଶ୍ଚିତ ଉତ୍ତମ।
2 ଧନୀ ଓ ଗରିବ ସମସ୍ତେ ସମାନ। କାରଣ ସଦାପ୍ରଭୁ ସମସ୍ତଙ୍କର ସୃଷ୍ଟିକର୍ତ୍ତା।
8 ଯେ ଅଧର୍ମ ବୀଜ ବୁଣେ, ସେ ବିପଦରୂପ ଶସ୍ୟ କାଟିବ ଏବଂ ତାହାର କୋପରୂପ ଦଣ୍ଡ ଲୁପ୍ତ ହେବ।
9 ଯାହାର ଦୟାଳୁ ଦୃଷ୍ଟି, ସେ ଆଶିଷ ପାଇବ, ଯେହେତୁ ସେ ଆପଣା ଆହାରରୁ ଦୀନହୀନକୁ ବିତରଣ କରେ।
— 1 —
22 ଦରିଦ୍ର ଲୋକଠାରୁ ଗ୍ଭେରି କରିବା ଅତି ସହଜ କିନ୍ତୁ ଏପରି କର ନାହିଁ। ଏବଂ ସେହି ଦରିଦ୍ର ଲୋକମାନଙ୍କୁ ନ୍ୟାୟରୁ ବଞ୍ଚିତ କର ନାହିଁ। 23 ସଦାପ୍ରଭୁ ସେମାନଙ୍କ ପକ୍ଷରେ ପ୍ରତିବାଦ କରିବେ। ପୁଣି ଯେଉଁମାନେ ସେମାନଙ୍କ ଦ୍ରବ୍ୟ ଅପହରଣ କରିବେ, ସେ ସେମାନଙ୍କର ପ୍ରାଣ ଅପହରଣ କରିବେ।
ଆରୋହଣ ଗୀତ।
125 ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି ସେମାନେ ସିୟୋନ ପର୍ବତ ତୁଲ୍ୟ।
ସେମାନେ କେବେ ମଧ୍ୟ ଥରିବେ ନାହିଁ।
ସେମାନେ ନିତ୍ୟସ୍ଥାୟୀ ହୋଇ ବଞ୍ଚି ରହିବେ।
2 ଯେମନ୍ତ ଯିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ,
ତେମନ୍ତ ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା’ନ୍ତି।
ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ।
3 ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ।
ଯଦି ଏପରି ଘଟିଲା, ତେବେ ଧାର୍ମିକ ଲୋକମାନେ ଅଧର୍ମ କାର୍ଯ୍ୟ କରିବାକୁ ଆରମ୍ଭ କରିଦେବେ।
4 ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର।
ପବିତ୍ର ହୃଦୟ ସହିତ ଲୋକମାନଙ୍କର ମଙ୍ଗଳ କର।
5 ସଦାପ୍ରଭୁ, ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି।
ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି।
ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।
ସମସ୍ତଙ୍କୁ ପ୍ରେମ କର
2 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବିଶ୍ୱାସ କର। ଅତଏବ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବ ନାହିଁ। 2 ମନେକର, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସେତିକିବେଳେ ଆସେ। 3 ତୁମ୍ଭେ ଦାମିକା ସୁନ୍ଦର ଲୁଗାପଟା ପିନ୍ଧିଥିବା ଲୋକକୁ ଡାକି ବିଶେଷ ଅଭ୍ୟର୍ଥନା ଜଣାଇ କହିଥାଅ: “ଏହି ଭଲ ଆସନରେ ବସନ୍ତୁ।” କିନ୍ତୁ ଗରିବ ଲୋକଟିକୁ କହିଥାଅ: “ତୁମ୍ଭେ ସେଠାରେ ଠିଆ ହୁଅ” ବା “ମୋ’ ଗୋଡ଼ ପାଖର ଭୂଇଁରେ ବସ।” 