Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:145-176

କଫ

145 ହେ ସଦାପ୍ରଭୁ, ମୁଁ ହୃଦୟ ସହକାରେ ତୁମ୍ଭକୁ ପ୍ରାର୍ଥନା କରେ।
    ମୋତେ ଉତ୍ତର ଦିଅ! ମୁଁ ତୁମ୍ଭର ନିୟମସବୁ ଅନୁସରଣ କରିବି।
146 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡାକ ପକାଉଛି,
    ମୋତେ ରକ୍ଷା କର, ଏବଂ ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିବି।
147 ମୁଁ ପ୍ରଭାତରୁ ଉଠିଲି ଏବଂ ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
    ମୁଁ ତୁମ୍ଭ ବାକ୍ୟରେ ଭରସା କରେ।
148 ମୁଁ ତୁମ୍ଭର ପ୍ରତିଜ୍ଞା ଧ୍ୟାନ କରିବା ପାଇଁ
    ରାତ୍ରି ଉଜାଗର ରହିଲି।
149 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ସହକାରେ ମୋର ପ୍ରାର୍ଥନା ଶୁଣ।
    ତୁମ୍ଭ ଶାସନ ଦ୍ୱାରା ମୋତେ ବଞ୍ଚିବାକୁ ଦିଅ।
150 ମନ୍ଦ ଯୋଜନା ସହିତ ଲୋକମାନେ ମୋତେ ଆକ୍ରମଣ କରିବା ପାଇଁ ମୋ’ ପାଖକୁ ଆସନ୍ତି।
    ସେମାନେ ତୁମ୍ଭର ଶିକ୍ଷାଠାରୁ ବହୁ ଦୂରରେ।
151 ହେ ସଦାପ୍ରଭୁ, ତୁମ୍ଭେ ମୋର ନିକଟବର୍ତ୍ତୀ।
    ତୁମ୍ଭର ଆଦେଶ ସକଳ ଭରସା ଯୋଗ୍ୟ।
152 ବହୁତ ଦିନ ପୂର୍ବରୁ ମୁଁ ଜାଣେ ଯେ, ତୁମ୍ଭର ଶାସନ ଅଛି।
    ମୁଁ ଜାଣେ ଯେ, ତୁମ୍ଭେ ସେମାନଙ୍କୁ ଅନନ୍ତକାଳ ପାଇଁ ଶେଷ କରିପକାଇଲ।

ରେଶ୍

153 ହେ ସଦାପ୍ରଭୁ, ମୋର ଯନ୍ତ୍ରଣାକୁ ଦେଖ ଓ ମୋତେ ଉଦ୍ଧାର କର।
    କାରଣ ମୁଁ ତୁମ୍ଭର ଶିକ୍ଷାମାନ ଭୁଲି ନାହିଁ।
154 ହେ ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଷ୍ପତ୍ତି କର ଏବଂ ମୋତେ ରକ୍ଷା କର।
    ତୁମ୍ଭର ପ୍ରତିଜ୍ଞାନୁସାରେ ମୋତେ ବଞ୍ଚିବାକୁ ଦିଅ।
155 ଦୁଷ୍ଟଗଣ କେବେ ବିଜୟୀ ହେବେ ନାହିଁ।
    କାରଣ ସେମାନେ ତୁମ୍ଭର ବ୍ୟବସ୍ଥା ଅନୁସରଣ କରନ୍ତି ନାହିଁ।
156 ହେ ସଦାପ୍ରଭୁ, ତୁମ୍ଭେ ମହାନ ଦୟାଳୁ।
    ତୁମ୍ଭର ଶାସନ ନିୟମାନୁସାରେ କାମ କର ଓ ମୋତେ ବଞ୍ଚିବାକୁ ଦିଅ।
157 ମୋତେ କଷ୍ଟ ଦେବାକୁ ଚେଷ୍ଟା କରନ୍ତି, ସେହିପରି ମୋର ବହୁତ ଶତ୍ରୁ ଅଛନ୍ତି,
    କିନ୍ତୁ ମୁଁ ତୁମ୍ଭର ବାକ୍ୟରୁ ବିଚ୍ୟୁତ ହୋଇ ନାହିଁ।
158 ମୁଁ ବିଶ୍ୱାସଘାତକମାନଙ୍କୁ ଦେଖେ।
    ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ।
    ମୁଁ ସେମାନଙ୍କୁ ଘୃଣାକରେ।
159 ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶସବୁ ପାଳନ କରିବା ପାଇଁ କଠିନ ଚେଷ୍ଟା କରୁଛି।
    ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋତେ ବଞ୍ଚିବାକୁ ଦିଅ।
160 ଆରମ୍ଭରୁ ତୁମ୍ଭର ସମୁଦାୟ ବାକ୍ୟ ଭରସା ଯୋଗ୍ୟ
    ଓ ତୁମ୍ଭର ସବୁ ଧର୍ମମୟ ବ୍ୟବସ୍ଥା ନିତ୍ୟସ୍ଥାୟୀ ପାଇଁ ସୁନ୍ଦର ହୋଇ ରହିବ।

