Add parallel Print Page Options

35 ଇଲୀହୂ କଥା କହି ଗ୍ଭଲିଲା: ସେ କହିଲା,

“ଆୟୁବ, ତୁମ୍ଭେ କ’ଣ ଭାବୁଛ ଯେ ଏହା କହିବା ନ୍ୟାୟ?
    ‘ମୁଁ ଠିକ୍ ମୋର ମକଦ୍ଦମାରେ ପରମେଶ୍ୱରଙ୍କ ବିରୁଦ୍ଧରେ।’
ଏବଂ ଆୟୁବ ତୁମ୍ଭେ ପରମେଶ୍ୱରଙ୍କୁ ପଗ୍ଭର,
    ‘ଯଦି ଜଣେ ତାଙ୍କୁ ଖୁସୀ କରିବାକୁ ଚେଷ୍ଟା କରେ, ସେ କ’ଣ ଲାଭ ପାଇବ?
    ମୁଁ ଯଦି ପାପ ନ କରେ, ତା’ହେଲେ ମୋର କି ଉପକାର ସାଧିତ ହେବ?’

“ଆୟୁବ ମୁଁ ତୁମ୍ଭକୁ ଓ ତୁମ୍ଭର ସହିତ ଥିବା ବନ୍ଧୁମାନଙ୍କୁ ଉତ୍ତର ଦେବାକୁ ଗ୍ଭହେଁ।
ଆୟୁବ, ଆକାଶକୁ ଦେଖ।
    ମେଘମାଳାକୁ ଲକ୍ଷ୍ୟ କର, ସେ ସବୁ ତୁମ୍ଭଠାରୁ ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ।
ଆୟୁବ, ତୁମ୍ଭେ ଯଦି ପାପ କର, ତାହା ପରମେଶ୍ୱରଙ୍କୁ ଆଘାତ କରେ ନାହିଁ।
    ଯଦି ତୁମ୍ଭେ ଅନେକ ପାପର ଅଧିକାରୀ ହୁଅ, ତେବେ ସେଥିରେ ପରମେଶ୍ୱରଙ୍କର କିଛି ହୁଏ ନାହିଁ।
ଏବଂ ଆୟୁବ ତୁମ୍ଭେ ଯଦି ବହୁତ ଭଲ ଏହା ପରମେଶ୍ୱରଙ୍କୁ ସାହାଯ୍ୟ କରେ ନାହିଁ।
    ପରମେଶ୍ୱର ତୁମ୍ଭଠାରୁ କିଛି ପାଆନ୍ତି ନାହିଁ।
ଆୟୁବ ତୁମ୍ଭେ କରୁଥିବା ଭଲ ଓ ମନ୍ଦକାର୍ଯ୍ୟସବୁ ତୁମଭଳି ଲୋକମାନଙ୍କୁ ଆକ୍ରାନ୍ତ କରେ।
    ସେ ସବୁ ପରମେଶ୍ୱରଙ୍କ ସାହାଯ୍ୟ ବା କ୍ଷତି କରେ ନାହିଁ।

“ଦୁଷ୍ଟ ଲୋକମାନେ ଯେତେବେଳେ ଆଘାତ ପାଆନ୍ତି, ସେମାନେ ସାହାଯ୍ୟ ପାଇଁ ଚିତ୍କାର କରନ୍ତି।
    ସେମାନେ ଶକ୍ତିମାନ ଲୋକଙ୍କ ପାଖକୁ ଯାଆନ୍ତି ଓ ସେମାନଙ୍କର ସାହାଯ୍ୟ ପ୍ରାର୍ଥନା କରନ୍ତି।
10 କିନ୍ତୁ ସେହି ମନ୍ଦ ଲୋକମାନେ ପରମେଶ୍ୱରଙ୍କ ସାହାଯ୍ୟ କାମନା କରନ୍ତି ନାହିଁ।
    ସେମାନେ କହିବେ ନାହିଁ, ‘କେଉଁଠି ସେହି ପରମେଶ୍ୱର ଅଛନ୍ତି, ଯିଏ ମୋତେ ତିଆରି କରିଛନ୍ତି?
    ଲୋକମାନେ ଯେତେବେଳେ ନିରାଶ ହୁଅନ୍ତି, ପରମେଶ୍ୱର ସେତେବେଳେ ତାଙ୍କୁ ସାହାଯ୍ୟ କରନ୍ତି।
11 ପରମେଶ୍ୱର ଆମ୍ଭକୁ ପଶୁପକ୍ଷୀଙ୍କଠାରୁ ଅଧିକ ଜ୍ଞାନୀ କରନ୍ତି,
    ସେ କାହାନ୍ତି?’

12 “କିମ୍ବା ଯଦି ସେହି ମନ୍ଦ ଲୋକମାନେ ପରମେଶ୍ୱରଙ୍କ ସାହାଯ୍ୟ କାମନା କରନ୍ତି, ତେବେ ପରମେଶ୍ୱର ସେମାନଙ୍କୁ ଉତ୍ତର ଦେବେ ନାହିଁ।
    କାରଣ ସେହି ଲୋକମାନେ ଅତ୍ୟଧିକ ଗର୍ବୀ।
    ସେମାନେ ତଥାପି ଭାବନ୍ତି ସେମାନଙ୍କ ଗୁରୁତ୍ୱ ଅତ୍ୟଧିକ।
13 ଏହା ସତ୍ୟ, ସେମାନଙ୍କର ମୂଲ୍ୟହୀନ ମାଗୁଣୀକୁ ପରମେଶ୍ୱର ଶୁଣିବେ ନାହିଁ।
    ସର୍ବଶକ୍ତିମାନ ପରମେଶ୍ୱର ସେମାନଙ୍କ ପ୍ରତି ମନୋଯୋଗ କରିବେ ନାହିଁ।
14 ଏପରି କମ୍ ଭାବରେ ତୁମ୍ଭେ ଯେତେବେଳେ କୁହ ତୁମ୍ଭେ ତାଙ୍କୁ ପାଇପାରିବ ନାହିଁ,
    ସେ ତୁମ୍ଭ କଥା ଶୁଣିବେ ନାହିଁ।
ତୁମ୍ଭର ମାମଲା ତାଙ୍କଠାରେ ପଡ଼ିଛି
    ଏବଂ ତୁମ୍ଭେ ନିଶ୍ଚିତ ତାଙ୍କ ପାଇଁ ଅପେକ୍ଷା କରିବ।

15 “ଆୟୁବ ଭାବେ ପରମେଶ୍ୱର ମନ୍ଦ ଲୋକଙ୍କୁ ଶାସ୍ତି ଦିଅନ୍ତି ନାହିଁ।
    ସେ ଚିନ୍ତା କରେ ପରମେଶ୍ୱର ପାପପ୍ରତି ମନୋଯୋଗ କରନ୍ତି ନାହିଁ।
16 ତେଣୁ ଆୟୁବ, ତାହାର ମୂଲ୍ୟହୀନ କଥା ଜାରି ରଖେ।
    ଏହା ଅତି ସହଜରେ ଜଣାଯାଏ ଯେ, ଆୟୁବ ଜାଣେ ନାହିଁ ସେ କ’ଣ କହୁଛି।”