Add parallel Print Page Options

Ezekiel Leaves Like a Captive

12 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ବିଦ୍ରୋହୀ ବଂଶ ମଧ୍ୟରେ ବାସ କରୁଅଛ। ସେମାନଙ୍କର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଯାହା ଆମ୍ଭେ ସେମାନଙ୍କ ପାଇଁ କରିଛୁ, ସେମାନେ ଦେଖି ପାରନ୍ତି ନାହିଁ। ସେମାନଙ୍କର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଆମ୍ଭର ଆଜ୍ଞାପ୍ରତି ସେମାନେ କର୍ଣ୍ଣପାତ କରନ୍ତି ନାହିଁ। କାରଣ ସେମାନେ ବିଦ୍ରୋହୀ ବଂଶ। ତେଣୁ, ହେ ମନୁଷ୍ୟ ପୁତ୍ର, ତୁମ୍ଭେ ନିର୍ବାସନ ଗଲାପରି ତୁମ୍ଭମାନଙ୍କର ସମସ୍ତ ସାମଗ୍ରୀ ସଜାଡ଼ି ଦିଅ। ଦିନ ବେଳେ ଏହା କର ଯେତେବେଳେ ସେମାନେ ତୁମ୍ଭ ଯିବାର ଦେଖି ପାରିବେ। ଯେତେବେଳେ ସେମାନେ ତୁମ୍ଭକୁ ଦେଖୁଛନ୍ତି ତୁମ୍ଭେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କିରବା ଉଚିତ୍। ତାହାହେଲେ ସେମାନେ ବିଦ୍ରୋହୀ ଲୋକ ହେଲେ ହେଁ ବୁଝିପାରିବେ।

“ତୁମ୍ଭେ ଦିନ ବେଳେ ତୁମ୍ଭମାନଙ୍କର ଗଣ୍ଠିଲିପତ୍ର ସଜାଡ଼ି ଦିଅ, ସତେ ଯେପରି ତୁମ୍ଭେମାନେ ନିର୍ବାସନକୁ ଯାଉଛ ଏବଂ ସେମାନେ ଦେଖୁଥିବା ସମୟରେ ଯିବାକୁ ପ୍ରସ୍ତୁତ ହୁଅ। ତା’ପରେ ସନ୍ଧ୍ୟା ସମୟରେ ତୁମ୍ଭେମାନେ ବହୁ ଦୂର ଦେଶକୁ ଯାଇଥିବା ପରି ଅଭିନୟ କର, ନିର୍ବାସିତ ବନ୍ଦୀମାନଙ୍କ ପରି ଏହାକୁ ଯେତେବେଳେ ସେମାନେ ଦେଖୁଛନ୍ତି। ତା’ପରେ କାନ୍ଥରେ ଗୋଟିଏ ଗାତ ଖୋଳ ଓ ତାହା ମଧ୍ୟଦେଇ ବାହାର କରି ନିଅ, ସେମାନେ ତୁମ୍ଭମାନଙ୍କୁ ଦେଖୁଥିବା ସମୟରେ। ସେମାନଙ୍କ ଉପସ୍ଥିତିରେ ତୁମ୍ଭର ଥଳିଗୁଡ଼ିକ ସୂର୍ଯ୍ୟାସ୍ତ ସମୟରେ ଆପଣା କାନ୍ଧରେ ବହନ କରି ନେଇଯିବ। ତୁମ୍ଭେ ଯେପରି ଭୂମି ନ ଦେଖି ପାରିବ, ଏଥିପାଇଁ ଆପଣା ମୁଖ ଆଚ୍ଛାଦନ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କୁ ଏକ ଚିହ୍ନ ଓ ଏକ ଉଦାହରଣ ରୂପେ ଇସ୍ରାଏଲର ଲୋକମାନଙ୍କଠାରେ ବ୍ୟବହାର କରିଛୁ।”

ତେଣୁ ମୁଁ ସେହି ଆଜ୍ଞା ପ୍ରମାଣେ କାର୍ଯ୍ୟ କଲି। ଦିନ ବେଳେ ମୁଁ ମୋର ଗଣ୍ଠିଲିପତ୍ର ସଜାଡ଼ିଲି, ସତେ ଯେପରି ନିର୍ବାସନକୁ ଯିବି। ଏବଂ ସନ୍ଧ୍ୟାବେଳେ ମୁଁ କାନ୍ଥରେ ଗୋଟିଏ ଗାତ ଖୋଳିଲି। ଏହା ମୁଁ ଅନ୍ଧାରରେ ନେଲି ଓ ସେମାନଙ୍କ ଉପସ୍ଥିତିରେ କାନ୍ଧରେ ବହିଲି।