ଶିନ୍

161 ସଦାପ୍ରଭୁ ଶକ୍ତିଶାଳୀ ଅଧିପତିମାନେ ବିନା କାରଣରେ ମୋତେ ଆକ୍ରମଣ କରନ୍ତି।
    କିନ୍ତୁ ମୁଁ କେବଳ ତୁମ୍ଭର ବାକ୍ୟକୁ ଭୟ ଓ ସମ୍ମାନ କରେ।
162 ତୁମ୍ଭର ପ୍ରତିଜ୍ଞା ମୋତେ ଆନନ୍ଦ ଦିଏ,
    ଯେପରି ଜଣେ ବ୍ୟକ୍ତି ବହୁତ ଲୁଟ୍ ଧନ ପାଇବା ପରେ ଖୁସୀ ହୁଏ।
163 ମୁଁ ମିଥ୍ୟାକୁ ଘୃଣା କରେ ଓ ଏହାକୁ ଅଶ୍ରଦ୍ଧା କରେ।
    ମାତ୍ର ମୁଁ ତୁମ୍ଭ ଶିକ୍ଷାସବୁ ସ୍ନେହ କରେ।
164 ତୁମ୍ଭର ଯଥାର୍ଥ ବିଗ୍ଭର ପାଇଁ,
    ମୁଁ ଦିନରେ ସାତଥର ତୁମ୍ଭର ପ୍ରଶଂସା କରେ।
165 ଯେଉଁ ବ୍ୟକ୍ତି ତୁମ୍ଭର ଶିକ୍ଷାକୁ ଭଲ ପାଏ, ସେ ଶାନ୍ତି ପାଇବ।
    ତାକୁ କୌଣସି ବସ୍ତୁ ପକେଇ ପାରିବ ନାହିଁ।
166 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ ଅଛି, ମୋତେ ରକ୍ଷା କର।
    ମୁଁ ତୁମ୍ଭର ଆଦେଶସବୁ ପାଳନ କଲି।
167 ମୁଁ ତୁମ୍ଭର ବାକ୍ୟକୁ ଅନୁସରଣ କରିଅଛି।
    ଏବଂ ସେଗୁଡ଼ିକୁ ବହୁଳ ପରିମାଣରେ ଭଲ ପାଏ।
168 ମୁଁ ତୁମ୍ଭର ନିୟମ ଓ ନିର୍ଦ୍ଦେଶ ପାଳନ କରିଅଛି।
    ତୁମ୍ଭେ ସବୁ ଜାଣ, ଯାହା ମୁଁ କରିଅଛି।

