
ବଂଶାବଳୀର ପ୍ରଥମ ପୁସ୍ତକ 25 Oriya Bible: Easy-to-Read Version (ERV-OR)ବାଦ୍ୟକାରୀ ଦଳ25 ଦାଉଦ ଓ ସେନାଧ୍ୟକ୍ଷମାନେ ଆସଫର ପୁତ୍ରମାନଙ୍କୁ ଏକ ବିଶେଷ ସେବାକାର୍ଯ୍ୟ କରିବା ନିମନ୍ତେ ପୃଥକ କଲେ। ଆସଫଙ୍କର ପୁତ୍ରମାନେ ଥିଲେ ହେମନ ଓ ଯିଦୂଥୂନ। ବୀଣା, ସାରଙ୍ଗ ଓ ଗିନି ବଜାଇ ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ହିଁ ସେମାନଙ୍କର ବିଶେଷ କାର୍ଯ୍ୟ ଥିଲା। ଯେଉଁମାନେ ଏହି ପ୍ରକାର ଭାବରେ ସେବାକାର୍ଯ୍ୟ କରୁଥିଲେ, ସେମାନଙ୍କର ତାଲିକା ଏହି: 2 ଆସଫଙ୍କ ପରିବାରରୁ: ସକ୍କୁର, ଯୋଷେଫ, ଓ ଅସାରେଲ। ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ନିମନ୍ତେ ରାଜା ଦାଉଦ ଆସଫଙ୍କୁ ମନୋନୀତ କରିଥିଲେ। ଆଉ ଆସଫ ତାଙ୍କର ପୁତ୍ରମାନଙ୍କୁ ପରିଗ୍ଭଳନା କଲେ। 3 ଯିଦୂଥୂନଙ୍କ ପରିବାରରୁ: ଗଦଲିୟ, ସରୀ, ଯିଶାୟାହ, ହଶବିୟ ଓ ମତ୍ତଥିୟ। ସେମାନେ ସମୁଦାୟ ଛଅ ଜଣ ଥିଲେ ଯିଦୂଥୂନ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ। ପରମେଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବା ଓ ସଦାପ୍ରଭୁଙ୍କର ଧନ୍ୟବାଦ, ପ୍ରଶଂସା କରିବା ନିମନ୍ତେ ଯିଦୂଥୂନ ବୀଣାଯନ୍ତ୍ରର ବ୍ୟବହାର କରୁଥିଲେ। 4 ହେମନଙ୍କର ଯେଉଁ ପୁତ୍ରମାନେ ସେବାକାର୍ଯ୍ୟ କରୁଥିଲେ, ସେମାନେ ହେଲେ: ବୁକ୍କିୟ, ମତ୍ତନିୟ, ଉଷୀୟେଲ, ଶବୂୟେଲ ଓ ଯିରେମୋତ୍, ହନାନିୟ, ହନାନି, ଇଲୀୟାଥା, ଗିଦ୍ଦଲତି ଓ ରୋମାମ୍ତି-ଏଷର, ଯଶ୍ବକାଶା, ମଲ୍ଲୋଥି, ହୋଥୀର, ମହସୀୟୋତ୍। 5 ଏମାନେ ସମସ୍ତେ ହେମନଙ୍କର ପୁତ୍ରଗଣ ଥିଲେ। ହେମନ ଦାଉଦଙ୍କ ଭବିଷ୍ୟଦ୍ବକ୍ତା ଥିଲେ। ପରମେଶ୍ୱର ପ୍ରତିଜ୍ଞା କରିଥିଲେ ଯେ, ସେ ହେମନଙ୍କୁ ବଳବାନ କରିବେ। ତେଣୁ ହେମନଙ୍କର ଅନେକ ପୁତ୍ର ଜାତ ହେଲେ। ପରମେଶ୍ୱର ହେମନଙ୍କୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ। 6 ହେମନ ସଦାପ୍ରଭୁଙ୍କ ମନ୍ଦିରରେ ଗୀତଗାୟନ କରିବାକୁ ତାଙ୍କର ପୁତ୍ରମାନଙ୍କୁ ନିର୍ଦ୍ଦେଶ ଦେଲେ। ସେହି ପୁତ୍ରମାନେ ଗିନି, ସାରଙ୍ଗ ଓ ବୀଣା ବଜାଉଥିଲେ। ସେମାନେ ଏହି ପ୍ରକାରେ ପରମେଶ୍ୱରଙ୍କ ମନ୍ଦିରରେ ସେବାକାର୍ଯ୍ୟ କରୁଥିଲେ। ରାଜା ଦାଉଦ ଏହିସବୁ ବ୍ୟକ୍ତିମାନଙ୍କୁ ମନୋନୀତ କରିଥିଲେ: ଆସଫ, ଯିଦୁଥୂନ ଓ ହେମନ। 7 ଲେବୀ ଗୋଷ୍ଠୀର ସେହି ବ୍ୟକ୍ତିମାନେ ଓ ସେମାନଙ୍କର ଆତ୍ମୀୟମାନେ ଗାୟନ ବିଦ୍ୟାରେ ତାଲିମପ୍ରାପ୍ତ ହୋଇଥିଲେ। 288 ଜଣ ବ୍ୟକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଗୀତ ଗାନ କରିବା ଶିକ୍ଷା କଲେ। 8 ସେମାନେ ଗୁଲିବାଣ୍ଟ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ବିଭିନ୍ନ କାର୍ଯ୍ୟ ନିରୂପଣ କଲେ। ପ୍ରତ୍ୟେକ ଲୋକ ପ୍ରତି ସମାନ ବ୍ୟବହାର କରାଗଲା। ଯୁବା ଓ ବୃଦ୍ଧ ଉଭୟଙ୍କ ପ୍ରତି ସମବ୍ୟବହାରା କରାଗଲା। ଛାତ୍ର ପ୍ରତି ଯେପ୍ରକାର ବ୍ୟବହାର, ଶିକ୍ଷକ ପ୍ରତି ମଧ୍ୟ ସେ ପ୍ରକାର ବ୍ୟବହାର କରାଗଲା। 