4 ତୁମ୍ଭେ ଏ କ’ଣ କରୁଛ? ଏହା ଦ୍ୱାରା ତୁମ୍ଭେ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱ ପ୍ରଦାନ କରୁଛ! ମନ୍ଦ ଅଭିପ୍ରାୟ ରଖି ତୁମ୍ଭେ ନିର୍ଣ୍ଣୟ କରୁଛ ଯେ, କେଉଁ ଲୋକଟି ଅଧିକ ଭଲ।
5 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ! ପରମେଶ୍ୱର ବିଶ୍ୱାସରେ ଧନୀ ହେବା ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ସେ ଯେଉଁ ରାଜ୍ୟ ଦେବା ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସେମାନଙ୍କୁ ବାଛିଛନ୍ତି। 6 କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସେହିମାନେ ତୁମ୍ଭକୁ କଚେରୀକୁ ଟାଣି ନେଇ ଯାଆନ୍ତି। 7 ଏବଂ ଯେଉଁ ମହତ ନାମରେ ତୁମ୍ଭେମାନେ ନାମିତ ହୋଇଅଛ ଓ ଯେ ତୁମ୍ଭମାନଙ୍କୁ ଆପଣାର କରିଅଛନ୍ତି, ସେମାନେ ତାହାଙ୍କର ନିନ୍ଦା କରନ୍ତି।
8 ଗୋଟିଏ ନିୟମ, ଅନ୍ୟ ସମସ୍ତ ନିୟମଗୁଡ଼ିକର ଉପରେ ଆଧିପତ୍ୟ କରେ। ଶାସ୍ତ୍ରରେ ଏହି ରାଜକୀୟ ନିୟମଟି ମିଳେ: “ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।” [a] ଯଦି ତୁମ୍ଭେ ଏହି ନିୟମ ପାଳନ କରୁଛ, ତା’ହେଲେ ତୁମ୍ଭେ ଠିକ୍ କରୁଛ। 9 କିନ୍ତୁ ଯଦି ତୁମ୍ଭେ ଜଣକୁ ଅନ୍ୟ ଜଣକ ତୁଳନାରେ ଅଧିକ ମହତ୍ତ୍ୱ ଦେଉଛ, ତା’ହେଲେ ତୁମ୍ଭେ ପାପ କରୁଛ। ସେହି ରାଜକୀୟ ବ୍ୟବସ୍ଥା ପ୍ରମାଣିତ କରେ ଯେ, ତୁମ୍ଭେ ପରମେଶ୍ୱରଙ୍କ ନିୟମ ଭଙ୍ଗ କରିବାରେ ଦୋଷୀ ଅଟ।
10 ଜଣେ ଲୋକ ହୁଏତ ପରମେଶ୍ୱରଙ୍କ ସବୁ ବ୍ୟବସ୍ଥା ପାଳନ କରୁଥାଇପାରେ, କିନ୍ତୁ ସେ ଯଦି ଗୋଟିଏ ଆଜ୍ଞାର ଅବାଧ୍ୟ ହୁଏ, ତା’ହେଲେ ସେ ବ୍ୟବସ୍ଥାର ସମସ୍ତ ଆଜ୍ଞା ଭଙ୍ଗ କରିବା ଦୋଷରେ ଦୋଷୀ ହୁଏ।
11 ପରମେଶ୍ୱର କହିଛନ୍ତି, “ବ୍ୟଭିଗ୍ଭରର ପାପ କର ନାହିଁ।” [a] ସେହି ପରମେଶ୍ୱର ପୁନଃ କହିଛନ୍ତି, “ହତ୍ୟା କର ନାହିଁ।’’ [b] ଅତଏବ, ତୁମ୍ଭେ ଯଦି ବ୍ୟଭିଗ୍ଭର ପାପ କରି ନାହଁ କିନ୍ତୁ ଜଣକୁ ହତ୍ୟା କରିଛ, ତା’ହେଲେ ପରମେଶ୍ୱରଙ୍କ ବ୍ୟବସ୍ଥା ଭାଙ୍ଗିବା ଦୋଷରେ ଦୋଷୀ ହେଲ।