ତୌ

169 ହେ ସଦାପ୍ରଭୁ, ମୋର ସାହାଯ୍ୟ ପାଇଁ କାକୂକ୍ତି ଶୁଣ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ବୁଦ୍ଧିମାନ କର।
170 ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ।
    ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ରକ୍ଷା କର।
171 ମୁଁ ତୁମ୍ଭର ପ୍ରଶଂସା ଗାନ କରିବି।
    କାରଣ ତୁମ୍ଭେ ଆପଣା ବ୍ୟବସ୍ଥାମାନ ମୋତେ ଶିଖାଇଅଛ।
172 ସଦାପ୍ରଭୁ, ମୁଁ ତୁମ୍ଭର ପ୍ରତିଜ୍ଞା ବିଷୟରେ ଗାନ କରିବି।
    କାରଣ ତୁମ୍ଭର ବ୍ୟବସ୍ଥାମାନ ଉତ୍ତମ।
173 ତୁମ୍ଭର ନିର୍ଦ୍ଦେଶ ଗୁଡ଼ିକୁ ମାନିବା ପାଇଁ ମୁଁ ମନୋନୀତ କରିଅଛି।
    ତେଣୁ ମୋର ସାହାଯ୍ୟ ପାଇଁ ବାହାରି ଆସ।
174 ହେ ସଦାପ୍ରଭୁ, ମୁଁ ଗ୍ଭହେଁ ତୁମ୍ଭେ ମୋତେ ରକ୍ଷା କର।
    ତୁମ୍ଭର ଶିକ୍ଷାସବୁ ମୋତେ ଉଲ୍ଲାସ ପ୍ରଦାନ କରେ।
175 ମୋତେ ବଞ୍ଚିବାକୁ ଦିଅ, ଯେପରିକି ମୁଁ ତୁମ୍ଭକୁ ପ୍ରଶଂସା କରିପାରେ।
    ତୁମ୍ଭର ବ୍ୟବସ୍ଥା ମୋର ସହାୟ ହେଉ।
176 ମୁଁ ହଜି ଯାଇଥିବା ମେଷପରି, ଏଣେତେଣେ ବୁଲୁଅଛି,
    ହେ ସଦାପ୍ରଭୁ, ଆପଣା ଦାସକୁ ଖୋଜ।
    କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶୋରି ନାହିଁ।

ଗୀତସଂହିତା 128-130

ଆରୋହଣ ଗୀତ।

128 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି, ସେମାନଙ୍କର ପ୍ରତ୍ୟେକ ବ୍ୟକ୍ତି ଧନ୍ୟ
    ଓ ସଦାପ୍ରଭୁଙ୍କର ପଥରେ ଗ୍ଭଲନ୍ତି।

ତୁମ୍ଭେ ଆପଣା ହସ୍ତକୃତ ପରିଶ୍ରମର ଫଳ ଭୋଗ କରିବ।
    ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ।
ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ୟ ହେବ।
    ତୁମ୍ଭର ସନ୍ତାନମାନେ ତୁମ୍ଭ ମେଜର ଗ୍ଭରିଆଡ଼େ ଜୀତବୃକ୍ଷର ଗ୍ଭରାପରି ହେବେ।
ଯିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେବ।
ସଦାପ୍ରଭୁ ସିୟୋନରୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
    ଆଉ ଯିରୁଶାଲମ ସୁଖସମୃଦ୍ଧିକୁ ତୁମ୍ଭେ ସାରା ଜୀବନରେ ଅଂଶିଦାର ହୁଅ।
ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖି ପାର।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ଏକ ଆରୋହଣ ସଙ୍ଗୀତ।

129 ମୋର ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କଲେ।
    ଇସ୍ରାଏଲ, ଏହାକୁ ଆଉଥରେ କୁହ।
ମୋ’ ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କରିଛନ୍ତି।
    କିନ୍ତୁ ସେମାନେ କେବେ ମୋତେ ପରାସ୍ତ କରି ପାରିଲେ ନାହିଁ।
ସେମାନେ ମୋ’ ପିଠିରେ ଗଭୀର କ୍ଷତ ହେବା ପର୍ଯ୍ୟନ୍ତ ଆଘାତ କରନ୍ତି।
    ମୋର ପିଠି ହଳ କରା ପଡ଼ିଆ ପରି ଜଣାଗଲା।
କିନ୍ତୁ ସଦାପ୍ରଭୁ ଯିଏ ଯାହା ଠିକ୍ କରନ୍ତି, ସେହି ରଜ୍ଜୁ କାଟି ପକାଇଲେ
    ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ।
ଯେଉଁ ଲୋକମାନେ ସିୟୋନକୁ ଘୃଣା କରନ୍ତି, ସେମାନେ ଲଜ୍ଜିତ ହୁଅନ୍ତୁ।
    ସେମାନେ ଅଟକି ଯାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।
ସେମାନେ ଗୃହର ଛାତ ଉପରିସ୍ଥ
    ତୃଣତୁଲ୍ୟ ବଢ଼ିବା ପୂର୍ବରୁ ଶୁଖି ଯାଆନ୍ତୁ।
ଯେପରି ‌‌କଟାଳୀ ତା’ର ହେଳାପୂର୍ଣ୍ଣ କରିପାରେ ନାହିଁ।
    ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ,
    “ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ!
    କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।”

