Add parallel Print Page Options

ଅନନ୍ତର ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭ ସମ୍ମୁଖରେ ଯାହା ଦେଖୁଛ ତାହା ଭୋଜନ କର। ଏହି ନଳାକାର ପୁସ୍ତକ ଭୋଜନ କର ଓ ଇସ୍ରାଏଲ ବଂଶକୁ ଯାଇ ଏସବୁ କଥା କୁହ।”

ତେଣୁ ମୁଁ ମୁଖ ଖୋଲିଲି ଓ ସେ ସେହି ନଳାକାର ପୁସ୍ତକ ମୋତେ ଭୋଜନ କରାଇଲେ। ତା’ପରେ ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉଅଛୁ, ତାହା ତୁମ୍ଭେ ଆପଣା ଉଦରରେ ପୂରାଅ।”

ତେଣୁ ମୁଁ ସେହି ନଳାକାର ପୁସ୍ତକଟିକୁ ଖାଇଦେଲି ଓ ଏହା ମହୁପରି ମିଠା ଲାଗିଲା।

ଏହା ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ବଂଶ ନିକଟକୁ ଯାଇ ଆମ୍ଭର ବାକ୍ୟସବୁ କୁହ। ଆମ୍ଭେ ତୁମ୍ଭକୁ କୌଣସି ବିଦେଶୀୟ ନିକଟକୁ ପଠାଉ ନାହୁଁ। ଯାହା ଫଳରେ ତୁମ୍ଭକୁ ତାଙ୍କ ଭାଷା ବୁଝିବା କଷ୍ଟ ହେବ। ଆମ୍ଭେ ତୁମ୍ଭକୁ ଇସ୍ରାଏଲ ବଂଶ ନିକଟକୁ ପଠାଉଅଛୁ। ବହୁତ ଅଲଗା ଅଲଗା ଦେଶଗୁଡ଼ିକ ନିକଟକୁ ତୁମ୍ଭମାନଙ୍କୁ ପଠାଯାଉ ନାହିଁ, ଯେଉଁମାନଙ୍କର ଭାଷାଗୁଡ଼ିକ ତୁମ୍ଭେମାନେ ବୁଝ ନାହିଁ। ପୁଣି ଯେଉଁମାନେ ତୁମ୍ଭମାନଙ୍କର ଭାଷା ବୁଝିପାରନ୍ତି ନାହିଁ। କିନ୍ତୁ ଯଦି ଆମ୍ଭେ ତୁମ୍ଭକୁ ସେପରି ଲୋକମାନଙ୍କ ପାଖକୁ ପଠାଇଥା’ନ୍ତୁ, ସେମାନେ ତୁମ୍ଭ କଥା ଶୁଣିଥା’ନ୍ତେ। କିନ୍ତୁ ଇସ୍ରାଏଲ ଭବିଷ୍ୟଦ୍ ବଂଶଧରଗଣ ତୁମ୍ଭ କଥା ଶୁଣିବା ପାଇଁ ଇଚ୍ଛା କରିବେ ନାହିଁ। କାରଣ ସେମାନେ ଆମ୍ଭ କଥା ଶୁଣିବା ପାଇଁ ଗ୍ଭହାନ୍ତି ନାହିଁ। ସମୁଦାୟ ଇସ୍ରାଏଲର ଲୋକମାନେ ଜି‌‌ଦ୍‌‌ଖୋର ଓ କଠିନ ଚିତ୍ତ ଅଟନ୍ତି। ମାତ୍ର ଆମ୍ଭେ ସେମାନଙ୍କ ମୁଖ ପରି ଓ କପାଳି ପରି ତୁମ୍ଭର ମୁଖ ଓ କପାଳକୁ ଦୃଢ଼ କରିଅଛୁ, ଯେପରି ଚକମକି ପଥର ଅପେକ୍ଷା ହୀରା କଠିନତର। ଆମ୍ଭେ ସେଗୁଡ଼ିକଠାରୁ ତୁମ୍ଭର ମୁଣ୍ଡକୁ ଶକ୍ତ କରିଅଛୁ। ତେଣୁ ଯଦିଓ ସେମାନେ ବିଦ୍ରୋହୀ, ତୁମ୍ଭେ ସେମାନଙ୍କୁ ଭୟ କର ନାହିଁ, ଏବଂ ସେମାନଙ୍କ ଗ୍ଭହାଣିରେ ଉ‌‌ଦ୍‌‌ବିଗ୍ନ ହୁଅ ନାହିଁ।”

