Add parallel Print Page Options

ଅଧିପତି ଓ ପର୍ବଗୁଡ଼ିକ

46 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଭିତର ପ୍ରାଙ୍ଗଣର ପୂର୍ବଦ୍ୱାର କାର୍ଯ୍ୟକାରୀ ଛଅ ଦିନ ବନ୍ଦ ରହିବ। ମାତ୍ର ବିଶ୍ରାମ ଦିନ ଓ ଅମାବାସ୍ୟା ଦିନ ଖୋଲା ରହିବ। ପୁଣି ଅଧିପତି ବାହାର ଦ୍ୱାରର ବାରଣ୍ଡା ଦେଇ ପ୍ରବେଶ କରିବେ ଓ ଦ୍ୱାର ଚୌକାଠ ନିକଟରେ ଠିଆ ହେବେ। ଆଉ ଯାଜକମାନେ ତାଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ସେ ଦ୍ୱାର ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ଓ ତା’ପରେ ବାହାରି ଯିବେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ୱାର ବନ୍ଦ କରାଯିବ ନାହିଁ। ଆଉ ବିଶ୍ରାମ ବାରରେ ଓ ଅମାବାସ୍ୟାରେ ସେହି ଦ୍ୱାର ପ୍ରବେଶ ସ୍ଥାନ ନିକଟରେ ଦେଶର ସାଧାରଣ ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଣାମ କରିବେ।

“ପୁଣି ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିଖୁଣ ଛଅ ଗୋଟି ମେଷଶାବକ ଓ ନିଖୁଣ ଏକ ମେଷ ହେବ। ଆଉ ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ ଶସ୍ୟ ନୈବେଦ୍ୟ ଦେବେ ଓ ମେଷଶାବକ ସଙ୍ଗେ ସେ ନିଜର ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହୀନ ତୈଳ ଦେବେ।

“ଅମାବାସ୍ୟା ଦିନ ହୋମବଳି ନିମନ୍ତେ ଏକ ନିଖୁଣ ଗୋବତ୍ସ ଛଅ ମେଷ ଶାବକ ଓ ଏକ ମେଷ ହେବ। ଆଉ ଏଗୁଡ଼ିକ ସବୁ ନିଖୁଣ ହେବେ। ଆଉ ଅଧିପତି ଭକ୍ଷ୍ୟ ନୈବେଦ୍ୟ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ୟ, ମେଷ ସଙ୍ଗେ ଏକ ଐଫା ଶସ୍ୟ ଓ ମେଷଶାବକମାନଙ୍କ ସଙ୍ଗେ ନିଜ ନିଜ ଶକ୍ତି ଅନୁସାରେ ଦେବେ। ଆଉ ଏକ ଏକ ଐଫା ପରି ଏକ ଏକ ହୀନ ତୈଳ ଦେବେ।

“ପୁଣି ଅଧିପତି ପ୍ରବେଶ କଲାବେଳେ ସେହି ଦ୍ୱାର ବାରଣ୍ଡା ଦେଇ ଭିତରକୁ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରି ଯିବେ।

“ମାତ୍ର ନିରୂପିତ ପର୍ବଦିନମାନଙ୍କରେ ଯେତେବେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତେବେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ୱାର ପଥଦେଇ ଆସିବ, ସେ ଦକ୍ଷିଣ ଦ୍ୱାର ପଥଦେଇ ବାହାରି ଯିବ। ଆଉ ଯେଉଁ ଲୋକ ଦକ୍ଷିଣ ଦ୍ୱାର ପଥ ଦେଇ ଭିତରକୁ ପ୍ରବେଶ କରିବ, ସେ ଉତ୍ତର ଦ୍ୱାର ପଥଦେଇ ବାହାରି ଯିବ। ମାତ୍ର କେହି ଯେଉଁ ଦ୍ୱାର ଦେଇ ଆସିବେ ସେହି ଦ୍ୱାର ଦେଇ ଫେରିବେ ନାହିଁ। ଆଉ ନିଜ ସମ୍ମୁଖସ୍ଥ ପଥ ଦେଇ ବାହାରି ଯିବ। 10 ପୁଣି ଲୋକମାନେ ଯେତେବେଳେ ଭିତରକୁ ଯିବେ ସେତେବେଳେ ଅଧିପତି ସେମାନଙ୍କ ସହିତ ଭିତରକୁ ଯିବେ। ଆଉ ବାହାରିଲା ବେଳେ ସେମାନେ ଏକତ୍ର ବାହାରିଯିବେ।