ଏକ ଆରୋହଣ ଗୀତ।

130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
    ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
    ସାହାଯ୍ୟ ପାଇଁ ମୋର ଡାକ ଶୁଣ।
ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
    ତେବେ କେହି ବଞ୍ଚିବେ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
    ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।

ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
    ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
    ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
    ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
    ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
    ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା’ର ସମସ୍ତ ପାପରୁ ମୁକ୍ତ କରିବେ।

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 18:19-23

ଯୋୟାବଙ୍କର ସମ୍ବାଦ ଦାଉଦଙ୍କ ପାଖକୁ

19 ଏହା ପରେ ସାଦୋକର ପୁତ୍ର ଅହୀମାସ ଯୋୟାବଙ୍କୁ କହିଲେ, “ମୁଁ ଧାଇଁବି ଏବଂ ରାଜାଙ୍କୁ କହିବି ଯେ, ସଦାପ୍ରଭୁ ତାଙ୍କର ଶତ୍ରୁମାନଙ୍କୁ ଧ୍ୱଂସ କରିଛନ୍ତି।”

20 ଯୋୟାବ ଉତ୍ତରରେ ଅହୀମାସକୁ କହିଲେ, “ନାଁ, ତୁମ୍ଭେ ଏ ସମ୍ବାଦ ଦାଉଦଙ୍କ ପାଖକୁ ନେଇ ଯିବ ନାହିଁ। ତୁମ୍ଭେ ଏ ସମ୍ବାଦ ଅନ୍ୟ ସମୟରେ ନେଇଯିବ। କିନ୍ତୁ ଆଜି ନେବ ନାହିଁ। କାରଣ ରାଜାଙ୍କର ପୁତ୍ର ମରିଅଛି।”

21 ଏହା ପରେ ଯୋୟାବ କୂଶୀୟରୁ ଆସିଥିବା ଲୋକକୁ କହିଲେ, “ତୁମ୍ଭେ ଯାଅ, ଆଉ ଯାହା ଦେଖିଛ ତାହା ରାଜାଙ୍କୁ କୁହ।”

ତେଣୁ କୂଶୀୟ ତାଙ୍କୁ ପ୍ରଣାମ କରି ଦାଉଦଙ୍କ ନିକଟକୁ କହିବାକୁ ଦୌଡ଼ିଲା।

22 କିନ୍ତୁ ସାଦୋକର ପୁତ୍ର ଅହୀମାସ ପୁନର୍ବାର ଯୋୟାବକୁ ଅନୁରୋଧ କଲା, “ଯାହା ହେଉନା ପଛେ, ମୋତେ ମଧ୍ୟ ସେଇ କୂଶୀୟମାନଙ୍କ ପଛରେ ଦାଉଦଙ୍କ ଆଡ଼କୁ ଧାଇଁବାକୁ ଦିଅ।”

ଯୋୟାବ କହିଲେ, “ମୋ’ ପୁତ୍ର, ତୁମ୍ଭେ କାହିଁକି ଏ ଖବର ନେବାକୁ ଇଚ୍ଛା କର? ଏହା ପାଇଁ କୌଣସି ପୁରସ୍କାର ପାଇବ ନାହିଁ।”

23 ଅହୀମାସ ଉତ୍ତର ଦେଲା, “ଯାହା ହେଉନା କାହିଁକି ମୁଁ ଯିବି।”

ତହିଁରେ ଯୋୟାବ ତାକୁ କହିଲେ, “ଠିକ୍ ଅଛି, ତୁମ୍ଭେ ଦାଉଦଙ୍କ ନିକଟକୁ ଦୌଡ଼।”

ଏହା ପରେ ଅହୀମାସ ଯର୍ଦ୍ଦନ ଉପତ୍ୟକା ଦେଇ କୂଶୀୟକୁ ଅତିକ୍ରମ କରିଗଲା।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 23:23-35

