Add parallel Print Page Options

ପବିତ୍ର ଜିନିଷପତ୍ର ପାଇଁ ଉପହାର

25 ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ ଲୋକମାନଙ୍କୁ ମୋ’ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ। ପ୍ରତ୍ୟେକ ଲୋକ ତା’ର ହୃଦୟରେ ନିଷ୍ପତ୍ତି ନେବା ଉଚିତ୍, ସେ ମୋ’ ପାଇଁ ଯାହା ଉପହାର ଦେବା ଉଚିତ୍। ମୋ’ ପାଇଁ ସେହି ଦ୍ରବ୍ୟ ସଂଗ୍ରହ କର। ଏହି ବସ୍ତୁଗୁଡ଼ିକ ତୁମ୍ଭେ ଲୋକମାନଙ୍କଠାରୁ ଗ୍ରହଣ କରି ପାରିବ। ଯଥା-ସୁନା, ରୂପା, ପିତ୍ତଳ, ନୀଳବର୍ଣ୍ଣ, ଧୂମବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଓ ଛାଗଲୋମ, ରକ୍ତୀକୃତ ମେଷଚର୍ମ, ଶିଶୁକଚର୍ମ ଓ ଶିଟୀମ୍ କାଷ୍ଠ। ଦୀପ ନିମନ୍ତେ ତୈଳ ପୁଣି ଅଭିଷେକାର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧ ଦ୍ରବ୍ୟ। ଏଫୋଦ ଓ ବୁକୁପଟାରେ ଏହା ଲଗାଇବା ନିମନ୍ତେ ଗୋମେଦକମଣି ଓ ଅଳଙ୍କାରସବୁ ଗ୍ରହଣ କର।”

ପବିତ୍ର ତମ୍ବୁ

ପରମେଶ୍ୱର ଏହା ମଧ୍ୟ କହିଲେ, “ସେମାନେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କରନ୍ତୁ। ତହିଁରେ ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା। ପବିତ୍ର ତମ୍ବୁର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା ସେହି ଅନୁସାରେ ତୁମ୍ଭେମାନେ ସବୁ କରିବ।

ନିୟମ ସିନ୍ଦୁକ

10 “ଶିଟୀମ୍ କାଠର ଏକ ସିନ୍ଦୁକ ତିଆରି କର। ସେହି ପବିତ୍ର ସିନ୍ଦୁକ ଅଢ଼େଇ ହାତ ଲମ୍ବ, ଦେଢ଼ ହାତ ପ୍ରସ୍ଥ ଓ ଦେଢ଼ ହାତ ଉଚ୍ଚ ହେବ। 11 ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ତାହା ମଡ଼ାଇବ। ତା’ର ଭିତର ପଟ ଓ ବାହାର ପଟରେ ମଧ୍ୟ ମଡ଼ାଇବ। ଏବଂ ତା’ଉପରେ ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥ କରିବ। 12 ଏଥିନିମନ୍ତେ ଗ୍ଭରି କୋଣରେ ଗ୍ଭରୋଟି ସୁବର୍ଣ୍ଣର କଡ଼ା ଲଗାଅ। ପ୍ରତ୍ୟେକ ପାଖରେ ଦୁଇଟି କଡ଼ା ଲଗାଅ। 13 ଏହାକୁ ବହିବା ପାଇଁ ସାଙ୍ଗୀ ତିଆରୀ କର ଓ ସୁବର୍ଣ୍ଣରେ ମଣ୍ଡିତ କର। 14 ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ଦୁଇ ପାର୍ଶ୍ୱସ୍ଥ କଡ଼ାରେ ସେହି ସାଙ୍ଗୀ ପ୍ରବେଶ କରାଇବ। 15 ସେହି ସାଙ୍ଗୀ ସିନ୍ଦୁକର କଡ଼ା ଭିତରେ ସର୍ବଦା ଥିବ ଏବଂ ତହିଁରୁ ତାହା ବାହାର କରାଯିବ ନାହିଁ।

