Add parallel Print Page Options

ଫାରୋଙ୍କର ସ୍ୱପ୍ନ

41 ଦୁଇ ବର୍ଷ ପରେ ଫାରୋ ଏକ ସ୍ୱପ୍ନ ଦେଖିଲେ। ସେ ସ୍ୱପ୍ନରେ ଦେଖିଲେ ଯେ, ସେ ନୀଳ ନଦୀ କୂଳରେ ଛିଡ଼ା ହୋଇଛନ୍ତି। ସେହି ସ୍ୱପ୍ନରେ ସାତୋଟି ଗାଈ ନଦୀ ମଧ୍ୟରୁ ବାହାରିଲେ ଏବଂ ସେଠାରେ ଘାସ ଚରିଲେ। ସେମାନେ ଦେଖିବାକୁ ହୃଷ୍ଟପୁଷ୍ଟ ଓ ସୁନ୍ଦର ଥିଲେ। ପୁଣି ସାତୋଟି ଦୁର୍ବଳ, ରୁ‌ଗ୍‌ଣ ଦେଖାଯାଉଥିବା ଗାଈ ନଦୀ ମଧ୍ୟରୁ ବାହାରିଲେ। ଏବଂ ନଦୀ କୂଳରେ ସେହି ସ୍ୱାସ୍ଥ୍ୟବାନ ଗାଈମାନଙ୍କ ପାଖରେ ଛିଡ଼ା ହେଲେ। କିନ୍ତୁ ସେହି ଗାଈଗୁଡ଼ିକ ଦୁର୍ବଳ ଓ ରୋଗୀଣା ଥିଲେ। ସେହି ସାତୋଟି ଦୁର୍ବଳ ଓ ରୁ‌ଗ୍‌ଣ ଦେଖାଯାଉଥିବା ଗାଈଗୁଡ଼ିକ ସେହି ସାତୋଟି ସ୍ୱାସ୍ଥ୍ୟବାନ ଗାଈକୁ ଖାଇଗଲେ। ସେତେବେଳେ ଫାରୋ ନିଦରୁ ଉଠି ପଡ଼ିଲେ।

ଫାରୋ ପୁନରାୟ ଶୟନ କଲେ ଓ ପୁନରାୟ ସ୍ୱପ୍ନ ଦେଖିଲେ। ଗୋଟିଏ ଶଣ୍ଢାରେ ସାତୋଟି ପରିପୁଷ୍ଟ ଓ ଉତ୍ତମ ଶୀଷା ବାହାରିଲା। ସେମାନଙ୍କ ପରେ, ସାତ ଧାନର ମୁଣ୍ଡ ବାହାରି ଆସିଲା। କିନ୍ତୁ ଏହା କ୍ଷୀଣ ଥିଲା ଏବଂ ପୂର୍ବ ବାୟୁରେ ଶୁଖିଗଲା ପରି ଦେଖା ଯାଉଥିଲା। ପୁଣି ସେହି ସାତୋଟି ପରିପୁଷ୍ଟ ଶୀଷାକୁ ଏହି ସାତୋଟି କ୍ଷୀଣ ଶୀଷା ଗିଳି ପକାଇଲେ। ଏହି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହୁଅନ୍ତେ ସ୍ୱପ୍ନମାତ୍ର ଜ୍ଞାନ ହେଲା। ଏହା ପରେ ପ୍ରଭାତରେ ତାଙ୍କର ମନ ଉ‌ଦ୍‌ବିଗ୍ନ ହେଲା। ତେଣୁ ସେ ଲୋକ ପଠାଇ ମିଶର ଦେଶୀୟ ପ୍ରତ୍ୟେକ ମନ୍ତ୍ରଜ୍ଞ ଓ ଜ୍ଞାନୀ ଲୋକମାନଙ୍କୁ ଡକାଇଲେ। ମାତ୍ର ଫାରୋ ସେମାନଙ୍କ ନିକଟରେ ଆପଣା ସ୍ୱପ୍ନର କଥା କୁହନ୍ତେ ସେମାନଙ୍କ ମଧ୍ୟରୁ କେହି ତା’ର ଅର୍ଥ କହି ପାରିଲେ ନାହିଁ।

