Add parallel Print Page Options

Warnings Against False Prophets

13 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ଯେଉଁମାନେ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଭବିଷ୍ୟତବାକ୍ୟ ପ୍ରଗ୍ଭର କରନ୍ତି। ସେମାନଙ୍କୁ କୁହ, ‘ସଦାପ୍ରଭୁଙ୍କର ବାକ୍ୟ ଶୁଣ। ମୋର ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ଯେଉଁ ନିର୍ବୋଧ ଭବିଷ୍ୟ‌ଦ୍‌ବକ୍ତାମାନେ ପ୍ରକୃତ ଦର୍ଶନ ପ୍ରାପ୍ତ ନ ହୋଇ ନିଜ ନିଜ ଇଚ୍ଛାର ଅନୁସରଣ କରନ୍ତି, କିନ୍ତୁ ପ୍ରକୃତ ଦର୍ଶନ ଦେଖନ୍ତି ନାହିଁ।

“‘ହେ ଇସ୍ରାଏଲ, ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣ ଉଜଡ଼ା ସ୍ଥାନର କୋକିଶିଆଳୀ ତୁଲ୍ୟ ହୋଇଅଛନ୍ତି। ତୁମ୍ଭେମାନେ ଗଲ ନାହିଁ ଓ ଇସ୍ରାଏଲର ଚତୁର୍ପାର୍ଶ୍ୱର ଭଗ୍ନ ପ୍ରାଚୀର ତିଆରି କଲ ନାହିଁ, ଯାହା ଫଳରେ ସଦାପ୍ରଭୁଙ୍କର ସଂଗ୍ରାମରେ ଏହା ନିଜକୁ ନିଜେ ସୁରକ୍ଷା ଦେଇଥା’ନ୍ତ।

“‘ଏହି ଭଣ୍ଡ ଭବିଷ୍ୟ‌ଦ୍‌ବକ୍ତାଗଣ ମିଥ୍ୟା ଦର୍ଶନ ପାଆନ୍ତି ଓ ସେମାନଙ୍କର ଅଲୌକିକ ଶକ୍ତି ମିଥ୍ୟା ଅଟେ। ସେମାନେ କହନ୍ତି, ଏହିପରି ସଦାପ୍ରଭୁ କହନ୍ତି, କିନ୍ତୁ ସଦାପ୍ରଭୁ ସେମାନଙ୍କୁ ପଠାଇ ନ ଥିଲେ ଏବଂ ସେମାନଙ୍କ ବାକ୍ୟ ସତ୍ୟ ହେବ ବୋଲି ଲୋକମାନେ ଆଶା କରନ୍ତି।

“‘ଏହା କ’ଣ ସତ୍ୟ ନୁହେଁ, ତାହା ତୁମ୍ଭେ ମିଥ୍ୟା ଦର୍ଶନ ଓ ତୁମ୍ଭର ଅଲୌକିକ ଶକ୍ତି, ଯାହା ପ୍ରଗ୍ଭର କର, ତାହା ମିଥ୍ୟା ଅଟେ? ଏବଂ ଏପରି ତୁମ୍ଭେ କହିଛ, ସଦାପ୍ରଭୁ ଏହା କହନ୍ତି, ଯେପରି ଆମ୍ଭେ ତୁମ୍ଭକୁ ପଠାଇ ନ ଥିଲୁ?’”

ଏଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ଯେହେତୁ ତୁମ୍ଭେମାନେ ମିଥ୍ୟା କଥା କହିଅଛ ଓ ମିଥ୍ୟା ଦର୍ଶନ ପାଇଅଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ବିରୁଦ୍ଧରେ ଯିବା।” ସଦାପ୍ରଭୁ ମୋର ପ୍ରଭୁ ଏହା କହନ୍ତି। “ଯେଉଁ ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଦର୍ଶନ ପାଇବାର ବାହାନା କରନ୍ତି ଓ ମିଥ୍ୟା ଅଲୌକିକ ଶକ୍ତି ଘୋଷଣା କରନ୍ତି, ମୋର ହସ୍ତ ସେମାନଙ୍କ ବିରୁଦ୍ଧରେ ଯିବ, ସେମାନେ ମୋ’ ଲୋକମାନଙ୍କ ମନ୍ତ୍ରୀ ସଭାରେ ରହିବେ ନାହିଁ। ଇସ୍ରାଏଲର ପରିବାର ତାଲିକାରେ ସେମାନଙ୍କର ନାମଗୁଡ଼ିକ ତାଲିକାଭୁକ୍ତ ହେବ ନାହିଁ। ଏବଂ ଇସ୍ରାଏଲ ଦେଶରେ ସେମାନେ ପ୍ରବେଶ କରିବେ ନାହିଁ। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।

