Revised Common Lectionary (Semicontinuous)
9 ହେ ସଦାପ୍ରଭୁ, ତୁମ୍ଭ ବିଷୟରେ ମୁଁ ନୂତନ ଗୀତ ଗାନ କରିବି।
ଦଶତାର ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।
10 ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ।
ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖଡ଼୍ଗର ସମ୍ମୁଖରୁ ଉଦ୍ଧାର କର।
11 ମୋତେ ସେହି ବିଦେଶୀଙ୍କଠାରୁ ରକ୍ଷା କର।
ସେହି ଶତ୍ରୁମାନେ ମିଥ୍ୟାବାଦୀ,
ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।
12 ଆମ୍ଭର ପୁତ୍ରଗଣ ସେହି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି।
ଆମ୍ଭମାନଙ୍କ କନ୍ୟାଗଣ ରାଜପ୍ରାସାଦର ଖୋଦିତ କୋଣର ଖମ୍ବ ତୁଲ୍ୟ ହୁଅନ୍ତୁ।
13 ଆମ୍ଭମାନଙ୍କର ଭଣ୍ଡାର
ସର୍ବପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହେଉ।
ଆମ୍ଭମାନଙ୍କର ମେଷଗଣ ସହସ୍ର ସହସ୍ର
ଓ ଅୟୁତ ଅୟୁତ ଶାବକ ପ୍ରସବ କରନ୍ତୁ।
14 ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ୱାରା ଅଧିକ ଓଜନିଆ ହୋଇ ପଡ଼ନ୍ତୁ।
ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ।
ଆମ୍ଭମାନଙ୍କ ମଧ୍ୟରୁ କେହି ନିର୍ବାସିତ ନ ହୁଅନ୍ତୁ।
ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।
15 ସେହିପରି ଲୋକମାନେ ହେଉଛନ୍ତି ଧନ୍ୟ, ଯାହାର ଏହିଭଳି ଅଛି।
ସେହି ଲୋକମାନେ ଧନ୍ୟ ହୁଅନ୍ତୁ, ଯାହାର ପରମେଶ୍ୱର ହେଉଛନ୍ତି ସଦାପ୍ରଭୁ।
ଯିରୁଶାଲମର ସ୍ତ୍ରୀଲୋକମାନେ କହିଲେ
5 ଆପଣାର ପ୍ରେମିକର ଉପରେ ଆଉଜି ପଡ଼ି
ପ୍ରାନ୍ତରରୁ ଯିଏ ଆସୁଅଛି ସେ କିଏ?
ସେ (ସ୍ତ୍ରୀ) ତାଙ୍କୁ (ପୁ) କହିଲେ
ନାରଙ୍ଗ ବୃକ୍ଷତଳେ ମୁଁ ତୁମ୍ଭକୁ ଜଗାଇଲି।
ସେଠାରେ ତୁମ୍ଭ ମାତା ତୁମ୍ଭ ପାଇଁ ପ୍ରସବ ବେଦନାଗ୍ରସ୍ତା ହେଲେ।
ସେଠାରେ ସେ ପ୍ରସବ ବେଦନା ଗ୍ରସ୍ତା ହୋଇ ତୁମ୍ଭକୁ ପ୍ରସବ କଲେ।
6 ତୁମ୍ଭେ ମୋତେ ମୋହର ତୁଲ୍ୟ ଆପଣା ହୃଦୟରେ,
ବାହୁଟି ତୁଲ୍ୟ ଆପଣା ବାହୁରେ ଧାରଣ କର।
କାରଣ ପ୍ରେମ ମୃତ୍ୟୁ ପରି ଶକ୍ତିଶାଳୀ ଅଟେ।
ହୃଦୟର ଦହନ କବର ପରି ଦୃଢ଼ ଅଟେ।
ଏହାର ଶିଖା ଏକ ଜଳନ୍ତା ନିଆଁ ପରି
ଏବଂ ଏହା ଏକ ବିରାଟ ନିଆଁରେ ପରିଣତ ହୋଇପାରେ।
7 ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ।
କିଅବା ବନ୍ୟା ତାହା ବୁଡ଼ାଇ ନ ପାରେ।
ଯେବେ କେହି ଆପଣାର ସର୍ବସ୍ୱ ବଦଳରେ ପ୍ରେମ କିଣିବା ପାଇଁ ଚେଷ୍ଟା କରେ,
ତେବେ ସେ ଲୋକ ସମସ୍ତଙ୍କ ଦ୍ୱାରା ତୁଚ୍ଛୀକୃତ ହେବ।
