Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 125

ଆରୋହଣ ଗୀତ।

125 ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି ସେମାନେ ସିୟୋନ ପର୍ବତ ତୁଲ୍ୟ।
    ସେମାନେ କେବେ ମଧ୍ୟ ଥରିବେ ନାହିଁ।
    ସେମାନେ ନିତ୍ୟସ୍ଥାୟୀ ହୋଇ ବଞ୍ଚି ରହିବେ।
ଯେମନ୍ତ ଯିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ,
    ତେମନ୍ତ ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା’ନ୍ତି।
    ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ।
ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ।
    ଯଦି ଏପରି ଘଟିଲା, ତେବେ ଧାର୍ମିକ ଲୋକମାନେ ଅଧର୍ମ କାର୍ଯ୍ୟ କରିବାକୁ ଆରମ୍ଭ କରିଦେବେ।

ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର।
    ପବିତ୍ର ହୃଦୟ ସହିତ ଲୋକମାନଙ୍କର ମଙ୍ଗଳ କର।
ସଦାପ୍ରଭୁ, ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି।
    ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ହିତୋପଦେଶ 1:1-19

ଉପକ୍ରମ

ଏହି ହିତୋପଦେଶଗୁଡ଼ିକ ହେଉଛି, ଦାଉଦଙ୍କର ପୁତ୍ର ଶଲୋମନଙ୍କର। ଶଲୋମନ ଇସ୍ରାଏଲର ରାଜା ଥିଲେ। ଏହି ହିତୋପଦେଶ ଲୋକମାନଙ୍କୁ ବୁଦ୍ଧିମାନ କରିବ। ଏବଂ ସେମାନେ ଜାଣି ପାରିବେ କେଉଁ କାର୍ଯ୍ୟଟି ଠିକ୍। ଜ୍ଞାନ ଓ ଉପଦେଶ ବୁଝିବାକୁ ଏହି ବାକ୍ୟମାନ ସାହାଯ୍ୟ କରିବ। ଏହି ଉପଦେଶ ଲୋକମାନଙ୍କର ନିର୍ଦ୍ଦେଶ ଠିକ୍ ବାଟରେ କରିବ। ଏହା ଦ୍ୱାରା ଲୋକମାନେ ସଚ୍ଚୋଟତା, ସାଧୁତା ଓ ନ୍ୟାୟ ଶିକ୍ଷା କରିବେ। ଏହି ଉପଦେଶଗୁଡ଼ିକ ସେହି ଲୋକମାନଙ୍କୁ ଶିକ୍ଷା ଦେଇ ପାରିବ, ଯେଉଁମାନେ କି ଜ୍ଞାନ ଆହରଣ କରିବାକୁ ଗ୍ଭହାନ୍ତି। ଏହି ଉପଦେଶଗୁଡ଼ିକ ଯୁବା ଲୋକମାନଙ୍କୁ ଜ୍ଞାନ ଓ ଏହାକୁ କିପରି ବ୍ୟବହାର କରିବାକୁ ହୁଏ ସେମାନଙ୍କୁ ଶିକ୍ଷା ଦିଏ। ଏପରିକି ବୁଦ୍ଧିମାନ ଲୋକମାନେ ଏହି ବାକ୍ୟଗୁଡ଼ିକ ଶୁଣିବା ଉଚିତ୍। ଏଥିରୁ ସେମାନେ ବହୁଜ୍ଞାନ ଲାଭ କରିବେ। ଶିକ୍ଷିତ ଲୋକମାନେ ଏପରିକି ଅଧିକ ବୁଝାମଣା ଶକ୍ତି ପାଇବେ। ଯେଉଁ ଲୋକମାନେ, ଯିଏ କି ଏହି ହିତୋପଦେଶ ଶୁଣନ୍ତି, ଜ୍ଞାନୀଲୋକ କହି ଯାଇଥିବା କଥା ବୁଝିବାରେ ସକ୍ଷମ ହେବେ ଏବଂ ଗୁପ୍ତ ରହିଥିବା ଗଳ୍ପର ଅର୍ଥ ମଧ୍ୟ ବୁଝିପାରିବେ। ସେମାନେ ଜ୍ଞାନୀମାନଙ୍କର କହିଥିବା ହିତଜନକ ପରାମର୍ଶ ବୁଝିପାରିବେ।

ପ୍ରଥମେ ସଦାପ୍ରଭୁଙ୍କୁ ସମ୍ମାନ କରିବା ଏବଂ ସଦାପ୍ରଭୁଙ୍କ ବାକ୍ୟ ମାନି ଚଳିବା ଜଣେ ବ୍ୟକ୍ତି ଏହା ଶିକ୍ଷା କରିବା ଉଚିତ୍। ଏଥିରେ ତୁମ୍ଭର ବାସ୍ତବ ଜ୍ଞାନ ବୃଦ୍ଧି ଘଟିବ। କିନ୍ତୁ ନିର୍ବୋଧଲୋକମାନେ ଜ୍ଞାନ ଓ ଉପଦେଶକୁ ତୁଚ୍ଛ କରନ୍ତି।

