Add parallel Print Page Options

ଶେଷରେ ସାରା ଏକ ଶିଶୁକୁ ଜନ୍ମ ଦେଲେ

21 ସଦାପ୍ରଭୁ ସାରାଙ୍କଠାରେ କରିଥିବା ତାଙ୍କର ପ୍ରତିଜ୍ଞା ରକ୍ଷା କଲେ। ସେ ସାରାକୁ ଯାହା ପ୍ରତିଜ୍ଞା କରିଥିଲେ ତାଙ୍କ ପାଇଁ ସେପରି କଲେ। ସାରା ଗର୍ଭବତୀ ହୋଇ ଅବ୍ରହାମଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ଏକ ଶିଶୁକୁ ଜନ୍ମ ଦେଲେ। ଏସବୁ ପରମେଶ୍ୱରଙ୍କ ନିରୂପିତ ସମୟରେ ଘଟିଲା। ସାରା ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ, ଏବଂ ଅବ୍ରହାମ ତାଙ୍କର ନାମକରଣ କରି ତା’ର ନାମ ଦେଲେ ଇ‌ସ୍‌ହାକ, ଅବ୍ରହାମ ପରମେଶ୍ୱରଙ୍କ ନିର୍ଦ୍ଦେଶ ଅନୁସାରେ ଇ‌ସ୍‌ହାକକୁ ଠିକ୍ ଆଠଦିନ ପରେ ସୁନ୍ନତ କଲେ।

ଇ‌ସ୍‌ହାକଙ୍କ ଜନ୍ମ ବେଳକୁ ଅବ୍ରହାମଙ୍କର ଏକଶହ ବର୍ଷ ବୟସ ହୋଇଥିଲା। ଏବଂ ସାରା କହିଲେ, “ପରମେଶ୍ୱର ମୋ’ ନିମନ୍ତେ ହସ ଦେଲେ ଏବଂ ଯିଏ ଏହା ଶୁଣିବ ସେ ମଧ୍ୟ ହସିବ। କୌଣସି ଲୋକ ଚିନ୍ତା କଲେ ନାହିଁ ଯେ, ମୁଁ ଅବ୍ରହାମଠାରୁ ପିଲାକୁ ଜନ୍ମ ଦେବି। କିନ୍ତୁ ମୁଁ ତାଙ୍କୁ ବୃଦ୍ଧାବସ୍ଥାରେ ଏକ ପୁତ୍ର ଦେଲି।”

ଗୃହରେ ବିବାଦ ଦେଖା ଦେଲା

ଯେତେବେଳେ ଇ‌ସ୍‌ହାକ ଯଥେଷ୍ଟ ବଡ଼ ହେଲେ ଖାଦ୍ୟ ଖାଇବା ଆରମ୍ଭ କଲେ। ତେଣୁ ଅବ୍ରହାମ ଏକ ବିରାଟ ଭୋଜିର ଆୟୋଜନ କଲେ। ହାଗାରର ପୁଅ ଖେଳୁଥିବାର [a] ସାରା ଦେଖିଲେ। ଯାହା ହାଗାର ମିଶରୀୟ ଏହି ପୁତ୍ର ଅବ୍ରହାମଙ୍କ ଦ୍ୱାରା ହୋଇଥିଲା। 10 ସାରା ଅବ୍ରହାମଙ୍କୁ କହିଲେ, “ସେହି ଦାସୀ ଓ ତା’ର ପୁତ୍ରକୁ ଦୂରସ୍ଥାନକୁ ତଡ଼ିଦିଅ। ଯେତେବେଳେ ଆମ୍ଭେ ମରିଯିବା ମୋର ପୁତ୍ର ଇ‌ସ୍‌ହାକ ଆମ୍ଭର ଉତ୍ତରାଧିକାରୀ ହେବ। ମୁଁ ସେହି ଦାସୀର ପୁତ୍ର, ଇ‌ସ୍‌ହାକ ସହିତ ଅଂଶ ଅଧିକାର ପାଉ ବୋଲି ଗ୍ଭହେଁ ନାହିଁ।”

11 ଏହି ଦୁଃଖ ଅବ୍ରହାମଙ୍କୁ ଘାରିଲା, ସେ ତାଙ୍କର ପୁତ୍ର ଇଶ୍ମାଏଲ ବିଷୟରେ ବହୁତ ଭାବିଲେ। 12 କିନ୍ତୁ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭର ସେହି ଦାସୀ ଏବଂ ତାଙ୍କର ପୁତ୍ର ପାଇଁ ବ୍ୟସ୍ତ ହେବାର ନାହିଁ। ସାରା ଯେପରି ଗ୍ଭହୁଁଛି ସେପରି କର। ଇ‌ସ୍‌ହାକ ତୁମ୍ଭର ପରିବାରର ନାମ ରଖିବ। 13 କିନ୍ତୁ ମୁଁ ତୁମ୍ଭର ଦାସୀର ପୁତ୍ରଠାରୁ ମଧ୍ୟ ଏକ ମହାନ ଜାତି ନିର୍ମାଣ କରିବି। କାରଣ ସେ ତୁମ୍ଭର ପୁତ୍ର।”