ଦାସଜଣକ ଫାରୋଙ୍କୁ ଯୋଷେଫଙ୍କ ବିଷୟରେ କହିଲେ

ସେତେବେଳେ ମୂଖ୍ୟ ପାନପାତ୍ରବାହକ ଫାରୋଙ୍କୁ ନିବେଦନ କଲା। ସେ କହିଲା, “ମୁଁ ଆଜି ସ୍ମରଣ କରୁଛି ଏକ ଅପରାଧ ମୁଁ କରିଥିଲି।” 10 ଆପଣ ମୋ’ ପ୍ରତି କ୍ରୋଧିତ ହୋଇ ଏବଂ ପ୍ରଧାନ ସୂପକାର ଓ ଆମ୍ଭମାନଙ୍କୁ କାରାବାସ କରିଥିଲେ। 11 ଏହା ପରେ ସେହି ରାତ୍ରିରେ ଆମ୍ଭେମାନେ ପ୍ରତ୍ୟେକେ ଏକ ଏକ ସ୍ୱପ୍ନ ଦେଖିଲୁ ଏବଂ ଦୁହିଁଙ୍କ ସ୍ୱପ୍ନର ଅର୍ଥ ଥିଲା। 12 ସେଠାରେ ଜଣେ ଏବ୍ରୀୟ ଲୋକ ଯେ କି ଆମ୍ଭମାନଙ୍କ ସହିତ ବନ୍ଦୀଶାଳାରେ ଥିଲେ। ସେ ହେଉଛନ୍ତି ରକ୍ଷକ ସୈନ୍ୟାଧିପତିର ଦାସ। ଆମ୍ଭେ ଆମ୍ଭମାନଙ୍କର ସ୍ୱପ୍ନ ବିଷୟରେ ତାଙ୍କୁ କହିଲୁ। ଏବଂ ସେ ଆମ୍ଭକୁ ତାହା ସବୁ ବୁଝାଇ ଦେଲେ। ସେ ଆମ୍ଭ ଦୁଇଜଣଙ୍କର ସ୍ୱପ୍ନର ଅର୍ଥ ବୁଝାଇ ଦେଲେ। 13 ସେ ଆମ୍ଭମାନଙ୍କୁ ଯାହାସବୁ କହିଥିଲେ ତାହା ସତ୍ୟ ହେଲା। ସେ କହିଥିଲେ ମୁଁ ମୁକ୍ତ ହେବି ଏବଂ ମୋର କର୍ମରେ ନିଯୁକ୍ତ ହେବି। ଠିକ୍ ସେହିପରି ହେଲା। ସେ କହିଥିଲେ ସୂପକାର ମରିବ। ସେ ମଧ୍ୟ ମଲା।”

ଯୋଷେଫଙ୍କୁ ଡକା ହେଲା ସ୍ୱପ୍ନର ଅର୍ଥ ବ୍ୟାଖ୍ୟା କରିବାକୁ

14 ତେଣୁ ଫାରୋ ଯୋଷେଫଙ୍କୁ ବନ୍ଦୀଶାଳାରୁ ଡକାଇଲେ। କାରାରକ୍ଷୀ ଯୋଷେଫଙ୍କୁ ଶୀଘ୍ର ବନ୍ଦୀଶାଳାରୁ ବାହାର କଲେ। ଯୋଷେଫ କ୍ଷୌର ହୋଇ ଉତ୍ତମ ବସ୍ତ୍ର ପରିଧାନ କଲେ। ଏହା ପରେ ସେ ଫାରୋଙ୍କୁ ଦେଖା କରିବାକୁ ଗଲେ। 15 ଫାରୋ ଯୋଷେଫଙ୍କୁ ପଗ୍ଭରିଲେ, “ମୁଁ ଏକ ସ୍ୱପ୍ନ ଦେଖିଲି। କିନ୍ତୁ କୌଣସି ଲୋକ ଏହି ସ୍ୱପ୍ନର ଅର୍ଥ କରି ପାରୁ ନାହାନ୍ତି। ମୁଁ ଶୁଣିଲି ଯେ, ଯଦି କେହି ତୁମ୍ଭକୁ ସ୍ୱପ୍ନ ବିଷୟରେ କୁହେ, ତେବେ ତୁମ୍ଭେ ସ୍ୱପ୍ନର ଅର୍ଥ କରି ପାରୁଛ।”