ପରଦିନ ପ୍ରଭାତକାଳରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ କରୁଅଛ ବୋଲି ସେହି ଇସ୍ରାଏଲର ବିଦ୍ରୋହୀବଂଶ ତୁମ୍ଭକୁ ପଗ୍ଭରିଲେ କି? 10 ସେମାନଙ୍କୁ କୁହ, ସଦାପ୍ରଭୁ ସେମାନଙ୍କର ପ୍ରଭୁ, ଏହିକଥା କହିଛନ୍ତି, ଏହି ଭବିଷ୍ୟ‌ଦ୍‌ବାଣୀ ଯିରୁଶାଲମସ୍ଥ ଅଧିପତିର ଓ ଇସ୍ରାଏଲର ସମ୍ପର୍କୀୟ ଲୋକମାନଙ୍କ ମଧ୍ୟରେ ସେ ବାସ କରନ୍ତି। 11 ସେମାନଙ୍କୁ କୁହ, ‘ମୁଁ ତୁମ୍ଭମାନଙ୍କ ପାଇଁ ଏକ ଚିହ୍ନ ଓ ଉଦାହରଣ ଅଟେ। ମୁଁ ଯାହାକିଛି କଲି, ତାହା ତୁମ୍ଭମାନଙ୍କ ପ୍ରତି ଘଟିବ।’ ତୁମ୍ଭମାନଙ୍କୁ ନିର୍ବାସିତ କରାଯାଇ ବନ୍ଦୀରୂପେ ପଠାଯିବ। 12 ଏବଂ ତୁମ୍ଭର ନେତା ତା’ର ଜିନିଷପତ୍ର ତା’ କାନ୍ଧରେ ବହିବ ଏବଂ ସୂର୍ଯ୍ୟାସ୍ତ ସମୟରେ କାନ୍ଥରେ ତା’ ପାଇଁ ଖୋଳା ଯାଇଥିବା ମଧ୍ୟଦେଇ ବାହାରିଯିବ ଓ ସେ ତା’ର ମୁଖ ଆଚ୍ଛାଦନ କରିବ, ଯେପରି ସେ ଭୂମିକୁ ଦେଖି ପାରିବ ନାହିଁ। 13 ସେ ଖସିଯିବା ପାଇଁ ଚେଷ୍ଟା କରିବ, କିନ୍ତୁ ଆମ୍ଭେ ତା’ ପାଇଁ ଆମ୍ଭର ଜାଲ ବିଚ୍ଛାଇବା ଓ ସେ ଫାନ୍ଦରେ ପଡ଼ିଯିବ। ଏବଂ ଆମ୍ଭେ ତାକୁ କ‌‌ଲ୍‌‌‌‌ଦୀୟ ଲୋକମାନଙ୍କର ଦେଶ ବାବିଲକୁ ନେଇଯିବା। ଆଉ ସେ ସେହି ସ୍ଥାନରେ ମରିବ କିନ୍ତୁ ସେ ତାହା ଦେଖି ପାରିବ ନାହିଁ। 14 ଏବଂ ଯେଉଁମାନେ ତାକୁ ଓ ତା’ର ସୈନ୍ୟବାହିନୀକୁ ସାହାଯ୍ୟ କରିବାକୁ ତାହାର ଚତୁର୍ଦ୍ଦିଗରେ ଅଛନ୍ତି, ସେ ଏବଂ ତା’ର ସୈନ୍ୟବାହିନୀ ଆମ୍ଭ ଦ୍ୱାରା ସମସ୍ତ ଦିଗରେ ଛିନ୍ନଛତ୍ର ହେବେ। ଆମ୍ଭେ ଆପଣା ‌‌ଖ‌ଡ଼୍‌ଗ ସେମାନଙ୍କ ବିରୁଦ୍ଧରେ ଉଠାଇବା। 15 ଆଉ ଯେତେବେଳେ ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିବା। ସେମାନେ ହୃ‌ଦ୍‌ବୋଧ କରିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।

16 “କିନ୍ତୁ ମୁଁ ସେମାନଙ୍କ ମଧ୍ୟରୁ ଅଳ୍ପ କେତେକଙ୍କୁ ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବି। ତହିଁରେ ସେମାନେ ଯେଉଁ ରାଷ୍ଟ୍ରମାନଙ୍କ ମଧ୍ୟରେ ନିର୍ବାସିର ରୂପେ ବାସ କରିବେ, ସେମାନଙ୍କ ନିକଟରେ ନିଜର ଘୃଣ୍ୟ କର୍ମସବୁ ପ୍ରକାଶ କରିବେ। ଏବଂ ତା’ପରେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।”