14 ତା’ ପରଦିନ ପ୍ରତ୍ୟୁଷରୁ ଅବ୍ରହାମ କିଛି ଖାଦ୍ୟ ଓ ପାଣିଥଳି ଆଣିଲେ। ଅବ୍ରହାମ ତାହା ହାଗାରକୁ ଦେଲେ। ଅବ୍ରହାମ ହାଗାର ଓ ତା’ର ପୁତ୍ରକୁ ସେହି ଜିନିଷ ସହିତ ପଠାଇ ଦେଲେ। ହାଗାର ସେ ସ୍ଥାନ ଛାଡ଼ି ‌ବେ‌ର୍‌ଶେବା ମରୁଭୂମିରେ ଭ୍ରମଣ କଲେ।

15 ଯେତେବେଳେ ସମସ୍ତ ପାଣି ଶେଷ ହୋଇଗଲା ସେତେବେଳେ ହାଗାର ତା’ର ପୁତ୍ରକୁ ଏକ ବୁଦା ତଳେ ରଖିଲା। 16 ହାଗାର ସେଠାରୁ କିଛି ଦୂରକୁ ଗଲା, ସେତେ ଦୂର ଯେତେ ଦୂର ଗୋଟିଏ ଧନୁରୁ ଶର ମାରିଲେ ଯାଏ। ସେଠାରେ ସେ ଯାଇ ବସି ପଡ଼ିଲା। ହାଗାର ତା’ର ପିଲାଟି ମୃତ୍ୟୁବରଣ କରୁଥିବାର ଦେଖିବାକୁ ଗ୍ଭହିଁଲା ନାହିଁ। ତେଣୁ ସେ ସେଠାରେ କ୍ରନ୍ଦନ କଲା।

17 ପରମେଶ୍ୱର ସେହି ବାଳକର କ୍ରନ୍ଦନ ଶୁଣିପାରିଲେ ଏବଂ ପରମେଶ୍ୱରଙ୍କର ଦୂତ ସ୍ୱର୍ଗରୁ ହାଗାରକୁ କହିଲେ, “କ’ଣ ହେଲା ହାଗାର? ଭୟ କର ନାହିଁ! ସଦାପ୍ରଭୁ ସେହି ସ୍ଥାନରୁ ସେ ପିଲାର କ୍ରନ୍ଦନ ଶୁଣି ପାରୁଛନ୍ତି। 18 ଯାଅ ଏବଂ ବାଳକକୁ ସାହାଯ୍ୟ କର। ତା’ର ହାତ ଧରି ତାକୁ ଆଗେଇ ନିଅ। ମୁଁ ତାଙ୍କୁ ବହୁ ସନ୍ତାନର ପିତା କରିବି।”

19 ଏହା ପରେ ପରମେଶ୍ୱର ହାଗାରକୁ ଏକ କୂପ ଦେଖାଇଲେ। ତେଣୁ ହାଗାର ସେହି କୂପ ପାଖକୁ ଯାଇ ତାଙ୍କର ଥଳିରେ ପାଣି ଭର୍ତ୍ତିକଲା। ଏହା ପରେ ତା’ର ପୁତ୍ରକୁ ସେଥିରୁ ପାଣି ପିଇବାକୁ ଦେଲା।

20 ପରମେଶ୍ୱରଙ୍କର ଦୟାରୁ ସେହି ବାଳକ ବଡ଼ ହେଲା। ଇଶ୍ମାଏଲ ମରୁଭୂମିରେ ବାସକଲା ଏବଂ ଏକ ଶିକାରୀ ହେଲା। ସେ ଧନୁ ମାରିବା ନିପୁଣଭାବରେ ଶିକ୍ଷା କଲା। 21 ତା’ର ମା ତା’ ପାଇଁ ଏକ ସ୍ତ୍ରୀ ମିଶରରେ ଠିକ୍ କଲା। ସେମାନେ ପାରଣ ନାମକ ମରୁଭୂମିରେ ବାସ କଲେ।