16 ଯୋଷେଫ ଉତ୍ତର ଦେଲେ, “ମୁଁ ପାରିବି ନାହିଁ। କିନ୍ତୁ ହୋଇପାରେ ପରମେଶ୍ୱର ଏହାର ଅର୍ଥ କରି ପାରନ୍ତି।”

17 ଏହା ପରେ ଫାରୋ ଯୋଷେଫଙ୍କୁ କହିଲେ, “ମୁଁ ସ୍ୱପ୍ନରେ ଦେଖିଲି, ମୁଁ ନୀଳ ନଦୀ କୂଳରେ ଛିଡ଼ା ହୋଇଥିଲି। 18 ଏହା ପରେ ସାତୋଟି ଗାଈ ନଦୀରୁ ବାହାରି ଘାସ ଖାଇଲେ। ସେମାନେ ଦେଖିବାକୁ ସୁସ୍ଥ ସବଳ ଓ ସୁନ୍ଦର ଥିଲେ। 19 ଏହା ପରେ ମୁଁ ଦେଖିଲି, ଆଉ ସାତୋଟି ଦୁର୍ବଳ, ରୁ‌‌ଗ୍‌‌ଣ ଓ କୁତ୍ସିତ ଦେଖାଯାଉଥିବା ଗାଈଗୁଡ଼ିକ ନଦୀ ମଧ୍ୟରୁ ଉଠିଲେ, ଯେଉଁମାନେ କି ଦୁର୍ବଳ ଓ ରୁ‌‌ଗ୍‌‌ଣ ଦେଖାଯାଉଥିଲେ। ସେମାନଙ୍କ ପରି କୁତ୍ସିତ ଗାଈ ମୁଁ ସମୁଦାୟ ମିଶରରେ ଆଦୌ ଦେଖି ନ ଥିଲି! 20 ଏହା ପରେ ସେହି ଦୁର୍ବଳ କୁତ୍ସିତ ଗାଈଗୁଡ଼ିକ ସେହି ସୁସ୍ଥବାନ ଗାଈଗୁଡ଼ିକୁ ଖାଇଗଲେ। 21 ତଥାପି ସେମାନେ ସେହିପରି ଦୁର୍ବଳ ଓ କୁତ୍ସିତ ଦେଖା ଯାଉଥା’ନ୍ତି। ସେମାନେ ଖାଇ ସାରିବା ପରେ ନ ଖାଇଲା ପରି ଦେଖା ଯାଉଥିଲେ। ଏହି ସମୟରେ ମୋର ନିଦ୍ରା ଭାଙ୍ଗିଗଲା।

22 “ପୁଣି ଥରେ ସ୍ୱପ୍ନରେ ମୁଁ ଦେଖିଲି, ଗୋଟିଏ ଶଣ୍ଢାରେ ସାତୋଟି ପୂର୍ଣ୍ଣ ଓ ଉତ୍ତମ ଶୀଷା ବାହାରିଲା। 23 ଏହା ପରେ ସାତୋଟା ମୁଣ୍ଡ ବାହାରି ଆସି ଶୀଷା ଉତ୍ପନ୍ନ ହେଲା। କିନ୍ତୁ ସେହି ଗୁଡ଼ିକ କ୍ଷୀଣ, ପୂର୍ବ ବାୟୁରେ ଶୁଖି ଯାଇଥିବା ପରି ଦେଖା ଯାଉଥିଲା। 24 ପୁଣି ସେହି କ୍ଷୀଣ ଶୀଷାଗୁଡ଼ିକ ଉତ୍ତମ ସାତୋଟି ଶୀଷାକୁ ଗିଳି ପକାଇଲା।