10 ଆହୁରି ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଛୁ ତୁମ୍ଭେ ସେହିସବୁ କଥା ଆପଣା ଅନ୍ତଃକରଣରେ ଗ୍ରହଣ କର ଓ ଆପଣା କର୍ଣ୍ଣରେ ଶ୍ରବଣ କର। 11 ଏବଂ ତୁମ୍ଭେ ତୁମ୍ଭର ନିର୍ବାସିତ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ ଯେ, ‘ଏହା ସଦାପ୍ରଭୁ ଆମ୍ଭର ପ୍ରଭୁ ଏହିସବୁ କଥା କୁହନ୍ତି।’ ସେମାନେ ଶୁଣନ୍ତୁ ବା ନ ଶୁଣନ୍ତୁ। ତୁମ୍ଭେ ଏହିସବୁ କଥା ନିଶ୍ଚୟ ସେମାନଙ୍କୁ କୁହ।”

12 ଏହା ପରେ ଆତ୍ମା ମୋତେ ଉପରକୁ ଉଠାଇଲା, ଏବଂ ମୁଁ ମୋର ପଛରେ ଏକ ଶବ୍ଦ ଶୁଣିଲି। ତାହା ଏକ ବଜ୍ର ଧ୍ୱନି ଥିଲା, ଏହା ଶୁଣାଗଲା, “ଧନ୍ୟ ସଦାପ୍ରଭୁଙ୍କର ମହିମା।” 13 ସେହି ଜୀବିତ ପ୍ରାଣୀମାନଙ୍କର ଡେଣା ଦ୍ୱାରା ପରସ୍ପର ଝାଡ଼ି ହେବାର ଶବ୍ଦ ଥିଲା ଏବଂ ସେମାନଙ୍କର ଚକସବୁର ଗର୍ଜନ ଏକ ବଜ୍ରଧ୍ୱନି ସୃଷ୍ଟି କରୁଥିଲା। ଏହା ବଜ୍ରସ୍ୱର ପରି ଉଚ୍ଚ ଥିଲା। 14 ତା’ପରେ ଆତ୍ମା ମୋତେ ଉପରକୁ ଉଠାଇ ନେଇଗଲା। ମୁଁ ଦୁଃଖିତ ହୃଦୟରେ କ୍ରୋଧିତ ହୋଇ ଗମନ କଲି ଏବଂ ସଦାପ୍ରଭୁଙ୍କର ହସ୍ତ ମୋତେ ଧରିଥିଲା। 15 ତେବେ ମୁଁ ତେଲ-ଆବୀବକୁ, କବାର ନଦୀ ତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି। ସେମାନେ ଯେଉଁ ସ୍ଥାନରେ ବାସ କରୁଥିଲେ, ସେ ସ୍ଥାନରେ ସେମାନଙ୍କ ମଧ୍ୟରେ ବିବ୍ରତ ଓ ନୀରବରେ ସାତ ଦିନ ବସି ରହିଲି।

The Watchman of Israel

16 ଅନନ୍ତର ସାତ ଦିନ ପରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟକୁ ଆସିଲା। 17 “ହେ ମନୁଷ୍ୟ ପୁତ୍ର, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିଯୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ। 18 ଯଦି ଆମ୍ଭେ ସେହି ଦୁଷ୍ଟ ଲୋକଟିକୁ କହୁ, ‘ତୁମ୍ଭେ ନିଶ୍ଚିତ ଭାବରେ ମରିବ।’ ଏବଂ ଯଦି ତୁମ୍ଭେ ସେହି ଦୁଷ୍ଟ ଲୋକର କୁକର୍ମରୁ ତା’ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସେପରି ଦୁଷ୍ଟ ଲୋକ ତା’ର ପାପ ପାଇଁ ମରିବ କିନ୍ତୁ ତା’ର ମୃତ୍ୟୁ ପାଇଁ ମୁଁ ତୁମ୍ଭକୁ ଦାୟୀ କରିବି।

19 “ମାତ୍ର ତୁମ୍ଭେ ଯଦି ଦୁଷ୍ଟ ମନୁଷ୍ୟକୁ ସତର୍କ କରିଥାଅ ଆଉ ସେ ଆପଣା ପାପରୁ ଓ କୁପଥରୁ ନ ଫେରେ; ସେ ନିଜ ଦୋଷ ଯୋଗୁଁ ମରିବ। କିନ୍ତୁ ତୁମ୍ଭେ ତାକୁ ସତର୍କ କରିବା ଦ୍ୱାରା ଆପଣା ପ୍ରାଣରକ୍ଷା କର।