ଶଲୋମନ ତାଙ୍କ ପୁତ୍ରଙ୍କୁ ଉପଦେଶ ଦେଲେ

ହେ ମୋର ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତେବେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ୟାଗ କର ନାହିଁ। ତୁମ୍ଭର ପିତା ଓ ମାତା, ଯାହାକିଛି ଶିକ୍ଷା ଦିଅନ୍ତି, ସେହି ବାକ୍ୟଗୁଡ଼ିକ ତୁମ୍ଭର ପାଇଁ ଆଶୀର୍ବାଦ ଫୁଲମାଳ ପରି ଅଟେ ଏବଂ ତୁମ୍ଭର ଗଳା ପାଇଁ ହାର ଅଟେ।

10 ହେ ମୋର ପୁତ୍ର, ପାପୀମାନେ ପାପକର୍ମ କରିବାକୁ ଭଲ ପାଆନ୍ତି ଏବଂ ସେହିପରି ଲୋକମାନେ ତୁମ୍ଭକୁ କୁକାର୍ଯ୍ୟ କରାଇବାକୁ ପ୍ରବର୍ତ୍ତାଇବେ। ସେମାନଙ୍କୁ ତୁମ୍ଭର ସମ୍ମତି ଦିଅ ନାହିଁ। 11 ସେହି ଲୋକମାନେ ତୁମ୍ଭକୁ କହିପାରନ୍ତି, “ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ରକ୍ତପାତ କରିବାକୁ ଗ୍ଭହିଁ ବସୁ। ନିର୍ଦ୍ଦୋଷମାନଙ୍କୁ ବିନା କାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ। 12 ଆମ୍ଭେମାନେ ସେମାନଙ୍କୁ ହତ୍ୟା କରିବା। ଆମ୍ଭେମାନେ ସେମାନଙ୍କୁ ମୃତ୍ୟୁର ସ୍ଥାନକୁ ପଠାଇବା। ଆମ୍ଭେମାନେ ସେମାନଙ୍କୁ ବିନାଶ କରି କବରକୁ ପଠାଇବା। 13 ଆମ୍ଭେମାନେ ତହିଁରୁ ସବୁପ୍ରକାର ବହୁମୂଲ୍ୟ ଧନ ପାଇବା। ଲୁଟିତ ଦ୍ରବ୍ୟରେ ଆମ୍ଭମାନଙ୍କର ଗୃହକୁ ପରିପୂର୍ଣ୍ଣ କରିବା। 14 ତେଣୁ ଆସ ଆମ୍ଭମାନଙ୍କ ସହିତ ଯୋଗ ଦିଅ, ଏବଂ ଆମ୍ଭେ ସମସ୍ତେ ଯାହା ପାଇବା ତାହା ବାଣ୍ଟ କରିବା।”

15 ହେ ମୋର ପୁତ୍ର, ଏପରି ଲୋକମାନଙ୍କୁ ଅନୁସରଣ କର ନାହିଁ। ଏପରି ପଥରେ ତୁମ୍ଭେ ପାଦ ଦିଅ ନାହିଁ। 16 ସେହି ପାପୀ ଲୋକମାନେ ସର୍ବଦା ପାପ କରିବାକୁ ପ୍ରସ୍ତୁତ ଥା’ନ୍ତି। ସେମାନେ ସର୍ବଦା ଲୋକମାନଙ୍କୁ ହତ୍ୟା କରିବାକୁ ଗ୍ଭହାନ୍ତି।

17 ପକ୍ଷୀମାନଙ୍କୁ ଧରିବା ପାଇଁ ଲୋକମାନେ ଜାଲ ବିଛାଇ ଥା’ନ୍ତି। କିନ୍ତୁ କୌଣସି ପକ୍ଷୀ ଆଗରେ ଜାଲ ବିଛାଇବା ବ୍ୟର୍ଥ ଅଟେ। 18 ତେଣୁ ଏହି ଲୋକମାନେ ଗୁପ୍ତରେ ଛକି ବସନ୍ତି ଅନ୍ୟମାନଙ୍କୁ ହତ୍ୟା କରିବା ପାଇଁ। କିନ୍ତୁ ବାସ୍ତବରେ ସେମାନେ ନିଜ ନିଜର ପ୍ରାଣକୁ ଧରିବା ପାଇଁ ଜାଲ ବିଛାଇଥା’ନ୍ତି। 19 ସମସ୍ତ ଧନ ଲୋଭୀର ଗତି ଏହିପରି। ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ।