16 ପରମେଶ୍ୱର କହିଲେ, “ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦେବା ତାହା ସେହି ସିନ୍ଦୁକରେ ରଖିବ। 17 ଏହା ପରେ ତୁମ୍ଭେମାନେ ଶୁଦ୍ଧ ସୁବର୍ଣ୍ଣରେ ଅଢ଼େଇ ହାତ ଲମ୍ବା ଓ ଦେଢ଼ ହାତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କରିବ। 18 ଏହା ପରେ ତୁମ୍ଭେମାନେ ପିଟା ସୁବର୍ଣ୍ଣରୁ ଦୁଇଟି କିରୁବଦୂତ କରିବ। ଏବଂ ସେଗୁଡ଼ିକୁ ସେହି ପାପାଚ୍ଛାଦନର ଦୁଇ ମୁଣ୍ଡରେ ଦେବ। 19 ଏକ ଦୂତକୁ ଗୋଟିଏ ମୁଣ୍ଡରେ ଓ ଆଉ ଗୋଟିଏକୁ ଅନ୍ୟ ମୁଣ୍ଡରେ ସ୍ଥାପନ କର। ଦୁଇ ଦୂତଙ୍କୁ ଆଚ୍ଛାଦନ ସହିତ ସଂଲଗ୍ନ କର। 20 ସେହି ଦୂତମାନେ ନିୟମ-ସିନ୍ଦୁକକୁ ସେମାନଙ୍କର ଡେଣା ଦ୍ୱାରା ଆଚ୍ଛାଦନ କରିବେ, ଯାହାକି ଆକାଶ ଆଡ଼କୁ ଉଠେ। ଆଚ୍ଛାଦକ ଆଡ଼କୁ ଅନାଇ ଦୂତମାନେ ସାମ୍ନାସାମ୍ନି ରହିବା ଉଚିତ୍।

21 “ତୁମ୍ଭେ ଏହି ପାପାଚ୍ଛାଦନ ସେହି ସିନ୍ଦୁକ ଉପରେ ରଖିବ। ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦେବା ତାହା ସେହି ସିନ୍ଦୁକ ମଧ୍ୟରେ ଥୋଇବ। 22 ଆଉ ଆମ୍ଭେ ଯେତେବେଳେ ତୁମ୍ଭକୁ ସାକ୍ଷାତ କରିବା ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ ସନ୍ତାନଗଣ ବିଷୟକ ଆମ୍ଭେ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା।

ମେଜ

23 “ଶିଟୀମ୍ କାଠରେ ଏକ ମେଜ ପ୍ରସ୍ତୁତ କର। ସେହି ମେଜଟି ଦୁଇ ହାତ ଲମ୍ବ, ଏକ ହାତ ପ୍ରସ୍ଥ ଓ ଦେଢ଼ ହାତ ଉଚ୍ଚ ହେବ। 24 ଏହି ମେଜକୁ ଖାଣ୍ଟି ସୁବର୍ଣ୍ଣରେ ଆଚ୍ଛାଦନ କର ଏବଂ ତା’ର ଚତୁର୍ଦ୍ଦିଗରେ ଏକ ସୁବର୍ଣ୍ଣର ଛାଞ୍ଚ ଦିଅ। 25 ଏହା ପରେ ମେଜର ଚତୁର୍ପାର୍ଶ୍ୱରେ ଏକ ହାତ ଓସାରର ଏକ ତକ୍ତା ତିଆରି କର ଏବଂ ଏକ ସୁବର୍ଣ୍ଣର କାନ୍ଥ ଲଗାଅ। 26 ଆଉ ସୁବର୍ଣ୍ଣରେ ଗ୍ଭରୋଟି କଡ଼ା କରି ଗ୍ଭରି ଖୁରାର ଗ୍ଭରି କୋଣରେ ରଖିବ। 27 ଏହି କଡ଼ାଗୁଡ଼ିକ ଭିତରେ ସାଙ୍ଗୀ ମେଜ ବହନ କରିବ। ଏବଂ ସେଗୁଡ଼ିକ ରି‌ମ୍‌ର ପାଖାପାଖି ରହିବା ଉଚିତ୍। 28 ମେଜକୁ ବୋହିବା ପାଇଁ ଶିଟୀମ୍ କାଠରେ ସାଙ୍ଗୀ ତିଆରି କରି ସେଥିରେ ସୁବର୍ଣ୍ଣ ମଡ଼ାଇ ଦିଅ। 29 ଏହାର ଥାଳି, ବାଟି, ଜଗ୍ ଓ ପିଆଲା ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କର। ଜଗ୍ ଓ ପିଆଲାଗୁଡ଼ିକ ପେୟନୈବେଦ୍ୟ ପାଇଁ ବ୍ୟବହୃତ ହେବ। 30 ସେହି ମେଜ ଉପରେ, ମୋ’ ସମ୍ମୁଖରେ ସବୁ ସମୟରେ ଦର୍ଶନୀୟ ରୋଟୀ ରଖ।

