Revised Common Lectionary (Semicontinuous)
9 ହେ ସଦାପ୍ରଭୁ, ତୁମ୍ଭ ବିଷୟରେ ମୁଁ ନୂତନ ଗୀତ ଗାନ କରିବି।
ଦଶତାର ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।
10 ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ।
ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖଡ଼୍ଗର ସମ୍ମୁଖରୁ ଉଦ୍ଧାର କର।
11 ମୋତେ ସେହି ବିଦେଶୀଙ୍କଠାରୁ ରକ୍ଷା କର।
ସେହି ଶତ୍ରୁମାନେ ମିଥ୍ୟାବାଦୀ,
ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।
12 ଆମ୍ଭର ପୁତ୍ରଗଣ ସେହି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି।
ଆମ୍ଭମାନଙ୍କ କନ୍ୟାଗଣ ରାଜପ୍ରାସାଦର ଖୋଦିତ କୋଣର ଖମ୍ବ ତୁଲ୍ୟ ହୁଅନ୍ତୁ।
13 ଆମ୍ଭମାନଙ୍କର ଭଣ୍ଡାର
ସର୍ବପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହେଉ।
ଆମ୍ଭମାନଙ୍କର ମେଷଗଣ ସହସ୍ର ସହସ୍ର
ଓ ଅୟୁତ ଅୟୁତ ଶାବକ ପ୍ରସବ କରନ୍ତୁ।
14 ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ୱାରା ଅଧିକ ଓଜନିଆ ହୋଇ ପଡ଼ନ୍ତୁ।
ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ।
ଆମ୍ଭମାନଙ୍କ ମଧ୍ୟରୁ କେହି ନିର୍ବାସିତ ନ ହୁଅନ୍ତୁ।
ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।
15 ସେହିପରି ଲୋକମାନେ ହେଉଛନ୍ତି ଧନ୍ୟ, ଯାହାର ଏହିଭଳି ଅଛି।
ସେହି ଲୋକମାନେ ଧନ୍ୟ ହୁଅନ୍ତୁ, ଯାହାର ପରମେଶ୍ୱର ହେଉଛନ୍ତି ସଦାପ୍ରଭୁ।
ସେ (ସ୍ତ୍ରୀ) କହିଲେ
2 ମୁଁ ନିଦ୍ରିତା ଥିଲି,
ମାତ୍ର ମୋର ହୃଦୟ ଜାଗ୍ରତ ଥିଲା।
ଏତ ମୋ’ ପ୍ରିୟତମଙ୍କ ରବ।
ସେ ଦ୍ୱାରରେ ଆଘାତ କରି କହୁଛନ୍ତି,
“ଆଗୋ ମୋର ଭଗିନୀ, ମୋର ପ୍ରିୟେ,
ମୋର କପୋତୀ, ମୋହର ଶୁଦ୍ଧମତି ମୋ’ ପାଇଁ ଦ୍ୱାର ଫିଟାଅ।
କାରଣ ମୋର ମସ୍ତକ ଶିଶିରରେ ମୋହର କେଶ ରାତ୍ରିର ଜଳ ବିନ୍ଦୁରେ ପରିପୂର୍ଣ୍ଣ।”
3 “ମୁଁ ଆପଣା ବସ୍ତ୍ର କାଢ଼ି ପକାଇଛି।
ମୁଁ ତାକୁ ଆଉ ପିନ୍ଧିବାକୁ ଗ୍ଭହୁଁ ନାହିଁ।
ମୁଁ ମୋର ପାଦ ଧୌତ କରିଅଛି,
ମୁଁ ସେଗୁଡ଼ିକୁ ମଇଳା କରିବା ପାଇଁ ଗ୍ଭହୁଁ ନାହିଁ।”
4 ମୋ’ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହାତ ଥୋଇଲେ,
ତହିଁରେ ମୋର ହୃଦୟ ତାହାଙ୍କ ପାଇଁ ଉଚ୍ଚାଟ ହେଲା।
5 ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇବାକୁ ଉଠିଲି,
କିଳଣୀର ବେଣ୍ଟ ଉପରେ ମୋର ହସ୍ତରୁ ଗନ୍ଧରସ
ଓ ମୋ’ ଅଙ୍ଗୁଳିରୁ