11 “ଆଉ ପର୍ବ ଓ ଉତ୍ସବାଦି ସମୟରେ ଶସ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ୟ ନୈବେଦ୍ୟ, ଏକ ଅଣ୍ଡିରା ମେଷ ସଙ୍ଗେ ଏକ ଐଫା ଶସ୍ୟ ନୈବେଦ୍ୟ ଓ ମେଷ ଶାବକମାନଙ୍କ ସଙ୍ଗେ ଶସ୍ୟ ନୈବେଦ୍ୟ ଆପଣା ଶକ୍ତି ଅନୁସାରେ ଆଉ ଏକ ଏକ ଐଫା ସଙ୍ଗେ ଏକ ଏକ ହୀନ ତୈଳ ଦେବେ।

12 “ପୁଣି ଅଧିପତି ଯେତେବେଳେ ସ୍ୱେଚ୍ଛାଦତ୍ତ ଉପହାର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ୱେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବଦ୍ୱାର ଫିଟାଯିବ। ଏବଂ ସେ ବିଶ୍ରାମ ଦିନରେ ଯେପରି କରନ୍ତି ସେହିପରି ଆପଣା ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତା’ପରେ ସେ ବାହାରି ଯିବେ ଓ ବାହାରି ଗଲାପରେ ଦ୍ୱାର ବନ୍ଦ କରାଯିବ।

ପ୍ରତ୍ୟହ ନୈବେଦ୍ୟ

13 “ପୁଣି ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଏକ ବର୍ଷୀୟ ନିଖୁଣ ଏକ ମେଷ ଶାବକ ଉତ୍ସର୍ଗ କରିବ। ତାହା ତୁମ୍ଭେ ପ୍ରତି ପ୍ରଭାତରେ ଉତ୍ସର୍ଗ କରିବ। 14 ଆଉ ତାହା ସହିତ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଏକ ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବାକୁ ଏକ ହୀନର ଏକ ତୃତୀୟାଂଶ ତୈଳ ଉତ୍ସର୍ଗ କରିବ। ଏହି ଶସ୍ୟ ନୈବେଦ୍ୟ ବନ୍ଦ ନ କରି ସର୍ବଦା ଦେବ। 15 ଏହିରୂପେ ଲୋକମାନେ ନିତ୍ୟ ହୋମବଳି ରୂପେ ପ୍ରତି ପ୍ରଭାତରେ ମେଷଛୁଆ, ଭକ୍ଷ୍ୟ ନୈବେଦ୍ୟ ଓ ତୈଳ ଉତ୍ସର୍ଗ କରିବେ।”