ପାଉଲଙ୍କୁ କାଇସରୀଆକୁ ସ୍ଥାନାନ୍ତରିତ

23 ସେନାଧ୍ୟକ୍ଷ ଦୁଇଜଣ ସେନାପତିଙ୍କୁ ଡାକି କହିଲେ, “ଆଜି ରାତି ନ’ଟା ବେଳେ କାଇସରୀଆକୁ ଯିବା ପାଇଁ 200 ପଦାତିକ ସୈନ୍ୟ, 70 ଜଣ ଅଶ୍ୱାରୋହୀ, 200 ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର। 24 ନିରାପଦରେ ଯିବା ପାଇଁ କେତେକ ଘୋଡ଼ାକୁ ପାଉଲଙ୍କ ପାଇଁ ପ୍ରସ୍ତୁତ କର ଓ ରାଜ୍ୟପାଳ ଫେଲୀ‌କ୍‌ସଙ୍କ ପାଖରେ ଉପସ୍ଥିତ କରାଅ।” 25 ସେନାଧ୍ୟକ୍ଷ ରାଜ୍ୟପାଳଙ୍କୁ ଗୋଟିଏ ପତ୍ର ଲେଖିଲେ, ପତ୍ରର ମର୍ମ ହେଲା;

26 “ମହାମହିମ ରାଜ୍ୟପାଳ ଫେଲୀ‌କ୍‌ସଙ୍କୁ

କ୍ଳାଉଦିଅ ଲୂସିୟାଙ୍କର ନମସ୍କାର।

27 ଯିହୂଦୀମାନେ ଏହି ଲୋକକୁ ଧରି ନେଇ ହତ୍ୟା କରିବା ପାଇଁ ଚେଷ୍ଟା କରୁଥିଲେ। ମୁଁ ଘଟଣା ସ୍ଥଳରେ ସୈନ୍ୟମାନଙ୍କ ସହିତ ପହଞ୍ଚିଲି ଓ ତାହାଙ୍କୁ ରକ୍ଷା କଲି। ମୁଁ ଜାଣିବାକୁ ପାଇଲି ସେ ଜଣେ ରୋମୀୟ ନାଗରିକ। 28 ମୁଁ ଏହି ଲୋକକୁ ସେମାନଙ୍କର ମହାସଭାକୁ ନେଇ ତାହା ବିରୁଦ୍ଧରେ ଥିବା ଅଭିଯୋଗ ଜାଣିବାକୁ ଗ୍ଭହୁଁଥିଲି। 29 ତା’ପରେ ମୁଁ ଜାଣିବାକୁ ପାଇଲି ଯେ, ସେ ସେମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିଷୟ ଗୁଡ଼ିକରେ ଅଭିଯୁକ୍ତ ହୋଇଛି। କିନ୍ତୁ ସେ କାରାଦଣ୍ଡ ବା ପ୍ରାଣଦଣ୍ଡ ପାଇବାର କୌଣସି ଦୋଷ କରି ନାହିଁ। 30 ହଠାତ୍ ମୁଁ ତାକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିବାର ଖବର ପାଇଲି। ତେଣୁ ମୁଁ ତାକୁ ସଙ୍ଗେ ସଙ୍ଗେ ଆପଣଙ୍କ ନିକଟକୁ ପଠାଇଲି। ମୁଁ ତା’ର ଅଭିଯୋଗକାରୀମାନଙ୍କୁ କହିଲି ଯେ, ସେମାନେ ଆପଣଙ୍କ ନିକଟରେ ଅଭିଯୋଗ କରନ୍ତୁ।