ଅବିମେଲକ ସହିତ ଅବ୍ରହାମଙ୍କର ମୂଲଗ୍ଭଲ

22 ଏହା ପରେ ଅବିମେଲକ ଏବଂ ଫୀଖୋଲ୍ ନାମକ ଅବ୍ରହାମଙ୍କର ସେନାପତି ଅବ୍ରହାମଙ୍କୁ କହିଲେ, “ପରମେଶ୍ୱର ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ସହାୟ ଅଟନ୍ତି। 23 ତେଣୁ ତୁମ୍ଭେ ମୋ’ଠାରେ ପରମେଶ୍ୱରଙ୍କ ଆଗରେ ପ୍ରତିଜ୍ଞା କର। ତୁମ୍ଭେ ଏହି ପ୍ରତିଜ୍ଞା କର ଯେ ତୁମ୍ଭେ ମୋ’ ପ୍ରତି ଓ ମୋର ସନ୍ତାନମାନଙ୍କ ପ୍ରତି ବିଶ୍ୱାସଘାତ କରିବ ନାହିଁ। ପ୍ରତିଜ୍ଞା କର ତୁମ୍ଭେ ମୋ’ ପ୍ରତି ଦୟା ଦେଖାଇବ ଏବଂ ମୋର ଦେଶ ଯେଉଁଠାରେ ତୁମ୍ଭେ ଏକ ବିଦେଶୀ ପରି ବାସ କରୁଛ। ପ୍ରତିଜ୍ଞା କର ତୁମ୍ଭେ ମୋ’ ପ୍ରତି ଦୟା କରିବ। ମୁଁ ଯେପରି ତୁମ୍ଭକୁ ଦୟା ଦେଖାଇଛି।”

24 ତହିଁରେ ଅବ୍ରହାମ କହିଲେ, “ମୁଁ ପ୍ରତିଜ୍ଞା କରୁଛି।” 25 ଏହା ପରେ ଅବ୍ରହାମ ଅବିମେଲକଠାରେ ଅଭିଯୋଗ କଲେ। କାରଣ ଅବିମେଲକର ଦାସମାନେ ଏକ କୂଅକୁ କ‌ବ୍‌ଜା କରି ନେଇଛନ୍ତି।

26 କିନ୍ତୁ ଅବିମେଲକ କହିଲେ, “ମୁଁ ଜାଣେ ନାହିଁ କିଏ ଏହା କରିଛି। ତୁମ୍ଭେ ଆଗରୁ ମୋତେ ଏ ବିଷୟରେ କିଛି କହିଲ ନାହିଁ। ମୁଁ ଆଜି ଏ ବିଷୟରେ ଶୁଣିବାକୁ ପାଇଲି।”

27 ତେଣୁ ଅବ୍ରହାମ ଓ ଅବିମେଲକ ମଧ୍ୟରେ ଏକ ଚୁକ୍ତି ହେଲା। ଅବ୍ରହାମ ଅବିମେଲକକୁ ଚୁକ୍ତିର ପ୍ରମାଣ ସ୍ୱରୂପ କିଛି ମେଷ ଓ ଗୋରୁ ଦେଲେ। 28 ଅବ୍ରହାମ ମଧ୍ୟ ମେଷପଲରୁ ସାତୋଟା ମେଷବତ୍ସା ଅଲଗା କରି ରଖିଲେ।

29 ଅବିମେଲକ ଅବ୍ରହାମଙ୍କୁ ପଗ୍ଭରିଲେ, “କାହିଁକି ତୁମ୍ଭେ ଏହି ସାତୋଟା ମେଷକୁ ଅଲଗା କଲ?”

30 ଅବ୍ରହାମ ଉତ୍ତର ଦେଲେ, “ମୁଁ ଯେ ଏହି କୂପ ଖୋଳିଅଛି ତହିଁର ପ୍ରମାଣ ନିମନ୍ତେ ମୋ’ଠାରୁ ଏହି ସାତୋଟା ମେଷ ବତ୍ସା ନେବାକୁ ହେବ।”

31 ଏଣୁ ସେହି ସ୍ଥାନର ନାମ ‌ବେ‌ର୍‌ଶେବା ହେଲା, ସେ ସେହି କୂପର ନାମ ଏପରି ଦେଲେ, କାରଣ ସେହି ସ୍ଥାନରେ ଉଭୟ ପ୍ରତିଜ୍ଞା କରିଥିଲେ।

32 ତେଣୁ ଅବ୍ରହାମ ଏବଂ ଅବିମେଲକ ‌ବେ‌ର୍‌ଶେବାଠାରେ ଏକ ଚୁକ୍ତି କଲେ। ଏହା ପରେ ଅବିମେଲକ ଏବଂ ତାଙ୍କର ସେନାପତି ପଲେଷ୍ଟୀୟମାନଙ୍କ ଦେଶକୁ ଫେରିଗଲେ।

33 ଅବ୍ରହାମ ଏକ ବିଶେଷ ଗଛ ସେଠାରେ ରୋପଣ କଲେ। ସେହି ସ୍ଥାନରେ ଅବ୍ରହାମ ଅନାଦି ଅନନ୍ତ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ। 34 ଏବଂ ଅବ୍ରହାମ ପଲେଷ୍ଟୀୟମାନଙ୍କ ଦେଶରେ ବହୁ ଦିନ ବାସ କଲେ।

Footnotes

  1. ଆଦିପୁସ୍ତକ 21:9 ଖେଳୁଥିବାର କେତେକ ଅନୁବାଦକ କହନ୍ତି, ଖେଳୁଥିବାର ପରିବର୍ତ୍ତେ “ଚିଡ଼େଇବା” କିମ୍ବା “ପରିହାସ କରିବା।”