ଦ୍ରବ ଗନ୍ଧରସ କ୍ଷରିଲା।
6 ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି।
ମାତ୍ର ମୋହର ପ୍ରିୟତମ ସେ ସ୍ଥାନରୁ ଗ୍ଭଲି ଯାଇଥିଲେ।
ମୋର ଆତ୍ମା ମୋତେ ଛାଡ଼ିଗଲା,
ଯେତେବେଳେ ସେ କହିଲେ।
ମୁଁ ତାହାଙ୍କୁ ଖୋଜିଲି ମାତ୍ର ପାଇଲି ନାହିଁ।
ମୁଁ ତାହାଙ୍କୁ ଡାକିଲି, ମାତ୍ର ସେ ମୋତେ ଉତ୍ତର ଦେଲେ ନାହିଁ।
7 ନଗର ଭ୍ରମଣକାରୀ ପ୍ରହରୀମାନେ ମୋତେ ଦେଖିଲେ।
ସେମାନେ ମୋତେ ପ୍ରହାର କଲେ।
ସେମାନେ ମୋତେ କ୍ଷତବିକ୍ଷତ କଲେ।
ପ୍ରାଚୀର ରକ୍ଷକମାନେ ମୋ’ଠାରୁ ମୋହର ଆଚ୍ଛାଦନ ବସ୍ତ୍ର କାଢ଼ି ନେଇଗଲେ।
8 ଆଗୋ ଯିରୁଶାଲମର କନ୍ୟାଗଣ।
ଯେବେ ତୁମ୍ଭେମାନେ ମୋ’ ପ୍ରିୟତମଙ୍କ ଦେଖା ପାଇବ, ତେବେ ମୁଁ ତୁମ୍ଭମାନଙ୍କୁ ଶପଥ ଦେଇ କହୁଅଛି, ମୁଁ ପ୍ରେମ ପତିତା ବୋଲି ତୁମ୍ଭେ ତାଙ୍କୁ କହିବ।
ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) ଉତ୍ତର କଲେ
9 ହେ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ।
ତୁମ୍ଭର ପ୍ରେମିକ ଅନ୍ୟ ପ୍ରେମିକମାନଙ୍କ ଅପେକ୍ଷା
କିପରି ଭଲ ଅଟନ୍ତି?
ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଏହି ଶପଥ କରାଉଅଛ?
ସେ (ସ୍ତ୍ରୀ) ଉତ୍ତର କଲେ ଯିରୁଶାଲମର ଲୋକମାନଙ୍କୁ
10 ମୋହର ପ୍ରିୟତମ ଶ୍ୱେତ ଓ ରକ୍ତବର୍ଣ୍ଣ,
ଦଶ ସହସ୍ର ମଧ୍ୟରେ ପ୍ରଧାନ।
11 ତାଙ୍କର ମସ୍ତକ ଶୁଦ୍ଧ ସୁବର୍ଣ୍ଣ ତୁଲ୍ୟ।
ତାଙ୍କର କେଶ କୁଞ୍ଚିତ ଓ ଡାମରା କୁଆପରି କୃଷ୍ଣବର୍ଣ୍ଣ।
12 ତାଙ୍କର ନେତ୍ର ଯୁଗଳ ନଦୀ ନିକଟରେ ଥିବା କପୋତମାନଙ୍କ ତୁଲ୍ୟ।
ଦୁଗ୍ଧରେ ଧୌତ
ଓ ଯଥା ସ୍ଥାନରେ ସ୍ଥାପିତ।
13 ତାଙ୍କର ଗଣ୍ଡଦେଶ ସୁଗନ୍ଧି ଲତାର କିଆରି ସ୍ୱରୂପ
ସୁଗନ୍ଧି ତୃଣର ତଟ ସ୍ୱରୂପ।
ତାଙ୍କର ଓଷ୍ଠାଧର କଇଁଫୁଲ ତୁଲ୍ୟ
ତହିଁରୁ ଦ୍ରବ ଗନ୍ଧରସ ଝରେ।
14 ତାହାଙ୍କ ହସ୍ତ ଦ୍ୱୟ ବୈଦୁର୍ଯ୍ୟମଣିରେ
ଖଚିତ ସୁବର୍ଣ୍ଣ କଙ୍କଣ ତୁଲ୍ୟ।
ତାହାଙ୍କ ଶରୀର ନୀଳକାନ୍ତମଣି ମଣ୍ଡିତ
ଗଜଦନ୍ତମୟ ଶିଳ୍ପ କର୍ମ ତୁଲ୍ୟ।
15 ତାଙ୍କର ଗୋଡ଼ ଦୁଇଟି ସୁବର୍ଣ୍ଣ ମୂଳଦୁଆରେ ସ୍ଥାପିତ
ଦୁଇଟି ମାର୍ବଲର ସ୍ତମ୍ଭ ତୁଲ୍ୟ।
ତାଙ୍କର ଆକୃତି ଲିବାନୋନ୍
ଏରସ ବୃକ୍ଷ ତୁଲ୍ୟ ଉତ୍କୃଷ୍ଟ।
16 ତାହାଙ୍କ ମୁଖ ଅତ୍ୟନ୍ତ ସୁମିଷ୍ଟ ହଁ ସେ ସର୍ବୋତୋଭାବେ ମନୋହର।
ହେ ଯିରୁଶାଲମର କନ୍ୟାଗଣ,
ସେ ମୋହର ପ୍ରିୟତମ,
ସେ ମୋହର ସହୋଦର।
ଯିରୁଶାଲମର ସ୍ତ୍ରୀଲୋକମାନେ ତାଙ୍କୁ (ସ୍ତ୍ରୀ) କହନ୍ତି
6 ଆଗୋ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ।
ତୁମ୍ଭର ପ୍ରିୟତମ କୁଆଡ଼େ ଯାଇଛନ୍ତି।
ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେମନ୍ତ ଖୋଜି ପାରିବା
ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁ ଆଡ଼କୁ ଯାଇଛନ୍ତି କୁହ।
ସେ (ସ୍ତ୍ରୀ) ଉତ୍ତର କଲେ ଯିରୁଶାଲମର ସ୍ତ୍ରୀଲୋକମାନଙ୍କୁ
2 ମୋହର ପ୍ରିୟତମ ଆପଣା ଉଦ୍ୟାନକୁ
ସୁଗନ୍ଧି ଲତାର କିଆରିକୁ,
ଉଦ୍ୟାନରେ ତାଙ୍କର ପଲ ଚରାଇବାକୁ
ଓ କଇଁଫୁଲ ସଂଗ୍ରହ କରିବାକୁ ଯାଇଛନ୍ତି।
3 ମୁଁ ଆପଣା ପ୍ରିୟତମଙ୍କର ଓ ମୋ’ ପ୍ରିୟତମ ମୋହର।
ସେ ଶୋଶନ୍ ପୁଷ୍ପ ବନରେ ଆପଣା ପଲ ଚରାନ୍ତି।
19 ଜଣେ ଲୋକ ଭୁଲ୍ ନ କରିଥିଲେ ମଧ୍ୟ ସେ ଦୁଃଖ ପାଇ ପାରେ। ଯଦି ସେ ଲୋକ ପରମେଶ୍ୱରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା’ହେଲେ ପରମେଶ୍ୱର ପ୍ରସନ୍ନ ହୁଅନ୍ତି। 20 କିନ୍ତୁ ଯଦି ତୁମ୍ଭେ ଭୁଲ୍ କରିଥିବାରୁ ଦଣ୍ଡିତ ହୁଅ, ତା’ହେଲେ ସେହି ଦଣ୍ଡ ସହିଥିଲ ବୋଲି ତୁମ୍ଭେ ପ୍ରଶଂସା ପାଇବାର କୌଣସି କାରଣ ନାହିଁ। କିନ୍ତୁ ତୁମ୍ଭେ ଯଦି ଭଲ କାମ କରି, ଯାତନା ସହି ଧୈର୍ଯ୍ୟବାନ ରୁହ, ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ। 21 ଏହା କରିବାକୁ ତୁମ୍ଭେ ଆହ୍ୱାନ ପାଇଛ। ତୁମ୍ଭେ ଅନୁସରଣ କରିବା ପାଇଁ ଖ୍ରୀଷ୍ଟ ଏକ ଉଦାହରଣ ଦେଖାଇ ଦେଇଯାଇଛନ୍ତି। ସେ ଯାହା କରିଥିଲେ, ତୁମ୍ଭେ ତାହା କରିବା ଉଚିତ୍। ସେ ତୁମ୍ଭ ପାଇଁ ଯାତନା ସହି ଥିବାରୁ, ତୁମ୍ଭେ ମଧ୍ୟ କଷ୍ଟ ଭୋଗିଲା ବେଳେ ଧୈର୍ଯ୍ୟଶୀଳ ହେବା ଉଚିତ୍।
22 “ସେ କୌଣସି ପାପ କରି ନ ଥିଲେ
ଓ କୌଣସି ମିଛ କଥା ମୁହଁରେ ଉଚ୍ଚାରଣ କରି ନ ଥିଲେ।” (A)
23 ଲୋକେ ଖ୍ରୀଷ୍ଟଙ୍କୁ ମନ୍ଦ କଥା କହିଲେ, କିନ୍ତୁ ଯୀଶୁ ସେମାନଙ୍କୁ ମନ୍ଦ କଥା କହି ନାହାନ୍ତି। ଯୀଶୁ ଯାତନା ସହିଲେ, କିନ୍ତୁ ସେ ଲୋକଙ୍କୁ ଧମକ ଦେଇ କିଛି କହି ନ ଥିଲେ। ଯୀଶୁ ତାହାଙ୍କ ଯତ୍ନ ନେବା ପାଇଁ ପରମେଶ୍ୱରଙ୍କଠାରେ ନିର୍ଭରଶୀଳ ହେଲେ। 24 ପରମେଶ୍ୱର ନ୍ୟାୟ ବିଗ୍ଭର କରନ୍ତି। କ୍ରୁଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ୱଦେହରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଇ, ଯାହା ସତ୍ୟ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ। 25 ମେଣ୍ଢା ଭଳି ତୁମ୍ଭେମାନେ ଭୁଲ୍ ରାସ୍ତାରେ ଗ୍ଭଲି ଯାଇଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କର ଆତ୍ମାର ମେଷପାଳକ ଓ ରକ୍ଷକଙ୍କ ପାଖକୁ ଫେରି ଆସିଛ।
2010 by World Bible Translation Center