“ଏହି ସ୍ୱପ୍ନ ମୁଁ ମୋର ମନ୍ତ୍ରଜ୍ଞମାନଙ୍କୁ କହିଲି, ମାତ୍ର କେହି ଏହାର ଅର୍ଥ ଆମ୍ଭକୁ କହି ପାରିଲେ ନାହିଁ।”

ଯୋଷେଫ ସେହି ସ୍ୱପ୍ନର ଅର୍ଥ ବ୍ୟାଖ୍ୟା କଲେ

25 ଏହା ପରେ ଯୋଷେଫ ଫାରୋଙ୍କୁ କହିଲେ, “ସେହି ଦୁଇଟି ସ୍ୱପ୍ନ ଏକା ପ୍ରକାର। ଯାହା ଶୀଘ୍ର ଘଟିବାକୁ ଯାଉଛି ତାହା ପରମେଶ୍ୱର ଆପଣଙ୍କୁ କହୁଛନ୍ତି। 26 ଉଭୟ ସ୍ୱପ୍ନର ଅର୍ଥ ପ୍ରାୟ ସମାନ। ସାତୋଟି ସ୍ୱାସ୍ଥ୍ୟ ଗାଈ, ସାତୋଟି ଉତ୍ତମ ଶୀଷା ସାତ ବର୍ଷ ସ୍ୱରୂପ। 27 ଆଉ ସେହି ସାତୋଟି ଦୁର୍ବଳ, ରୁ‌‌ଗ୍‌‌ଣ ଦେଖାଯାଉଥିବା ଗାଈଗୁଡ଼ିକ ସେହି ସାତୋଟି କୃଶ, କୁତ୍ସିତ ଗୋରୁ ସାତ ବର୍ଷ ସ୍ୱରୂପ। ଆଉ ପୂର୍ବୀୟ ବାୟୁରେ ଶୁଷ୍କ ସାତୁଟା ଶୀଷା ମଧ୍ୟ ଦୁର୍ଭିକ୍ଷର ସାତ ବର୍ଷ ସ୍ୱରୂପ। 28 ପରମେଶ୍ୱର ଯାହା କରିବାକୁ ଉଦ୍ୟତ ତାହା ଫାରୋଙ୍କୁ ଦେଖାଇ ଅଛନ୍ତି। 29 ଦେଖନ୍ତୁ, ସମସ୍ତ ଦେଶରେ ସାତ ବର୍ଷ ମହା ସୁଭିକ୍ଷ ଆସୁଅଛି। 30 କିନ୍ତୁ ତା’ ପଛେ ସାତ ବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶର ଦେଶରୁ ବିସ୍ମୃତ ହେବ। ଦୁର୍ଭିକ୍ଷ ଦେଶକୁ ଧ୍ୱଂସ କରିବ। 31 ଲୋକମାନେ ଭୂଲିଯିବେ ଯେ, ତା’ ପୂର୍ବରୁ ମିଶରରେ ସୁଭିକ୍ଷ ଥିଲା ବୋଲି। ପ୍ରଚୁର ପରିମାଣରେ ଖାଦ୍ୟ ମିଳୁଥିଲା ବୋଲି।