20 “ସେହିପରି ଭାବରେ ଯଦି କୌଣସି ଧାର୍ମିକ ଲୋକ, ଧାର୍ମିକ ହେବା ବନ୍ଦ କରି ପାପ କରେ, ଆଉ ଆମ୍ଭେ ତା’ ସମ୍ମୁଖରେ ଏକ ଝୁଣ୍ଟିବା ବସ୍ତୁ ରଖୁ, ତେବେ ସେ ମୃତ୍ୟୁବରଣ କରିବ ଏବଂ ତା’ର ପୁଣ୍ୟକର୍ମସବୁ ହିସାବକୁ ନିଆଯିବ ନାହିଁ। ସେ ମୃତ୍ୟୁବରଣ କରିବ କାରଣ ସେ ପାପ କରିଛି। କିନ୍ତୁ ତା’ର ମୃତ୍ୟୁଜନିତ ଅପରାଧ ପାଇଁ ଆମ୍ଭେ ତୁମ୍ଭକୁ ଦାୟୀ କରିବା। କାରଣ ତୁମ୍ଭେ ତାକୁ ସତର୍କ କଲ ନାହିଁ।

21 “କିନ୍ତୁ ଧାର୍ମିକ ଲୋକକୁ ଯଦି ତୁମ୍ଭେ ସତର୍କ କଲ ଓ ସେ ପାପ କଲା ନାହିଁ, ସେ ବଞ୍ଚିବ କାରଣ ସେ ତୁମ୍ଭର ଚେତନା ନେଲା। ଏହିପରି ତୁମ୍ଭେ ତୁମ୍ଭର ପ୍ରାଣ ରକ୍ଷା କଲ।”

22 ଅନନ୍ତର ସଦାପ୍ରଭୁଙ୍କର ହସ୍ତ ମୋ’ ଉପରେ ଅଧିଷ୍ଠାନ କଲା, ସେହିଠାରେ ସେ ମୋତେ କହିଲେ, “ତୁମ୍ଭେ ଉଠି ପଦା ଭୂମିକୁ ବାହାରି ଯାଅ। ଆମ୍ଭେ ସେହିଠାରେ ତୁମ୍ଭ ସହିତ କଥାବାର୍ତ୍ତା କରିବା।”

23 ତେଣୁ ମୁଁ ଉଠି ପଡ଼ିଲି ଏବଂ ଉପତ୍ୟକାକୁ ଗଲି ସଦାପ୍ରଭୁଙ୍କର ମହିମା ସେ ସ୍ଥାନରେ ଠିଆ ହୋଇଥିଲା। ଏବଂ କବାର ନଦୀ କୂଳରେ ମୁଁ ଯେଉଁ ମହିମା ଦେଖିଥିଲି, ଏହା ହିଁ ତାହା ଥିଲା। ତେଣୁ ମୁଁ ମୁହଁ ମାଡ଼ି ଭୂମିରେ ପଡ଼ି ରହିଲି। 24 ତା’ପରେ ଆତ୍ମା ମୋ’ ମଧ୍ୟରେ ପ୍ରବେଶ କଲା ଓ ମୋର ପାଦ ଉପରକୁ ନେଇଗଲା। ତା’ପରେ ସେ ମୋତେ କହିଲା, “ଯାଅ, ଏବଂ ତୁମ୍ଭେ ଆପଣା ଗୃହ ମଧ୍ୟରେ ନିଜକୁ ରୁଦ୍ଧ କରି ରଖ, 25 ମାତ୍ର ହେ ମନୁଷ୍ୟ ପୁତ୍ର, ଲୋକମାନେ ତୁମ୍ଭକୁ ରଜ୍ଜୁରେ ବାନ୍ଧିବେ; ତହିଁରେ ତୁମ୍ଭେ ବାହାରି ସେମାନଙ୍କ ମଧ୍ୟରେ ଯିବ ନାହିଁ। 26 ତା’ପରେ ଆମ୍ଭେ ତୁମ୍ଭ ଜିହ୍ୱାକୁ ତୁମ୍ଭ ମୁଖର ତାଳୁରେ ଯୁକ୍ତ କରିବା, ଫଳରେ ତୁମ୍ଭେ ନୀରବ ରହିବ ଓ ସେମାନଙ୍କୁ ଗାଳି ଦେବାକୁ ସମର୍ଥ ହେବ ନାହିଁ। ଯଦିଓ ସେମାନେ ଗୋଟିଏ ବିଦ୍ରୋହୀ ଜାତି ଅଟନ୍ତି। 27 କିନ୍ତୁ ତୁମ୍ଭର ପାଟି ଆମ୍ଭ ଆଜ୍ଞାରେ ଫିଟିବ। ତା’ପରେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି।’ ଯଦି ସେମାନେ ଇଚ୍ଛା କରନ୍ତି, ଶୁଣନ୍ତୁ ବା ଯଦି ସେମାନେ ଇଚ୍ଛା ନ କରନ୍ତି ବା ନ ଶୁଣନ୍ତି, ଯେହେତୁ ସେମାନେ ବିଦ୍ରୋହୀ ଜାତି ଅଟନ୍ତି।