ଅଧିପତିଙ୍କ ଉତ୍ତରାଧିକାରୀଙ୍କ ପାଇଁ ବିଧି

16 ସଦାପ୍ରଭୁ ମୋର ପ୍ରଭୁ କହନ୍ତି, “ଯଦି ଅଧିପତି ନିଜ ପୁତ୍ରମାନଙ୍କରୁ ଜଣକୁ ତାଙ୍କ ଭୂମିର ଅଂଶରୁ ଗୋଟିଏ ଉପହାର କରନ୍ତି, ତେବେ ତା’ର ଉତ୍ତରାଧିକାରୀ ସେହି ପୁତ୍ରମାନେ ହେବେ। ଏହା ସେମାନଙ୍କର ସମ୍ପତ୍ତି ହେବ। 17 ମାତ୍ର ଯଦି ଅଧିପତି ନିଜ ଦାସମାନଙ୍କ ମଧ୍ୟରୁ କାହାକୁ କିଛି ଦାନ କରନ୍ତି, ତେବେ ତାହା ମୁକ୍ତିବର୍ଷ ପର୍ଯ୍ୟନ୍ତ ତାହାର ହେବ। ଓ ତା’ପରେ ତାହା ଅଧିପତି ନିକଟକୁ ଫେରିଯିବ। ଆଉ ସେ ଉତ୍ତରାଧିକାରିତ୍ୱ କେବଳ ତାଙ୍କ ପୁତ୍ରଗଣର ହେବ। 18 ଆଉ ଅଧିପତି ନିଶ୍ଚୟ ଲୋକମାନଙ୍କୁ ସେମାନଙ୍କ ଉତ୍ତରାଧିକାରୀରୁ ବଞ୍ଚିତ କରି ପାରିବେ ନାହିଁ, ସେମାନଙ୍କର ସମ୍ପତ୍ତିରୁ ତଡ଼ି ଦେଇ ପାରିବ ନାହିଁ। ତାଙ୍କର ପୁତ୍ରଗଣ କେବଳ ତାଙ୍କର ସମ୍ପତ୍ତିର ଅଧିକାର ପାଇବେ। ଏହି ପ୍ରକାରେ ମୋର କୌଣସି ଲୋକ ତା’ର ସମ୍ପତ୍ତିରୁ ଅଲଗା ହେବ ନାହିଁ।”

ସ୍ୱତନ୍ତ୍ର ପାକଶାଳା

19 ତା’ପରେ ସେ ଦ୍ୱାର ପାର୍ଶ୍ୱସ୍ଥ ପ୍ରବେଶ ପଥଦେଇ ମୋତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରୀକୁ ଆଣିଲେ। ମୁଁ ସେଠାରେ ପଶ୍ଚିମରେ ଏକ ସ୍ଥାନ ଥିବାର ଦେଖିଲି। 20 ସେ ମୋତେ କହିଲେ, “ଏହି ସ୍ଥାନରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ୟ ନୈବେଦ୍ୟ ପାକ କରିବେ। ସେମାନେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହା ସବୁ ଆଣିବା ଦରକାର ନାହିଁ।”

21 ଏହା ପରେ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣି ସେହି ପ୍ରାଙ୍ଗଣର ଗ୍ଭରିକୋଣ ଦେଇ ଗମନ କରାଇଲେ। ଆଉ ସେହି ପ୍ରାଙ୍ଗଣର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା। 22 ପ୍ରାଙ୍ଗଣର ଗ୍ଭରି କୋଣରେ ଗ୍ଭଳିଶ୍ ହାତ ଦୈର୍ଘ୍ୟ ଓ ତିରିଶ୍ ହାତ ପ୍ରସ୍ଥ ପ୍ରାଚୀର ବିଶିଷ୍ଟ ଏକ ଏକ ଛୋଟ ପ୍ରାଙ୍ଗଣ ଥିଲା। କୋଣମାନଙ୍କର ଏହି ଗ୍ଭରି ପ୍ରାଙ୍ଗଣର ମାପ ସମାନ ଥିଲା। 23 ସେହି ପ୍ରାଙ୍ଗଣର ଗ୍ଭରିପାଖରେ ଥାକ ଥିଲା। ସେହି ଥାକ ଭିତର ପାଖକୁ ଲାଗି ପାକସ୍ଥାନ ନିର୍ମିତ ହୋଇଥିଲା। 24 ଆଉ ସେ ମୋତେ କହିଲେ, “ଏସବୁ ପାକ ଗୃହ ଓ ଏହି ସ୍ଥାନରେ ଗୃହର ପରିଗ୍ଭରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ।”