32 “ଫାରୋ, ଆପଣ ଏକା ପ୍ରକାର ଦୁଇଟି ସ୍ୱପ୍ନ ଦେଖିବାର କାରଣ ହେଲା, ପରମେଶ୍ୱର ଦେଖାଇବାକୁ ଗ୍ଭହାନ୍ତି ଯେ, ତାହା ଖୁବ୍ ଶୀଘ୍ର ଘଟିବାକୁ ଯାଉଛି। 33 ସେଥିପାଇଁ ଫାରୋ ଏକ ବୁଦ୍ଧିମାନ, ଜ୍ଞାନୀ ଲୋକଙ୍କୁ ମିଶରର ଦାୟିତ୍ୱ ଦେବା ପାଇଁ ମନୋନୀତ କରିବେ। 34 ଏହା ପରେ ଆପଣ ଆଉ କିଛି ଲୋକଙ୍କୁ ବାଛନ୍ତୁ ଯେ କି ଲୋକମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରିବେ। ଏହିସବୁ ସୁଭିକ୍ଷ ସମୟରେ, ଲୋକମାନେ ତାଙ୍କ ଶସ୍ୟର ଏକ ପଞ୍ଚମାଂଶ ଖାଦ୍ୟ ଦେବେ। 35 ଏହି ପ୍ରକାରେ ଲୋକମାନେ ସେହି ଉତ୍ତମ ସାତ ବର୍ଷ ମଧ୍ୟରେ ଖାଦ୍ୟ ସଂଗ୍ରହ କରି ରଖିବେ। ଏହି ପ୍ରକାରେ ଖାଦ୍ୟ ସଂଗ୍ରହ କରି ଆପଣ ନିୟନ୍ତ୍ରଣରେ ରଖନ୍ତୁ। 36 ଦୁର୍ଭିକ୍ଷର ସାତ ବର୍ଷ ସମୟରେ ସମସ୍ତ ମିଶରକୁ ଆପଣ ଖାଦ୍ୟ ଯୋଗାଇ ପାରିବେ। ତେଣୁ ମିଶର ଦୁର୍ଭିକ୍ଷ ଯୋଗୁଁ ଧ୍ୱଂସ ହେବ ନାହିଁ।”

37 ସେତେବେଳେ ରାଜା ଫାରୋ ଏବଂ ତାଙ୍କର ଦାସମାନଙ୍କ ଦୃଷ୍ଟିରେ ଏହା ଉତ୍ତମ ଜ୍ଞାନ ବୋଧ ହେଲା। 38 ସେତେବେଳେ ଫାରୋ ସେମାନଙ୍କୁ କହିଲେ, “ମୁଁ ଭାବୁଛି ଆମ୍ଭେ ଏହି କାର୍ଯ୍ୟ ପାଇଁ ଯୋଷେଫଙ୍କଠାରୁ ଆଉ ଉତ୍ତମ ଲୋକ ପାଇପାରିବା ନାହିଁ। ପରମେଶ୍ୱରଙ୍କ ଆତ୍ମା ତା’ ମଧ୍ୟରେ ଅଛନ୍ତି।”

39 ତେଣୁ ଫାରୋ ଯୋଷେଫଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ଏହିସବୁ ଦେଖାଇ ଥିବାରୁ ତୁମ୍ଭେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ଜ୍ଞାନୀ। 40 ମୁଁ ମୋର ଦେଶର ଦାୟିତ୍ୱ ତୁମ୍ଭକୁ ଦେଲି, ଏବଂ ସମସ୍ତ ଲୋକ ତୁମ୍ଭର ଆଦେଶ ମାନିବେ। କେବଳ ମୁଁ ତୁମ୍ଭଠାରୁ ବଡ଼ ହେବି।”