31 ତେଣୁ ତାହାଙ୍କ ଆଦେଶ ଅନୁସାରେ, ସୈନିକମାନେ ପାଉଲଙ୍କୁ ଧରି ନେଲେ ଏବଂ ରାତ୍ରିୀରେ ଆନ୍ତିପାତ୍ରି ନଗରକୁ ଆଣିଲେ। 32 ତହିଁ ଆରଦିନ ପାଉଲଙ୍କୁ କାଇସରୀଆରେ ପହଞ୍ଚାଇବାର ଦାୟିତ୍ୱ ଅଶ୍ୱାରୋହୀମାନଙ୍କୁ ଦେଇ ପଦାତିକ ସୈନ୍ୟମାନେ ସୈନ୍ୟ ନିବାସକୁ ଫେରି ଆସିଲେ। 33 ସେମାନେ କାଇସରୀଆରେ ପହଞ୍ଚି ରାଜ୍ୟପାଳକୁ ପତ୍ରଟି ଦେଲେ। ତା’ପରେ ସେମାନେ ପାଉଲଙ୍କୁ ତାହାଙ୍କ ହାତରେ ସମର୍ପଣ କଲେ।

34 ରାଜ୍ୟପାଳ ପତ୍ର ପଢ଼ି ପାଉଲ କେଉଁ ପ୍ରଦେଶର ଲୋକ ବୋଲି ପଗ୍ଭରିଲେ। ସେ ଜାଣିବାକୁ ପାଇଲେ ଯେ ପାଉଲ କିଲିକିଆର ଲୋକ। 35 ରାଜ୍ୟପାଳ କହିଲେ, “ତୁମ୍ଭର ଅଭିଯୋଗକାରୀମାନେ ଏଠାରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟରେ ଶୁଣିବି।” ସେ ପାଉଲଙ୍କୁ ହେରୋଦଙ୍କର ପ୍ରାସାଦରେ ରଖିବା ପାଇଁ ଆଦେଶ ଦେଲେ।

ମାର୍କ ଲିଖିତ ସୁସମାଗ୍ଭର 12:13-27

ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ ଯିହୂଦୀ ନେତାମାନଙ୍କ ଚକ୍ରାନ୍ତ(A)

13 ପରେ ଯିହୂଦୀ ନେତାମାନେ କେତେକ ଫାରୂଶୀ ଓ ହେରୋଦୀୟମାନଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରି ଫାନ୍ଦରେ ପକାଇବାକୁ ଗ୍ଭହୁଁଥିଲେ। 14 ଫାରୂଶୀ ଓ ହେରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, “ଗୁରୁ, ଆମ୍ଭେମାନେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟରେ କ’ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କେବେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ୱର ଗ୍ଭହୁଁଥିବା ଜୀବନର ମାର୍ଗ ବିଷୟରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ, କାଇସରଙ୍କୁ କର ଦେବା ଉଚିତ୍ କି ନୁହେଁ?”

15 ଯୀଶୁ ସେମାନଙ୍କ ଗ୍ଭ‌ଲ୍‌ବାଜି ବୁଝିଗଲେ। ସେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ମୋତେ ଭଲ କଥା କହି କାହିଁକି ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛ? ମୋ’ ପାଖକୁ ରୂପାଟଙ୍କାଟିଏ ଆଣ, ମୁଁ ତାକୁ ଦେଖେ।” 16 ସେମାନେ ରୂପାଟଙ୍କାଟିଏ ନେଇ ଆସିଲେ। ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ମୁଦ୍ରାଟି ଉପରେ କାହାର ଛବି ଅଙ୍କିତ ହୋଇଛି? ତା’ ଉପରେ କାହାର ନାମ ଲେଖା ଯାଇଛି?” ସେମାନେ କହିଲେ, “ଏହା କାଇସରଙ୍କ ଛବି ଓ କାଇସରଙ୍କ ନାମ।”

17 ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ଯାହା କାଇସରଙ୍କର, ତାହା କାଇସରଙ୍କୁ ଦିଅ ଓ ଯାହା ପରମେଶ୍ୱରଙ୍କର, ତାହା ପରମେଶ୍ୱରଙ୍କୁ ଦିଅ।” ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଯୀଶୁଙ୍କୁ ଫାନ୍ଦରେ ପକାଇବାକୁ କେତେକ ସାଦ୍ଦୂକୀଙ୍କର ଚକ୍ରାନ୍ତ(B)