9 ଯୀଶୁ ପୁଣି ସେମାନଙ୍କୁ କହିଲେ, “ନିଜ ପରମ୍ପରା ପାଳନ କରିବା ପାଇଁ ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ତ୍ୟାଗ କରି ଦେଇ ନିଜକୁ ଚତୁର ବୋଲି ଭାବୁଛ। 10 ମୋଶା କହିଥିଲେ, ‘ତୁମ୍ଭେ ତୁମ୍ଭ ବାପା-ମାଙ୍କୁ ସମ୍ମାନ କର’। [a] ସେ ମଧ୍ୟ କହିଥିଲେ, ‘ଯେଉଁ ଲୋକ ନିଜ ବାପା-ମାଙ୍କୁ ଖରାପ କଥା କହେ, ତାକୁ ମାରି ଦିଆଯିବା ଉଚିତ୍’। [b] 11 କିନ୍ତୁ ତୁମ୍ଭେମାନେ ଉପଦେଶ ଦେଉଛ ଯେ, ଜଣେ ଲୋକ ତା’ର ବାପାମାଙ୍କୁ କହି ପାରିବ, ‘ମୋର ଯେଉଁ ପଦାର୍ଥଟିରେ ତୁମ୍ଭର ଲାଭ ହୋଇ ପାରିଥା’ନ୍ତା, ସେହି ପଦାର୍ଥ ମୁଁ ତୁମ୍ଭ ପାଇଁ ବ୍ୟବହାର କରି ପାରିବି ନାହିଁ, କାରଣ ତାହା ମୁଁ ପରମେଶ୍ୱରଙ୍କୁ ସମର୍ପଣ କରିବି।’ 12 ଏହିଭଳି ସେହି ଲୋକକୁ ତା’ର ବାପାମାଙ୍କ ପାଇଁ କିଛି କରିବା ପାଇଁ ତୁମ୍ଭେମାନେ ଅନୁମତି ଦେଉ ନାହଁ। 13 ନିଜ ନିୟମ ପାଳିବା ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରି ତୁମ୍ଭେମାନେ ଲୋକମାନଙ୍କୁ ତାହା ପାଳିବାକୁ ଉପଦେଶ ଦେଉଛ। ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ପାଳିବା ମହତ୍ତ୍ୱପୂର୍ଣ୍ଣ ନୁହେଁ ବୋଲି ଉପଦେଶ ଦେଇ ତାହା ଏଡ଼େଇ ଦେଉଛ। ଏହିଭଳି ଅନେକ କାମ ତୁମ୍ଭେମାନେ କରୁଛ।”
14 ଯୀଶୁ ଲୋକମାନଙ୍କୁ ପୁଣି ପାଖକୁ ଡାକିଲେ। ସେ କହିଲେ ପ୍ରତ୍ୟେକ ଲୋକ ମୋର କଥା ଶୁଣ ଓ ବୁଝ। 15 ଏଭଳି କୌଣସି ବସ୍ତୁ ନାହିଁ, ଯାହା ବାହାରୁ ମନୁଷ୍ୟ ଭିତରକୁ ପ୍ରବେଶ କରି ତାକୁ ଅଶୁଦ୍ଧ କରି ପକାଇବ। ବରଂ ଯେଉଁ ବସ୍ତୁ ମନୁଷ୍ୟର ଭିତରୁ ବାହାରି ଥାଏ, ତାହା ହିଁ ତାକୁ ଅଶୁଦ୍ଧ କରିପାରେ।’’ 16 [c]
17 ତା’ପରେ ଯୀଶୁ ଲୋକମାନଙ୍କୁ ଛାଡ଼ି ଘର ଭିତରକୁ ଗଲେ। ଶିଷ୍ୟମାନେ ତାହାଙ୍କୁ ଏ ଦୃଷ୍ଟାନ୍ତ କଥା ବିଷୟରେ ପଗ୍ଭରିଲେ। 18 ଯୀଶୁ କହିଲେ, “ତୁମ୍ଭେମାନେ ମଧ୍ୟ, ଅନ୍ୟମାନଙ୍କ ଭଳି କ’ଣ ବୁଝି ପାରିଲ ନାହିଁ? ତୁମ୍ଭେମାନେ କ’ଣ ବୁଝି ପାରୁ ନ ଯେ, ଲୋକର ଭିତରକୁ ବାହାରୁ କୌଣସି ବସ୍ତୁ ଗଲେ ତାହା ସେହି ଲୋକକୁ ଦୂଷିତ କରିପାରେ ନାହିଁ। 19 କାରଣ ଖାଦ୍ୟ ତା’ର ହୃଦୟକୁ ନ ଯାଇ ପେଟ ଭିତରକୁ ଯାଏ ଓ ପୁଣି ମଳ ଆକାରରେ ବାହାରକୁ ବାହାରି ଯାଏ।” ଏହା କହି ଯୀଶୁ ସମସ୍ତ ଖାଦ୍ୟ-ପଦାର୍ଥ ଯେ ଶୁଦ୍ଧ ଅଟେ, ଏହା ପ୍ରମାଣିତ କଲେ।
20 ସେ ପୁଣି କହିଲେ, “ମନୁଷ୍ୟର ଭିତରୁ ଯାହା ବାହାରକୁ ଆସେ, ତାହା ତାହାକୁ ଅଶୁଦ୍ଧ କରିଥାଏ। 21 ମନୁଷ୍ୟ ଭିତରେ, ତା’ର ମନରେ, ଏହିସବୁ ଖରାପ ଜିନିଷ ଜନ୍ମ ଦିଏ, ମନ୍ଦ ବିଗ୍ଭର, ଯୌନଗତ ପାପ, ଗ୍ଭେରି, ହତ୍ୟା। 22 ବ୍ୟଭିଗ୍ଭର, ଲାଳସା ବା ଲୋଭ, ଦୁଷ୍ଟାତ୍ମା, ମନ୍ଦକାମ କରିବା, ପ୍ରବଞ୍ଚନା, ଈର୍ଷା, ଚୁଗୁଲି, ଅହଙ୍କାର ଏବଂ ମୂର୍ଖତା। 23 ଏହିସବୁ ଖରାପ ଜିନିଷ ମନୁଷ୍ୟର ଭିତରୁ ବାହାରକୁ ଆସିଥାଏ। ଏଗୁଡ଼ିକ ମନୁଷ୍ୟକୁ ଅଶୁଦ୍ଧ କରିପକାଏ।”
2010 by World Bible Translation Center