Add parallel Print Page Options

ଉତ୍ତମ ଡିମ୍ବିରି ଫଳ ଓ ମନ୍ଦ ଡିମ୍ବିରି ଫଳ

24 ବାବିଲର ରାଜା ନବୂଖ‌ଦ୍‌ନିତ୍ସର, ଯିହୋୟାକୀ‌‌‌ମ୍‌‌‌ର ପୁତ୍ର, ଯିହୁଦାର ରାଜା ଯିହୋୟାଖୀ‌‌‌ନ୍‌‌‌କୁ ଓ ଯିହୁଦାର ଅଧିପତିମାନଙ୍କୁ ଶିଳ୍ପକର ଓ କର୍ମକାରମାନଙ୍କ ସହିତ ଯିରୁଶାଲମରୁ ବନ୍ଦୀକରି ବାବିଲକୁ ନେଇଗଲା ଉତ୍ତାରେ, ସଦାପ୍ରଭୁ ମୋତେ ଏକ ଦର୍ଶନ ଦେଖାଇଲେ। ଆଉ ମୁଁ ଦେଖିଲି, ସଦାପ୍ରଭୁଙ୍କର ମନ୍ଦିର ସମ୍ମୁଖରେ ଦୁଇ ଡାଲା ଡିମ୍ବିରି ଫଳ ରଖା ଯାଇଅଛି। ଗୋଟିଏ ଡାଲାରେ ଆଦ୍ୟ ପକ୍ୱ ଡିମ୍ବିରି ଫଳପରି ଅତି ଉତ୍ତମ ଫଳ ଥିଲା। ଅନ୍ୟ ଏକ ଡାଲାରେ ଏପରି ଅତି ମନ୍ଦ ଡିମ୍ବିରି ଫଳ ଥିଲା, ଯାହାକି ଭୋଜନ ଉପଯୋଗୀ ନ ଥିଲା।

ସଦାପ୍ରଭୁ ମୋତେ ପଗ୍ଭରିଲେ, “ହେ ଯିରିମିୟ, ତୁମ୍ଭେ କ’ଣ ଦେଖୁଛ?”

ମୁଁ ଉତ୍ତର କଲି, “ଡିମ୍ବିରି ଫଳ, ଉତ୍ତମ ଡିମ୍ବିରି ଅତି ଉତ୍ତମ ଓ ମନ୍ଦ ଡିମ୍ବିରି ଏତେ ମନ୍ଦ ଯେ ତାହା ଭୋଜନଯୋଗ୍ୟ ନୁହେଁ।”

ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, “ଯେଉଁମାନେ ଯିହୁଦାର ବନ୍ଦୀରୂପେ ନିଆଗଲେ, ଏହିସବୁ ଉତ୍ତମ ଡିମ୍ବିରି ତୁଲ୍ୟ। ମୁଁ ସେମାନଙ୍କୁ ଉତ୍ତମ ବୋଲି ବିବେଚନା କରିବି। ଯେଉଁମାନଙ୍କୁ ମୁଁ ଏହି ସ୍ଥାନରୁ କ‌‌ଲ୍‌‌ଦୀୟମାନଙ୍କ ଭୂମିକୁ ତଡ଼ି ଦେଇଛି। ଆମ୍ଭେ ସେମାନଙ୍କୁ ସୁରକ୍ଷା ଦେବା। ଆମ୍ଭେ ସେମାନଙ୍କୁ ଭଗ୍ନ କରିବା ନାହିଁ, ଆମ୍ଭେ ସେମାନଙ୍କୁ ନିର୍ମାଣ କରିବା। ପୁଣି ଆମ୍ଭେ ସେମାନଙ୍କୁ ଉତ୍ପାଟନ କରିବା ନାହିଁ, ଆମ୍ଭେ ସେମାନଙ୍କୁ ରୋପଣ କରିବା। ଆମ୍ଭେ ସଦାପ୍ରଭୁ ଅଟୁ, ଏହା ସେମାନଙ୍କୁ ଜଣାଇବା ପାଇଁ ମନ ଦେବା। ତାହାହେଲେ ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା କାରଣ ସେମାନେ ସର୍ବାନ୍ତଃକରଣରେ ଆମ୍ଭ ନିକଟକୁ ଫେରି ଆସିବେ।”

“ମାତ୍ର ଯିହୁଦାର ରାଜା ସିଦିକିୟ ସେହି ଅତି ମନ୍ଦ ଡିମ୍ବିରି ଫଳ ସଦୃଶ।” ତେଣୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଶ୍ଚୟ ସିଦିକିୟକୁ, ତାହାର ଅଧିପତିଗଣକୁ ଓ ଯିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶରେ ଅଛନ୍ତି, ସେମାନଙ୍କୁ ଓ ଯେଉଁମାନେ ମିଶର ଦେଶରେ ବାସ କରନ୍ତି, ସେମାନଙ୍କୁ ଆମ୍ଭେ ତ୍ୟାଗ କରିବା। ମୁଁ ସେମାନଙ୍କ ଉପରେ ଏମିତି ବିପର୍ଯ୍ୟୟ ଆଣିବି ଯେ ପୃଥିବୀର ସମସ୍ତ ରାଜ୍ୟ ଆତଙ୍କିତ ହେବେ। ସମସ୍ତେ ସେମାନଙ୍କୁ ଦୁର୍ନାମ ଓ ଉପହାସ କରିବେ। ଆମ୍ଭେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ଷିପ୍ତ କରିବା, ସେହି ସ୍ଥାନର ଲୋକମାନେ ସେମାନଙ୍କୁ ଅଭିଶାପ ଦେବେ। 10 ସେମାନେ ସେଇ ଭୂମିରୁ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ବିପକ୍ଷରେ, ‌‌ଖ‌ଡ଼୍‌ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇବା, ଯେଉଁ ଦେଶ ସେମାନଙ୍କୁ ଓ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିଲି। ତହିଁରୁ ସେମାନଙ୍କୁ ଉଚ୍ଛିନ୍ନ କରିବା।”