18 ତା’ପରେ କେତେକ ସାଦ୍ଦୂକୀ ତାହାଙ୍କ ପାଖକୁ ଆସିଲେ। ସାଦ୍ଦୂକୀମାନେ ଦାବୀ କରନ୍ତି ଯେ, ମଣିଷ ମୃତ୍ୟୁପରେ ପୁନରୁ‌ତ୍‌ଥାନ ହେବ ନାହିଁ। 19 ସେମାନେ କହିଲେ, “ଗୁରୁ, ମୋଶା ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନ ଥାଇ ମରି ଯାଏ, ତେବେ ତା’ର ଭାଇ ସେହି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା’ହେଲେ ସେହି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରି ପାରିବ। 20 ଥରେ ସାତ ଭାଇ ଥିଲେ। ସବୁଠାରୁ ବଡ଼ ଭାଇ ବିବାହ କଲା। କିନ୍ତୁ କୌଣସି ପିଲାପିଲି ନ ଥାଇ ସେ ମରିଗଲା। 21 ତେଣୁ ଦ୍ୱିତୀୟ ଭାଇ ସେ ସ୍ତ୍ରୀଟିକୁ ବିବାହ କଲା। ସେ ମଧ୍ୟ କୌଣସି ପିଲାପିଲି ନ ଥାଇ ମରିଗଲା। ତୃତୀୟ ଭାଇ ପ୍ରତି ମଧ୍ୟ ତାହା ଘଟିଲା। 22 ସାତ ଜଣ ଭାଇ ସେହି ସ୍ତ୍ରୀ ଲୋକକୁ ଜଣକ ପରେ ଜଣେ ବିବାହ କଲେ ଓ ଶେଷରେ ମରିଗଲେ। ସେମାନଙ୍କ ମଧ୍ୟରୁ କାହାରି ହେଲେ କୌଣସି ପିଲାପିଲି ନ ଥିଲେ। ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା। 23 କିନ୍ତୁ ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ପୁନରୁ‌ତ୍‌ଥାନ ସମୟରେ, ସେହି ସ୍ତ୍ରୀଟି କାହାର ପତ୍ନୀ ହେବ?”

24 ଯୀଶୁ କହିଲେ, “ସବୁ ଶାସ୍ତ୍ର କ’ଣ କହେ, ପରମେଶ୍ୱରଙ୍କ ଶକ୍ତି ବିଷୟରେ ତାହା ତୁମ୍ଭେମାନେ ଜାଣି ନାହଁ କି? ତେଣୁ ତୁମ୍ଭେମାନେ ଭ୍ରମରେ ପଡ଼ିଥାଅ। 25 ଲୋକମାନେ ଯେତେବେଳେ ମୃତ୍ୟୁରୁ ପୁନରୁ‌ତ୍‌ଥାନ ହେବେ ସେତେବେଳେ କୌଣସି ବିବାହ ହେବ ନାହିଁ ସେମାନେ କେହି କାହାରିକୁ ବିବାହ କରିବେ ନାହିଁ, ବରଂ ପ୍ରତ୍ୟେକ ସ୍ୱର୍ଗଦୂତଙ୍କ ଭଳି ହୋଇଯିବେ। 26 ପୁନରୁ‌ତ୍‌ଥିତ ଲୋକଙ୍କ ବିଷୟରେ ତୁମ୍ଭେମାନେ କ’ଣ ମୋଶାଙ୍କ ପୁସ୍ତକରେ ଲିଖିତ ବୁଦାବୃତ୍ତାନ୍ତଟି ପଢ଼ି ନାହଁ? ସେଥିରେ ପରମେଶ୍ୱର ମୋଶାଙ୍କୁ କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକର ପରମେଶ୍ୱର, ଯାକୁବର ପରମେଶ୍ୱର’। [a] 27 ଯଦି ପରମେଶ୍ୱର କହିଛନ୍ତି ଯେ, ସେ ସେମାନଙ୍କର ପରମେଶ୍ୱର, ତେବେ ପ୍ରକୃତରେ ଏ ଲୋକମାନେ ମୃତ ନୁହନ୍ତି। କାରଣ ସେ ମୃତମାନଙ୍କର ପରମେଶ୍ୱର ନୁହନ୍ତି ବରଂ ସେ ଜୀବିତମାନଙ୍କର ପରମେଶ୍ୱର। ହେ ସାଦ୍ଦୂକୀମାନେ, ତୁମ୍ଭେମାନେ ବଡ଼ ଭ୍ରମରେ ପଡ଼ିଛ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center