Shake With Fear

17 ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, 18 “ହେ ମନୁଷ୍ୟ ପୁତ୍ର, ଉତ୍କଣ୍ଠାରେ ତୁମ୍ଭେ କମ୍ପିତ ହୋଇ ଆପଣା ଆହାର ଭୋଜନ କର, ଆଉ ଥରିଥରି ଓ ଚିନ୍ତିତ ହୋଇ ଆପଣା ଜଳ ପାନ କର। 19 ଏଣୁ ଦେଶବାସୀଙ୍କୁ କୁହ, ‘ଯିରୁଶାଲମ ନିବାସୀ ଓ ଇସ୍ରାଏଲ ଲୋକମାନଙ୍କ ବିଷୟରେ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, ସେମାନେ ଉତ୍କଣ୍ଠାରେ ଆପଣା ଆପଣା ଆହାର ଭୋଜନ କରିବେ ଓ ମହାଭୟରେ ସେମାନଙ୍କର ଜଳପାନ କରିବେ। କାରଣ ଅଧିବାସୀମାନଙ୍କର ଦୌରାତ୍ମ୍ୟ ପାଇଁ ସେମାନଙ୍କ ଦେଶ ମଧ୍ୟରେ ଥିବା ସର୍ବସ୍ୱ ଧ୍ୱଂସ ହେବ। 20 ଆଉ ଜନବସତି ନଗରସବୁ ଉଚ୍ଛିନ୍ନ ଓ ଦେଶ ଧ୍ୱଂସ ସ୍ଥାନ ହେବ। ତାହାକଲେ, ତାହା ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।’”

Disaster Will Come

21 ତା’ପରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 22 “ହେ ମନୁଷ୍ୟ ପୁତ୍ର, ତୁମ୍ଭ ଇସ୍ରାଏଲରେ ଏହି ପ୍ରବାଦ ନାହିଁ କି?

‘ସମୟ ଗଡ଼ି ଗ୍ଭଲିଛି
    ଓ ପ୍ରତ୍ୟେକ ଦର୍ଶନ ବିଫଳ ହେଉଅଛି।’

23 “ଏଣୁ ସେହି ପୁରୁଷମାନଙ୍କୁ କୁହ, ସଦାପ୍ରଭୁ ସେମାନଙ୍କର ପ୍ରଭୁ କହନ୍ତି। ଆମ୍ଭେ ସେହି ପ୍ରବାଦ ବନ୍ଦ କରିବା ଓ ଏହା ଇସ୍ରାଏଲର ଲୋକମାନଙ୍କ ଦ୍ୱାରା ବ୍ୟବହାର ହେବ ନାହିଁ।

‘କିନ୍ତୁ ସେମାନେ କହିବେ, ପ୍ରତ୍ୟେକ ଦର୍ଶନ ସଫଳତା
    ସନ୍ନିକଟ ହେବାର ସମୟ ପାଖେଇ ଆସୁଅଛି।’

24 “ମିଥ୍ୟା ଦର୍ଶନ ଓ ଗ୍ଭଟୁବାଦର ଅଲୌକିକ ଶକ୍ତି ଇସ୍ରାଏଲୀୟମାନଙ୍କ ମଧ୍ୟରେ ଆଉ ରହିବ ନାହିଁ। 25 କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭେ ଯାହା କହିବାକୁ ଗ୍ଭହୁଁ, ତାହା କହିବା ଓ ଏହା ଘଟିବ। ଆଉ ଅଧିକ ବିଳମ୍ବ ହେବ ନାହିଁ। ବିଦ୍ରୋହୀ ଲୋକମାନେ, ତୁମ୍ଭ ସମୟରେ ଆମ୍ଭେ ଏକ ଘୋଷଣା କରିବା ଓ ଏହା ଘଟିବ।” ଏହା ହିଁ ସଦାପ୍ରଭୁ ମୋର ପ୍ରଭୁ କହନ୍ତି।

26 ତତ୍ପରେ ସଦାପ୍ରଭୁଙ୍କ ବାକ୍ୟ ଆମ୍ଭ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 27 “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶୀୟ ଲୋକମାନେ ଭାବନ୍ତି, ତୁମ୍ଭେ ଯେଉଁ ଦର୍ଶନ ଦେଖ, ତାହା ଅନେକ ବିଳମ୍ବର କଥା ଓ ତାହା ବହୁବର୍ଷ ପରେ ଭବିଷ୍ୟତକାଳରେ ଘଟିବ। 28 ଏଣୁ ସେମାନଙ୍କୁ କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯାହା ଘୋଷଣା କରୁଛୁ ତାହା ବିଳମ୍ବ ହେବ ନାହିଁ। ସଦାପ୍ରଭୁ ଆମ୍ଭେ କହୁଛୁ ସେସବୁ ଘଟିବାକୁ ଯାଉଛି।’”ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।