10 “ସେଠାରେ ଶାନ୍ତି ଅଛି ବୋଲି କହି ଏହି ଭବିଷ୍ୟ‌ଦ୍‌ବକ୍ତାମାନେ ଆମ୍ଭର ଲୋକମାନଙ୍କୁ ଭୁଲବାଟରେ ନେଇଛନ୍ତି, ଯେତେବେଳେ ସେଠାରେ ଶାନ୍ତି ନ ଥାଏ। ଯିଏ କି ପ୍ରାଚୀର ନିର୍ମାଣକାରୀ, ଯିଏ କି ପ୍ରାଚୀର ମରାମତି କରେ ନାହିଁ, କିନ୍ତୁ ଫାଟକୁ ପତଳା ଲେପ ଦେଇ ଆଚ୍ଛାଦନ କରିବା ପାଇଁ କେବଳ ଚେଷ୍ଟା କରନ୍ତି। 11 ଏବଂ ସେହି ଲୋକମାନଙ୍କୁ କୁହ, ଯେଉଁମାନେ ପ୍ରାଚୀରକୁ ଲେପନ କରିଛନ୍ତି, ଏହା ଭୁଷୁଡ଼ି ପଡ଼ିବ। ମୁଁ ବଡ଼ବଡ଼ କୁଆପଥର ପ୍ରବଳ ବୃଷ୍ଟି, ସହିତ ଘୂର୍ଣ୍ଣିବାୟୁ ସେହି ପ୍ରାଚୀରକୁ ଧ୍ୱଂସ କରିଦେବା ପାଇଁ ପଠାଇବି। 12 ଏବଂ କାନ୍ଥ ଯେତେବେଳେ ତଳକୁ ପଡ଼ିଯିବ, ସେତେବେଳେ ଲୋକମାନେ ଏହି ଭଣ୍ଡ ଯାଜକମାନଙ୍କୁ ପଗ୍ଭରିବେ ନାହିଁ କି, ‘ତୁମ୍ଭେମାନେ ଯାହା ଦେଇ ଲେପନ କରିଥିଲ, ସେହି ପ୍ରଲେପ କାହିଁ?’” 13 ଏଣୁ ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ପ୍ରଚଣ୍ଡ କୋପରେ ବାୟୁ ପ୍ରବାହିତ କରାଇବି। ସେଠାରେ ପ୍ରବଳ ବୃଷ୍ଟି ହେବ ଓ ବୃହତ୍ ଶିଳାବୃଷ୍ଟି ହୋଇ ତାହା ବିନଷ୍ଟ ହେବ। 14 ତୁମ୍ଭେ ଯେଉଁ ଅମିଶ୍ରିତ ମସଲାରେ କାନ୍ଥକୁ ଲେପନ କରିଅଛ ମୁଁ ତାହା ବିଦୀର୍ଣ୍ଣ କରିପକାଇବି। ମୁଁ ଏହାକୁ ଭୂମିସ୍ତର ସହିତ ସମତଳ କରି ଦେବି, ମୁଁ ଏହାର ମୂଳଦୁଆକୁ ବାହାର କରିବି। ତାହା ତୁମ୍ଭମାନଙ୍କ ଉପରେ ପଡ଼ିବ, ତହିଁରେ ତୁମ୍ଭେମାନେ ବିନଷ୍ଟ ହେବ। ଏଣୁ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ। 15 ଏହିରୂପେ ମୁଁ ସେହି କାନ୍ଥ ଉପରେ ଓ ଯେଉଁମାନେ ମିଶ୍ରିତ ମସଲାରେ ତାହା ପତଳା ଲେପନ କରିଅଛନ୍ତି, ସେମାନଙ୍କ ଉପରେ ଆପଣା କୋପ ପ୍ରକାଶ କରିବା ସମାପ୍ତ କରିବି। ତା’ପରେ ମୁଁ ତୁମ୍ଭମାନଙ୍କୁ କହିବି, ‘ସେହି କାନ୍ଥ ଓ ତାହାର ଲେପନକାରୀମାନେ ନାହାନ୍ତି।’

16 “ଇସ୍ରାଏଲର ଭବିଷ୍ୟ‌ଦ୍‌ବକ୍ତା ଯେଉଁମାନେ ଯିରୁଶାଲମ ବିଷୟରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କଲେ ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହିଛନ୍ତି।