ଦୀପରୁଖା

31 “ଏହା ପରେ ତୁମ୍ଭେମାନେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁବର୍ଣ୍ଣରେ ପିଟା କର୍ମରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।

32 “ଏହି ଦୀପ ବୃକ୍ଷଟି ଛଅ ଶାଖା ବିଶିଷ୍ଟ ହେବ। ଏହାର ଏକ ପାର୍ଶ୍ୱରୁ ତିନି ଦୀପଶାଖା ଓ ଅନ୍ୟ ପାର୍ଶ୍ୱରୁ ତିନି ଦୀପଶାଖା ବାହାରିବ। 33 ପ୍ରତି ଶାଖାରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡ଼ିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ। 34 ଦୀପ ବୃକ୍ଷରେ ବାଦାମ ପୁଷ୍ପାକୃତି ଗ୍ଭରି ଗୋଲାଧାର ଓ କଳିକା ପୁଷ୍ପ ରହିବ। 35 ସେହି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ହେବ ସେମାନଙ୍କ ଏକ ଶାଖା ଦ୍ୱୟର ଏକ କଳିକା ଓ ଅନ୍ୟ ଶାଖା ଦ୍ୱୟର ତଳେ ଏକ କଳିକା ଓ ଅନ୍ୟତର ଶାଖା ଦ୍ୱୟର ତଳେ ଏକ କଳିକା ରହିବ। 36 ସେ ଦୀପଶାଖାଟି ସମ୍ପୂର୍ଣ୍ଣଭାବେ ଶୁଦ୍ଧ ସୁବର୍ଣ୍ଣରେ ନିର୍ମିତ ହେବ। ଏହି ସମସ୍ତ ସୁବର୍ଣ୍ଣ କାର୍ଯ୍ୟ ପିଟା ସୁବର୍ଣ୍ଣରେ ହେବ। ଏବଂ ଏହା ଯୋଡ଼ାଯାଇ ଗୋଟିଏ ଖଣ୍ଡ କରା ହେବ। 37 ତୁମ୍ଭେମାନେ ତାହା ପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ। ତହିଁରେ ଲୋକମାନେ ସେହି ପ୍ରଦୀପ ଜଳାଇଲେ ତହିଁର ସମ୍ମୁଖରେ ଆଲୁଅ ହେବ। 38 ନିର୍ମଳ ସୁବର୍ଣ୍ଣରେ ତହିଁର ଚିମୁଟା ଓ ଅଙ୍ଗାରଧାନୀ ନିର୍ମାଣ କରିବ। 39 ଏହି ଦୀପରୁଖା ଓ ତହିଁର ସାମଗ୍ରୀ ଏକ ତାଳନ୍ତ ଶୁଦ୍ଧ ସୁବର୍ଣ୍ଣରେ ତିଆରି ହେବା ଉଚିତ୍। 40 ନିଶ୍ଚିତ ହୁଅ ଯେ, ନିର୍ଦ୍ଦେଶ ମୁତାବକ ଆସବାବପତ୍ରଗୁଡ଼ିକ ତିଆରି କରୁଛ। ଯାହାକି ମୁଁ ତୁମ୍ଭକୁ ପର୍ବତ ଉପରେ ଦେଇଛି।”