Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 45:1-2

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ ସ୍ୱରରେ କୋରହ ପରିବାରର ଏହା ଏକ ପ୍ରେମର ଗୀତ।

45 ସୁନ୍ଦର ଭାବନାସବୁ ମୋର ମନକୁ ଭରିଦିଏ,
    ଯେବେ ଏହିସବୁ ପଦଗୁଡ଼ିକ ରାଜାଙ୍କ ପାଇଁ କହେ।
ଏହି ଶବ୍ଦଗୁଡ଼ିକ ମୋ’ ଜିହ୍ୱାରେ ପ୍ରବାହୀତ ହୋଇଥାଏ,
    ନିପୁଣ ଲେଖକର କଲମରୁ ଆସିଲା ପରି।

ତୁମ୍ଭେ ଅନ୍ୟମାନଙ୍କଠାରୁ ଅଧିକ ସୁନ୍ଦର ଅଟ,
    ଏବଂ ତୁମ୍ଭେ ଏପରି ସୁଖଦାୟକ କଥା କୁହ,
    ସେଥିପାଇଁ ପରମେଶ୍ୱର ତୁମ୍ଭକୁ ସର୍ବଦା ଆଶୀର୍ବାଦ କରିବେ।

ଗୀତସଂହିତା 45:6-9

ପରମେଶ୍ୱର, [a] ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ବିରାଜମାନ କରିବେ।
    ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।
ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର।
    ପରମେଶ୍ୱର ତୁମ୍ଭର ବନ୍ଧୁମାନଙ୍କ ମଧ୍ୟରୁ
    ତୁମ୍ଭକୁ ରାଜା ହେବାକୁ ମନୋନୀତ କଲେ।
ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିଯୁକ୍ତ ଅଗୁରୁ ଡା‌ଲ୍‌ଚିନି ମସଲାର ବାସନା ଭାସି ଆସୁଛି।
    ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।
ତୁମ୍ଭ ବିବାହରେ ଯୋଗ ଦେଇଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି।
    ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ
    ଓ ପୋଷାକ ପିନ୍ଧି ଛିଡ଼ା ହୋଇଛନ୍ତି।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 3

ହୋଶେୟ ଗୋମରାଙ୍କୁ କ୍ରୀତଦାସ ରୂପେ ପୁନର୍ବାର କିଣନ୍ତି

ତା’ପରେ ସଦାପ୍ରଭୁ ପୁନର୍ବାର ମୋତେ କହିଲେ, “ଗୋମରର ଅନେକ ପ୍ରେମିକ ଅଛନ୍ତି। କିନ୍ତୁ ତୁମ୍ଭେ ତାଙ୍କୁ ନିଶ୍ଚିତ ଭଲପାଇ ଗ୍ଭଲ। କାରଣ ତାହା ସଦାପ୍ରଭୁଙ୍କ ପରି। ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଭଲ ପାଇ ଗ୍ଭଲନ୍ତି। କିନ୍ତୁ ସେମାନେ ଅନ୍ୟ ଦେବତାଙ୍କୁ ପୂଜାକରି ଗ୍ଭଲନ୍ତି।”

ଏହି କାରଣ ପାଇଁ ମୁଁ ଗୋମରଙ୍କୁ ପନ୍ଦର ଖଣ୍ତ ରୌପ୍ୟ ଓ ଏକ ହୋମର [a] ବାର୍ଲି ଦେଇ କିଣିଲି। ତା’ପରେ ମୁଁ ତାକୁ କହିଲି, “ତୁମ୍ଭେ ମୋ’ ସହିତ ଗୃହରେ ବହୁ ଦିନ ପର୍ଯ୍ୟନ୍ତ ରହିବ। ତୁମ୍ଭେ ବ୍ୟଭିଗ୍ଭରିଣୀ ପରି ହେବ ନାହିଁ। ତୁମ୍ଭେ ଅନ୍ୟ ସହିତ ରହିବ ନାହିଁ ଏବଂ ମୁଁ ତୁମ୍ଭର ସ୍ୱାମୀ ହେବି।”

ସେହିପରି ଭାବରେ ଇସ୍ରାଏଲର ଲୋକମାନେ ବିନା ରାଜା ଓ ନେତାରେ ଦୀର୍ଘଦିନ ଚଳିବେ। ସେମାନେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସେମାନେ ଯାଜକୀୟ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ। ତା’ପରେ ଇସ୍ରାଏଲର ଲୋକମାନେ ଫେରି ଆସିବେ। ତା’ପରେ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ରାଜା ଦାଉଦଙ୍କୁ ଖୋଜିବେ। ଶେଷଦିବସରେ, ସେମାନେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦେବାକୁ ଆସିବେ।

ଯୋହନ ଲିଖିତ ସୁସମାଗ୍ଭର 18:28-32

ଯୀଶୁଙ୍କୁ ପୀଲାତଙ୍କ ସମ୍ମୁଖକୁ ଅଣାଗଲା

28 ତା’ପରେ ସେମାନେ ଯୀଶୁଙ୍କୁ କୟାଫାଙ୍କ ଘରୁ ରୋମୀୟ ରାଜ୍ୟପାଳଙ୍କ ପ୍ରାସାଦକୁ ନେଇଗଲେ। ସେତେବେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସେମାନେ ନିଜକୁ ଅପବିତ୍ର କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ସେମାନେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଗ୍ଭହୁଁଥିଲେ। 29 ତେଣୁ ପୀଲାତ ପ୍ରାସାଦ ବାହାରେ ଯିହୂଦୀମାନଙ୍କ ପାଖକୁ ଗଲେ। ସେ ପଗ୍ଭରିଲେ, “ଏହି ଲୋକ ବିରୁଦ୍ଧରେ ତୁମ୍ଭମାନଙ୍କର ଅଭିଯୋଗ କ’ଣ?”

30 ସେମାନେ ଉତ୍ତର ଦେଲେ, “ସେ ଜଣେ ମନ୍ଦ ଲୋକ। ସେଥିପାଇଁ ଆମ୍ଭେ ତାହାକୁ ତୁମ୍ଭ ନିକଟକୁ ଆଣିଛୁ।”

31 ପୀଲାତ ଯିହୂଦୀମାନଙ୍କୁ କହିଲେ, “ତୁମ୍ଭେ ତାହାକୁ ନେଇଯାଅ ଓ ତୁମ୍ଭ ବ୍ୟବସ୍ଥା ଅନୁସାରେ ତାହାର ବିଗ୍ଭର କର।”

ଯିହୂଦୀମାନେ କହିଲେ, “କିନ୍ତୁ ଆପଣଙ୍କର ଆଇନ ଅନୁସାରେ ଆମ୍ଭେ କାହାକୁ ମୃତ୍ୟୁଦଣ୍ଡ ଦେଇ ପାରିବୁ ନାହିଁ।” 32 ଏହା ଦ୍ୱାରା ସେ କିପରି ମରିବେ, ସେ ବିଷୟରେ ଯୀଶୁଙ୍କର ବାଣୀ ସତ୍ୟ ହେଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center