41 ଫାରୋ ଯୋଷେଫଙ୍କୁ କହିଲେ, “ମୁଁ ତୁମ୍ଭକୁ ସମଗ୍ର ମିଶର ଦେଶ ଉପରେ ମୂଖ୍ୟଭାବେ ନିଯୁକ୍ତ କଲି।” 42 ଏହା ପରେ ଫାରୋ ତାଙ୍କୁ ଏକ ବିଶେଷ ମୁଦ୍ରିକା ଦେଲେ। ତାଙ୍କୁ ସୁକ୍ଷ୍ମ ବସ୍ତ୍ର ପିନ୍ଧାଇ ତାହାଙ୍କ ଗଳାରେ ସୁବର୍ଣ୍ଣହାର ଦେଲେ। 43 ଫାରୋ ଯୋଷେଫଙ୍କୁ ଆପଣା ଦ୍ୱିତୀୟ ରଥରେ ଆରୋହଣ କରାଇଲେ। ଆଉ ଲୋକମାନେ ତାଙ୍କର ଆଗେ ଆଗେ, “ଯୋଷେଫଙ୍କୁ ପ୍ରଣାମ କର” ବୋଲି କହିଲେ। ତେଣୁ ଯୋଷେଫ ସମଗ୍ର ମିଶରରେ ମୁଖ୍ୟ ଭାବେ ନିଯୁକ୍ତ ହେଲେ।

44 ଫାରୋ ଯୋଷେଫଙ୍କୁ କହିଲେ, “ମୁଁ ଫାରୋ, କିନ୍ତୁ ତୁମ୍ଭର ଆଜ୍ଞା ବିନା ମିଶରରେ କେହି କିଛି କରି ପାରିବେ ନାହିଁ।” 45 ଫାରୋ ଯୋଷେଫଙ୍କୁ ଏକ ଅନ୍ୟ ନାମରେ ନାମିତ କଲେ, “ସାଫନତ୍-ପାନେହ” [a] ଫାରୋ ଯୋଷେଫଙ୍କୁ ଓନ ନଗର ନିବାସୀ ପୋଟୀଫେର ନାମକ ଯାଜକର ଆସନତ୍ ନାମ୍ନୀ କନ୍ୟା ସହିତ ବିବାହ ଦେଲେ। ଯୋଷେଫ ସମସ୍ତ ମିଶର ଦେଶ ମଧ୍ୟଦେଇ ଗଲେ।

46 ଯୋଷେଫ ତିରିଶ୍ ବର୍ଷ ବୟସରେ ମିସ୍ରୀୟ ରାଜା ଫାରୋଙ୍କ ଛାମୁରେ ଛିଡ଼ା ହୋଇଥିଲେ। ଏହା ପରେ ଯୋଷେଫ ଫାରୋଙ୍କ ନିକଟରୁ ପ୍ରସ୍ଥାନ କରି ମିଶର ଦେଶର ସର୍ବତ୍ର ଭ୍ରମଣ କଲେ। 47 ସେହି ସୁଭିକ୍ଷର ସାତ ବର୍ଷ ମଧ୍ୟରେ ପ୍ରଚୁର ପରିମାଣରେ ଫସଲ ଉତ୍ପନ୍ନ ହେଲା। 48 ଯୋଷେଫ ସେହି ସାତ ବର୍ଷରେ ମିଶର ଦେଶରେ ଉତ୍ପନ୍ନ ଶସ୍ୟ ସଂଗ୍ରହ କରି ପ୍ରତି ନଗରରେ ସଞ୍ଚୟ କଲେ। ଯେଉଁ ନଗରର ଗ୍ଭରିଆଡ଼େ ଭୂମିରେ ଯେତେ ଶସ୍ୟ ଉତ୍ପନ୍ନ ହେଲା, ତାହା ସବୁ ସେହି ନଗରରେ ସଞ୍ଚିତ ହେଲା। 49 ଏହି ପ୍ରକାରେ ଯୋଷେଫ ସମୁଦ୍ରର ବାଲିପରି ଏତେ ବହୁଳ ଶସ୍ୟ ସଂଗ୍ରହ କଲେ ଯେ ତାହା ଆଉ ମାପିଲେ ନାହିଁ। କାରଣ ତାହା ମାପି ହେଲା ନାହିଁ।