12 ଲୋକମାନଙ୍କୁ ସ୍ୱାଧୀନ କରୁଥିବା ବ୍ୟବସ୍ଥା ଦ୍ୱାରା ତୁମ୍ଭର ବିଗ୍ଭର ହେବ। ପ୍ରତ୍ୟେକ କଥା କହିଲା ବେଳେ ଓ ପ୍ରତ୍ୟେକ କାମ କଲାବେଳେ, ତୁମ୍ଭେ ଏହି କଥା ମନେ ରଖିବା ଉଚିତ୍। 13 ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦେଖାଇବା ଉଚିତ୍। ଯଦି ତୁମ୍ଭେ ଦୟା ନ ଦେଖାଇବ, ତା’ହେଲେ ପରମେଶ୍ୱର ବିଗ୍ଭର କଲାବେଳେ ତୁମ୍ଭ ପ୍ରତି ମଧ୍ୟ ସେ ଦୟା ଦେଖାଇବେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦେଖାଇଥିବା ବ୍ୟକ୍ତି ତାହାର ବିଗ୍ଭର ହେଲାବେଳେ ନିର୍ଭୟରେ ଠିଆ ହେବ।
ବିଶ୍ୱାସ ଓ ସତ୍କର୍ମ
14 ମୋ’ ଭାଇ ଓ ଭଉଣୀମାନେ! ଯଦି ଜଣେ କୁହେ, ଯେ, ସେ ଜଣେ ବିଶ୍ୱାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା’ହେଲେ ତାହାର ବିଶ୍ୱାସ ମୂଲ୍ୟହୀନ। କ’ଣ ଏହିଭଳି ବିଶ୍ୱାସ ତାହାକୁ ରକ୍ଷା କରି ପାରିବ? ନା! 15 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଜଣେ ଭାଇ ଓ ଭଉଣୀ, ପିନ୍ଧିବାକୁ ଲୁଗା ବା ଖାଇବାକୁ ଖାଦ୍ୟ ଆବଶ୍ୟକ କରିପାରେ। 16 ଏବଂ ତୁମ୍ଭେ ତାହାକୁ କହୁଛ, “ପରମେଶ୍ୱର ତୁମ୍ଭ ସହିତ ଥାଆନ୍ତୁ! ତୁମ୍ଭେ ଉଷ୍ମ ରୁହ ଓ ଖାଇବାକୁ ପ୍ରଚୁର ପାଅ।” ତୁମ୍ଭେ ଏଗୁଡ଼ିକ ବିଷୟରେ ଖାଲି କହୁଛ, କିନ୍ତୁ ତାହାର ଆବଶ୍ୟକ ଥିବା ଜିନିଷ ତାହାକୁ ଦେଉ ନାହଁ। ଯଦି ତୁମ୍ଭେ ତାହାକୁ ସାହାଯ୍ୟ କରୁ ନାହଁ, ତାହାହେଲେ ତୁମ୍ଭର କଥାଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ୟହୀନ ଅଟେ। 17 ବିଶ୍ୱାସ ବିଷୟରେ ମଧ୍ୟ ଠିକ୍ ସେହି କଥା ଅଟେ। ଯଦି ବିଶ୍ୱାସ କିଛି କାର୍ଯ୍ୟ ଉତ୍ପନ୍ନ ନ କରେ, ତେବେ ସେ ବିଶ୍ୱାସ ମୃତ ଅଟେ।
ଯୀଶୁ ଜଣେ ଅଣଯିହୂଦୀ ସ୍ତ୍ରୀଲୋକକୁ ସାହାଯ୍ୟ କଲେ(A)
24 ଯୀଶୁ ସେ ସ୍ଥାନ ଛାଡ଼ି ସୋରର ଆଖ ପାଖ ଅଞ୍ଚଳକୁ ଗଲେ। ସେଠାରେ ଯୀଶୁ ଗୋଟିଏ ଘର ଭିତରକୁ ଗଲେ। ସେ ଗ୍ଭହୁଁ ନ ଥିଲେ ଯେ, କୌଣସି ଲୋକ ତାହାଙ୍କର ଆସିଥିବା ଖବର ଜାଣନ୍ତୁ। କିନ୍ତୁ ସେ ସେଠାରେ ଲୁଚି ରହି ପାରିଲେ ନାହିଁ। 25 ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା’ର ଝିଅ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡ଼ିଗଲା। 26 ସେ ସ୍ତ୍ରୀ ଲୋକଟି ଗ୍ରୀକ୍ ଥିଲା। ସେ ସୁର ଫୈନୀକୀୟାଠାରେ ଜନ୍ମ ହୋଇଥିଲା। ସେ ତା’ ଝିଅଠାରୁ ଭୂତକୁ ବାହାର କରି ଦେବା ପାଇଁ ଯୀଶୁଙ୍କୁ ପ୍ରାର୍ଥନା କଲା।
