Add parallel Print Page Options

ବାବିଲରୁ ଦୂତଗଣ

39 ସେହି ସମୟରେ ବାବିଲ ରାଜା ବ‌ଲ୍‌ଦନର ପୁତ୍ର ମରୋଦକ୍-ବ‌ଲ୍‌ଦନ୍ ହିଜକିୟ ନିକଟକୁ ପତ୍ର ଓ ଦର୍ଶନୀ ପଠାଇଲା। କାରଣ ହିଜକିୟଙ୍କର ଅସୁସ୍ଥତା ଓ ଆରୋଗ୍ୟ ଲାଭ ସେ ଶୁଣିଥିଲା। ଏଥିରେ ହିଜକିୟ ଅତିଶୟ ସନ୍ତୁଷ୍ଟ ହୋଇ ନିଜର ବହୁମୂଲ୍ୟ ପଦାର୍ଥର ଗୃହ, ରୂପା, ସୁନା, ସୁଗନ୍ଧିତ ଦ୍ରବ୍ୟ, ବହୁମୂଲ୍ୟ ତୈଳ, ନିଜର ଅସ୍ତ୍ରାଗାର ଓ ଆପଣା ଭଣ୍ଡାର ସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲେ। ହିଜକିୟ ଯାହା ସେମାନଙ୍କୁ ନ ଦେଖାଇଲା ତାହା ତା’ର ଗୃହରେ କିମ୍ବା ସମଗ୍ର ରାଜ୍ୟରେ ନ ଥିଲା।

ସେତେବେଳେ ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ରାଜା ହିଜକିୟ ନିକଟକୁ ଯାଇ ତାଙ୍କୁ ପଗ୍ଭରିଲେ, “ଏହି ଲୋକମାନେ କ’ଣ କହିଲେ? ସେମାନେ କେଉଁଠାରୁ ଆସିଲେ?”

ହିଜକିୟ କହିଲେ, “ସେମାନେ ଦୂରଦେଶ ବାବିଲରୁ ମୋତେ ଦେଖିବାକୁ ଆସିଛନ୍ତି।”

ଯିଶାଇୟ ପଗ୍ଭରିଲେ, “ସେମାନେ ତୁମ୍ଭ ଗୃହରେ କ’ଣ ଦେଖିଅଛନ୍ତି?”

ହିଜକିୟ ଉତ୍ତର କଲେ, “ମୋ’ ଗୃହରେ ଯାହାସବୁ ଥିଲା ମୁଁ ସେ ସମସ୍ତ ତାଙ୍କୁ ଦେଖାଇଲି। ଏପରି କୌଣସି ଜିନିଷ ମୋ’ ଭଣ୍ଡାରରେ ନାହିଁ ଯାହାକି ମୁଁ ତାଙ୍କୁ ଦେଖାଇ ନାହିଁ।”

ଏଥିରେ ଯିଶାଇୟ ହିଜକିୟଙ୍କୁ କହିଲେ, “ସଦାପ୍ରଭୁ ସର୍ବଶକ୍ତିମାନଙ୍କ କଥା ଶୁଣ। ଦେଖ, ‘ଏକ ସମୟ ଆସୁଛି ଯେତେବେଳେ ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ସଞ୍ଚିତ ତୁମ୍ଭ ପୂର୍ବପୁରୁଷଙ୍କ ଦ୍ରବ୍ୟ ବାବିଲକୁ ନିଆଯିବ। ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି କୌଣସି ଦ୍ରବ୍ୟ ଛଡ଼ାଯିବ ନାହିଁ।’ ତୁମ୍ଭ ଔରସରୁ ଜାତ ସନ୍ତାନମାନଙ୍କୁ ବାବିଲମାନେ ନେଇଯିବେ ଓ ସେମାନଙ୍କୁ ବାବିଲମାନେ ରାଜାଙ୍କ ଅଟ୍ଟାଳିକାରେ ନପୁଂସକ କରି ରଖିବେ।”

ସେତେବେଳେ ହିଜକିୟ ଯିଶାଇୟଙ୍କୁ କହିଲା, “ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ କହିଅଛ ତାହା ଉତ୍ତମ।” ସେ ପୁଣି କହିଲା, “କାରଣ ମୋ’ ସମୟରେ ଶାନ୍ତି ଓ ସତ୍ୟତା ବିରାଜିତ ହେବ।”