50 ଯୋଷେଫଙ୍କର ସ୍ତ୍ରୀ ଆସନତ୍। ସେ ଓନ୍ ନଗର ନିବାସୀ ପୋଟୀଫେର ଯାଜକର ଝିଅ ଥିଲେ। ଦୁର୍ଭିକ୍ଷ ଆସିବାର ପୂର୍ବରୁ ଯୋଷେଫ ଏବଂ ଆସନ‌ତ୍‌ଙ୍କର ଦୁଇଟି ପୁତ୍ର ଥିଲେ। 51 ପ୍ରଥମ ପୁତ୍ରର ନାମ ଦେଲେ ମନଃଶି। ଯୋଷେଫ ତାଙ୍କର ନାମ ଏହିପରି ଦେଲେ କାରଣ ଯୋଷେଫ କହିଲେ, “ପରମେଶ୍ୱର ମୋହର ସମସ୍ତ କ୍ଳେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇଛନ୍ତି।” 52 ଯୋଷେଫ ତାଙ୍କର ଦ୍ୱିତୀୟ ପୁତ୍ରର ନାମ ଦେଲେ ଇଫ୍ରୟିମ କାରଣ ସେ କହିଲେ, “ମୋହର ଦୁଃଖ ଭୋଗର ଦେଶରେ ପରମେଶ୍ୱର ମୋତେ ଫଳବାନ କରିଅଛନ୍ତି।”

ଦୁର୍ଭିକ୍ଷର ସମୟ ଆରମ୍ଭ

53 ମିଶରରେ ସାତ ବର୍ଷ ସୁଭିକ୍ଷର ଶେଷ ହେଲା। 54 ଏବଂ ଏହା ପରେ ସାତ ବର୍ଷର ଦୁର୍ଭିକ୍ଷ ଆରମ୍ଭ ହେଲା। ଯେଉଁପରି ଭାବେ ଯୋଷେଫ ଆଗରୁ କହିଥିଲେ। ଫସଲ ଉତ୍ପନ୍ନ ହେଲା ନାହିଁ। କୌଣସି ସ୍ଥାନ ମିଶରରେ ଅବା ଅନ୍ୟ କୌଣସି ଦେଶରେ। କିନ୍ତୁ ମିଶରରେ ଖାଦ୍ୟ ଥିଲା। 55 ଦୁର୍ଭିକ୍ଷ ଆରମ୍ଭରେ ଲୋକମାନେ ଖାଦ୍ୟ ପାଇଁ ଫାରୋଙ୍କୁ ଭିକ୍ଷା ମାଗିଲେ। ଫାରୋ ଉତ୍ତର ଦେଲେ, “ଯୋଷେଫଙ୍କ ପାଖକୁ ଯାଅ ଆଉ ଯାହା ସେ କରିବାକୁ କହନ୍ତି ତାହା କର।”

56 ସବୁଆଡ଼େ ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଯୋଷେଫ ସବୁ ସ୍ଥାନରେ ଗୋଲା ଫିଟାଇ ମିସ୍ରୀୟମାନଙ୍କୁ ଶସ୍ୟ ବିକିବାକୁ ଲାଗିଲେ। ତଥାପି ମିଶରରେ ଦୁର୍ଭିକ୍ଷ ପ୍ରବଳ ହେଲା। 57 ସର୍ବଦେଶୀୟ ଲୋକମାନେ ମିଶର ଦେଶର ଶସ୍ୟ କିଣିବା ପାଇଁ ଯୋଷେଫଙ୍କ ନିକଟକୁ ଆସିଲେ। ଯେହେତୁ ସବୁ ଦେଶରେ ଦୁର୍ଭିକ୍ଷ ପ୍ରବଳ ଥିଲା।

Footnotes

  1. ଆଦିପୁସ୍ତକ 41:45 ସାଫନତ୍-ପାନେହ ଏହି ମିଶରୀୟ ନାମର ଅର୍ଥ ଏହି, “ଜୀବନ ଧାରଣକାରୀ”, କିନ୍ତୁ ଏହା ହିବ୍ରୁ ଶବ୍ଦ ପରି ଅର୍ଥ, “ଯେଉଁ ମନୁଷ୍ୟ ଗୁପ୍ତ ବିଷୟର ଅର୍ଥ ବୁଝାଏ।”