ରୋମୀୟଙ୍କ ପ୍ରତି ପତ୍ର 2:1-11

ପରମେଶ୍ୱର ବିଗ୍ଭର କରନ୍ତୁ

ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭେମାନେ ଅନ୍ୟ ଲୋକଙ୍କର ନ୍ୟାୟବିଗ୍ଭର କରି ପାରିବ ତା’ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭେମାନେ ନିଜେ ମଧ୍ୟ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ୟାୟ ବିଗ୍ଭର କରୁଛ, ହେଲେ ତୁମ୍ଭେ ମଧ୍ୟ ସେମାନଙ୍କ ପରି ମନ୍ଦ କାମ କରୁଛ। ଅତଏବ ଯେତେବେଳେ ତୁମ୍ଭେ ସେମାନଙ୍କର ନ୍ୟାୟବିଗ୍ଭର କରୁଛ, ସେତେବେଳେ ପ୍ରକୃତରେ ନିଜକୁ ଅପରାଧୀ ବୋଲି ନ୍ୟାୟବିଗ୍ଭର କରୁଛ। ପରମେଶ୍ୱର, ଯେଉଁମାନେ ଏପରିକି ମନ୍ଦକର୍ମ କରନ୍ତି ତାହାଙ୍କର ନ୍ୟାୟ ବିଗ୍ଭର କରନ୍ତି। ଏହା ଆମ୍ଭେମାନେ ଜାଣୁ ଯେ, ପରମେଶ୍ୱରଙ୍କର ନ୍ୟାୟ ବିଗ୍ଭର ଠିକ୍ ଅଟେ। ତୁମ୍ଭେ ଭୁଲକାମ କରୁଥିବା ଲୋକଙ୍କର ନ୍ୟାୟବିଗ୍ଭର କରୁଛ। କିନ୍ତୁ ତୁମ୍ଭେ ନିଜେ ମଧ୍ୟ ସେହିଭଳି ଭୁଲକାମ କରୁଛ। ସେଥିପାଇଁ ତୁମ୍ଭେ ଜାଣ ଯେ ପରମେଶ୍ୱର ନିଶ୍ଚିତ ଭାବରେ ତୁମ୍ଭର ନ୍ୟାୟବିଗ୍ଭର କରିବେ। ତୁମ୍ଭେ ବିଗ୍ଭରରୁ ରକ୍ଷା ପାଇ ପାରିବ ନାହିଁ। ପରମେଶ୍ୱର ତୁମ୍ଭ ପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ଧୈର୍ଯ୍ୟବାନ। ପରମେଶ୍ୱର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟରେ ଆଦୌ ଭାବୁ ନାହଁ। ଏହା ହୋଇପାରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ପରମେଶ୍ୱର ତୁମ୍ଭ ପ୍ରତି ଦୟାଳୁ ହୋଇଛନ୍ତି।

କିନ୍ତୁ ତୁମ୍ଭେମାନେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ୱର ନିଜର କ୍ରୋଧ ଦେଖାଇବେ, ସେହି ଦିନ ତୁମ୍ଭେ ସେହି ଦଣ୍ଡ ପାଇବ। ସେହି ଦିନ ଲୋକେ ପରମେଶ୍ୱରଙ୍କର ଠିକ୍ ନ୍ୟାୟବିଗ୍ଭର ଦେଖିବେ। ପରମେଶ୍ୱର ପ୍ରତ୍ୟେକ ଲୋକକୁ ନିଜ ନିଜର କର୍ମ ଅନୁସାରେ ପୁରସ୍କାର ବା ଦଣ୍ଡ ଦେବେ। କେତେକ ଲୋକ ପରମେଶ୍ୱରଙ୍କର ମହିମା, ସମ୍ମାନ ଓ ପରମେଶ୍ୱର ଦେବାକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ଧୈର୍ଯ୍ୟପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସେହି ଲୋକମାନଙ୍କୁ ପରମେଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ। କିନ୍ତୁ ଯେଉଁମାନେ ସ୍ୱାର୍ଥପର ଓ ସତ୍ୟକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ। ମନ୍ଦକାମ କରୁଥିବା ପ୍ରତ୍ୟେକ ଲୋକକୁ ପରମେଶ୍ୱର ଦୁଃଖ ଓ ସଙ୍କଟରେ । ଯିହୂଦୀମାନଙ୍କୁ ପ୍ରଥମେ, ପରେ ଅଣଯିହୂଦୀମାନଙ୍କୁ ମଧ୍ୟ। 10 କିନ୍ତୁ ପରମେଶ୍ୱର, ଭଲ କାମ କରୁଥିବା ପ୍ରତ୍ୟେକ ଲୋକକୁ ଗୌରବ, ସମ୍ମାନ ଓ ଶାନ୍ତି ପ୍ରଦାନ କରିବେ। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ୟ। 11 ପରମେଶ୍ୱର ପ୍ରତ୍ୟେକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ୟାୟବିଗ୍ଭର କରନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center