9 ପ୍ରଥମରେ, ଆସଫଙ୍କ ପରିବାରରୁ ଯୋଷେଫଙ୍କୁ ମନୋନୀତ କରାଗଲା। ଦ୍ୱିତୀୟରେ, ଗଦଲିୟଙ୍କର ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 10 ତୃତୀୟରେ, ସକ୍କୁରଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 11 ଚତୁର୍ଥରେ ଯିଷ୍ରିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 12 ପଞ୍ଚମରେ, ନଥନିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 13 ଷଷ୍ଠରେ ବୁକ୍କିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 14 ସପ୍ତମରେ ଯିଶାରେଲାଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 15 ଅଷ୍ଟମରେ ଯିଶାୟାହଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 16 ନବମରେ ମତ୍ତନୀୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 17 ଦଶମରେ ଶିମିୟିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 18 ଏକାଦଶରେ, ଅସାରେଲଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 19 ଦ୍ୱାଦଶରେ, ହଶବିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 20 ତ୍ରୟୋଦଶରେ, ଶବୂୟେଲଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 21 ଚତୁର୍ଦ୍ଦଶରେ, ମତ୍ତଥିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 22 ପଞ୍ଚଦଶରେ, ଯିରେମୋତ୍ଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 23 ଷୋଡ଼ଶରେ, ହନାନିୟଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 24 ସପ୍ତଦଶରେ, ଯଶ୍ବକାଶାଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 25 ଅଷ୍ଟଦଶରେ, ହନାନିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 26 ଊନବିଂଶରେ, ମଲ୍ଲୋଥିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 27 ବିଶଂରେ, ଇଲୀୟାଥାଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 28 ଏକବିଶଂରେ, ହୋଥୀରଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 29 ଦ୍ୱାବିଶଂରେ, ଗିଦ୍ଦଲତିଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 30 ତ୍ରୟୋବିଶଂରେ, ମହସୀୟୋତ୍ଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା। 31 ଚତୁର୍ବିଶଂରେ, ରୋମାମ୍ତି-ଏଷରଙ୍କ ପୁତ୍ରଗଣ ଓ ଆତ୍ମୀୟମାନଙ୍କ ମଧ୍ୟରୁ 12 ଜଣ ବ୍ୟକ୍ତିଙ୍କୁ ମନୋନୀତ କରାଗଲା।
Oriya Bible: Easy-to-Read Version (ERV-OR) 2010 by World Bible Translation Center |