17 ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲର ଯେଉଁ କନ୍ୟାଗଣ ଆପଣା ଆପଣା ହୃଦୟରୁ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି, ସେମାନଙ୍କ ବିରୁଦ୍ଧରେ ତୁମ୍ଭ ମୁଖ ରଖ ଓ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, 18 ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହିଛନ୍ତି, ସ୍ତ୍ରୀଲୋକମାନେ ତୁମ୍ଭକୁ ଧିକ୍, ଯେଉଁମାନେ ସମସ୍ତ ଲୋକମାନଙ୍କ ପାଇଁ କଙ୍କଣ ତିଆରି କରୁଛନ୍ତି ଓ ଯାଦୁ ଓଢ଼ଣୀ ମୁଣ୍ଡରେ ପିନ୍ଧିବା ପାଇଁ ତିଆରି କରୁଛନ୍ତି, ଲୋକମାନଙ୍କୁ ଫାଶରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି। 19 ମୁଠାଏ ବାଲି ପାଇଁ ଓ କେତେଖଣ୍ଡ ରୋଟୀ ପାଇଁ ତୁମ୍ଭେମାନେ ମୋ’ ଲୋକମାନଙ୍କ ମଧ୍ୟରେ ମୋତେ ଅପମାନିତ କଲ। ତୁମ୍ଭର ମିଥ୍ୟା ପାଇଁ ମୋର ଲୋକମାନେ ଯେଉଁମାନେ ମିଥ୍ୟା ଶୁଣିଲେ, ତୁମ୍ଭେମାନେ ଲୋକମାନଙ୍କୁ ହତ୍ୟା କରିଛ, ଯେଉଁମାନଙ୍କର ମରିବା ଉଚିତ୍ ନ ଥିଲା ଏବଂ ତୁମ୍ଭେ ସେହି ଲୋକମାନଙ୍କୁ ଛାଡ଼ି ଦେଇଛ, ଯେଉଁମାନଙ୍କର ମରିବା ଉଚିତ୍ ଥିଲା। 20 ତେଣୁ ସଦାପ୍ରଭୁ, ମୋର ପ୍ରଭୁ କହିଛନ୍ତି, ଦେଖ ତୁମ୍ଭେମାନେ ଯେଉଁ କଙ୍କଣ ଦ୍ୱାରା ଲୋକମାନଙ୍କୁ ପକ୍ଷୀଗଣ ପରି ଫାଶରେ ପକାଉଛ, ମୁଁ ତା’ର ବିରୋଧୀ ଅଟେ। ଏବଂ ମୁଁ ତୁମ୍ଭମାନଙ୍କ ହସ୍ତରୁ ସେହି କଙ୍କଣକୁ ଚିରି ପକାଇବି। ଏବଂ ଯେଉଁ ଲୋକମାନଙ୍କୁ ତୁମ୍ଭେମାନେ ଫାଶରେ ପକାଉଛ ମୁଁ ସେମାନଙ୍କୁ ମୁକ୍ତ କରିବି ଓ ସେମାନେ ମୁକ୍ତ ପକ୍ଷୀ ପରି ଉଡ଼ିଯିବେ। 21 ଏବଂ ମଧ୍ୟ ମୁଁ ତୁମ୍ଭମାନଙ୍କର ଆବରଣୀ ଚିରି ପକାଇବି ଓ ମୋ’ ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ଏବଂ ସେମାନେ ତୁମ୍ଭମାନଙ୍କ ଫାଶରେ ପଡ଼ି ଆଉ ତୁମ୍ଭମାନଙ୍କର ହସ୍ତଗତ ହେବେ ନାହିଁ। ତାହାହେଲେ ତୁମ୍ଭେମାନେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।

22 “‘କାରଣ ଯେତେବେଳେ ମୁଁ ଧାର୍ମିକମାନଙ୍କୁ ଦୟନୀୟ କରି ନାହିଁ, କିନ୍ତୁ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣ ମିଥ୍ୟା ଦ୍ୱାରା ସେମାନଙ୍କୁ ଦୁଃଖିତ କରିଛନ୍ତି। ଏବଂ ଦୁଷ୍ଟ ଲୋକମାନେ ଯେପରି ସେମାନଙ୍କର କୁପଥରୁ ନ ଫେରନ୍ତି ସେଥିପାଇଁ ତୁମ୍ଭେମାନେ ସେମାନଙ୍କୁ ଉତ୍ସାହିତ କରିଛ। 23 ତେଣୁ ତୁମ୍ଭେମାନେ ଆଉ ମିଥ୍ୟା ଦର୍ଶନ ପାଇବ ନାହିଁ। କିମ୍ବା ମନ୍ତ୍ର ପଢ଼ିବ ନାହିଁ। ଏବଂ ମୁଁ ଆପଣା ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ତେଣୁ ତୁମ୍ଭେମାନେ ତାହା ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।’”