27 ଯୀଶୁ ତାହାକୁ କହିଲେ, “ପ୍ରଥମେ ପିଲାମାନଙ୍କୁ ତୃପ୍ତ ହେବାକୁ ଦିଅ, କାରଣ ପିଲାମାନଙ୍କର ରୋଟୀ ନେଇ ଯାଇ କୁକୁରମାନଙ୍କ ଆଗରେ ଫିଙ୍ଗି ଦେବା ଠିକ୍ ନୁହେଁ।”
28 ସେ ସ୍ତ୍ରୀ ଲୋକଟି ଉତ୍ତର ଦେଲୋ, “ହେ ପ୍ରଭୁ, ତାହା ସତ୍ୟ, କିନ୍ତୁ ପିଲାମାନେ ଖାଉଥିବା ସମୟରେ ତଳକୁ ଖସି ପଡ଼ୁଥିବା ଖାଦ୍ୟର ଟିକି ଟିକି ଅଂଶତକ ଟେବୁଲ ତଳେ ଥିବା କୁକୁରମାନେ ମଧ୍ୟ ଖାଇ ଥା’ନ୍ତି।”
29 ତା’ପରେ ଯୀଶୁ ସେହି ସ୍ତ୍ରୀଲୋକଟିକୁ କହିଲେ, “ଏହା ହିଁ ଉପଯୁକ୍ତ ଉତ୍ତର। ଏବେ ତୁମ୍ଭେ ଘରକୁ ଯାଇ ପାର। ଭୂତ ତୁମ୍ଭର ଝିଅକୁ ଛାଡ଼ି ଗ୍ଭଲି ଗଲାଣି।”
30 ସେହି ସ୍ତ୍ରୀ ଲୋକଟି ଘରକୁ ଯାଇ ଦେଖିଲା ଯେ ତାହାର ଝିଅ ଖଟରେ ଶୋଇଛି। ଦୁଷ୍ଟାତ୍ମା ତା ଦେହରୁ ବାହାରି ଗ୍ଭଲି ଯାଇଛିା
ଯୀଶୁ ଜଣେ ମୂକ ବଧିର ଲୋକକୁ ସୁସ୍ଥ କଲେ
31 ତା’ପରେ ଯୀଶୁ ସୋର ଆଖ ପାଖ ଅଞ୍ଚଳ ଛାଡ଼ି ଦେକାପଲି ରାସ୍ତାରେ ସୀଦୋନ ହୋଇ ଗାଲିଲୀ ହ୍ରଦ ପାଖକୁ ଆସିଲେ। 32 ସେଠାରେ କେତେକ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ମୂକ ଓ ବଧିର ଥିଲା। ଲୋକମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ, ସେ ତାହାଙ୍କ ହାତ ଲୋକଟି ଉପରେ ରଖି ତାକୁ ଭଲ କରି ଦିଅନ୍ତୁ।
33 ଯୀଶୁ ସେ ଲୋକଟିକୁ ଭିଡ଼ଠାରୁ ଟିକିଏ ଦୂରକୁ ଗୋଟିଏ ପାଖକୁ ନେଇଗଲେ। ସେ ସେହି ଲୋକଟିର କାନ ଭିତରେ ନିଜ ଅଙ୍ଗୁଳିଗୁଡ଼ିକୁ ରଖିଲେ। ତା’ପରେ ସେ ଛେପ ପକାଇଲେ ଓ ଲୋକଟିର ଜିଭକୁ ଛୁଇଁଲେ। 34 ଯୀଶୁ ପୁଣି ସ୍ୱର୍ଗ ଆଡ଼କୁ ଗ୍ଭହିଁ ଦୀର୍ଘ ନିଶ୍ୱାସ ପକାଇଲେ। ସେ ଲୋକଟିକୁ କହିଲେ, 35 “ଇପ୍ପଥଃ” ଅର୍ଥାତ ‘ଖୋଲିଯାଉ। ତତ୍କ୍ଷଣାତ୍ ତା’ର କାନ ଖୋଲିଗଲା। ଜିଭର ଗ୍ରନ୍ଥି ଖୋଲିଗଲା। ସେ ସ୍ପଷ୍ଟ ଭାବରେ କହି ପାରିଲା।
36 ଯୀଶୁ ସେମାନଙ୍କୁ ଆଜ୍ଞା ଦେଲେ ଯେ ଏ ବିଷୟରେ କାହାକୁ କିଛି ଯେପରି ନ କୁହନ୍ତି। ଯୀଶୁ ସଦାବେଳେ ଲୋକଙ୍କୁ ଆଜ୍ଞା ଦେଉଥିଲେ ଯେ ସେମାନେ ଅନ୍ୟ କାହାକୁ ତାହାଙ୍କ ବିଷୟରେ କିଛି ନ କୁହନ୍ତୁ। କିନ୍ତୁ ଏହାର ପରିଣାମରେ ଲୋକେ ତାହାଙ୍କ ବିଷୟରେ ଅଧିକରୁ ଅଧିକ ପ୍ରଗ୍ଭର କରୁଥିଲେ। 37 ଲୋକମାନେ ବାସ୍ତବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେମାନେ କହୁଥିଲେ, “ଯୀଶୁ ସବୁକିଛି ସୁସ୍ଥ କରୁଛନ୍ତି, ଏପରିକି ସେ ବଧିରକୁ ଶ୍ରବଣ ଶକ୍ତି ଓ ମୂକକୁ ବାକ୍ ଶକ୍ତି ପ୍ରଦାନ କରୁଛନ୍ତି।”
2010 by World Bible Translation Center